Categories
Cyclone ଜାତୀୟ ଖବର ବିଶେଷ ଖବର

Cyclone Asani: ଉପକୂଳ ଆଡକୁ ଆସୁଛି ବାତ୍ୟା, ପ୍ରଭାବରେ ତିନିଦିନ ଲାଗି ରହିବ ବର୍ଷା

ଭୁବନେଶ୍ବର: ଧୀରେଧୀରେ ଉପକୂଳ ଆଡକୁ ଆସୁଛି ଭୀଷଣ ବାତ୍ୟା ଅସାନି। ପାଣିପାଗ ବିଭାଗ ଅନୁସାରେ ଆସାନି ବର୍ତ୍ତମାନ ଗୋପାଳପୁର ଉପକୂଳ ନିକଟବର୍ତ୍ତିରେ ରହିଛି। ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଦୂରରେ ରହିଛି।

ସେହିପରି ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଭୀଷଣ ବାତ୍ୟା ‘ଅସାନି‘। ତେବେ ବର୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୫କିମି ରହିଛି। ପୂର୍ବରୁ ଏହା ଘଣ୍ଟାକୁ ୧୬କିମି ରହିଥିଲ।। ତେବେ ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜିଠାରୁ ର।ଜ୍ୟରେ ବର୍ଷା ଆରମ୍ଭ ହେବ।

ଆସନ୍ତାକ।ଲି ବୁଧବାରଠାରୁ ରାଜ୍ୟରେ ବର୍ଷା ଜୋର ହେବ ବୋଲି ଅନୁମାନ କରାଯାଇଛି। ତେବେ ଗଂଜାମ ଗଜପତି ଏବଂ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ସେହିପରି ୧୨ ତାରିଖରେ ପାଞ୍ଚୋଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡିକ ହେଲା ଗଂଜାମ ଖୋର୍ଦ୍ଧା ପୁରୀ, କଟକ ଏବଂ ଜଗତସିଂହପୁର ଜିଲ୍ଲା।

ସେହିପରି ୧୩ ତାରିଖରେ ମଧ୍ୟ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ସେଥିପାଇଁ ଛଅଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡିକ ହେଲା ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ବର। ଏହି ସମୟରେ ଘଣ୍ଟା ପ୍ରତି ୮୦ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ପ୍ରବନ ପ୍ରବାହିତ ହେବ।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Update: ଘଣ୍ଟା ପ୍ରତି ୨୧ କିମି ବେଗରେ ଆସୁଛି ବାତ୍ୟା ‘ଅସାନି’

ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅସାନି ଧିରେଧିରେ ଆହୁରି ଘନିଭୂତ ହେବାରେ ଲାଗିଛି। ବର୍ତ୍ତମାନ ପୁରୀ ଠାରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୭୪୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଏହି ଭୀଷଣ ବାତ୍ୟା। ବର୍ତମାନ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୧କିମି ରହିଛି।

ଆସନ୍ତାକାଲି ସନ୍ଧ୍ୟାରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ନିକଟବର୍ତ୍ତି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ଏହାପରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି।

ଅସାନୀ ସ୍ଥଳଭାଗ ନଛୁଇଁ ପୁରୀ ଉପକୂଳରୁ ୯୦ କିମି ଦୂରରେ ସମାନ୍ତରାଳ ଭାବେ ଗତି କରି ଦୁର୍ବଳ ହୋଇଯିବ। ତେବେ ଏହାର ପ୍ରଭାବରେ ଆସନ୍ତାକ।ଲି ସନ୍ଧ୍ୟାରୁ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଏହି ସମୟରେ ଓଡ଼ିଶା ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିଲୋମିଟର ଓ ଝଟକା ପବନ ୬୦ କିମି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Breaking: ସମୁଦ୍ର ଭିତରେ ଭୀଷଣ ରୂପ ଧାରଣ କଲା ବାତ୍ୟା ଅସାନୀ

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ସମୁଦ୍ର ଭିତରେ ଭୀଷଣ ରୂପ ଧାରଣ କରିଛି। ଆଜି ସକାଳେ ଏହା କେବଳ ବାତ୍ୟା ରୂପ ନେଇଥିଲେ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ଭୀଷଣ ବାତ୍ୟା ଅସାନି ପୁରୀଠାରୁ ୮୮୦ କିମି ଦୂରରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଦକ୍ଷିଣ-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ଏହା ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୧୪ କିମି ବେଗରେ ଉତ୍ତରପଶ୍ଚିମ ଦିଗ ଆଡକୁ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି।

Categories
Cyclone ଜାତୀୟ ଖବର ବିଶେଷ ଖବର

Cyclone Alert: ଉପକୂଳରୁ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ ବାତ୍ୟା, ଦୁଇଦିନ ପ୍ରବଳ ବର୍ଷା ଓ ପବନ

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’  ଆନ୍ଧ୍ରପ୍ରଦେଶ-ଓଡିଶା ଉପକୂଳ ଛୁଇଁବ ନାହିଁ। ଏହା ଓଡିଶା ଉପକୂଳରୁ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ। ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବାତ୍ୟା ସମୟରେ ଘଣ୍ଟାପିଛା ପବନର ବେଗ ୪୦ରୁ ୫୦ କିମି ହୋଇପାରେ।ବର୍ତ୍ତମାନ ଅସାନି ପୁରୀ ଠାରୁ ୯୨୦ କିମି ଦୂରରେ ରହିଛି।

ତେବେ ଏହି ଅତିକ୍ରମ ବେଳେ ରାଜ୍ୟରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ର ଆଜି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ। ବର୍ତ୍ତମାନ ଘଣ୍ଟା ପ୍ରତି  ୧୪ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।

ବର୍ତ୍ତମାନ ବାତ୍ୟା ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୯୩୦ କିଲୋମିଟର ଓ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି । ୧୦ ତାରିଖ ସଂଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟବର୍ତ୍ତି ହେବ।

ତେବେ ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ ଜିଲ୍ଲାରେ ବର୍ଷା ହେବ। ସେଥିପାଇଁ ଏହି ଜିଲ୍ଲାଗୁଡିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ୪ଟି ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।