Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଧରା ପଡିଗଲା ସାଂସଦ ଅଚ୍ୟୁତ ସାମନ୍ତ ଓ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ କଂଗ୍ରେସ ପ୍ରୀତି
ଜାତୀୟ ଖବର

ଧରା ପଡିଗଲା ସାଂସଦ ଅଚ୍ୟୁତ ସାମନ୍ତ ଓ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ କଂଗ୍ରେସ ପ୍ରୀତି

May 12, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଧରା ପଡିଗଲା ସାଂସଦ ଅଚ୍ୟୁତ ସାମନ୍ତ ଓ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ କଂଗ୍ରେସ ପ୍ରୀତି

ଭୁବନେଶ୍ବର: ବର୍ତ୍ତମାନ ଓଡିଶା କଂଗ୍ରେସର ସଭାପତି କିଏ ହେବ ଯେତିକି ଚର୍ଚ୍ଚାରେ ନାହିଁ, ତାହାଠାରୁ ଅଧିକ ଚର୍ଚ୍ଚା ହେଉଛି ରାହୁଳ ଗାନ୍ଧୀଙ୍କ ମତାମତ ସଂଗ୍ରହ। ରାଜ୍ୟ କଂଗ୍ରେସର କିଏ ସଭାପତି ହେବ ସେ ନେଇ ରାହୁଳ ବିଜେଡିର ଦୁଇଜଣ ନେତାଙ୍କ ମତ ନେଇଛନ୍ତି। ସେହି ଦୁଇ ଜଣ ହେଲେ ସାଂସଦ ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ।

ତେବେ ଏହି ଘଟଣାକୁ ନେଇ ସାଧାରଣରେ ଦୁଇଟି ପ୍ରଶ୍ନ ଉଠିଛି। ତାହା ହେଲା ରାହୁଳ ଗାନ୍ଧୀ କଣ ପାଇଁ ବିଜେଡି ନେତାଙ୍କ ମତାମତ ସଂଗ୍ରହ କଲେ। କଂଗ୍ରେସ ସଭାପତି କିଏ ହେବ ତାହା ତାଙ୍କ ଦଳୀୟ ନେତା ଠିକ କରିବା କଥା। ହେଲେ ବିଜେଡି ନେତାଙ୍କ ମତ ନେବା ସମସ୍ତଙ୍କୁ ବହୁ ଅଡୁଆ ଲାଗିଛି। ରାହୁଳ ପ୍ରତିଦ୍ବନ୍ଦି ଦଳର ନେତାମାନଙ୍କୁ ଦଳିୟ ବ୍ୟାପାରରେ ପୁରାଇବା ଠିକ ହୋଇଛି କି ?

ଦ୍ବିତୀୟ ପ୍ରଶ୍ନ ଉଠିଛି ଯେ, ଯଦି ରାହୁଳ ଗାନ୍ଧୀ ବିଜେଡି ନେତାଙ୍କ ମତ ନେଲେ, ତେବେ  ଅଚ୍ୟୁତ ସାମନ୍ତ ଆଉ ସୌମ୍ୟରଂଜନ ପଟ୍ଟନାୟକ କାହିଁକି ? ବିଜେଡିର ଅନେକ ଟାଣୁଆ, ଅଭିଜ୍ଞ ତଥା ବରିଷ୍ଠ ନେତା ରହିଛନ୍ତି। ଭର୍ତ୍ତୁହରି ମହତାବ, ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସରୁ ଆସିଥିବା ପିନାକୀ ମିଶ୍ରଙ୍କ ପରି ନେତା ତଥା ସାଂସଦ ଅଛନ୍ତି। ହେଲେ ଏମାନଙ୍କୁ କାହାକୁ ନ ପଚାରି ରାହୁଳ ଏହି ଦୁଇ ଜଣଙ୍କର ମତ କାହିଁକି ନେଲେ?

