Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଲା ଉବେରକୁ ନୋଟିସ୍ ଜାରି କଲେ କେନ୍ଦ୍ର ଉପଭୋକ୍ତା ଖାଉଟି ସୁରକ୍ଷା ଅଥରିଟି, ଜାଣନ୍ତୁ କାରଣ
ଜାତୀୟ ଖବର

ଓଲା ଉବେରକୁ ନୋଟିସ୍ ଜାରି କଲେ କେନ୍ଦ୍ର ଉପଭୋକ୍ତା ଖାଉଟି ସୁରକ୍ଷା ଅଥରିଟି, ଜାଣନ୍ତୁ କାରଣ

May 21, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଲା ଉବେରକୁ ନୋଟିସ୍ ଜାରି କଲେ କେନ୍ଦ୍ର ଉପଭୋକ୍ତା ଖାଉଟି ସୁରକ୍ଷା ଅଥରିଟି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ) ଦୁଇ ଅନଲାଇନ୍ ଯାତାୟାତ ସେବା ପ୍ରଦାନକାରୀ ପ୍ଲାଟଫର୍ମ (ମଂଚ) ଓଲା ଏବଂ ଉବେରକୁ ଅନୁଚିତ ବ୍ୟବସାୟିକ କାର‌୍ୟ୍ୟ ଏବଂ ଉପଭୋକ୍ତା ଅଧିକାର ଗୁଡିକର ଉଲ୍ଳଂଘନ ନିମନ୍ତେ ନୋଟିସ୍ ଜାରି କରିଛନ୍ତି ।

ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ (ଏନ୍‌ସିଏଚ୍‌)ର ସଂଖ୍ୟା ଅନୁସାରେ ଏପ୍ରିଲ ୨୦୨୧ ରିଖରୁ ମେ ୨୦୨୨ ପର୍ଯ୍ୟନ୍ତ ଉପଭୋକ୍ତା ମାନଙ୍କ ଦ୍ୱାରା ଓଲା ବିରୁଦ୍ଧରେ ୨,୪୮୨ ଅଭିଯୋଗ ଦାଖଲ କରାଯାଇଛି ଏବଂ ଉବେର ବିରୁଦ୍ଧରେ ୭୭୦ ଅଭିଯୋଗ ଦାଖଲ କରାଯାଇଛି ।

ଗତ ସପ୍ତାହରେ, ସମ୍ପୃକ୍ତ ବିଭାଗ ଯାତ୍ରୀମାନଙ୍କୁ ଯାତାୟାତ ସୁବିଧା ପ୍ରଦାନ କରୁଥିବା କମ୍ପାନୀ ସମୂହ, ଯଥା ଓଲା, ଉବେର, ରାପିଡୋ, ମେରୁ କ୍ୟାବସ୍ ଏବଂ ଜୁଗନୁ ସହିତ ବୈଠକ କରିବା ସମୟରେ ସେମାନଙ୍କୁ ଉନ୍ନତ ଅଭିଯୋଗ ନିବାରଣ ଏବଂ ଉପଭୋକ୍ତା ସୁରକ୍ଷା ଅଧିନିୟମର ପାଳନ କରିବା ନିମନ୍ତେ ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍‌ରେ ସମ୍ମିଳିତ ଭାଗିଦାର ଏବଂ ଉପଭୋକ୍ତା ସୁରକ୍ଷା ଆଇନ୍‌, ୨୦୧୯ର ଇ- କମର୍ସ ନିୟମ ଅନୁସାରେ ଅନୁପାଳନକାରୀ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ନୋଟିସ୍‌ରେ ଉତ୍‌ଥାପିତ ପ୍ରାଥମିକ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ:

