Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା, କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ
ବିଶେଷ ଖବର

ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା, କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ

May 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି କଂଗ୍ରେସର ହାଇ କମାଣ୍ଡଙ୍କ ଉପରେ ଅସନ୍ତୋଷ ଥିବା ଗୁଜରାଟ ରାଜ୍ୟ ସଭାପତି ହାର୍ଦ୍ଦିକ ପଟେଲ ଇସ୍ତଫା ଦେଇଛନ୍ତି। ଟ୍ୱିଟ୍ କରି ହାର୍ଦ୍ଦିକ ପଟେଲ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ମୁଁ କଂଗ୍ରେସ ଦଳର ପଦବୀ ଏବଂ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି। ମୁଁ ନିଶ୍ଚିତ ଯେ ମୋର ନିଷ୍ପତ୍ତିକୁ ମୋର ସମସ୍ତ ସହକର୍ମୀ ଏବଂ ଗୁଜୁରାଟର ଲୋକମାନେ ସ୍ୱାଗତ କରିବେ। ମୋର ବିଶ୍ୱାସ ଯେ ମୋର ଏହି ପଦକ୍ଷେପ ପରେ ମୁଁ ଭବିଷ୍ୟତରେ ଗୁଜୁରାଟ ପାଇଁ ସକାରାତ୍ମକ କାର୍ଯ୍ୟ କରିବାକୁ ସମର୍ଥ ହେବି।

ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜୁରାଟରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏଭଳି ପରିସ୍ଥିତିରେ ହାର୍ଦ୍ଦିକଙ୍କ ଇସ୍ତଫା କଂଗ୍ରେସ ପାଇଁ ଏକ ଖରାପ ଖବର। ଗୁଜୁରାଟ କଂଗ୍ରେସରେ ଚାଲିଥିବା ବିବାଦ ଥମିବାରେ ନାମ ନେଉନାହିଁ। ହାର୍ଦ୍ଦିକ ପଟେଲଙ୍କ ନିକଟରେ ଦେଇଥିବା ବିବୃତ୍ତିରେ ସେ ଦଳ ଉପରେ ଅସନ୍ତୁଷ୍ଟ ଥିଲେ ଏବଂ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଥିଲା। ଏହା ପରେ ଖବର ଆସିଥିଲା ​​ଯେ, ବର୍ତ୍ତମାନ ପାର୍ଟି ଭିତରେ ସବୁକିଛି ସମାଧାନ ହୋଇଛି ଏବଂ ହାର୍ଦ୍ଦିକଙ୍କ ଅସନ୍ତୋଷ ହଟାଯାଇଛି। କିନ୍ତୁ ଚିନ୍ତନ ଶିବରରେ ଅଂଶଗ୍ରହଣ ନକରି ହାର୍ଦ୍ଦିକ ଦଳ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ସେ ଆଜି ଏହି ପଦବୀ ତଥା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ପ୍ରକାଶ ଥାଉ କି ରାହୁଲ ଗାନ୍ଧୀଙ୍କ ଗୁଜରାଟ ଗସ୍ତ ସମୟରେ ମଧ୍ୟ ସେ ବ୍ୟକ୍ତିଗତ ଭାବେ ହାର୍ଦ୍ଦିକ ପଟେଲଙ୍କୁ ଭେଟିନାହାଁନ୍ତି।

ପ୍ରକୃତରେ କଥା ହେଉଛି କଂଗ୍ରେସ ହାର୍ଦ୍ଦିକଙ୍କୁ ଏହାର କାର୍ଯ୍ୟକାରୀ ସଭାପତି କରିପାରିଛି, କିନ୍ତୁ ତାଙ୍କୁ କୌଣସି ଦାୟିତ୍ଵ ଦିଆଯାଇନଥିଲା। ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ କଣ କରିବାକୁ ପଡିବ, ସେକଥା ମଧ୍ୟ କୁହାଯାଇ ନଥିଲା। ଏହା ବ୍ୟତୀତ ହାର୍ଦ୍ଦିକ କହିଛନ୍ତି ଯେ, କିଛି କଂଗ୍ରେସ ନେତା ତାଙ୍କୁ କାମ କରିବାକୁ ଦେଉନାହାଁନ୍ତି। ରାଜ୍ୟରେ ଦଳର କେଉଁ କାର୍ଯ୍ୟକ୍ରମ ଚାଲିଛି ସେନେଇ ତାଙ୍କୁ ଅବଗତ କରାଯାଉ ନାହିଁ। ଏହା ବ୍ୟତୀତ ତାଙ୍କୁ କଂଗ୍ରେସର ଅନେକ ପୋଷ୍ଟରରେ ସ୍ଥାନ ଦିଆଯାଇ ନାହିଁ। ଏଗୁଡ଼ିକ ହେଉଛି ହାର୍ଦ୍ଦିକଙ୍କୁ ବ୍ୟଥିତ କରୁଥିବା ବିଷୟ।

ଇସ୍ତଫା କାର୍ଯ୍ୟକାରୀ ସଭାପତି ଗୁଜୁରାଟ ନିର୍ବାଚନ ହାର୍ଦ୍ଦିକ ପଟେଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

September 27, 2026

ମହିଳା ସଶକ୍ତିକରଣ ଓ ସହକାରିତା ସମ୍ପର୍କିତ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 27, 2026

ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା: ନିର୍ବାଚନ ଆୟୋଗ

September 27, 2026
Latest News

CJP ନେତା ଆଶୁତୋଷ ରାଙ୍କାଙ୍କୁ ଅଟକ ରଖିଲା ଆସାମ ପୋଲିସ

September 27, 2026

କାନାଡାରେ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୪ ଜଣଙ୍କ ମୃତ୍ୟୁ

September 27, 2026

ଜୀ-ସାର୍ଥକରେ ଆସୁଛି ଏକ ନିଆରା ପ୍ରେମ କାହାଣୀ: ଅକ୍ଟୋବର ୪ରେ ‘ଅଧୁରା ପ୍ରେମ କାହାଣୀ’ର ମହାପ୍ରିମିୟର

September 27, 2026

UNSCରେ ଭାରତର ସ୍ଥାୟୀ ସଦସ୍ୟତାକୁ ରୁଷର ସମର୍ଥନ

September 27, 2026

ପାଟ୍ରୋଲିଂ ବେଳେ ଧରାପଡ଼ିଲା ମଦ କାରବାର, ବିପୁଳ ବିଦେଶୀ ମଦ ସହ ଜଣେ ଗିରଫ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.