Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଶ୍ୱ ପୁନଃନିର୍ମାଣ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସାରଗର୍ଭକ ଉଦ୍‌ବୋଧନ
ବିଶେଷ ଖବର

ବିଶ୍ୱ ପୁନଃନିର୍ମାଣ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସାରଗର୍ଭକ ଉଦ୍‌ବୋଧନ

May 23, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଆୟୋଜିତ ପଂଚମ ବିଶ୍ୱ ପୁନଃ ନିର୍ମାଣ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ଅନଲାଇନ ବ୍ୟବସ୍ଥାରେ ସାରଗର୍ଭକ ଉଦ୍‌ବୋଧନ ଦେଇଛନ୍ତି। ଏହି ସମ୍ମିଳନୀ ୟୁଏନ୍‌ଡିପି, ବିଶ୍ୱବ୍ୟାଙ୍କ ବିପର୍ଯ୍ୟୟ ଭୟ ଅପନୋଦନ ସଂକ୍ରାନ୍ତ ବୈଶ୍ୱିକ ମଂଚ ଜିପିଡିଆର୍‌ଆର ଓ ଇଣ୍ଡୋନେସିଆ ସରକାରଙ୍କ ମିଳିତ ସହଯୋଗହରେ ଆୟୋଜିତ ହୋଇଛି।

ପ୍ରାୟ ଦୁଇଦଶନ୍ଧି ପୂର୍ବେ ଭାରତ ମହାସାଗରରେ ଘଟିଥିବା ପ୍ରଳୟଙ୍କରୀ ସୁନାମିର କ୍ଷୟକ୍ଷତି ଓ ଆଉ ଅନେକ ବଡ ପ୍ରାକୃତି ବିପତ୍ତି ସମ୍ପର୍କରେ ମନେ ପକାଇ ଡକ୍ଟର ମିଶ୍ର କହିଛନ୍ତ ଯେ, ବିପତ୍ତି ବା ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ନୀତି ବେଶ୍ ଅନେକ ଦିନଧରି ଗୁରୁତ୍ୱ ପାଇ ଅନୁସ୍ରୁତ ହେଉଛି।

ତାଙ୍କ ଭାଷଣ ପ୍ରସଙ୍ଗରେ ସେ କହିଛନ୍ତି ଯେ ବିପର୍ଯ୍ୟୟ ପରବର୍ତ୍ତୀ ପୁନନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟରେ ପାଞ୍ଚଟି ପ୍ରମୁଖ ବିଷୟ ଉପରେ ଗୁରୁତ୍ୱ ଦେବାକୁ ପଡିବ।

ପ୍ରଥମଟି ହେଲା ଉତ୍ତମ ଫଳାଫଳ ପାଇଁ ନିର୍ମାଣ ପ୍ରୟାସ,ପ୍ରସ୍ତୁତି ଓ କାର୍ଯ୍ୟ ଉତ୍ତମ ହେବା ଉଚିତ। ଏହି ଉତ୍ତମ ‘ବିଲ୍‌ଡ ବ୍ୟାକ୍ ବେଟର’ ବ୍ୟବସ୍ଥାରେ କେବଳ ଉତ୍ତମ ଉପଯୋଗ ଅପେକ୍ଷା ଉତ୍କୃଷ୍ଟ ଫଳାଫଳ ଉପରେ ଗୁରୁତ୍ୱ ଦେବାକୁ ପଡିବ। ପାରିବାରିକ ସ୍ତରରେ ଆମେ ପୁନରୁଦ୍ଧାର ଊର୍ଦ୍ଧ୍ୱକୁ ଯାଇ ଗୋଷ୍ଠୀ ଓ ସାମୁଦାୟିକସ୍ତରରେ ଚିନ୍ତାକରିବା ଉଚିତ। କୋଭିଡ-୧୯ ମହାମାରୀ ଆମ ଆଭିମୁଖ୍ୟର ଏକ ନୂଆ ଦିଗ ଯୋଡିଛି। ଏହା ଆମକୁ ଜୀବିକା, ଦାରିଦ୍ର‌୍ୟ ଓ ଅସମାନତା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାକୁ ଶିଖାଇଛି।

ଡକ୍ଟର ମିଶ୍ର ଆହୁରି କହିଛନ୍ତି ଯେ, ପୁନରୁଦ୍ଧାର ଓ ପୁନଃନିର୍ମାଣରେ ପ୍ରଭାବିତ ଲୋକଙ୍କ ହାତରେ ଏଜେନ୍ସିର ଦାୟିତ୍ୱ ନ୍ୟସ୍ତ କରାଯିବା ଉଚିତ। ଭାରତରେ ୨୦୦୧ର ଗୁଜରାଟ ଭୂମିକମ୍ପ ପରେ ମାଲିକ ପରିଚାଳିତ ପୁନଃନିର୍ମାଣ ବା ଓଡିଆର୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହାର ଫଳାଫଳ ବେଶ ଭଲ ହୋଇଥିବା ଆମେ ଦେଖିଛୁ। ମାଲିକ ପରିଚାଳିତ ପୁନଃନିର୍ମାଣ ପଦ୍ଧତିକୁ ନିରନ୍ତର ବଢାଇବା ପାଇଁ ଏକ ଦୃଢ ବୈଶ୍ୱିିକ ସାମୁଦାୟିକ ନୀତି ଓ ଅଭ୍ୟାସ ଗଢି ତୋଳିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ଏହି ସାମୁଦାୟିକ ବ୍ୟବସ୍ଥା ଓ ଅଭ୍ୟାସରେ ସ୍ୱାଭାବିକଭାବେ ଆର୍ôଥକ, ଆନୁଷ୍ଠାନିକ, ବୈଷୟିକ ମେକାନିଜିମ୍ ରହିବା ଆବଶ୍ୟକ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନଃନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସବୁ ସ୍ତରରୁ ସାହାଯ୍ୟ ସହଯୋଗ ଯୋଗାଣ ବ୍ୟବସ୍ଥା ଅପରିହାର୍ଯ୍ୟ ହେବା ଉଚିତ। ଏହା ହିଁ ତୃତୀୟ ବିଷୟ।

