Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଆମର ଭୁଲ୍ ରହିଲା କେଉଁଠି ?
ଜୀବନ ଶୈଳୀ

ଆମର ଭୁଲ୍ ରହିଲା କେଉଁଠି ?

May 27, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଆମର ଭୁଲ୍ ରହିଲା କେଉଁଠି ?

   

ପ୍ରଦ୍ୟୁମ୍ନ ଶତପଥୀ, ବରିଷ୍ଠ ସାମ୍ବାଦିକ

 

ପ୍ରଥମେ କହି ରଖୁ ଯେ ଆମର ନିମ୍ନ ଲିଖିତ ଉପସ୍ଥାପନ କୁ କେତେକ କପୋଳକଳ୍ପିତ , ମିଥ୍ୟା ପ୍ରବଞ୍ଚନା ଓ ସ୍ବଢୋଲ ପ୍ରହାରାଦି ଆକ୍ଷେପ କରିପାରନ୍ତି ତ କେତେକ ଏହାକୁ କାକତାଳିକ ବୋଲି କହିପାରନ୍ତି । ଗତ ୨୨ ତାରିଖ ରାତିରେ ଆମେ ଫେରୁଥିବା ସମୟରେ ଆମକୁ ଅତିକ୍ରମ କରି ଜଣେ ୧୭/୧୮ ବର୍ଷୀୟା ଝିଅ ଟି ବିନା ଶୀରସ୍ତ୍ରାଣ ( ହେଲମେଟ) ରେ ଗୋଟିଏ ହାତରେ ଭ୍ରାମ୍ୟମାଣ ଦୂରଭାଷରେ ( ମୋବାଇଲ ଫୋନ) କଥା ହୋଇ ସ୍କୁଟି ଚଳାଇ ଦ୍ରୁତ ଗତିରେ ଆମକୁ ଅତିକ୍ରମ କରି ଯାଉଥାଏ।

ଏହି ସମୟରେ ଏକ ରୋଗୀ ସହାୟକ ଯାନ ( ଆମ୍ବୁଲାନ୍ସ) ତା’ର ସତର୍କ ସୂଚନା ଦେଇ ଆସୁଥିବାରୁ ତାକୁ ବାଟ ଛାଡି ଦେବାପାଇଁ ଆମେ ଗୋଟିଏ ପାର୍ଶକୁ ଆଗେଇ ଯାଉଥିଲେ ମଧ୍ୟ ଉକ୍ତ ଝିଅ ଉପରେ ସତର୍କ ସୂଚନା ର କୌଣସି ପ୍ରଭାବ ପଡୁ ନଥାଏ। ସମ୍ମୁଖରେ ଏକ ବେଗ ନିୟନ୍ତ୍ରକ ( ହମ୍ପସ୍) ଥାଏ। ଏହି ସମୟରେ ଝିଅ ଟି ନିଜର ନିୟନ୍ତ୍ରଣ ହରାଇବା ଏବଂ ନିଶ୍ଚିତ ଭାବରେ ରୋଗୀ ବାହୀ ଯାନ ସହିତ ଧକ୍କା ହେବାର ସ୍ଥିତି ରେ ଯଥା ସମ୍ଭବ ତାକୁ ରକ୍ଷା କରିବାକୁ ଚେଷ୍ଟା କରି ସଫଳ ମଧ୍ୟ ହେଲୁ।

