Categories
ବିଶେଷ ଖବର ରାଜ୍ୟ ଖବର

‘ସମ୍ବାଦ’ ସଂପାଦକ ପଦରୁ ଇସ୍ତଫା ଦେଲେ ସୌମ୍ୟରଂଜନ ପଟ୍ଟନାୟକ, ତନୟାଙ୍କୁ ନିଯୁକ୍ତି

ଭୁବନେଶ୍ବର: ଓଡିଶାର ଲୋକପ୍ରିୟ ସମ୍ବାଦପତ୍ର ସମ୍ବାଦର ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି ସୌମ୍ୟରଂଜନ ପଟ୍ଟନାୟକ। ଏ ନେଇ ସମ୍ବାଦରେ ସୂଚନା ପ୍ରଦାନ କରାଯାଇଛି। ତେବେ ସମ୍ବାଦର ନୂଆ ସଂପାଦକ ଭାବେ ତାଙ୍କ ଝିଅ ତନୟା ପଟ୍ଟନାୟକଙ୍କୁ ସେ ଦାୟିତ୍ବ ପ୍ରଦାନ କରିଛନ୍ତି। ହଠାତ ସୌମ୍ୟରଂଜନ ଏପରି କାହିଁକି ନିଷ୍ପତି ନେଲେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

କେବଳ ସଂପାଦକ ନୁହେଁ ସେ ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫାର କାରଣ ସଂପର୍କରେ କୁହାଯାଇଛି ଯେ, ବ୍ୟକ୍ତିଗତ କାରଣ। ହେଲେ କଣ ବ୍ୟକ୍ତିଗତ କାରଣ ତାହା ଉଲ୍ଲେଖ କରାଯାଇ ନାହିଁ। କେବେଳ ସୌମ୍ୟରଂଜନ ଇସ୍ତଫା ଦେଲେ, କଂପାନୀର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଦାୟିତ୍ବ ନେଲେ ବୋଲି ଚାରିଧାଡିଆ ଖବର ସମ୍ବାଦରେ ପ୍ରକାଶ ପାଇଛି।

ତେବେ ଆଶ୍ଚର୍ଯ୍ୟର କଥା ହେଲା ଯେ, ଆସନ୍ତାକାଲି ସମ୍ବାଦର 40 ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ବରରେ ଏକ ବଡ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନୁରାଗ ଠାକୁର ଯୋଗଦେଉଛନ୍ତି। ତା ପୂର୍ବରୁ ସୌମ୍ୟରଂଜନ ଏପରି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସେହିପରି ରାଜନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସେ ବର୍ତ୍ତମାନ ବିଜେଡିରୁ ବହିସ୍କାର ହୋଇଛନ୍ତି। ଏପରିକି କର୍ମଚାରୀଙ୍କ ନାମରେ ଜାଲିଆତି କରି ଋଣ ନେବା ଅଭିଯୋଗରେ ଇଓଡବ୍ଲୁ ସମ୍ବାଦ କାର୍ଯ୍ୟାଳୟ ଚଢାଉ କରିଛି। ଏହି ବିବାଦରେ ଛନ୍ଦି ହୋଇପଡିଛନ୍ତି ସୌମ୍ୟରଂଜନ। ବର୍ତ୍ତମାନ ତାହା ତଦନ୍ତ ଚାଲିଥିବା ବେଳେ ସୌମ୍ୟ ରଂଜନ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଋଣ ଜାଲିଆତି ଅଭିଯୋଗ

ଭୁବନେଶ୍ବର: ଦୈନିକ ଖବରକାଗଜ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଋଣ ଜାଲିଆତି ଅଭିଯୋଗ ଆସିଛି। ଏହି ଅଭିଯୋଗ ସମ୍ବାଦର ଜଣେ ପୂର୍ବତନ କର୍ମଚାରୀ କରିଛନ୍ତି। ସେ ତାଙ୍କ ଓକିଲ ଜରିଆରେ ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲୁରେ ଅଭିଯୋଗ କରାଯାଇଛି। ଏଥିରେ ସେ ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ଏଚଆର ମୁଖ୍ୟ ବୈଜୟନ୍ତି କରଙ୍କ ନାମରେ ଏହି ଅଭିଯୋଗ କରାଯାଇଛି।

