Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ୟୁଏଇର ମନ୍ତ୍ରୀ ଡକ୍ଟର ସୁଲତାନ ଅଲ ଜବେରଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ
ବିଶେଷ ଖବର

ୟୁଏଇର ମନ୍ତ୍ରୀ ଡକ୍ଟର ସୁଲତାନ ଅଲ ଜବେରଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ

May 26, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୟୁଏଇର ଜଳବାୟୁ ରାଷ୍ଟ୍ରଦୂତ ତଥା ଶିଳ୍ପ ଓ ଆଧୁନିକ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ସୁଲତାନ ଅଲ ଜବେରଙ୍କ ସହିତ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ସେମାନେ ଜଳବାୟୁ ପରିବର୍ତ୍ତନ, ସିଓପି ୨୮ ଆୟୋଜନ ଏବଂ ଅନ୍ୟାନ୍ୟ ତତ୍‌ସଂକ୍ରାନ୍ତ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଦ୍ବିପାକ୍ଷିକ ବୈଠକ ପୂର୍ବରୁ ମାନନୀୟ ମନ୍ତ୍ରୀମାନେ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟାନୁଷ୍ଠାନ ଉପରେ ଏକ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ଏହି ବୁଝାମଣାପତ୍ରର ମୂଳ ଉଦ୍ଦେଶ୍ୟ ହେଉଛି ଜଳବାୟୁ କାର୍ଯ୍ୟାନୁଷ୍ଠାନ ଉପରେ ଦ୍ବିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଓ ବଢ଼ାଇବା ଲାଗି ଏକ ଫ୍ରେମୱର୍କ ପ୍ରତିଷ୍ଠା କରିବା। ଏହା ମଧ୍ୟ ପ୍ୟାରିସ ରାଜିନାମାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଯୋଗଦାନ ଦେଇପାରିବ।

ଦ୍ବିପାକ୍ଷିକ ବୈଠକ ଅବସରରେ, କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଥିଲେ ଯେ, ୟୁଏଇ ୨୦୨୩ରେ ସିଓପି ୨୮ ଆୟୋଜନ କରିବ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ବିଶେଷ କରି ଆର୍ଥିକ ଓ ପ୍ରଯୁକ୍ତି କ୍ଷେତ୍ର ସମେତ କାର୍ଯ୍ୟକାରୀ ସହାୟତା କ୍ଷେତ୍ରରେ ଆମକୁ ବିକାଶଶୀଳ ରାଷ୍ଟ୍ରମାନଙ୍କ ଚିନ୍ତା ପ୍ରତି ପ୍ରାଥମିକତା ଦେବାକୁ ହେବ।

କେନ୍ଦ୍ର ପରିବେଶ ମନ୍ତ୍ରୀ ଏହି ଅବସରରେ ଜୋର ଦେଇ କହିଥିଲେ ଯେ, ସିଓପି ୨୬ ପରବର୍ତ୍ତୀ ସମୟରେ, ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ପାଣ୍ଠି ଯୋଗାଣ, ଅନୁକୂଳ ପଦକ୍ଷେପ ଗ୍ରହଣ, କ୍ଷତି ଓ ହାନି ଭଳି ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ୟୁଏଇ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଶ୍ରୀ ଯାଦବ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଓ ସକ୍ଷମ ନେତୃତ୍ବରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ପକ୍ଷରୁ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ବିପର୍ଯ୍ୟୟ ପ୍ରଶମନକ୍ଷମ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ) ଏବଂ ଶିଳ୍ପ ପରିବର୍ତ୍ତନ ପାଇଁ ନେତୃତ୍ବ ଗୋଷ୍ଠୀ (ଲିଡ୍‌ ଆଇଟି)ରେ ଯୋଗ ଦେବା ନିମନ୍ତେ କେନ୍ଦ୍ର ମନ୍ତ୍ରୀ ୟୁଏଇକୁ ଅନୁରୋଧ କରିଥିଲେ।

ଉଭୟ ପକ୍ଷ ଏହା ସ୍ବୀକାର କରିଥିଲେ ଯେ, ବୁଝାମଣାପତ୍ର ସ୍ବାକ୍ଷରିତ ହେବା ପରେ ଦୁଇ ଦେଶ ଆପୋସ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ ଉପଯୁକ୍ତ ମାର୍ଗର ସନ୍ଧାନ କରିପାରିବେ। ବିଶେଷ କରି ବୁଝାମଣପତ୍ରରେ ନିର୍ଦ୍ଧାରିତ କ୍ଷେତ୍ର ଓ କାର୍ଯ୍ୟକ୍ରମ ଜରିଆରେ ଏ ଦିଗରେ ଉଭୟ ପକ୍ଷ ପଦକ୍ଷେପ ଗ୍ରହଣ କରିବେ।

  • ଜଳବାୟୁ କାର୍ଯ୍ୟାନୁଷ୍ଠାନ ଉପରେ ଦ୍ବିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଏବଂ ବଢ଼ାଇବା ଲାଗି ଏକ ଫ୍ରେମୱର୍କ ପ୍ରତିଷ୍ଠା ନିମନ୍ତେ ବୁଝାମଣାପତ୍ର ସ୍ବାକ୍ଷରିତ
  • ବିଶେଷ କରି ଆର୍ଥିକ ଓ ପ୍ରଯୁକ୍ତି ସମେତ କାର୍ଯ୍ୟକାରୀ ସହାୟତା କ୍ଷେତ୍ରରେ ଆମକୁ ବିକାଶଶୀଳ ରାଷ୍ଟ୍ରମାନଙ୍କ ଚିନ୍ତା ପ୍ରତି ପ୍ରାଥମିକତା ଦେବାକୁ ହେବ : ଶ୍ରୀ ଭୂପେନ୍ଦ୍ର ଯାଦବ