1-ସେବା କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯିବା ଯୋଗୁଁ, ଯେଉଁଥିରେ ଗ୍ରାହକ ସହାୟତାରେ ଉଚିତ୍ ପ୍ରତିକ୍ରିୟା କମ୍ ହେବା, ଅନ୍‌ଲାଇନ୍ ମୋଡ୍‌ରେ ଟଙ୍କା ନେବା ପାଇଁ ମନା କରୁଥିବା ଡ୍ରାଇଭର ଏବଂ କେବଳ ନଗଦ ଟଙ୍କା ନେବା ଉପରେ ଜୋର ଦେବା, କମ୍ ଟଙ୍କା ଦେୟରେ ପୂର୍ବରୁ ଗୋଟିଏ ରାସ୍ତାରେ ଯାଉଥିବା ବେଳେ ସେହି ରାସ୍ତା ପାଇଁ ଅଧିକ ଭଡ଼ା ଦାବି କରିବା, ଅଣ – ପେସାଦାର ଚାଳକମାନଙ୍କୁ ନିୟୋଜିତ କରିବା ଏବଂ ଡ୍ରାଇଭର ମାନଙ୍କ ପକ୍ଷରୁ ଗ୍ରାହକଙ୍କୁ ନେବା ପାଇଁ ମନା କରି ଦିଆଯିବା ଏବଂ ଯେତେବେଳେ କି ଉପଭୋକ୍ତା ମାନଙ୍କୁ ଏସିର ସୁବିଧା ଦେବା ପାଇଁ ଆପ୍‌ରେ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ତାହାକୁ ଚାଲୁ ନକରିବା ।

2- ରଦ୍ଦ କରା ଯାଇଥିବା ଭଡ଼ାର ଅନୁଚିତ୍ ଅସୁଲି ଯେଉଁଥିରେ ଉପଭୋକ୍ତାମାନଙ୍କୁ ଯେଉଁ ସମୟ ଭିତରେ କୌଣସି ପ୍ରକାରର ଯାତାୟାତକୁ ରଦ୍ଦ କରିବାର ଅନୁମତି ରହିଛି ତାହାକୁ ଦେଖିବା ପାଇଁ ଦିଆ ଯାଉନାହିଁ । ରାଇଡ୍ (ସବାରୀ) ବୁକ୍ କରିବା ପୂର୍ବରୁ ବାତିଲ କରାଯିବା (କ୍ୟାନସଲେସନ୍‌) ଦେୟର ରାଶି ମଂଚ (ପ୍ଲାଟଫର୍ମ)ରେ ସ୍ପଷ୍ଟ ଭାବରେ ପ୍ରଦର୍ଶିତ କରା ଯାଉନାହିଁ । ଅନୁଚିତ୍ ଭାବରେ ରଦ୍ଦ କରାଯାଇଥିବା ଭଡ଼ା ଉପଭୋକ୍ତା ମାନଙ୍କ ଦ୍ୱାରା ବହନ କରା ଯାଉଛି ଯେତେବେଳେ କି ସେମାନଙ୍କୁ ଡ୍ରାଇଭର ଦ୍ୱାରା ସବାରୀ ସ୍ୱୀକାର କରିବା କିମ୍ବା ପିକ୍‌- ଅପ୍ ସ୍ଥାନକୁ ଆସିବା ନିମନ୍ତେ ଅନିଚ୍ଛା କାରଣରୁ ସବାରୀକୁ ରଦ୍ଦ କରିବା ନିମନ୍ତେ ବାଧ୍ୟ କରା ଯାଉଛି ।

3- ଦୁଇ ଜଣ ବ୍ୟକ୍ତିଙ୍କୁ ଗୋଟିଏ ରାସ୍ତା ନିମନ୍ତେ ଭିନ୍ନ ଭିନ୍ନ ଦରରେ ଟଙ୍କା ଆଦାୟ କରିବା ନିମନ୍ତେ କମ୍ପାନୀ ଦ୍ୱାରା ଉପଯୋଗ କରା ଯାଉଥିବା ଆଲଗୋରିଦମ୍ କିମ୍ବା ପଦ୍ଧତି ସମ୍ପର୍କରେ କୌଣସି ପ୍ରକାରର ସୂଚନାର ଅଭାବ ।