ଏଥିରେ ଦର୍ଶାଯାଇଛି ଯେ, ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ସମ୍ବାଦରେ କାର୍ଯ୍ୟ କରୁଥିବା ବିଭିନ୍ନ କର୍ମଚାରୀଙ୍କ ନାମରେ ବ୍ୟାଙ୍କରୁ ଋଣ କରିଛନ୍ତି। ସେ କର୍ମଚାରୀଙ୍କ ନାମରେ ଜାଲ ଆକାଉଣ୍ଟ ଖୋଲି ସେଥିରେ ଏହି ଋଣ କରିଛନ୍ତି। ଅଭିଯୋଗକାରୀ କହିଛନ୍ତି ଯେ, ତାଙ୍କ ନାମରେ ପାଞ୍ଚ ଲକ୍ଷ ଋଣ କରାଯାଇଛି। ଏ ନେଇ ଅଫିସରେ ଯୋଗାଯୋଗ କରିବାରୁ ସେମାନେ ମୋତେ ଧମକ ଦେଇଥିଲେ। ବହୁ କର୍ମଚାରୀଙ୍କ ନାମରେ ଏପରି ଋଣ କରାଯାଇଛି ବୋଲି ସେଥିରେ ଅଭିଯୋଗ କରାଯାଇଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ବିଜୁ ଜନତା ଦଳରୁ ଏକ ଘରକିଆ ହୋଇଗଲେ କି ସୌମ୍ୟରଂଜନ ପଟ୍ଟନାୟକ !!!

ଭୁବନେଶ୍ବର: ବର୍ତ୍ତମାନ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଦଳରେ ଏକ ଘରକିଆ ହୋଇଗଲେଣି। କାରଣ ବର୍ତ୍ତମାନ ଅଧିକାଂଶ ବିଜେଡି ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବିରୋଧ କରିବାରେ ଲାଗିଲେଣି। ଏହାଦ୍ବାରା ସୌମ୍ୟରଂଜନ ପଟ୍ଟନାୟକଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର ହେବା ସ୍ପଷ୍ଟ ହୋଇଗଲାଣି। ଯେଉଁ ଦଳର ଆର୍ଶିବାଦରେ ସେ ସାଂସଦ ଏବଂ ବିଧାୟକ ହୋଇଛନ୍ତି ସେହି ଦଳରେ ସେ ଅଛୁଆଁ ହେବାକୁ ବସିଲେଣି।

ତେବେ ସୌମ୍ୟରଂଜନଙ୍କୁ ବିଜେଡି ଏପରି ଆଘୋଷିତ ଏକ ଘରକିଆ କରିବାର କାରଣ ରହିଛି। ତାହା ହେଲା ସୌମ୍ୟବାବୁ ଯାହାର ସାହାଯ୍ୟ ପାଇବେ ପ୍ରଥମେ ତାକୁ ହିଁ ସେ ବିରୋଧ କରିବେ। ବିଜେଡିରେ ଯୋଗଦେବା ପୂର୍ବରୁ ସୌମ୍ୟରଂଜନଙ୍କ ରାଜନୈତିକ ପ୍ରତିପତି କିଛି ନ ଥିଲା। କେବଳ ମାତ୍ର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୁଆଁଇ ବ୍ୟତିତ ଆଉ କିଛି ପରିଚୟ ନ ଥିଲା। ହେଲେ ବିଜେଡିରେ ଯୋଗ ଦେବା ପରେ ସାଂସଦ ଏବଂ ବିଧାୟକ ହୋଇପାରିଛନ୍ତି।

ହେଲେ ଦୁଃଖର କଥା ଗତ କିଛିମାସ ଧରି ସୌମ୍ୟରଂଜନ ବିଜେଡି ଦଳ ଏବଂ ଏହାର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସେହିପରି ସେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନଙ୍କୁ ପୁରା ଟାର୍ଗେଟ କରିବାରେ ଲାଗିଛନ୍ତି। ସେ ତାଙ୍କର ଲେଖାରେ ଏବଂ ଭାଷଣରେ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିଛନ୍ତି।

ଏପରି ପରିସ୍ଥିତି ଦେଖି ବର୍ତ୍ତମାନ ବିଜେଡିର ବରିଷ୍ଠ ନେତାମାନେ ଧିରେ ଧିରେ ତାଙ୍କୁ ବିରୋଧ କରିବା ଆରମ୍ଭ କରିଲେଣି। ପୂର୍ବରୁ ତାଙ୍କର ଚିରାଚରିତ ପ୍ରତିଦ୍ବନ୍ଦି ଅନୁଭବ ପଟ୍ଟନାୟକ ବିରୋଧ କରିଆସୁଥିଲେ। ହେଲେ ଏବେ ସେଥିରେ ଯୋଡି ହେଲେଣି ଅରୁଣ ସାହୁ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକଙ୍କ ପରି ବରିଷ୍ଠ ନେତା। ସେମାନେ ସିଧା ସୌମ୍ୟରଂଜନ ପଟ୍ଟନାୟକ ଜଣେ ବ୍ଲାକମେଲର ବୋଲି କହି ବୁଲିଲେଣି।

ଅରୁଣ ଏବଂ ଅତନୁ ସୌମ୍ୟରଂଜନ ଜଣେ ସୁବିଧାବାଦୀ ନେତା ବୋଲି କହିଲେଣି। ତାଙ୍କୁ ମନ୍ତ୍ରୀ ପଦ ମିଳି ନ ଥିବାରୁ ସେ ବାଉଳି ହେଉଛନ୍ତି ବୋଲି ଅରୁଣ ସାହୁ ମନ୍ତବ୍ୟ ଦେଲେଣି। ସେତିକି ନୁହେଁ ସୌମ୍ୟବାବୁଙ୍କୁ ଯାହାକିଛି ବିରୋଧ କରିବା କଥା ଏହି ଦୁଇଜଣ କହିସାରିଲେଣି। ଭବିଷ୍ୟତରେ ଆହୁରି କିଛି ନେତା ମଧ୍ୟ ତୁଣ୍ଡ ଖୋଲିବେ ବୋଲି ଆଭାସ ମିଳିସାରିଲାଣି।