ଭାରତରେ ପ୍ରଥମ ଥର ପାଇଁ ଦେଶର ବିପର୍ଯ୍ୟୟ ପରିଚାଳନା ନୀତିରେ ଅର୍ଥଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି। ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟ ନିମନ୍ତେ ଆମେ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ସୃଷ୍ଟି କରିଛୁ ଓ ପାଂଚବର୍ଷ ମଧ୍ୟରେ ୭.୫ ବିଲିୟନ ଡଲାର ଅର୍ଥ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ଡକ୍ଟର ମିଶ୍ର ତାଙ୍କ ଉଦ୍‌ବୋଧନରେ ଯେଉଁ ଚତୁର୍ଥ ବିଷୟଟିକୁ ଗୁରୁତ୍ୱ ଦେଇଛନ୍ତି ତାହା ହେଲା ବିପତ୍ତି ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନଃନିର୍ମାଣର ନୀତି ଏବଂ ପଦ୍ଧତି। ସେ କହିଛନ୍ତ ଯେ ଏହି କାମ ସ୍ୱଳ୍ପମିଆଦି ନ ହୋଇ ଦୀର୍ଘମିଆଦି ଏବଂ ଅତ୍ୟନ୍ତ ଦୃଢ ହେବା ଆବଶ୍ୟକ। ସରକାର ଓ ଅନ୍ୟାନ୍ୟ ଅନୁଷ୍ଠାନଗୁଡିକ ଦ୍ୱାରା ସମର୍ôଥତ ଏବଂ ପରିଚାଳିତ ପୁନରୁଦ୍ଧାର ଏବଂ ପୁନନିର୍ମାଣ କାର୍ଯ୍ୟକ୍ରମ ଶେଷ ହେବାକୁ ଚାରିରୁ ଛ’ବର୍ଷ ସମୟ ଲାଗିଥାଏ। ବାସ୍ତବରେ କିନ୍ତୁ ପ୍ରକୃତ ପୁନରୁଦ୍ଧାର କାମ ଅଧାପିଡି ପର୍ଯ୍ୟନ୍ତ ଚାଲେ ବୋଲି ସେ କହିଛନ୍ତି।

ଶେଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ମିଶ୍ର କହିଛନ୍ତି ଯେ ଅନେକ ସମୟରେ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟରେ ଆମେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥାଉ। ଆମେ ଏହାକୁ ‘ଭିଡର ଅତ୍ୟାଚାର’ ବା ‘ଟାଇରାନି ଅଫ୍ ରଶ୍‌’ ବୋଲି ସାଧାରଣତଃ କହିଥାଉ। ଶୀଘ୍ର ପୁନରୁଦ୍ଧାର ପାଇଁ ପୁନଃନିର୍ମାଣକୁ ଉତ୍ତମଭାବେ କରିବା ସହଜ କାମ ନୁହେଁ। ଏଥିରେ ଭାରସାମ୍ୟ ରକ୍ଷା ଜରୁରୀ। ତଥାପି ଡ୍ରୋନ, ଭୂସ୍ଥାନିକ ଟେକ୍‌ନୋଲୋଜି ଓ ସେନ୍ସିଙ୍ଗ ଭଳି ନୂଆ ପ୍ରଯୁକ୍ତି ଏବଂ ଜ୍ଞାନକୌଶଳ ଦ୍ୱାରା ପୁନରୁଦ୍ଧାର ଓ ପୁନଃ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ । ଏହା ମାଧ୍ୟମରେ କ୍ଷୟକ୍ଷତିର ଆକଳନ, ହିତାଧିକାରୀ ଚିହ୍ନଟ ଓ ପୁନଃର୍ନିମାଣ ତଥା ପୁନରୁଦ୍ଧାର କାର୍ଯ୍ୟର ପ୍ରଗତିକୁ ସହଜରେ ନିରୀକ୍ଷଣ କରାଯାଇ ପାରିବ। ନୂଆ ଅତ୍ୟାଧୁନିକ ଟେକେ୍‌ନୋଲୋଜି ଆମକୁ ଯେଉଁ ସୁବିଧା, ସୁଯୋଗ ଦେଇଛି ଆମେ ତାହାର ସର୍ବାଧିକ ଫାଇଦା ଉଠାଇବା ଆବଶ୍ୟକ।

ଉପସଂହାରରେ ଡକ୍ଟର ପି.କେ. ମିଶ୍ର କହିଛନ୍ତି ଯେ “ଆମେ ଯଦି ପ୍ରସ୍ତୁତିରୁ ପ୍ରତିକାର” ଆଭିମୁଖ୍ୟ ବାହାରକୁ ଯାଇ ପୁନରୁଦ୍ଧାର ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ତାହା ସାମାଜିକ ସ୍ଥିତିସ୍ଥାପକତା ନିର୍ମାଣ ଦିଗରେ ଏକ ବଡ ପଦକ୍ଷେପ ହେବ। ଜଳବାୟୁ ପରିବର୍ତ୍ତନର ପ୍ରଭାବର ମୁକାବିଲା ପାଇଁ ଏକ ବଡ ଅସ୍ତ୍ରଭାବେ କାମ କରିବ।

ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ବାଲି
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.