Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତୀୟ କିଷାନ୍ ୟୁନିଅନରୁ ବହିଷ୍କୃତ ହେଲେ ରାକେଶ ଟିକାଏତ, ସଂଗଠନରେ ହେଲା ବଡ ପରିବର୍ତ୍ତନ
ବିଶେଷ ଖବର

ଭାରତୀୟ କିଷାନ୍ ୟୁନିଅନରୁ ବହିଷ୍କୃତ ହେଲେ ରାକେଶ ଟିକାଏତ, ସଂଗଠନରେ ହେଲା ବଡ ପରିବର୍ତ୍ତନ

May 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ ବିରୁଦ୍ଧରେ ଦୀର୍ଘ ଦିନ ଧରି ଚାଷୀଙ୍କ ଆନ୍ଦୋଳନର ସୂତ୍ରଧାର ରହିଆସିଥିବା ଭାରତୀୟ କିଷାନ ୟୁନିଅନ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଯେ, ଦେଶର ଏହି ବଡ କୃଷକ ସଂଗଠନକୁ ବର୍ତ୍ତମାନ ଦୁଇଟି ଦଳରେ ବିଭକ୍ତ କରାଯାଇଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୃଷକ ଆନ୍ଦୋଳନର ପ୍ରମୁଖ ଚେହେରା ଥିବା ରାକେଶ ଟିକାଏତ ଏବଂ ତାଙ୍କ ଭାଇ ନରେଶ ଟିକାଏତଙ୍କୁ ଅଲଗା କରାଯାଇଛି। ଚୌଧୁରୀ ମହେନ୍ଦ୍ର ସିଂ ଟିକାଏତଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଏହି ସଂଗଠନରେ ପୁନର୍ଗଠନ କରାଯାଇଛି।

ରାଜେଶ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ନୌରେ ଭାରତ କିଷାନ ୟୁନିଅନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଭାରତୀୟ କିଷାନ ୟୁନିଅନ (ଅଣରାଜନୈତିକ) ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସଂଗଠନର ସଭାପତି ମଧ୍ୟ ନିଜେ ରାଜେଶ ସିଂ ଚୌହାନ। ବର୍ତ୍ତମାନ ପର୍ଯ୍ୟନ୍ତ ନରେଶ ସିଂ ଟିକାଏତ ଭାରତୀୟ କିଷାନ ୟୁନିଅନର ସଭାପତି ଥିଲେ। ଭାରତୀୟ କିଷାନ ୟୁନିଅନର ଏହି ବୈଠକରେ ନରେଶ ଟିକାଏତ ଏବଂ ରାକେଶ ଟିକାଏତ ଉପସ୍ଥିତ ନଥିଲେ।

ଏହା କୁହାଯାଇଥିଲା ଯେ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଅଂଶଗ୍ରହଣ କରିଥିବା ସମସ୍ତ କୃଷକ ନେତା ବିଶେଷ କରି ରାକେଶ ଟିକାଏତଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ଟିକାଏତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ, ରାକେଶ ଟିକାଏତ ଏହି ଆନ୍ଦୋଳନର ବ୍ୟକ୍ତିଗତ ଲାଭ ଉଠାଇଛନ୍ତି। ସେ ବିଭିନ୍ନ ଦଳର ମଞ୍ଚରେ ଅଂଶଗ୍ରହଣ କରୁଥିଲେ। ଏସବୁ ଅଭିଯୋଗ କରି ବୈଠକରେ ଏକ ପ୍ରସ୍ତାବ ଅଣାଯାଇଥିଲା ଏବଂ ଏହା ପରେ ଏହି ବଡ ପରିବର୍ତ୍ତନ କରାଯାଇଥିଲା। ବୈଠକରେ ଦାବି କରାଯାଇଛି ଯେ, ଏହା ହେଉଛି ଭାରତୀୟ କିଷାନ ୟୁନିଅନର ମୂଳ ସଂଗଠନ, ଯେଉଁଥିରେ ସଭାପତିଙ୍କୁ ପରିବର୍ତ୍ତନ କରାଯାଇଛି। ଏହା ଏକ ନୂତନ ସଂଗଠନ ନୁହେଁ।

କୃଷି ଆଇନ ରାକେଶ ଟିକାଏତ
Share. Facebook Twitter LinkedIn Email WhatsApp Copy Link

Related Posts

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026

ଚାଷୀଙ୍କ ପାଇଁ କ୍ରଣ୍ଟାକ୍ଟ ଫାର୍ମିଂ କେତେ ଲାଭଦାୟକ?: ଦାମଠାରୁ ଚୁକ୍ତିର ସର୍ତ୍ତ ଯାଏଁ ଜାଣନ୍ତୁ ସବୁକିଛି

September 13, 2026

ବିଶ୍ୱ ବାଣିଜ୍ୟ ସଂଗଠନ (WTO) ମୁଖ୍ୟଙ୍କୁ ଭେଟିଲେ ପୀୟୁଷ ଗୋୟଲ 

September 13, 2026

ପଶ୍ଚିମବଙ୍ଗରେ ସ୍ଥାପନ ହେବ ଡିଆରଡିଓର ନୂଆ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର

September 13, 2026
Latest News

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ୍ ରିପୋର୍ଟ

September 13, 2026

ବ୍ରିକ୍ସ ସମ୍ମିଳନୀର ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

September 13, 2026

ଆଜିଠୁ କମିବ ବର୍ଷାର ପ୍ରକୋପ: କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

September 13, 2026

ୟୁଏଇ ଗସ୍ତ ଶେଷ: ଆଜି ଓଡ଼ିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ

September 13, 2026

ପୁଲିସ ପେଟ୍ରୋଲିଂ ଗାଡ଼ିକୁ ଆକ୍ରମଣ: କନେଷ୍ଟବଳ ଗୁରୁତର, ୨ ଡ୍ରଗ୍ସ ମାଫିଆ ଗିରଫ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.