ସୌମ୍ୟରଂଜନ ଦଳ ଭିତରେ ରହି ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ସେମାନେ ପ୍ରଶ୍ନ ଉଠାଇଲେଣି। ବିଜେଡିର ଏପରି ନେତାମାନେ ସୌମ୍ୟଙ୍କୁ ବିରୋଧ କଲେଣି ଅର୍ଥ ଦଳ ଭିତରେ କିଛି ବିଚାର ଚାଲିଥିବାର ଅନୁମାନ କରିହେଉଛି। ସେଥିପାଇଁ ରାଜନୈତିକ ସମୀକ୍ଷକମାନେ ସୌମ୍ୟରଂଜନଙ୍କ ଭବିଷ୍ୟତକୁ ନେଇ ଅବଗଣନା ଆରମ୍ଭ କରିସାରିଲେଣି। ଯଦି ସୌମ୍ୟରଂଜନ ବିଜେଡିରୁ ବହିସ୍କୃତ ହୁଅନ୍ତି ତେବେ ତାଙ୍କର ରାଜନୌତିକ ଭବିଷ୍ୟତ ସଂପୂର୍ଣ୍ଣ ଅନ୍ଧକାର ହୋଇଯିବ ବୋଲି ଅନୁମାନ କରିସାରିଲେଣି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ପାଖକୁ ଧାଇଁ ଧାଇଁ ହତାସ ହେବା ପରେ ବିଳିବିଳେଇ ହେଉଛନ୍ତି ସୌମ୍ୟରଂଜନ

ଭୁବନେଶ୍ବର: ଓଡିଶା ରାଜନୀତିରେ ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ଆଜି ଦିନତମାମ ଚାଲିଛି ଆଲୋଚନା। ସଂପାଦକୀୟରେ ସୌମ୍ୟରଂଜନଙ୍କର ସେହି ପୁରୁଣା ରୋଗ, ‘ବିଜେଡି ଭଲ ନାହିଁ’, ‘ପାଣ୍ଡିଆନ କାହିଁକି ଗସ୍ତ କରୁଛନ୍ତି’ ଇତ୍ୟାଦି ଲେଖିଛନ୍ତି। ସେ ପୂର୍ବରୁ ଅନେକ ଥର ଏହିପରି ନବୀନଙ୍କୁ, ବିଜେଡିକୁ କିମ୍ବା ପାଣ୍ଡିଆନଙ୍କୁ ଟାର୍ଗେଟ କରି ଲେଖିଛନ୍ତି। ତାପରେ ସେ ଚୁପ ହୋଇଯାଆନ୍ତି।

ତେବେ ଆଶ୍ଚର୍ଯ୍ୟର କଥା ସେ କଣ ଲେଖିଲେ ତାହା ଆଲୋଚନା ନ ହୋଇ ସେ କାହିଁକି ଏପରି ଲେଖିଲେ ସେ ନେଇ ବେଶୀ ଚର୍ଚ୍ଚା ଚାଲିଛି। କାରଣ ସୌମ୍ୟବାବୁ ପାଣ୍ଡିଆନଙ୍କ ପାଖକୁ ଧାଇଁ ଧାଇଁ ହତାସ ହେବା ପରେ ସେ ଏପରି କଥା ଲେଖିଛନ୍ତି ବୋଲି ସମସ୍ତଙ୍କର ଧାରଣା। ସମସ୍ତେ ଜାଣନ୍ତି ସେ ଜଣେ ସୁବିଧାବାଦୀ ନେତା। ଯେଉଁଠି ସୁବିଧା ମିଳିବ ସେଠାରେ ସେ ନତମସ୍ତକ ହେବାରେ କିଛି ଅସୁବିଧା ନାହିଁ। ଏବେ ସେ ବିଭିନ୍ନ ସମୟରେ ବିଳିବିଳେଇ ହେବାର କାରଣ ହେଲା ତାଙ୍କୁ କାହିଁକି ମନ୍ତ୍ରୀ କରାଯାଉ ନାହିଁ।