4- ପ୍ରତ୍ୟେକ ସବାରୀ ପୂର୍ବରୁ ସ୍ପଷ୍ଟ ଏବଂ ସକାରାତ୍ମକ ପଦକ୍ଷେପ ଦ୍ୱାରା ସହମତିପ୍ରାପ୍ତ କରିବା ବିନା ମୂଳ ସହିତ ଯୋଗ (ଆଡ୍‌- ଅନ୍‌) ସେବା ଗୁଡିକୁ ସାମିଲ୍ କରିବା ନିମନ୍ତେ ପୂର୍ବ ଚିହ୍ନିତ ବକ୍ସ ଗୁଡିକ ଦ୍ୱାରା ଆଡ୍ – ଅନ୍ ସେବା ଗୁଡିକ ନିମନ୍ତେ ଭଡ଼ା ସାମିଲ୍ କରିବା ।

ଏହା ଉଲ୍ଲେଖ କରାଯାଇ ପାରେ ଯେ, ସାରା ଦେଶରେ ଉପଭୋକ୍ତା ମାନଙ୍କ ଦ୍ୱାରା ଅନେକ ଗୁଡ଼ିଏ ପ୍ରସଙ୍ଗ ଉପରେ ଅଭିଯୋଗ ଦାଖଲ କରାଯାଇଛି, ଯାହା ଏହି ଦୁଇ ଭଡ଼ାରେ ଯାତାୟାତ ସେବା ପ୍ରଦାନକାରୀ ପ୍ଲାଟଫର୍ମ ମାଧ୍ୟମରେ ବୁକ୍ କରା ଯାଉଥିବା ସେମାନଙ୍କ ଗ୍ରାହକଙ୍କୁ ପ୍ରଭାବିତ କରିଛି ।

ସିସିପିଏ ଦେଶରେ ଉପଭୋକ୍ତା ସୁରକ୍ଷା ପରିଦୃଶ୍ୟର ନିୟମିତ ରୂପରେ ଯାଂଚ କରୁଛନ୍ତି । ନିକଟରେ, ସିସିପିଏ ଅନଲାଇନ୍ ପ୍ଲାଟଫର୍ମରେ ୱେୟାରଲେସ୍ ଜାମର୍‌ର ଅବୈଧ ବିକ୍ରି ଏବଂ ସୁଗମକରଣ ବିରୋଧରେ ଉପଦେଶାବଳୀ (ଆଡ୍‌ଭାଇଜରୀ) ଜାରି କରିଛନ୍ତି । ସିସିପିଏ ସମସ୍ତ ବଜାର (ମାର୍କେଟ ପ୍ଲେସ୍‌) ଇ – କମର୍ସ ସଂସ୍ଥା ଗୁଡିକୁ ଏହା ସୁନିଶ୍ଚିତ କରିବା ନିମନ୍ତେ ଏକ ଉପଦେଶାବଳୀ ଜାରି କରିଛି ଯେ ଉପଭୋକ୍ତା ସୁରକ୍ଷା (ଇ- କମର୍ସ) ନିୟମ, ୨୦୨୦ର ଧାରା ୬ ଉପଧାରା (୫) ଅନୁସାରେ ବାଧ୍ୟତାମୂଳକ ଭାବେ ବିକ୍ରେତା ମାନଙ୍କର ବିସ୍ତୃତ ବିବରଣୀ, ନାମ ଏବଂ ସମ୍ପର୍କ ନମ୍ବର ସହିତ ଅଭିଯୋଗ ଅଧିକାରୀ ମାନଙ୍କୁ ସ୍ପଷ୍ଟ ଏବଂ ସୁଲଭ ଉପାୟରେ ଉପଲବ୍ଧ କରା ଯାଇଥାଏ, ଯାହା ପ୍ଲାଟଫର୍ମରେ ବ୍ୟବହାରକାରୀ ମାନଙ୍କୁ ସ୍ପଷ୍ଟ ରୂପେ ପ୍ରଦର୍ଶିତ କରା ଯାଉଥିବ ।

