Cyclone Asani: ଉପକୂଳ ଆଡକୁ ଆସୁଛି ବାତ୍ୟା, ପ୍ରଭାବରେ ତିନିଦିନ ଲାଗି ରହିବ ବର୍ଷା

Published: May 10, 2022, 10:11 am IST

ଭୁବନେଶ୍ବର: ଧୀରେଧୀରେ ଉପକୂଳ ଆଡକୁ ଆସୁଛି ଭୀଷଣ ବାତ୍ୟା ଅସାନି। ପାଣିପାଗ ବିଭାଗ ଅନୁସାରେ ଆସାନି ବର୍ତ୍ତମାନ ଗୋପାଳପୁର ଉପକୂଳ ନିକଟବର୍ତ୍ତିରେ ରହିଛି। ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଦୂରରେ ରହିଛି।

ସେହିପରି ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଭୀଷଣ ବାତ୍ୟା ‘ଅସାନି‘। ତେବେ ବର୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୫କିମି ରହିଛି। ପୂର୍ବରୁ ଏହା ଘଣ୍ଟାକୁ ୧୬କିମି ରହିଥିଲ।। ତେବେ ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜିଠାରୁ ର।ଜ୍ୟରେ ବର୍ଷା ଆରମ୍ଭ ହେବ।

ଆସନ୍ତାକ।ଲି ବୁଧବାରଠାରୁ ରାଜ୍ୟରେ ବର୍ଷା ଜୋର ହେବ ବୋଲି ଅନୁମାନ କରାଯାଇଛି। ତେବେ ଗଂଜାମ ଗଜପତି ଏବଂ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ସେହିପରି ୧୨ ତାରିଖରେ ପାଞ୍ଚୋଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡିକ ହେଲା ଗଂଜାମ ଖୋର୍ଦ୍ଧା ପୁରୀ, କଟକ ଏବଂ ଜଗତସିଂହପୁର ଜିଲ୍ଲା।

ସେହିପରି ୧୩ ତାରିଖରେ ମଧ୍ୟ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ସେଥିପାଇଁ ଛଅଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡିକ ହେଲା ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ବର। ଏହି ସମୟରେ ଘଣ୍ଟା ପ୍ରତି ୮୦ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ପ୍ରବନ ପ୍ରବାହିତ ହେବ।

Related posts