୨୦୧୯ ସାଧାରଣ ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ସୌମ୍ୟରଂଜନ ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ସେ ରାଜ୍ୟସଭାକୁ ନିର୍ବାଚିତ ହେଲେ। ପରବର୍ତ୍ତି ସମୟରେ ସେ ବିଧାୟକ ହେବାକୁ ଇଚ୍ଛା କରିବାରୁ ତାଙ୍କୁ ଖଣ୍ଡପଡା ଟିକେଟ ଦିଆଗଲା। ସମସ୍ତେ ଜାଣନ୍ତି ଯେ ଏହି ସଫଳତା ହାସଲ କରିବା ପାଇଁ ସୌମ୍ୟବାବୁ ରାତିରେ ନବୀନ ନିବାସ ଆସି ପାଣ୍ଡିଆନଙ୍କ ସହିତ ବାରମ୍ବାର ଆଲୋଚନା କରିଛନ୍ତି। ତାଙ୍କର ଆର୍ଶିବାଦରେ ସେ ରାଜନୀତିରେ ଏକ ପରିଚୟ ପାଇଛନ୍ତି।

ହେଲେ ଯେଉଁ ପାଣ୍ଡିଆନଙ୍କ ପାଇଁ ସେ ସଫଳତା ହାସଲ କଲେ ତାଙ୍କୁ ସୌମ୍ୟବାବୁ ଟାର୍ଗେଟ କରିବା କେତେଦୂର ଯୁକ୍ତିଯୁକ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପାଣ୍ଡିଆନଙ୍କ ପାଇଁ ରାଜ୍ୟସଭା ଗଲ, ତାଙ୍କ ପାଇଁ ବିଧାୟକ ହେଲ, ହେଲେ ରାଗ ହେଲା ସେହି ପାଣ୍ଡିଆନ କଣ ପାଇଁ ତାଙ୍କୁ ମନ୍ତ୍ରୀ କଲେ ନାହିଁ। ମନ୍ତ୍ରୀ ହେବା ପାଇଁ ସୌମ୍ୟରଂଜନଙ୍କ ବହୁଦିନ ଧରି ଏକ ବଡ ଅବଶୋଷ ହୋଇ ରହିଆସିଛି। ଯାହା ତାଙ୍କୁ ମିଳିପାରୁ ନାହିଁ।

ପ୍ରକୃତ କଥା ଦେଖିବାକୁ ଗଲେ ସୌମ୍ୟରଂଜନଙ୍କ ନିଜ ଦୋଷ ପାଇଁ ସେ ଏହି ମନ୍ତ୍ରୀପଦ ହାସଲ କରିପାରୁ ନାହାଁନ୍ତି। ତାଙ୍କ ପାଖରେ ମନ୍ତ୍ରୀ ହେବାର ସମସ୍ତ ପ୍ରକାରର ଗୁଣ ରହିଛି। ହେଲେ ଖୁଣ୍ଟା ମାରିବ ଦୋଷ ପାଇଁ ସେ ମନ୍ତ୍ରୀ ହୋଇପାରୁ ନାହାଁନ୍ତି।  ସେଥିପାଇଁ ଯେତେବେଳେ ତାଙ୍କର ମନ୍ତ୍ରୀ କଥା ମନେ ପଡିଯାଉଛି ସେତେବେଳେ ସେ ତାଙ୍କ ଖବର କାଗଜରେ ବିଳିବିଳେଇ ହୋଇ ରାଗ ସୁଝାଇ ଦେଉଛନ୍ତି। କେତେବେଳେ ମନ୍ତ୍ରୀ ବଡ ନା ସଚିବ ବଡ, ପୁଣି କେତେବେଳେ ମାଟି ବଡ ନା ପାର୍ଟି ବଡ ବୋଲି ଲେଖିଦେଉଛନ୍ତି।

ତେବେ ଏହି ଚର୍ଚ୍ଚା ଭିତରେ ବିଜେଡି ନେତା ଅନୁଭବ ପଟ୍ଟନାୟକ ସୌମ୍ୟରଂଜନଙ୍କ ଗୁମର ଖୋଲି ଦେଇଛନ୍ତି। ସେ ଲେଖିଛନ୍ତି ଯେ, ସୌମ୍ୟରଂଜନ ରାଜ୍ୟସଭାରୁ ବିଧାୟକ ହେବା ପାଇଁ ନବୀନ ନିବାସରେ ବହୁତ ଗୁହାରି କରିଥିଲେ। ଏପରିକି ସେ ପ୍ରାୟ ଦଶ ଜଣଙ୍କ ସମ୍ମୁଖରେ ବିଧାୟକ ଟିକେଟ ନେବା ପାଇଁ ହାତଯୋଡି ଅନୁରୋଧ କରିଥିଲେ। ସେହି ସମୟରେ ସେ ନିଜେ ସେଠାରେ ଉପସ୍ଥିତ ଥିଲେ ବୋଲି ଅନୁଭବ ତାଙ୍କ ଟୁଇଟରରେ ଉଲ୍ଲେଖ କରିଛନ୍ତି।

