Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନେହେରୁଙ୍କ ଉପରେ ଜେଏନୟୁର ପୂର୍ବତନ ପ୍ରଫେସର ପୁରୁଷୋତ୍ତମ ଅଗ୍ରୱାଲ କହିଲେ ଏପରି କଥା
ଜାତୀୟ ଖବର

ନେହେରୁଙ୍କ ଉପରେ ଜେଏନୟୁର ପୂର୍ବତନ ପ୍ରଫେସର ପୁରୁଷୋତ୍ତମ ଅଗ୍ରୱାଲ କହିଲେ ଏପରି କଥା

May 20, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନେହେରୁଙ୍କ ଉପରେ ଜେଏନୟୁର ପୂର୍ବତନ ପ୍ରଫେସର ପୁରୁଷୋତ୍ତମ ଅଗ୍ରୱାଲ କହିଲେ ଏପରି କଥା

ଭୁବନେଶ୍ୱର : ନେହେରୁ କେବଳ ଜଣେ ସଫଳ ଓ ଦୂରଦ୍ରଷ୍ଟା ପ୍ରଧାନମନ୍ତ୍ରୀ ନଥିଲେ, ସେ ଥିଲେ ସମଗ୍ର ବିଶ୍ୱରେ ଆଦର, ପ୍ରଶଂସା, ଓ ସ୍ୱୀକୃତି ପାଇଥିବା ଅଦ୍ୱିତୀୟ ରାଷ୍ଟ୍ରନୀତିଜ୍ଞ। ଆଜି କିଛି ରାଜନୈତିକ ଦଳ ଓ ବ୍ୟକ୍ତି ଆଧୁନିକ ଭାରତ ନିର୍ମାଣରେ ନେହେରୁଙ୍କ ଐତିହାସିକ ଅବଦାନକୁ ନ୍ୟୁନ କରି ଦେଖାଇବା ସହ ନିଜର ବିଫଳତା ଓ ଅଯୋଗ୍ୟତାକୁ ଲୁଚାଇବାକୁ ନେହେରୁଙ୍କ ନିନ୍ଦା କରି ଖସିଯିବାକୁ ଚାହୁଁଛନ୍ତି। ଏହାଠୁ ବଳି ବିଡ଼ମ୍ବନାର ବିଷୟ ଆଉ କିଛି ନହୋଇପାରେ ବୋଲି ଜୋର ଦେଇ କହିଛନ୍ତି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ତଥା ପ୍ରସିଦ୍ଧ ଲେଖକ ଓ ଚିନ୍ତକ ପୁରୁଷୋତ୍ତମ ଅଗ୍ରୱାଲ।

ପ୍ରଗତିଶୀଳ ସାହିତ୍ୟ ପତ୍ରିକା ‘ଅକ୍ଷର’ ଓ ଇନ୍‌ଷ୍ଟିଚ୍ୟୁଟ ଅପ୍ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ଆଲୋଚନା ଆସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଅଗ୍ରୱାଲ ନେହେରୁଙ୍କ ବିଶାଳ ବ୍ୟକ୍ତିତ୍ୱର ଅବତାରଣା କରିଥିଲେ । ଶହ ଶହ ବର୍ଷର ଶୋଷଣ, ଗୋଲାମୀ ଓ ପରାଧୀନତାରୁ ମୁକ୍ତି ପାଇଥିବା ଗୋଟେ ରାଷ୍ଟ୍ରକୁ କିପରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ କରାଯାଇ ପାରିବ, ତାହା ନେହେରୁଙ୍କ ପ୍ରାଥମିକ ଗୁରୁତ୍ୱ ଥିବାରୁ ସେ ଆଇଆଇଟି, ଆଇଆଇଏମ୍ ପରି ବୃହତ୍ ବୈଷୟିକ ଶିକ୍ଷାନୁଷ୍ଠାନ ସାଙ୍ଗକୁ ଏମ୍ସ ପରି ବିଶାଳ ମେଡ଼ିକାଲ କଲେଜ ଏବଂ ରାଉରକେଲା ଏବଂ ଭିଲାଇ ପରି ଇସ୍ପାତ କାରଖାନା ସାଙ୍ଗକୁ ହୀରାକୁଦ ନଦୀବନ୍ଧ ଓ ଅନେକ ବନ୍ଦର ଗଢି ତୋଳିଥିଲେ।