ଏହି ଦୁଇ ବିଜେଡି ନେତାଙ୍କ ମଧ୍ୟରୁ ପ୍ରଥମେ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପାଖକୁ ଯିବା। ସୌମ୍ୟରଂଜନ 1996 ମସିହାରେ କଂଗ୍ରେସ ଦଳରୁ ଭୁବନେଶ୍ବର ସାଂସଦ ଥିଲେ। ହେଲେ ସେ ସମୟର ଆଉ ବର୍ତ୍ତମାନର କଂଗ୍ରେସରେ ବହୁତ ପରିବର୍ତ୍ତନ ହୋଇସାରିଛି। ପୁଣି ସୌମ୍ୟବାବୁ ତା ଭିତରେ କେତେକ ଦଳ ପରିବର୍ତ୍ତନ କରି ବିଜେଡିକୁ ଆସିଛନ୍ତି। ସେଥିପାଇଁ ବିଜ୍ଞାନ କହୁଛି ବର୍ତ୍ତମାନ କଂଗ୍ରେସ ନେତୃତ୍ବ ସହିତ ସୌମ୍ୟବାବୁଙ୍କ ଆଉ ଯୋଗାଯୋଗ ରହିବା କଥା ନୁହେଁ। ହେଲେ ସୌମ୍ୟ ରଂଜନଙ୍କ ଏବେବି କଂଗ୍ରେସ ସହିତ ଯୋଗାଯୋଗ ରହିଥିବାର ଜଣାପଡିବା ପରେ ରାଜନୈତିକ ପାଣିପାଗକୁ ଗରମ କରିଛି।

ଦ୍ବିତୀୟରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରସଂଗକୁ ଯିବା। ତାଙ୍କର ରାଜନୈତିକ କ୍ୟାରିୟର ଏହି ବିଜେଡିରୁ ଆରମ୍ଭ। ହେଲେ ଏହା ସ୍ବୀକାର କରିବାକୁ ପଡିବ ଯେ, ରାଜନୀତି ପୂର୍ବରୁ ତାଙ୍କର ଦିଲ୍ଲୀ ଦରବାରରେ ବେଶ ଦବଦବା ରହିଛି। ହେଲେ କଂଗ୍ରେସ ସଭାପତି କିଏ ହେବ ସେ ନେଇ ରାହୁଳ ଗାନ୍ଧୀ ଅଚ୍ୟୁତଙ୍କ ସହିତ କଥା ହେବା ଆଉ ଏକ ଆଶ୍ଚର୍ଯ୍ୟ। କାରଣ ଅଚ୍ୟୁତଙ୍କ ବହୁ ପୂର୍ବରୁ ବହୁ ବିଜେଡି ନେତା ରାଜନୀତିରେ କ୍ୟାରିୟର ଆରମ୍ଭ କରିଛନ୍ତି। ଯେଉଁମାନଙ୍କର ରାହୁଳଙ୍କୁ ପରାମର୍ଶ ଦେବାରେ ବହୁ ଦକ୍ଷତା ତଥା ଅଭିଜ୍ଞତା ରହିଛି। ହେଲେ ରାହୁଳ ଅଚ୍ୟୁତଙ୍କ ଉପରେ ଭରସା କରିବା ଭିନ୍ନ ଦୃଷ୍ଟିଭଙ୍ଗୀ ତିଆରି କରିଛି।

ଏସବୁ ଭିତରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଅଚ୍ୟୁତ ସାମନ୍ତ ଏବଂ ସୌମ୍ୟରଂଜନ ଉଭୟ କଂଗ୍ରେସ ସହିତ ଯୋଗାଯୋଗରେ ରହିଛନ୍ତି। ଖାଲି ଯୋଗାଯୋଗ ନୁହେଁ ପୁରା ଭଲ ଯୋଗାଯୋଗରେ ଅଛନ୍ତି। ଉଚ୍ଚ ନେତୃତ୍ବ ସ୍ତରରେ ସେମାନଙ୍କର ପହଁଚ ଅଛି ବୋଲି ପ୍ରମାଣିତ ହୋଇଛି। ତେବେ ସେମାନେ ବିଜେଡିରେ ରହି କଂଗ୍ରେସ ସହିତ ଯୋଗାଯୋଗରେ କାହିଁକି ରହିଲେ? ଏହା ନିଶ୍ଚିତ ବଡ ପ୍ରଶ୍ନବାଚୀ।