ଏଥିରୁ ସ୍ପଷ୍ଟ ଯେ, ସୌମ୍ୟରଂଜନ ଯେତେବେଳେ ବିଜେଡିକୁ ଆସିଲେ ସେତେବେଳେ ସେ ପାଣ୍ଡିଆନଙ୍କ କ୍ଷମତା କଣ ଭଲ ଭାବରେ ଜାଣିଥିଲେ।କ୍ଷମତା ହାସଲ ପାଇଁ ସେ ବାରମ୍ବାର ପାଣ୍ଡିଆନଙ୍କ ଶରଣ ପଶିଲେ। ପରିଶେଷରେ ସେ ସେହି ପାଣ୍ଡିଆନଙ୍କ ପାଇଁ ରାଜନୀତିରେ ନିଜର ସ୍ଥିତିକୁ ଜାହିର କଲେ। ହେଲେ ସେତେବେଳେ ପାଣ୍ଡିଆନଙ୍କ କାମ ତାଙ୍କୁ ଭଲ ଲାଗୁଥିବା ବେଳେ ଏବେ କାହିଁ ସେ କଥା ତାଙ୍କର ହଜମ ହେଉ ନାହିଁ ବୁଝାପଡୁ ନାହିଁ।

ଯଦି ବିଜେଡି ଏବଂ ପାଣ୍ଡିଆନଙ୍କ ପ୍ରତି ସୌମ୍ୟରଂଜନଙ୍କ ଏତେ ଅସନ୍ତୋଷ ରହିଛି ଏବଂ ଦଳର ନିତି ଆଦର୍ଶ ସହିତ ଖାପ ଖୁଆଇପାରୁ ନାହାଁନ୍ତି ତେବେ ସେ ଦଳରୁ ଇସ୍ତଫା ଦେଇଦେବା ଉଚିତ। ସେ ସ୍ବାଧୀନ ଭାବେ ଓଡିଶାର କୌଣସି ନିର୍ବାଚନ ମଣ୍ଡଳୀରୁ ଏଥର ଛିଡା ହୋଇ ନିଜର ପ୍ରତିପତି ଦେଖାଇ ଦେବା ଉଚିତ। ଯଦି ସେ ସ୍ବାଧୀନ ଭାବେ ବିଜୟ ଲାଭ କରନ୍ତି ତେବେ ଲୋକେ ଜାଣିବେ ଯେ, ସୌମ୍ୟରଂଜନଙ୍କର ପତିୟାରା ରହିଛି, ଲୋକପ୍ରିୟତା ରହିଛି।

ହେଲେ ସୌମ୍ୟରଂଜନ ସେତିକି କେବେ କରିପାରିବେ ନାହିଁ। କାରଣ ସେ ଜାଣନ୍ତି ବିନା ବିଜେଡିରେ ତାଙ୍କର ନିର୍ବାଚନ ଜିତିବା କେବେ ସମ୍ଭବ ହେବ ନାହିଁ। କେବଳ ମଝିରେ ମଝିରେ ଏପରି ବାଣ ଛାଡି ରାଜନୈତିକ ପରିବେଷକୁ ହଟଚମଟ କରିବେ ସିନା ସ୍ବାଧୀନ ଭାବେ କିଛି କରିପାରିବେ ନାହିଁ। ମଝିରେ ମଝିରେ ସେ ଏପରି ଖୁଣ୍ଟା ମାରିବାରେ ଲାଗିଛନ୍ତି। ହେଲେ ଯେତେବେଳେ ରାମକୃଷ୍ଣ ପଟ୍ଟନାୟକ, ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ କରି ଦାମୋଦର ରାଉତ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ କଥା ମନେ ପଡିଯାଉଛି ସେତେବେଳେ ସେ ଚୁପ ହୋଇ ପଡୁଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସର ସମସ୍ତ ବିଧାୟକ ବିଜେଡିରେ ମିଶିବେ ବୋଲି କହିଲେ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: କଂଗ୍ରେସରେ ବର୍ତ୍ତମାନ ଯେଉଁ ନଅ ଜଣ ବିଧାୟକ ଅଛନ୍ତି ସେମାନେ କୁଆଡେ ସମସ୍ତେ ବିଜେଡିରେ ମିଶିବେ। ଏପରି ଏକ ଥଟ୍ଟା ପରିହାସରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, କଂଗ୍ରେସର ବିଧାୟକ ଦଳର ନେତାଙ୍କଠାରୁ ଆରମ୍ଭ କରି ତଳ ନେତା ପର୍ଯ୍ୟନ୍ତ ସମସ୍ତେ ବିଜେଡିକୁ ଡେଇଁବେ ବୋଲି ଅନେଇ ବସିଛନ୍ତି।

ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ ଓଡିଶାରେ କୌଣସି ଦଳ ଜିତିପାରିବ ନାହିଁ। କାରଣ ଯେଉଁ ବିରୋଧୀ ଦଳ ଅଛନ୍ତି ସେମାନେ ଜିତିବା ପରି କାମ କଲେ ସିନା ଜିତିବେ। ସେମାନେ ହାରିବା ପରି କାମ କରି ହାରୁଛନ୍ତି। ନିର୍ବାଚନରେ ଜିତିବାକୁ ହେଲେ ଅନ୍ୟକୁ ହରାଇବାକୁ ପଡିବ। ହେଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆମ ଦଳକୁ ହରାଇବା ପରି କୌଣସି ଦଳ ନାହିଁ। ନିର୍ବାଚନ ଜିତିବାର ତରିକା ବିରୋଧୀ ଦଳ କେହି ବୁଝି ପାରୁ ନାହାଁନ୍ତି।

