Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତରେ ବିଦେଶୀ ଚଳଚ୍ଚିତ୍ର ଶୁଟିଂକୁ ମିଳିବ ପ୍ରୋତ୍ସାହନ: ବିଭିନ୍ନ ଆକର୍ଷଣୀୟ ଯୋଜନା ହେଲା ଘୋଷଣା
ବିଶେଷ ଖବର

ଭାରତରେ ବିଦେଶୀ ଚଳଚ୍ଚିତ୍ର ଶୁଟିଂକୁ ମିଳିବ ପ୍ରୋତ୍ସାହନ: ବିଭିନ୍ନ ଆକର୍ଷଣୀୟ ଯୋଜନା ହେଲା ଘୋଷଣା

May 18, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି କାନ୍ସ ଚଳଚ୍ଚିତ୍ର ମହୋତ୍ସବ ମାର୍କେଟର ‘ମାର୍ସେ ଡୁ ଫିଲ୍ମ’ ପରିସରରେ ଇଣ୍ଡିଆ ପାଭିଲିଅନକୁ ଉଦଘାଟନ କରିଛନ୍ତି। ବିଦେଶୀ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଭାରତକୁ ଏକ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳୀରେ ପରିଣତ କରିବା ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଦୁଇଟି ଆର୍ଥିକ ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି। ଭାରତରେ ବିଦେଶୀ ଚଳଚ୍ଚିତ୍ରର ଶୁଟିଂ ଏବଂ ବିଦେଶୀ ସହପ୍ରଯୋଜନା ପାଇଁ ଏହି ପ୍ରୋତ୍ସାହନ ଯୋଜନା ଘୋଷଣା କରାଯାଇଛି। ଏହି ଦୁଇଟି ଯୋଜନା ହେଲା ଅଡିଓ-ଭିଜୁଆଲ ସହପ୍ରଯୋଜନା ପାଇଁ ପ୍ରୋତ୍ସାହନ ଯୋଜନା ଏବଂ ଭାରତରେ ବିଦେଶୀ ଚଳଚ୍ଚିତ୍ର ଶୁଟିଂ ପାଇଁ ପ୍ରୋତ୍ସାହନ ଯୋଜନା। ଭାରତୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ ଜଗତରେ ଥିବା ସମ୍ଭାବନାକୁ ଉଜାଗର କରିବାର ଲକ୍ଷ୍ୟ ନେଇ ଏହି ଯୋଜନା ଦୁଇଟି ଘୋଷଣା କରାଯାଇଛି।

ପ୍ରୋତ୍ସାହନ ଯୋଜନାର ବିଭିନ୍ନ ଦିଗ ବିଷୟରେ ସୂଚନା ଦେଇ ଶ୍ରୀ ଠାକୁର କହିଛନ୍ତି ଯେ, ଅନୁମତିପ୍ରାପ୍ତ ସହପ୍ରଯୋଜନା ପାଇଁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଯୋଜନା କମ୍ପାନୀମାନେ ଭାରତରେ ଖର୍ଚ୍ଚ ଯୋଗ୍ୟତା ହାସଲ ପାଇଁ ସର୍ବାଧିକ ୨ କୋଟି ଟଙ୍କା ପରିମାଣର ୩୦% ପର୍ଯ୍ୟନ୍ତ ଆର୍ଥିକ କ୍ଷତିପୂରଣ ଦାବି କରିପାରିବେ। ଭାରତରେ ବିଦେଶୀ ଚଳଚ୍ଚିତ୍ର ଶୁଟିଂ ପାଇଁ ଅତିରିକ୍ତ ୫% ବୋନସ ଦାବି କରାଯାଇପାରିବ ଯାହାକି ସର୍ବାଧିକ ୫୦ ଲକ୍ଷ ଟଙ୍କା (୬୫,୦୦୦ ଆମେରିକୀୟ ଡଲାର) ପର୍ଯ୍ୟନ୍ତ ହେବ। ଭାରତରେ ୧୫% କିମ୍ବା ତତୋଧିକ ଶ୍ରମଶକ୍ତିଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ଏହି ଅତିରିକ୍ତ ପ୍ରୋତ୍ସାହନ ସୁବିଧା ମିଳିବ। ଏସବୁ ଯୋଜନା ଭାରତ ସହିତ ବିଶ୍ବସ୍ତରୀୟ ସହଭାଗିତା ଏବଂ ବିଦେଶୀ ଚଳଚ୍ଚିତ୍ର ନିର୍ମାତାଙ୍କ ପକ୍ଷରୁ ନିବେଶ ଆକୃଷ୍ଟ କରିବ। ଏଥିସହିତ ଭାରତକୁ ଚଳଚ୍ଚିତ୍ର ନିର୍ମାଣର ଏକ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

