Categories
Cyclone ଆଜିର ଖବର ଜାତୀୟ ଖବର

Cyclone Update: ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି

ଭୁବନେଶ୍ବର: ଦୁର୍ବଳ ହେଲା ଭୀଷଣ ବାତ୍ୟା “ଅସାନି” । ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ କୌଣସି ସତର୍କ ହଟାଯାଇ ନାହିଁ ବୋଲି ଜଣାପଡିଛି। କାରଣ ଏହା ବର୍ତ୍ତମାନ ସୁଦ୍ଧା ବାତ୍ୟା ଭାବେ ପରିଣତ ହୋଇଛି। ଏହାପରେ ଅବପାତରେ ପରିଣତ ହୋଇ ତାହା ଉଭେଇ ଯିବ।

ପାଣିପାଗ ବିଭାଗ ଅନୁସାରେ ବର୍ତମାନ ଅସାନି ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ 540 କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି।  ଏହା ଘଣ୍ଟାରେ 12  କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିଛୁ। ତେବେ ଏହାର ପ୍ରଭାବରେ ଆଜି ମଧ୍ୟ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରୀ ରହିବ ବୋଲି ଜଣାପଡିଛି।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Updates: ଗୋପାଳପୁର ବନ୍ଦରରେ ଲାଗିଲା ୩ ନମ୍ବର ବିପଦ ସଂକେତ

ଭୁବନେଶ୍ବର: ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ଏନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଅବଗତ କରାଯାଇଛି। କାରଣ ବାତ୍ୟା ଅସାନୀ ସମୁଦ୍ର ଭିତରେ ଗତି କରିବା ବେଳେ ଗୋପାଳପୁର ପାଖ ଦେଇ ଯିବ। ଏହାଫଳରେ ସେହି ଅଞ୍ଚଳର ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ କେବଳ ଗୋପାଳପୁର ବନ୍ଦରକୁ ନଜରରେ ରଖି ୩ ନମ୍ବର ବିପଦ ସଂକେତ ଜାରୀ କରାଯାଇଛି।

ସେହିପରି ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି। କାରଣ ଏହି ବନ୍ଦରଗୁଡିକଠାରୁ ବହୁ ଦୂରରେ ଅସାନୀ ଗତି କରିବ। ଏହି ସମୟରେ ପବନର ବେଗ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

Categories
Cyclone ଜାତୀୟ ଖବର ବିଶେଷ ଖବର

Cyclone Asani: ଉପକୂଳ ଆଡକୁ ଆସୁଛି ବାତ୍ୟା, ପ୍ରଭାବରେ ତିନିଦିନ ଲାଗି ରହିବ ବର୍ଷା

ଭୁବନେଶ୍ବର: ଧୀରେଧୀରେ ଉପକୂଳ ଆଡକୁ ଆସୁଛି ଭୀଷଣ ବାତ୍ୟା ଅସାନି। ପାଣିପାଗ ବିଭାଗ ଅନୁସାରେ ଆସାନି ବର୍ତ୍ତମାନ ଗୋପାଳପୁର ଉପକୂଳ ନିକଟବର୍ତ୍ତିରେ ରହିଛି। ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଦୂରରେ ରହିଛି।

ସେହିପରି ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଭୀଷଣ ବାତ୍ୟା ‘ଅସାନି‘। ତେବେ ବର୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୫କିମି ରହିଛି। ପୂର୍ବରୁ ଏହା ଘଣ୍ଟାକୁ ୧୬କିମି ରହିଥିଲ।। ତେବେ ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜିଠାରୁ ର।ଜ୍ୟରେ ବର୍ଷା ଆରମ୍ଭ ହେବ।

ଆସନ୍ତାକ।ଲି ବୁଧବାରଠାରୁ ରାଜ୍ୟରେ ବର୍ଷା ଜୋର ହେବ ବୋଲି ଅନୁମାନ କରାଯାଇଛି। ତେବେ ଗଂଜାମ ଗଜପତି ଏବଂ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ସେହିପରି ୧୨ ତାରିଖରେ ପାଞ୍ଚୋଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡିକ ହେଲା ଗଂଜାମ ଖୋର୍ଦ୍ଧା ପୁରୀ, କଟକ ଏବଂ ଜଗତସିଂହପୁର ଜିଲ୍ଲା।

ସେହିପରି ୧୩ ତାରିଖରେ ମଧ୍ୟ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ସେଥିପାଇଁ ଛଅଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡିକ ହେଲା ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ବର। ଏହି ସମୟରେ ଘଣ୍ଟା ପ୍ରତି ୮୦ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ପ୍ରବନ ପ୍ରବାହିତ ହେବ।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Update: ଘଣ୍ଟା ପ୍ରତି ୨୧ କିମି ବେଗରେ ଆସୁଛି ବାତ୍ୟା ‘ଅସାନି’

ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅସାନି ଧିରେଧିରେ ଆହୁରି ଘନିଭୂତ ହେବାରେ ଲାଗିଛି। ବର୍ତ୍ତମାନ ପୁରୀ ଠାରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୭୪୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଏହି ଭୀଷଣ ବାତ୍ୟା। ବର୍ତମାନ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୧କିମି ରହିଛି।

ଆସନ୍ତାକାଲି ସନ୍ଧ୍ୟାରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ନିକଟବର୍ତ୍ତି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ଏହାପରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି।

ଅସାନୀ ସ୍ଥଳଭାଗ ନଛୁଇଁ ପୁରୀ ଉପକୂଳରୁ ୯୦ କିମି ଦୂରରେ ସମାନ୍ତରାଳ ଭାବେ ଗତି କରି ଦୁର୍ବଳ ହୋଇଯିବ। ତେବେ ଏହାର ପ୍ରଭାବରେ ଆସନ୍ତାକ।ଲି ସନ୍ଧ୍ୟାରୁ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଏହି ସମୟରେ ଓଡ଼ିଶା ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିଲୋମିଟର ଓ ଝଟକା ପବନ ୬୦ କିମି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Breaking: ସମୁଦ୍ର ଭିତରେ ଭୀଷଣ ରୂପ ଧାରଣ କଲା ବାତ୍ୟା ଅସାନୀ

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ସମୁଦ୍ର ଭିତରେ ଭୀଷଣ ରୂପ ଧାରଣ କରିଛି। ଆଜି ସକାଳେ ଏହା କେବଳ ବାତ୍ୟା ରୂପ ନେଇଥିଲେ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ଭୀଷଣ ବାତ୍ୟା ଅସାନି ପୁରୀଠାରୁ ୮୮୦ କିମି ଦୂରରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଦକ୍ଷିଣ-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ଏହା ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୧୪ କିମି ବେଗରେ ଉତ୍ତରପଶ୍ଚିମ ଦିଗ ଆଡକୁ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି।

Categories
Cyclone ଜାତୀୟ ଖବର ବିଶେଷ ଖବର

Cyclone Alert: ଉପକୂଳରୁ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ ବାତ୍ୟା, ଦୁଇଦିନ ପ୍ରବଳ ବର୍ଷା ଓ ପବନ

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’  ଆନ୍ଧ୍ରପ୍ରଦେଶ-ଓଡିଶା ଉପକୂଳ ଛୁଇଁବ ନାହିଁ। ଏହା ଓଡିଶା ଉପକୂଳରୁ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ। ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବାତ୍ୟା ସମୟରେ ଘଣ୍ଟାପିଛା ପବନର ବେଗ ୪୦ରୁ ୫୦ କିମି ହୋଇପାରେ।ବର୍ତ୍ତମାନ ଅସାନି ପୁରୀ ଠାରୁ ୯୨୦ କିମି ଦୂରରେ ରହିଛି।

ତେବେ ଏହି ଅତିକ୍ରମ ବେଳେ ରାଜ୍ୟରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ର ଆଜି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ। ବର୍ତ୍ତମାନ ଘଣ୍ଟା ପ୍ରତି  ୧୪ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।

ବର୍ତ୍ତମାନ ବାତ୍ୟା ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୯୩୦ କିଲୋମିଟର ଓ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି । ୧୦ ତାରିଖ ସଂଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟବର୍ତ୍ତି ହେବ।

ତେବେ ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ ଜିଲ୍ଲାରେ ବର୍ଷା ହେବ। ସେଥିପାଇଁ ଏହି ଜିଲ୍ଲାଗୁଡିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ୪ଟି ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

Categories
Cyclone ଆଜିର ଖବର ରାଜ୍ୟ ଖବର

Cyclone Breaking: ସୃଷ୍ଟି ହେଲା ବାତ୍ୟା, ଘଣ୍ଟା ପ୍ରତି ୧୩ କିମି ବେଗରେ ଆସୁଛି ମାଡି

ଭୁବନେଶ୍ବର: ସକ୍ରିୟ ହେଉଛି ଗଭୀର ଅବପାତ ଏବଂ ଶେଷରେ ବାତ୍ୟାର ରୂପ ନେଲା। ବର୍ତ୍ତମାନ ଏହା ପୁରୀ ଠାରୁ ଦକ୍ଷିଣ ଦକ୍ଷିଣ -ପୂର୍ବ ଦିଗରେ ୧୧୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ କହିଛି ଯେ, ଏହା ଘଣ୍ଟା ପ୍ରତି ୧୩ କମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି।