ଯେଉଁ ନେତାମାନେ ଜିତିବାର ଶକ୍ତି ରହିଛି ସେମାନଙ୍କୁ ଆମ ଦଳ କୋଳେଇ ନେଉଛି। ଫଳରେ ସେମାନେ ଆମ ପାଖରେ ଜିତୁଛନ୍ତି। ସେହିପରି ବିଜେପିକୁ କଟୁ ସମାଲୋଚନା କରି ସୌମ୍ୟରଂଜନ କହିଛନ୍ତି ଯେ, ବିଜେପି ଆଉ ଦଳ ହୋଇ ରହି ନାହିଁ। ସେମାନଙ୍କ ପାଖରେ କାହାକୁ ହରାଇବାର ଶକ୍ତି ନାହିଁ। ଆମ ନେତା ନବୀନ ପଟ୍ଟନାୟକଙ୍କୁ ସାରା ଓଡିଶାର ଲୋକେ ଭଲ ପାଉଛନ୍ତି। ସେଥିବା ପର୍ଯ୍ୟନ୍ତ ଆମ ଦେହରେ କେହି ଟିପ ଦେଇପାରିବ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘ବିଜେପିର ଯାତ୍ରା’ ପୁସ୍ତକକୁ ଉନମୋଚନ କଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: ଆଜି ‘ଅମିତ ସାହା ଏବଂ ବିଜେପି ଯାତ୍ରା’ ପୁସ୍ତକର ଓଡିଆ ଅନୁବାଦକୁ ଉନମୋଚନ କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ସେ ଏହି ଉତ୍ସବର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଏହି ପୁସ୍ତକୁ ଉନମୋଚନ କରିଛନ୍ତି।

ଭୁବନେଶ୍ବରର ମେ ଫାୟାର କନଭେନସନ ହଲରେ ଆୟୋଜିତ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ସମୀର ମହାନ୍ତି ଏବଂ ସାମ୍ବାଦିକ ସପନ ଦାସଗୁପ୍ତା ମଧ୍ୟ ଯୋଗ ଦେଇଥିଲେ।

ହିନ୍ଦି ଓ ଇଂରାଜୀରେ ଏହି ପୁସ୍ତକକୁ ରଚନା କରିଛନ୍ତି ଅର୍ନିବାଣ ଗାଙ୍ଗୋଲି ଏବଂ ଶିବାନନ୍ଦ ଦ୍ବିବେଦୀ। ଯାହାର ଓଡିଆ ଅନୁବାଦ କରାଯାଇଛି। ଏହି ଉତ୍ସବରେ ସୌମ୍ୟରଂଜନ ଯୋଗ ଦେଇ ଅମିତ ସାହାଙ୍କ ରଣନୀତିକୁ ବେଶ ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ, ଏହି ପୁସ୍ତକଟି କେବଳ ବିଜେପି ନୁହେଁ ଅନ୍ୟ ଦଳର ନେତା ମଧ୍ୟ ପାଠ କରିବା ଉଚିତ। କାରଣ ଜଣେ ସଫଳ ନେତା ହେବା ପାଇଁ ଯାହା ଦରକାର ତାହା ଏହି ପୁସ୍ତକରେ ରହିଛି। ତେବେ ବିଜେଡି ବିଧାୟକ ଭାବେ ବିଜେପି ଯାତ୍ରା ପୁସ୍ତକୁ ଉନମୋଚନ କରିବା ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧରା ପଡିଗଲା ସାଂସଦ ଅଚ୍ୟୁତ ସାମନ୍ତ ଓ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ କଂଗ୍ରେସ ପ୍ରୀତି

ଭୁବନେଶ୍ବର: ବର୍ତ୍ତମାନ ଓଡିଶା କଂଗ୍ରେସର ସଭାପତି କିଏ ହେବ ଯେତିକି ଚର୍ଚ୍ଚାରେ ନାହିଁ, ତାହାଠାରୁ ଅଧିକ ଚର୍ଚ୍ଚା ହେଉଛି ରାହୁଳ ଗାନ୍ଧୀଙ୍କ ମତାମତ ସଂଗ୍ରହ। ରାଜ୍ୟ କଂଗ୍ରେସର କିଏ ସଭାପତି ହେବ ସେ ନେଇ ରାହୁଳ ବିଜେଡିର ଦୁଇଜଣ ନେତାଙ୍କ ମତ ନେଇଛନ୍ତି। ସେହି ଦୁଇ ଜଣ ହେଲେ ସାଂସଦ ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ।