(ନିମ୍ନରେ ଦିଆଯାଇଥିବା ସଂଲଗ୍ନକ ୧ରେ ଯୋଜନାର ବିସ୍ତୃତ ବିବରଣୀ ରହିଛି)

ଭାରତୀୟ ଚଳଚ୍ଚିତ୍ରର ଗଭୀର ସାମାଜିକ ଆଧାର ଉପରେ ଗୁରୁତ୍ବାରୋପ କରି ଶ୍ରୀ ଠାକୁର କହିଥିଲେ ଯେ, ଭାରତୀୟ ସିନେମାରେ ରହିଥିବା ସୃଜନଶୀଳତା, ଉତ୍କୃଷ୍ଟତା ଏବଂ ନବସୃଜନ ମାଧ୍ୟମରେ ସାମାଜିକ ଓ ଜାତୀୟ ଗୁରୁତ୍ବ ବହନ କରୁଥିବା ବିଭିନ୍ନ ପ୍ରସଙ୍ଗକୁ ସମ୍ବେଦନଶୀଳ ଢଙ୍ଗରେ ପରିବେଷଣ କରାଯାଇଛି। ସେ ଆହୁରି କହିଥିଲେ ଯେ ଭାରତୀୟ ସିନେମା ଭାରତୀୟ ଲୋକମାନଙ୍କର ମୂଲ୍ୟବୋଧ, ବିଶ୍ବାସ ଓ ଅନୁଭୂତିକୁ ପ୍ରତିଫଳିତ କରି ସେମାନଙ୍କୁ ଆଶା, ସ୍ବପ୍ନ ଓ ଉପଲବ୍ଧିକୁ ପ୍ରଦର୍ଶିତ କରିଛି। ଭାରତୀୟ ସଂସ୍କୃତିର ମୂଳଦୁଆ ସହ ଜଡ଼ିତ ରହି ଭାରତୀୟ ଚଳଚ୍ଚିତ୍ର ଜଗତ ବିଶ୍ବସ୍ତରରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ହାସଲ କରିବା ଭଳି ଅଭିବୃଦ୍ଧି ହାସଲ କରିଛି। ଆମର ପ୍ରାଚୀନ କାହାଣୀଗୁଡ଼ିକୁ ସଂରକ୍ଷିତ କରି ରଖିବା ସହିତ ପ୍ରଯୁକ୍ତି ମାଧ୍ୟମରେ ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କ କଳା ପ୍ରଦର୍ଶନରେ ଅନେକ ଅଭିନବତା ଆଣିପାରିଛନ୍ତି। ଭାରତୀୟ ଚଳଚ୍ଚିତ୍ର କେବଳ ୬ ହଜାର ବର୍ଷ ପୁରୁଣା ସଭ୍ୟତା ନୁହେଁ, କିମ୍ବା ୧୩୦ କୋଟି ଲୋକଙ୍କ କାହାଣୀ ନୁହେଁ ବରଂ କ୍ୟାମେରା ଲେନ୍ସ ମାଧ୍ୟମରେ ମାନବୀୟ ପ୍ରତିଭା, ବିଜୟ ଏବଂ ନୂତନ ଭାରତର ପ୍ରଗତି ଏଥିରେ ବର୍ଣ୍ଣିତ ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ଶ୍ରୀ ଠାକୁର ‘ୟେ ଜୱାନୀ ହୈ ଦିୱାନୀ’ ଚଳଚ୍ଚିତ୍ରର ଏକ ଡାଏଲଗ୍‌ ଉଲ୍ଲେଖ କରି କହିଥିଲେ ଯେ, ‘‘ଭାରତ କା ସିନେମା ଦୌଡ଼ା ଚାହତା ହୈ, ଉଡ଼ନା ଚାହତା ହୈ, ବସ୍‌ ରୁକନା ନେହିଁ ଚାହତା’’ (ଭାରତୀୟ ଚଳଚ୍ଚିତ୍ର ଦୌଡ଼ିବାକୁ ଚାହୁଁଛି, ଉଡ଼ିବାକୁ ଚାହୁଁଛି, କେବଳ ଅଟକିବାକୁ ଚାହୁଁନାହିଁ)। ଭାରତୀୟ ଚଳଚ୍ଚିତ୍ରର ସୁନ୍ଦର ଯାତ୍ରା ଅନେକ ବିଶ୍ବ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଅନୁପ୍ରାଣିତ କରିଛି ଏବଂ ୨୦୨୦ର ଦଶନ୍ଧି ଭାରତରେ କଳା ଓ  ଚଳଚ୍ଚିତ୍ର ନିର୍ମାଣ କରିବାର ଶ୍ରେଷ୍ଠ ସମୟ ନେଇ ଆସିଛି ବୋଲି ଶ୍ରୀ ଠାକୁର କହିଥିଲେ।