ଆର୍ଥିକ ଭାବେ ଦୁର୍ବଳ ଥିବା ଦେଶ ପାଇଁ ବିଭିନ୍ନ ଦେଶରୁ ଆର୍ଥିକ ଓ ପ୍ରଯୁକ୍ତିଗତ ସହାୟତା ଆଣି ରାଷ୍ଟ୍ରକୁ ଅଣ୍ଟା ସଳଖି ଛିଡ଼ା ହେବାର ଶକ୍ତି ଯୋଗାଇଥିଲେ। ନେହେରୁଙ୍କ ବୈଦେଶିକ ନୀତି ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା ଏବଂ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ନେତୃତ୍ୱ ନେଇ ସେ ଶାନ୍ତିପ୍ରତିଷ୍ଠା ଓ ସାର୍ବଭୌମତ୍ୱର ରକ୍ଷା ଦିଗରେ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଥିଲେ। ସମଗ୍ର ବିଶ୍ୱରେ ନେହେରୁଙ୍କ ବିଜ୍ଞତା, ବ୍ୟକ୍ତିତ୍ୱ ଓ ପ୍ରତ୍ୟୁତ୍ପନ୍ନମତିତା ନେଇ ପ୍ରଶସ୍ତି ଓ ପ୍ରଶଂସାର ସୁଅ ଛୁଟିଥିଲା। ଦେଶ ଭିତରେ ଧର୍ମାନ୍ଧ, ମୌଳବାଦୀ ଓ ସାମ୍ପ୍ରଦାୟିକ ଶକ୍ତିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଶୋଷଣ କରିବା ସହ ସଂପ୍ରିତି ଓ ସଦ୍‌ଭାବନା ପ୍ରତିଷ୍ଠା ତାଙ୍କ ଶାସନ ଶୈଳୀର ବୈଶିଷ୍ଟ୍ୟ ଥିଲା। ମିଶ୍ର ଅର୍ଥନୀତିର ପ୍ରଚଳନ କରି ସେ ସାରା ବିଶ୍ୱକୁ ନୂଆ ରାସ୍ତା ଦେଖାଇଥିଲେ। ଗାନ୍ଧିଜୀଙ୍କ ସଚ୍ଚା ଓ ସଫଳ ଅନୁଗାମୀ ଭାବେ ସେ ଦେଶକୁ ଉନ୍ନତିର ଶୀର୍ଷରେ ପହଞ୍ଚାଇବାକୁ ଅହରହ ଉଦ୍ୟମ କରିଥିଲେ।

ଆଜି ଦେଶରେ ଧର୍ମ ନାଁରେ ଚାଲିଥିବା ବିଦ୍ୱେଷପୂର୍ଣ୍ଣ ବାତାବରଣ ଓ ହିଂସାତ୍ମକ ମାନସିକତାକୁ ତୀବ୍ର ବିରୋଧ କରିବା ସହ ଧର୍ମନିରପେକ୍ଷତା ଆମ ଦେଶର ଅମ୍ଲଜାନ ଓ ବିବିଧତା ଆମ ସଂସ୍କୃତିର ମୂଳପିଣ୍ଡ ବୋଲି କହିଥିଲେ। ଭାଇଚାରା ଭାଙ୍ଗିବାକୁ ଚାଲିଥିବା ସାମ୍ପ୍ରଦାୟିକ ଷଡ଼ଯନ୍ତ୍ର ଓ ଧର୍ମୀୟ ଧୃବୀକରଣର ରାଜନୀତିକୁ ବର୍ଜନ, ପ୍ରତ୍ୟାଖାନ ଓ ପରାସ୍ତ କରିବା ସହ ଏସବୁ ଦୃଷ୍ଟଶକ୍ତି ପ୍ରତି ସତର୍କ ଓ ସାବଧାନ ରହି ଦେଶର ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମନିରପେକ୍ଷତାକୁ ବଞ୍ଚାଇବା ଆଜି ପ୍ରତିଟି ଦେଶପ୍ରେମୀ ବ୍ୟକ୍ତିି, ଶକ୍ତି ଓ ସଂଗଠନର ପରମ କର୍ତ୍ତବ୍ୟ ବୋଲି ପ୍ରଫେସର ଅଗ୍ରୱାଲ କହିଥିଲେ।

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲା ବେଳେ ‘ଅକ୍ଷର’ର ସମ୍ପାଦକ ଅମିୟ ପାଣ୍ଡବ ସ୍ୱାଗତ ଭାଷଣ ଦେଇଥିଲେ । ଏହି ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ, ଉମାବଲ୍ଲଭ ରଥ, ଏନ୍‌. ନାରାୟଣ ରେଡ଼ି, ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ସ୍ତମ୍ଭକାର ନଟବର ଖୁଣ୍ଟିଆ, ଡ. ଧନେଶ୍ୱର ସାହୁ, ଡ. ବିଶ୍ୱଜିତ ରାୟ, ପୂର୍ବତନ ପ୍ରଶାସକ ସୁରେଶ ମନ୍ତ୍ରୀ, ପୂର୍ବତନ ଆଇପିଏସ୍ ଅଫିସର ବଟକୃଷ୍ଣ ତ୍ରିପାଠୀ, କବି କେଦାର ମିଶ୍ର, ଜ୍ୟୋତି ନନ୍ଦ, ପବିତ୍ର ମୋହନ କର, ବିସ୍ମୟ ମହାପାତ୍ର, ମୀର ଅହମ୍ମଦ ଅଲ୍ଲୀ ଏବଂ ଇଂ ନଳିନୀକାନ୍ତ ନାୟକ ପ୍ରମୁଖ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

ଜବାହାରଲାଲ ନେହୁର ଜେଏନୟୁ ନେହୁର
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଫ୍ଲୋର ଟେଷ୍ଟ ପୂର୍ବରୁ ଏଆଇଏଡ଼ିଏମକେ ଦୁଇ ଫାଳ

May 12, 2026

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ-ଷ୍ଟାଲିନ୍ ଙ୍କ ଆଲିଙ୍ଗନ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.