ତେବେ ଏହି ଘଟଣାକୁ ନେଇ ସାଧାରଣରେ ଦୁଇଟି ପ୍ରଶ୍ନ ଉଠିଛି। ତାହା ହେଲା ରାହୁଳ ଗାନ୍ଧୀ କଣ ପାଇଁ ବିଜେଡି ନେତାଙ୍କ ମତାମତ ସଂଗ୍ରହ କଲେ। କଂଗ୍ରେସ ସଭାପତି କିଏ ହେବ ତାହା ତାଙ୍କ ଦଳୀୟ ନେତା ଠିକ କରିବା କଥା। ହେଲେ ବିଜେଡି ନେତାଙ୍କ ମତ ନେବା ସମସ୍ତଙ୍କୁ ବହୁ ଅଡୁଆ ଲାଗିଛି। ରାହୁଳ ପ୍ରତିଦ୍ବନ୍ଦି ଦଳର ନେତାମାନଙ୍କୁ ଦଳିୟ ବ୍ୟାପାରରେ ପୁରାଇବା ଠିକ ହୋଇଛି କି ?

ଦ୍ବିତୀୟ ପ୍ରଶ୍ନ ଉଠିଛି ଯେ, ଯଦି ରାହୁଳ ଗାନ୍ଧୀ ବିଜେଡି ନେତାଙ୍କ ମତ ନେଲେ, ତେବେ  ଅଚ୍ୟୁତ ସାମନ୍ତ ଆଉ ସୌମ୍ୟରଂଜନ ପଟ୍ଟନାୟକ କାହିଁକି ? ବିଜେଡିର ଅନେକ ଟାଣୁଆ, ଅଭିଜ୍ଞ ତଥା ବରିଷ୍ଠ ନେତା ରହିଛନ୍ତି। ଭର୍ତ୍ତୁହରି ମହତାବ, ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସରୁ ଆସିଥିବା ପିନାକୀ ମିଶ୍ରଙ୍କ ପରି ନେତା ତଥା ସାଂସଦ ଅଛନ୍ତି। ହେଲେ ଏମାନଙ୍କୁ କାହାକୁ ନ ପଚାରି ରାହୁଳ ଏହି ଦୁଇ ଜଣଙ୍କର ମତ କାହିଁକି ନେଲେ?

ଏହି ଦୁଇ ବିଜେଡି ନେତାଙ୍କ ମଧ୍ୟରୁ ପ୍ରଥମେ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପାଖକୁ ଯିବା। ସୌମ୍ୟରଂଜନ 1996 ମସିହାରେ କଂଗ୍ରେସ ଦଳରୁ ଭୁବନେଶ୍ବର ସାଂସଦ ଥିଲେ। ହେଲେ ସେ ସମୟର ଆଉ ବର୍ତ୍ତମାନର କଂଗ୍ରେସରେ ବହୁତ ପରିବର୍ତ୍ତନ ହୋଇସାରିଛି। ପୁଣି ସୌମ୍ୟବାବୁ ତା ଭିତରେ କେତେକ ଦଳ ପରିବର୍ତ୍ତନ କରି ବିଜେଡିକୁ ଆସିଛନ୍ତି। ସେଥିପାଇଁ ବିଜ୍ଞାନ କହୁଛି ବର୍ତ୍ତମାନ କଂଗ୍ରେସ ନେତୃତ୍ବ ସହିତ ସୌମ୍ୟବାବୁଙ୍କ ଆଉ ଯୋଗାଯୋଗ ରହିବା କଥା ନୁହେଁ। ହେଲେ ସୌମ୍ୟ ରଂଜନଙ୍କ ଏବେବି କଂଗ୍ରେସ ସହିତ ଯୋଗାଯୋଗ ରହିଥିବାର ଜଣାପଡିବା ପରେ ରାଜନୈତିକ ପାଣିପାଗକୁ ଗରମ କରିଛି।

ଦ୍ବିତୀୟରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରସଂଗକୁ ଯିବା। ତାଙ୍କର ରାଜନୈତିକ କ୍ୟାରିୟର ଏହି ବିଜେଡିରୁ ଆରମ୍ଭ। ହେଲେ ଏହା ସ୍ବୀକାର କରିବାକୁ ପଡିବ ଯେ, ରାଜନୀତି ପୂର୍ବରୁ ତାଙ୍କର ଦିଲ୍ଲୀ ଦରବାରରେ ବେଶ ଦବଦବା ରହିଛି। ହେଲେ କଂଗ୍ରେସ ସଭାପତି କିଏ ହେବ ସେ ନେଇ ରାହୁଳ ଗାନ୍ଧୀ ଅଚ୍ୟୁତଙ୍କ ସହିତ କଥା ହେବା ଆଉ ଏକ ଆଶ୍ଚର୍ଯ୍ୟ। କାରଣ ଅଚ୍ୟୁତଙ୍କ ବହୁ ପୂର୍ବରୁ ବହୁ ବିଜେଡି ନେତା ରାଜନୀତିରେ କ୍ୟାରିୟର ଆରମ୍ଭ କରିଛନ୍ତି। ଯେଉଁମାନଙ୍କର ରାହୁଳଙ୍କୁ ପରାମର୍ଶ ଦେବାରେ ବହୁ ଦକ୍ଷତା ତଥା ଅଭିଜ୍ଞତା ରହିଛି। ହେଲେ ରାହୁଳ ଅଚ୍ୟୁତଙ୍କ ଉପରେ ଭରସା କରିବା ଭିନ୍ନ ଦୃଷ୍ଟିଭଙ୍ଗୀ ତିଆରି କରିଛି।