ସେ ଆହୁରି କହିଥିଲେ ଯେ, ବିଗତ କିଛି ବର୍ଷ ମଧ୍ୟରେ ଭାରତୀୟ ସିନେମାରେ ଆକାଶପାତାଳ ପରିବର୍ତ୍ତନ ଦେଖିବାକୁ ମିଳିଛି। ଷ୍ଟ୍ରିମିଂ ବିପ୍ଳବ ସାରା ଦେଶରେ ଦେଖିବାକୁ ମିଳିଛି। ଡିଜିଟାଲ ଏବଂ ଓଟିଟି ପ୍ଲାଟଫର୍ମର ଲୋକପ୍ରିୟତା ଚଳଚ୍ଚିତ୍ର ନିର୍ମାଣ, ବିତରଣ ଓ ପ୍ରଦର୍ଶନର ଧାରା ବଦଳାଇ ଦେଇଛି। ପୂର୍ବାପେକ୍ଷା ଭାରତୀୟ ଚଳଚ୍ଚିତ୍ରର ଗ୍ରାହକମାନଙ୍କ ପାଖରେ ଅନେକଗୁଡ଼ିଏ ସୁଯୋଗ ରହିଛି।

ଶ୍ରୀ ଠାକୁର କହିଥିଲେ ଯେ ଭାରତକୁ ଏକ ଲୋକପ୍ରିୟ ଚଳଚ୍ଚିତ୍ର ଲକ୍ଷ୍ୟସ୍ଥଳୀରେ ପରିଣତ କରିବା ଲାଗି ସରକାର ଦୃଢ଼ ସଂକଳ୍ପବଦ୍ଧ ରହିଛନ୍ତି। ଆମ ପାଖରେ ଏକ ଦୃଢ଼ ବୌଦ୍ଧିକ ସମ୍ପତ୍ତି ବ୍ୟବସ୍ଥା ରହିଛି। ଥିଏଟର ଓ ଚଳଚ୍ଚିତ୍ର ଭଳି ଉପଯୋଗ ଏବଂ ପ୍ରସାରଣ ଅନ୍ୟ ପ୍ରତିଷ୍ଠିତ ମାଧ୍ୟମଗୁଡ଼ିକ ସହିତ ଡିଜିଟାଲ ମାଧ୍ୟମ ବିଶେଷ ସହାୟକ ହେଉଛି। ଏହା ଉପଭୋକ୍ତାଙ୍କୁ ଅଧିକ ବିକଳ୍ପ ବାଛିବା ଲାଗି ସୁଯୋଗ ଦେଇଛି, ଯାହାକି ପୂର୍ବରୁ ଦେଖିବାକୁ ମିଳୁନଥିଲା। ଆମ ସରକାର ସୃଜନଶୀଳ ଉଦ୍ୟୋଗ କ୍ଷେତ୍ରକୁ ସହାୟତା ଯୋଗାଇ ଦେବା ପାଇଁ ଏହି ବ୍ୟବସ୍ଥାକୁ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛନ୍ତି।