ତେବେ ଏହି ବାତ୍ୟା ସଂଧ୍ୟା ସୁଦ୍ଧା ତୀବ୍ରରୂପ ଧାରଣ କରିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା ଯେ, ଏହା ଆଠ ତାରିଖ ସକାଳେ ବାତ୍ୟା ରୂପ ନେବ, ସଂଧ୍ୟାରେ ତୀବ୍ର ବାତ୍ୟା ହେବ। ଏହି ତିନିଦିନ ଧରି ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Categories
Cyclone ଜାତୀୟ ଖବର ବିଶେଷ ଖବର

Cyclone Breaking: ରବିବାର ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ ଅବପାତ

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଅବପାତ ବର୍ତ୍ତମାନ ଗଭୀର-ଅବପାତ ରେ ପରିଣତ ହୋଇଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା କାଲି ସକାଳ ସୁଦ୍ଧା ଏହି ଗଭୀର ଅବପାତ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ କହିଛି।

ତେବେ ଏହି ବାତ୍ୟା ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ବିଭାଗ ସତର୍କ କରାଇଛି। ବର୍ତମାନ ଏହା ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି। ପୁରୀ ଠାରୁ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ୧୧୮୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି ବୋଲି ଜଣାପଡିଛି।

Categories
Cyclone ଜାତୀୟ ଖବର ବିଶେଷ ଖବର

ବଙ୍ଗୋପସାଗରରେ ବାତ୍ୟା ! ସ୍କୁଲ କଲେଜ ବନ୍ଦ କରିବାକୁ ସରକାରଙ୍କ ନିର୍ଦ୍ଦେଶ, ହାଇ ଆର୍ଲଟ ଜାରୀ

ନୂଆଦିଲ୍ଲୀ : ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାକୁ ରୂପାନ୍ତରିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହାଦ୍ବାରା 70-80 କିଲୋମିଟର ବେଗରେ ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ଯାହା 90 କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହେବ ବୋଲି ଅନୁମାନ କରାଯାଉଛି। ଏହି ବାତ୍ୟାର ନାମ ଆସାନି ରଖାଯାଇଛି। ଏହି ବାତ୍ୟା ଆଣ୍ଡାମାନ ନିକୋବର ଅଞ୍ଚଳରେ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଇଛି।

ତେବେ ଏହି ଲଘୁଚାପ ଦ୍ବାରା ଆଣ୍ଡାମାନରେ ଗତକାଲି ଅପରାହ୍ନଠାରୁ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ଜନଜୀବନ ଚଳାଚଳରେ ବ୍ୟାଘାତ ଘଟିଛି। ବାତ୍ୟା ଆସାନିକୁ ଦୃଷ୍ଟିରେ ରଖି ଆଣ୍ଡାମାନ ଏବଂ ନିକୋବର ପ୍ରଶାସନ ମାର୍ଚ୍ଚ 21 ରୁ ସତର୍କତାମୂଳକ ପଦକ୍ଷେପ ଭାବରେ ୟୁନିଅନ ଅଞ୍ଚଳର ସମସ୍ତ ସ୍କୁଲ ଏବଂ କଲେଜକୁ ବନ୍ଦ କରିଦେଇଛନ୍ତି। ଆସାନି ପାଇଁ ଦ୍ୱୀପପୁଞ୍ଜରେ ହାଇ ଆଲର୍ଟ ଜାରି ସହିତ  NDRF ଦଳକୁ ମୁତୟନ କରାଯାଇଛି।

UT ପ୍ରଶାସନ ମଧ୍ୟ ଅଗ୍ରଭାଗରେ ଥିବା ଭାସାଲର ସମସ୍ତ ନିର୍ଧାରିତ ଜାହାଜକୁ ବାତିଲ କରିଦେଇଛି ଏବଂ ଯାତ୍ରୀମାନଙ୍କୁ ହେଲ୍ପଲାଇନ ନମ୍ବର: 03192-245555 / 232714 କିମ୍ବା ଟୋଲ୍ ଫ୍ରି ନମ୍ବର 1-800-345-2714 କୁ କଲ କରିବାକୁ ପରାମର୍ଶ ଦିଆଯାଇଛି।

ଏହି ସମୟରେ, ଆଣ୍ଡାମାନ ଏବଂ ନିକୋବରରେ ନିୟୋଜିତ NDRF ଦଳଗୁଡିକ ସତର୍କତାମୂଳକ ପଦକ୍ଷେପ ଭାବରେ ଅସୁରକ୍ଷିତ ଅଞ୍ଚଳରେ ଗଛ ସଫା କରିଛନ୍ତି ଏବଂ ସେହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସଚେତନ କରିବା ପାଇଁ ଚେଷ୍ଠା କରୁଛନ୍ତି।