ଏସବୁ ଭିତରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଅଚ୍ୟୁତ ସାମନ୍ତ ଏବଂ ସୌମ୍ୟରଂଜନ ଉଭୟ କଂଗ୍ରେସ ସହିତ ଯୋଗାଯୋଗରେ ରହିଛନ୍ତି। ଖାଲି ଯୋଗାଯୋଗ ନୁହେଁ ପୁରା ଭଲ ଯୋଗାଯୋଗରେ ଅଛନ୍ତି। ଉଚ୍ଚ ନେତୃତ୍ବ ସ୍ତରରେ ସେମାନଙ୍କର ପହଁଚ ଅଛି ବୋଲି ପ୍ରମାଣିତ ହୋଇଛି। ତେବେ ସେମାନେ ବିଜେଡିରେ ରହି କଂଗ୍ରେସ ସହିତ ଯୋଗାଯୋଗରେ କାହିଁକି ରହିଲେ? ଏହା ନିଶ୍ଚିତ ବଡ ପ୍ରଶ୍ନବାଚୀ।

ଏହାର କାରଣ ଖୋଜିଲେ ସ୍ବୀକାର କରିବାକୁ ପଡିବ ଯେ, ଏହି ଦୁଇ ଜଣଙ୍କର ମୁଖ୍ୟମନ୍ତ୍ରୀ ହେବା ପାଇଁ ମନ ବେଶ ଛଟପଟ ହେଉଛି। ହେଲେ ଉଭୟ ନିଶ୍ଚିତ ହୋଇଛନ୍ତି ଯେ, ବିଜେଡିରେ ରହିଲେ ସେମାନଙ୍କର ଏହି ଆଶା ପୂରଣ ହୋଇପାରିବେ ନାହିଁ। ସୌମ୍ୟବାବୁ ହୃଦୟଙ୍ଗମ କରିସାରିଲେଣି ଯେ, ସେ ବିଜେଡିରେ ରହିଲେ ମୁଖ୍ୟମନ୍ତ୍ରୀ ଛାଡନ୍ତୁ ମନ୍ତ୍ରୀ ମଧ୍ୟ ହୋଇ ପାରିବେ ନାହିଁ। ସେହିପରି ଅଚ୍ୟୁତ ମଧ୍ୟ ଭାବି ସାରିଲେଣି ଯେ, ତାଙ୍କର ବିଜେଡିରେ କେବଳ ସାଂସଦ ବିଧାୟକ କିମ୍ବା ବେଶୀ ହେଲେ ମନ୍ତ୍ରୀ ଭିତରେ ସୀମିତ ରହିବ। ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯିବା ବିଜେଡିରେ ସମ୍ଭବ ହେବ ନାହିଁ।

ଏସବୁ ବିଚାର କରି ଉଭୟ ସୌମ୍ୟବାବୁ ଏବଂ ଅଚ୍ୟୁତ ସାମନ୍ତ ନିଜ ନିଜ ରାସ୍ତାରେ କଂଗ୍ରେସ ସହିତ ଭଲ ଯୋଗାଯୋଗରେ ଅଛନ୍ତି। କାରଣ ସେମାନେ ଭଲଭାବେ ଜାଣିଛନ୍ତି ଯେ, ବର୍ତ୍ତମାନ କଂଗ୍ରେସ ଦଳର କେହି ମୁଖିଆ ନାହିଁନ୍ତି। ଅନ୍ୟପଟେ ଗାଁ ଗହଳିରେ କଂଗ୍ରେସ ଦଳର କିଛି ପକେଟ ଭୋଟ ମଧ୍ୟ ରହିଛି। ସେଥିପାଇଁ ଏହି ଦଳକୁ ଡିଆଁମାରି ଗଡ ସମ୍ଭାଳି ଦେଲେ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ହୁଏତ ସାକାର ହୋଇପାରିବ।

ସେହି ଆଶା କରି ଉଭୟ ଭିନ୍ନ ଭିନ୍ନ ରାସ୍ତାରେ କଂଗ୍ରେସ ସହିତ ଭଲ ସଂପର୍କ ରଖିବାରେ ଲାଗିଛନ୍ତି। ଯାହାକୁ ବିଧାୟକ ସୁର ରାଉତରାୟ ପଦାରେ ପକାଇ ଦେଇ ସେମାନଙ୍କ ଗଣିତକୁ ଭୁଲଭାଲ କରି ପକାଇଛନ୍ତି। ହେଲେ ଏ ଭଳି ନେତାଙ୍କୁ ବିଜେଡି ବେଶ ସତର୍କ ରହିବାର ଆବଶ୍ୟକତା ରହିଛି।