ଶ୍ରୀ ଠାକୁର ଏହି ଅବସରରେ ସୂଚନା ଦେଇଥିଲେ ଯେ ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ମିଶନ ଜରିଆରେ ୨୨୦୦ରୁ ଅଧିକ ପୁରୁଣା ଚଳଚ୍ଚିତ୍ରର ପୁନରୁଦ୍ଧାର କରାଯାଇଛି। ଭାରତୀୟ ପାଭିଲିୟନ ପାଇଁ ଅଭିନନ୍ଦନ ଜଣାଇ ଶ୍ରୀ ଠାକୁର କହିଥିଲେ ଯେ, ଆପଣଙ୍କ ବିଶ୍ବାସ ଓ ପ୍ରୟାସ ବଳରେ ଏହା ସଫଳ ହୋଇଛି ଏବଂ ଏହା ଭାରତୀୟ ଚଳଚ୍ଚିତ୍ର ପାଇଁ ନୂଆ ପର୍ଯ୍ୟାୟ ଆରମ୍ଭ କରିବ।

କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଆଇ)ର ୫୩ତମ ସଂସ୍କରଣରର ପୋଷ୍ଟର ଉନ୍ମୋଚନ କରିଥିଲେ।

ଏହି ଅବସରରେ ଅଭିନେତ୍ରୀ ତମନ୍ନା ଭାଟିଆ, ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ, ଅଭିନେତ୍ରୀ ଦୀପିକା ପାଦୁକୋନ, ନିର୍ଦ୍ଦେଶକ ଶେଖର କପୁର, ଗୀତିକାର ପ୍ରସୂନ ଯୋଶୀ, ଅଭିନେତ୍ରୀ ପୂଜା ହେଗଡ଼େ, ବାଣୀ ତ୍ରିପାଠୀ, ନିର୍ମାତା ଓ ଅଭିନେତା ଆର. ମାଧବନ, ସଙ୍ଗୀତ ନିର୍ଦ୍ଦେଶକ ଏ.ଆର ରେହମାନ, ଅଭିନେତ୍ରୀ ଉର୍ବଶୀ ରୌତେଲା, ଲୋକସଙ୍ଗୀତ ଗାୟକ ମାମେ ଖାନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର ଏହି ଅବସରରେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜାୱେଦ ଅଶ୍ରଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ପାଠ କରିଥିଲେ। ସେ କହିଥିଲେ ଯେ, ଭାରତୀୟ ଚଳଚ୍ଚିତ୍ର ସଫ୍ଟ ପାୱାରର ଏକ ମାଧ୍ୟମ ରୂପରେ ଭାରତକୁ ଭଲ ଭାବେ ଜାଣିବାରେ ବିଶ୍ବକୁ ସହାୟକ ହୋଇଛି।

ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ସ୍କୁଲ ବହିରେ ତ୍ରୁଟି: ନିଲମ୍ବିତ ହେଲେ ପୂର୍ବତନ ନିର୍ଦ୍ଦେଶକଙ୍କ ସହ ତିନି ଅଫିସର, ୬ ଜଣଙ୍କ ବିରୋଧରେ..

June 26, 2026

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

ରାମ ମନ୍ଦିର ଦାନ ଚୋରି ମାମଲା: ୬ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ

June 25, 2026
Latest News

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.