Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କପିଲ ସିବଲ କଂଗ୍ରେସ ଛାଡିବା ପରେ କହିଲେ ଏହି ଚାରୋଟି ଗୁରୁତ୍ବପୂର୍ଣ୍ଣ କଥା
ଜାତୀୟ ଖବର

କପିଲ ସିବଲ କଂଗ୍ରେସ ଛାଡିବା ପରେ କହିଲେ ଏହି ଚାରୋଟି ଗୁରୁତ୍ବପୂର୍ଣ୍ଣ କଥା

May 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କପିଲ ସିବଲ କଂଗ୍ରେସ ଛାଡିବା ପରେ କହିଲେ ଏହି ଚାରୋଟି ଗୁରୁତ୍ବପୂର୍ଣ୍ଣ କଥା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ଦଳ ଛାଡିଛନ୍ତି। ଦୀର୍ଘ ୩୦ ବର୍ଷର ସଂପର୍କକୁ ସେ ତୁଟାଇ ଦେଇଛନ୍ତି। କଂଗ୍ରେସ G23 ର ଅନ୍ୟତମ ସଦସ୍ୟ ଭାବେ ଦଳକୁ ସୁଧାରିବାରେ ସେ ବହୁ ଚେଷ୍ଠା କରିଥିଲେ। ହେଲେ ତାହା ସମ୍ଭବ ହେଲା ନାହିଁ। ନିକଟରେ ଉଦୟପୁରରେ ଆୟୋଜିତ ହୋଇଥିବା ଚିନ୍ତନ ଶିବିରର ମଧ୍ୟ କୌଣସି ପ୍ରଭାବ ପଡିଲା ନାହିଁ।

କଂଗ୍ରେସ ୨୦୨୪ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ବେଳେ ଦଳରୁ ଜଣେ ପରେ ଜଣେ ନେତା ଇସ୍ତଫା ଦେବା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଦଳ କିପରି ସାଧାରଣ ନିର୍ବାଚନ ଲଢିବ ସେ ନେଇ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। ନିକଟରେ ସୁନୀଲ ଜାଖର ଏବଂ ହ୍ରାଦ୍ଧିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

ତେବେ କପିଲ ସିବଲ ଇସ୍ତଫା ଦେବା ପରେ ସେ ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। କପିଲଙ୍କ କଂଗ୍ରସ ରାଜ୍ୟସଭା ସଦସ୍ୟ ସମୟ ଆସନ୍ତା ଜୁଲାଇରେ ଶେଷ ହେଉଛି। ସେଥିପାଇଁ ସେ ଏସପି ସମର୍ଥନରେ ସ୍ବାଧୀନଭାବେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି।

କପିଲ ସିବଲ କଂଗ୍ରେସ ଛାଡିବା ପରେ ସେ ଚାରୋଟି ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି। ଦୈନିକ ଇଂରାଜୀ ଖବରକାଗଜ ହିନ୍ଦୁସ୍ଥାନ ଟାଇମସ ଅନୁସାରେ ସେଗୁଡିକ ହେଲା

“ମୁଁ ଜଣେ କଂଗ୍ରେସ ନେତା ଥିଲି। କିନ୍ତୁ ଆଉ ନୁହେଁ … ମୁଁ ମେ ୧୬ ରେ କଂଗ୍ରେସରୁ ଇସ୍ତଫା ଦେଇଥିଲି। ମୁଁ କଂଗ୍ରେସ ବିଷୟରେ କିଛି କହିବି ନାହିଁ … ମୋର କିଛି କହିବା ଠିକ୍ ନୁହେଁ। ୩୦ ବର୍ଷର ସମ୍ପର୍କ ଛାଡିବା ସହଜ ନୁହେଁ।

“ମୁଁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କରିଛି। ମୁଁ ସର୍ବଦା ଦେଶରେ ଏକ ସ୍ବାଧୀନ ସ୍ୱର ହେବାକୁ ଚାହୁଁଛି …ସ୍ବାଧୀନ ସ୍ୱର ହେବା ଜରୁରୀ ଅଟେ। ବିରୋଧୀ ଦଳରେ ରହିବାବେଳେ ଆମେ ଏକ ମିଳିତ ମଞ୍ଚ ଗଠନ କରିବାକୁ ଚାହୁଁଛୁ। ଆମେ ମୋଦୀ ସରକାରକୁ ବିରୋଧ କରିପାରିବା। ”

” ଆମେ ଦଳର ଜଣେ ସଦସ୍ୟ ଭାବେ ସେହି ଦଳର ଅନୁଶାସନକୁ ପାଳନ କରିବାକୁ ପଡିବ କିନ୍ତୁ ଏକ ସ୍ବାଧୀନ ସ୍ୱର ରହିବା ଜରୁରୀ ଅଟେ।”

“ମୁଁ ଅଖିଳେଶ ଯାଦବ ଜୀଙ୍କୁ ଧନ୍ୟବାଦ ଦେଉଛି … ୨୦୨୪ ପାଇଁ ଆମେ ଅନେକ ଏକାଠି ହେଉଛୁ। ୨୦୨୪ ପୂର୍ବରୁ ଆମେ କେନ୍ଦ୍ର ସରକାରଙ୍କ ବିଫଳତାକୁ ପ୍ରକାଶ କରିବୁ। ଆମର ମତ ଜନସାଧାରଣଙ୍କ ନିକଟରେ ରଖିବୁ।”

କପିଲ ସିବଲ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁପିଏସସିର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

October 2, 2026

ରାଶିଫଳ: ଆଜି ଏହି ପାଞ୍ଚୋଟି ରାଶିର ଖୋଲିଲା ଭାଗ୍ୟ, ମିଳିବ ଅମାପ ଧନସଂପତ୍ତି

October 2, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026

TMCରେ ସଙ୍କଟ ମଧ୍ୟରେ ଅଧୀରଙ୍କ ବଡ଼ ବୟାନ, ମମତାଙ୍କୁ କଂଗ୍ରେସକୁ ଫେରିବାକୁ ଆହ୍ୱାନ

October 2, 2026
Latest News

ପାର୍ବଣ ଋତୁରେ ସାବଧାନ!: ଏହା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

October 2, 2026

ଗୋଦାବାରୀଶ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶା ମୁକ୍ତି ଅଭିଯାନ

October 2, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

October 2, 2026

ୟୁପିଏସସିର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

October 2, 2026

ରାଶିଫଳ: ଆଜି ଏହି ପାଞ୍ଚୋଟି ରାଶିର ଖୋଲିଲା ଭାଗ୍ୟ, ମିଳିବ ଅମାପ ଧନସଂପତ୍ତି

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.