ଏହାର କାରଣ ଖୋଜିଲେ ସ୍ବୀକାର କରିବାକୁ ପଡିବ ଯେ, ଏହି ଦୁଇ ଜଣଙ୍କର ମୁଖ୍ୟମନ୍ତ୍ରୀ ହେବା ପାଇଁ ମନ ବେଶ ଛଟପଟ ହେଉଛି। ହେଲେ ଉଭୟ ନିଶ୍ଚିତ ହୋଇଛନ୍ତି ଯେ, ବିଜେଡିରେ ରହିଲେ ସେମାନଙ୍କର ଏହି ଆଶା ପୂରଣ ହୋଇପାରିବେ ନାହିଁ। ସୌମ୍ୟବାବୁ ହୃଦୟଙ୍ଗମ କରିସାରିଲେଣି ଯେ, ସେ ବିଜେଡିରେ ରହିଲେ ମୁଖ୍ୟମନ୍ତ୍ରୀ ଛାଡନ୍ତୁ ମନ୍ତ୍ରୀ ମଧ୍ୟ ହୋଇ ପାରିବେ ନାହିଁ। ସେହିପରି ଅଚ୍ୟୁତ ମଧ୍ୟ ଭାବି ସାରିଲେଣି ଯେ, ତାଙ୍କର ବିଜେଡିରେ କେବଳ ସାଂସଦ ବିଧାୟକ କିମ୍ବା ବେଶୀ ହେଲେ ମନ୍ତ୍ରୀ ଭିତରେ ସୀମିତ ରହିବ। ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯିବା ବିଜେଡିରେ ସମ୍ଭବ ହେବ ନାହିଁ।

ଏସବୁ ବିଚାର କରି ଉଭୟ ସୌମ୍ୟବାବୁ ଏବଂ ଅଚ୍ୟୁତ ସାମନ୍ତ ନିଜ ନିଜ ରାସ୍ତାରେ କଂଗ୍ରେସ ସହିତ ଭଲ ଯୋଗାଯୋଗରେ ଅଛନ୍ତି। କାରଣ ସେମାନେ ଭଲଭାବେ ଜାଣିଛନ୍ତି ଯେ, ବର୍ତ୍ତମାନ କଂଗ୍ରେସ ଦଳର କେହି ମୁଖିଆ ନାହିଁନ୍ତି। ଅନ୍ୟପଟେ ଗାଁ ଗହଳିରେ କଂଗ୍ରେସ ଦଳର କିଛି ପକେଟ ଭୋଟ ମଧ୍ୟ ରହିଛି। ସେଥିପାଇଁ ଏହି ଦଳକୁ ଡିଆଁମାରି ଗଡ ସମ୍ଭାଳି ଦେଲେ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ହୁଏତ ସାକାର ହୋଇପାରିବ।

ସେହି ଆଶା କରି ଉଭୟ ଭିନ୍ନ ଭିନ୍ନ ରାସ୍ତାରେ କଂଗ୍ରେସ ସହିତ ଭଲ ସଂପର୍କ ରଖିବାରେ ଲାଗିଛନ୍ତି। ଯାହାକୁ ବିଧାୟକ ସୁର ରାଉତରାୟ ପଦାରେ ପକାଇ ଦେଇ ସେମାନଙ୍କ ଗଣିତକୁ ଭୁଲଭାଲ କରି ପକାଇଛନ୍ତି। ହେଲେ ଏ ଭଳି ନେତାଙ୍କୁ ବିଜେଡି ବେଶ ସତର୍କ ରହିବାର ଆବଶ୍ୟକତା ରହିଛି।

କଂଗ୍ରେସ ସଭାପତି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ରାହୁଳ ଗାନ୍ଧୀ ସାଂସଦ ଅଚ୍ୟୁତ ସାମନ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026
Latest News

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.