ୟୁଏଇର ଜଳବାୟୁ ରାଷ୍ଟ୍ରଦୂତ ତଥା ଶିଳ୍ପ ଓ ଆଧୁନିକ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ସୁଲତାନ ଅଲ ଜବେରଙ୍କ ସହିତ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ସେମାନେ ଜଳବାୟୁ ପରିବର୍ତ୍ତନ, ସିଓପି ୨୮ ଆୟୋଜନ ଏବଂ ଅନ୍ୟାନ୍ୟ ତତ୍‌ସଂକ୍ରାନ୍ତ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଦ୍ବିପାକ୍ଷିକ ବୈଠକ ପୂର୍ବରୁ ମାନନୀୟ ମନ୍ତ୍ରୀମାନେ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟାନୁଷ୍ଠାନ ଉପରେ ଏକ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ଏହି ବୁଝାମଣାପତ୍ରର ମୂଳ ଉଦ୍ଦେଶ୍ୟ ହେଉଛି ଜଳବାୟୁ କାର୍ଯ୍ୟାନୁଷ୍ଠାନ ଉପରେ ଦ୍ବିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଓ ବଢ଼ାଇବା ଲାଗି ଏକ ଫ୍ରେମୱର୍କ ପ୍ରତିଷ୍ଠା କରିବା। ଏହା ମଧ୍ୟ ପ୍ୟାରିସ ରାଜିନାମାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଯୋଗଦାନ ଦେଇପାରିବ।

ଦ୍ବିପାକ୍ଷିକ ବୈଠକ ଅବସରରେ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ କହିଥିଲେ ଯେ, ୟୁଏଇ ୨୦୨୩ରେ ସିଓପି ୨୮ ଆୟୋଜନ କରିବ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ବିଶେଷ କରି ଆର୍ଥିକ ଓ ପ୍ରଯୁକ୍ତି କ୍ଷେତ୍ର ସମେତ କାର୍ଯ୍ୟକାରୀ ସହାୟତା କ୍ଷେତ୍ରରେ ଆମକୁ ବିକାଶଶୀଳ ରାଷ୍ଟ୍ରମାନଙ୍କ ଚିନ୍ତା ପ୍ରତି ପ୍ରାଥମିକତା ଦେବାକୁ ହେବ।

କେନ୍ଦ୍ର ପରିବେଶ ମନ୍ତ୍ରୀ ଏହି ଅବସରରେ ଜୋର ଦେଇ କହିଥିଲେ ଯେ, ସିଓପି ୨୬ ପରବର୍ତ୍ତୀ ସମୟରେ, ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ପାଣ୍ଠି ଯୋଗାଣ, ଅନୁକୂଳ ପଦକ୍ଷେପ ଗ୍ରହଣ, କ୍ଷତି ଓ ହାନି ଭଳି ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ୟୁଏଇ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଶ୍ରୀ ଯାଦବ ପ୍ରଶଂସା କରିଥିଲେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଓ ସକ୍ଷମ ନେତୃତ୍ବରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ପକ୍ଷରୁ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ବିପର୍ଯ୍ୟୟ ପ୍ରଶମନକ୍ଷମ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ) ଏବଂ ଶିଳ୍ପ ପରିବର୍ତ୍ତନ ପାଇଁ ନେତୃତ୍ବ ଗୋଷ୍ଠୀ (ଲିଡ୍‌ ଆଇଟି)ରେ ଯୋଗ ଦେବା ନିମନ୍ତେ କେନ୍ଦ୍ର ମନ୍ତ୍ରୀ ୟୁଏଇକୁ ଅନୁରୋଧ କରିଥିଲେ।

ଉଭୟ ପକ୍ଷ ଏହା ସ୍ବୀକାର କରିଥିଲେ ଯେ, ବୁଝାମଣାପତ୍ର ସ୍ବାକ୍ଷରିତ ହେବା ପରେ ଦୁଇ ଦେଶ ଆପୋସ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ ଉପଯୁକ୍ତ ମାର୍ଗର ସନ୍ଧାନ କରିପାରିବେ। ବିଶେଷ କରି ବୁଝାମଣପତ୍ରରେ ନିର୍ଦ୍ଧାରିତ କ୍ଷେତ୍ର ଓ କାର୍ଯ୍ୟକ୍ରମ ଜରିଆରେ ଏ ଦିଗରେ ଉଭୟ ପକ୍ଷ ପଦକ୍ଷେପ ଗ୍ରହଣ କରିବେ।

କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ୟୁଏଇ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

August 23, 2026

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

ରାଜରାସ୍ତାରେ ନ୍ୟାୟ ମାଗୁଛି ଶିକ୍ଷକ ସମାଜ, ନିରବଦ୍ରଷ୍ଟା ସାଜିଛି ସରକାର: ସମନ୍ୱୟ ସମିତି

August 24, 2026

ଅଗଷ୍ଟ ୨୪ ତାରିଖ ରାଶିଫଳ: ସାତୋଟି ରାଶିର ବ୍ୟକ୍ତିଙ୍କ ଖୋଲିଲା ଭାଗ୍ୟ

August 24, 2026

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହାତାହାତି

August 23, 2026

ନକଲି ଇ-ଚାଲାଣ ନାଁରେ ବଡ଼ ସାଇବର ଠକେଇ: ଖାଲି ହୋଇପାରେ ବ୍ୟାଙ୍କ ଖାତା

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.