ଏଥି ସହିତ, ସିସିପିଏ ଅଧିନିୟମର ଧାରା ୧୮ (୨) (ଞ) ଅନୁସାରେ ସୁରକ୍ଷା ନୋଟିସ୍ ମଧ୍ୟ ଜାରି କରିଛି, ଯାହା ଫଳରେ ଉପଭୋକ୍ତା ମାନଙ୍କୁ ଏଭଳି ସାମଗ୍ରୀ କ୍ରୟ କରିବା ପ୍ରତି ସତର୍କ ଏବଂ ସାବଧାନ କରାଇ ଥାଏ, ଯାହା ବୈଧ ଆଇଏସ୍‌ଆଇ ମାର୍କ ରଖି ନଥାଏ ଏବଂ ବାଧ୍ୟତାମୂଳକ ବିଆଇଏସ୍ ମାନକ ଗୁଡିକର ଉଲ୍ଲଂଘନ କରିଥାଏ ।

ପ୍ରଥମ ସୁରକ୍ଷା ନୋଟିସ୍ ତା ୬ ଡିସେମ୍ବର ୨୦୨୧ ରିଖରେ ହେଲମେଟ୍‌, ପ୍ରେସର କୁକର ଏବଂ ରୋଷେଇ ଗ୍ୟାସ୍ ସିଲିଣ୍ଡର ସମ୍ବନ୍ଧରେ ଜାରି କରା ଯାଇଥିଲା ଏବଂ ଦ୍ୱିତୀୟ ସୁରକ୍ଷା ନୋଟିସ୍ ୧୬ ଡିସେମ୍ବର ୨୦୨୧ ରିଖରେ ଜାରି କରା ଯାଇଥିଲା। ସେଥିରେ ଇଲେକ୍ଟ୍ରିକ୍ ଇମର୍ସନ ୱାଟର ହିଟର, ସିଲେଇ ମେସିନ୍‌, ମାଇକ୍ରୋୱେଭ୍ ଓଭନ ସହିତ ଘରୋଇ ଏଲ୍‌ପିଜି ଇଦ୍ୟାଦି ସହିତ ଘରୋଇ ଗ୍ୟାସ୍ ଷ୍ଟୋଭ୍ ଆଦି ସାମଗ୍ରୀ ଅନ୍ତର୍ଭୁକ୍ତ ଥିଲା ।

ଓଲା
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲିଠାରୁ ବଦଳିବ ଏହି ପାଞ୍ଚଟି ନିୟମ: ଲୋକଙ୍କ ପକେଟକୁ କରିବ ପ୍ରଭାବିତ

June 30, 2026

ICC Ranking: ଟି-୨୦ ରେ ଏହି ଭାରତୀୟ ଖେଳାଳି ନମ୍ବର-୧, ଜାଣନ୍ତୁ ତାଲିକା

June 30, 2026

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ: ଜାଣନ୍ତୁ ତାଲିକା

June 30, 2026

ଦିଲ୍ଲୀରେ ନୂତନ EV କିଣିବା ଉପରେ କେତେ ସବସିଡି ମିଳିବ?: ଜାଣନ୍ତୁ ନୂତନ ନୀତି

June 30, 2026
Latest News

ଆସନ୍ତାକାଲିଠାରୁ ବଦଳିବ ଏହି ପାଞ୍ଚଟି ନିୟମ: ଲୋକଙ୍କ ପକେଟକୁ କରିବ ପ୍ରଭାବିତ

June 30, 2026

ICC Ranking: ଟି-୨୦ ରେ ଏହି ଭାରତୀୟ ଖେଳାଳି ନମ୍ବର-୧, ଜାଣନ୍ତୁ ତାଲିକା

June 30, 2026

ଅଧ୍ୟାପକ ସଂଗ୍ରାମ ସାହୁଙ୍କ ଅକାଳ ବିୟୋଗ: ବାଣପୁର ଅଞ୍ଚଳରେ ଶୋକର ଛାୟା

June 30, 2026

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ: ଜାଣନ୍ତୁ ତାଲିକା

June 30, 2026

ଦିଲ୍ଲୀରେ ନୂତନ EV କିଣିବା ଉପରେ କେତେ ସବସିଡି ମିଳିବ?: ଜାଣନ୍ତୁ ନୂତନ ନୀତି

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.