ସୂତା ଖିଅ ଟିରେ ଝିଅ ର ଜୀବନ ରହିଗଲା ସତ୍ୟ ମାତ୍ର, ଆମ ଗୋଡ ବେଗ ନିୟନ୍ତ୍ରକ ( ହମ୍ପସ୍) ରେ ମାଡ଼ ହୋଇଗଲା ଏବଂ ଆମେ ମଧ୍ୟ ପଡ଼ୁ ପଡୁ ଭାଗ୍ୟବଳରେ ନିଜକୁ ନିୟନ୍ତ୍ରିତ କରିପାରିଲୁ। ଝିଅ ଟି ଉଠି କହିଲା ” ଥ୍ୟାଙ୍କ ୟୁ ଅଙ୍କଲ, ୟୁ ସେଭଡ୍ ମାଇଁ ଲାଇଫ୍”। ଆମେ କହିଲୁ ମାଆ , ତୁମ ଘର କେଉଁଠି ? ୟସ ଭୁବନେଶ୍ୱର ବୋଲି ସେ କହିଲା। ଓଡ଼ିଆ ବୁଝି ପାରୁଛୁ ? ୟସ ୟସ ,ସିଓର , ଆଇ ବିଲଙ୍ଗ ଟୁ ଓଡ଼ିଶା ଆଣ୍ଡ ଓଡ଼ିଆ ବୋଲି କହିବାରୁ ଆମେ ପଚାରିଲୁ ତୁମ ବାପାମା ଙ୍କ ଭିତରୁ ଜଣେ କେହି ଅଣ ଓଡ଼ିଆ ହୋଇଥିବେ ? ନୋ ନୋ ଅଙ୍କଲ ବୋଥ ଆର ଓଡ଼ିଆ ବୋଲି ଉତ୍ତର ଦେବାରୁ ଆମେ ପୁନଃ ପ୍ରଶ୍ନ କଲୁ ତୁମର ଜେଜେ ବାପା ଅବା ଗୋସେଇଁ ଜେଜେ କେହି ନିଶ୍ଚିତ ଇଙ୍ଗ୍ରେଜ ହୋଇଥିବେ ? ନୋ ମାଇଁ ଗ୍ରେଟ ଗ୍ରାଣ୍ଡପା ଓ୍ବାଜ ଇନ୍ ଡିଫେନ୍ସ ବୋଲି କହିବାରୁ ଆମେ କହିଲୁ ଝିଅ ତୁ ଓଡ଼ିଆ ଘରର ଝିଅ ହୋଇ ମୋ’ର ଓଡ଼ିଆ ଭାଷା ର ପ୍ରଶ୍ନର ଉତ୍ତର କାହିଁକି ଇଂରାଜୀ ଭାଷାରେ ଦେଉଛୁ ?

ସରି ଅଙ୍କଲ, ଇଙ୍ଗିଲିସ୍ ମିଡିୟମ ସ୍କୁଲ ପରେ ବିଜେବି ରେ ଷ୍ଟଡି କଲି ତୋ ଓଡ଼ିଆ ଉଇକି । ଆମେ ପଚାରିଲୁ ଯେ ଘରେ କ’ଣ ସମସ୍ତେ ଇଂରାଜୀ ରେ କଥା ହୁଅନ୍ତି ? ସେ କହିଲା ୟଶ , ଓନଲି ଗ୍ରାଣ୍ଡ ଫାଦର ଥିବା ଟାଇମ୍ ରେ ଡାଡ୍ ଓଡ଼ିଆ ରେ କଥା ହୁଅନ୍ତି । ଆମେ କହିଲୁ ମାଆ ଲୋ , ଏହି ଘଟଣା ରୁ ଶିକ୍ଷା ଲାଭ କରି ଗାଡ଼ି ଚଳେଇଲା ବେଳେ (ଶୀରସ୍ତ୍ରାଣ କି ଭ୍ରାମ୍ୟମାଣ ଦୂରଭାଷ ଶବ୍ଦ କହିବୁନି,କାଲା ଆଗରେ ମୂଳା କାହିଁକି ଚୋବେଇବୁ) ହେଲମେଟ ପିନ୍ଧିବୁ , ମୋବାଇଲ ଫୋନ ରେ କଥା ହେବୁନାହିଁ।

ଆଉ କିଛି ନଶୁଣି ଓକେ ଅଙ୍କଲ କହି ପୁନଃ ଦ୍ରୁତ ଗତିରେ ଚାଲିଗଲା। ଆମେ ସ୍କୃଟିକୁ ପୋଛା ପୋଛି କରିଦେଇ ଘରକୁ ଫେରିଲୁ। ଯେତେବେଳେ ପହଞ୍ଚିଲୁ , ଗୋଡ଼ ତଳକୁ ଲଗାଉ ତ ଗୋଡ଼ ବିନ୍ଧା ହେଲା,ତଳେ ଲଗେଇ ପାରିଲୁ ନାହିଁ। ଆବାସିକା ଜଗୁଆଳି ଙ୍କ ସାହାଯ୍ୟ ନେଇ ଘର ଭିତରକୁ ଛୋଟେଇ ଛୋଟେଇ ଯାଇ ବଦଳାବଦଳି କରି ସବୁ କଥା କହିବା ପରେ ଶ୍ରୀମତୀ ମକଚି ଯାଇଥିବା ସ୍ଥାନରେ ବରଫ ବାନ୍ଧି ଦେଲେ ମଧ୍ୟ ଯନ୍ତ୍ରଣା କମିବା ପରିବର୍ତ୍ତେ ବଢୁଥାଏ। ପଟେ ରୁଟି ଗର୍ଭସ୍ଥ କରି ଶୋଇବାକୁ ଗଲୁ। ମାତ୍ର ଯନ୍ତ୍ରଣା ବଢୁଥାଏ। ପିଲା ଦିନରୁ ଯନ୍ତ୍ରଣା ସହ୍ୟ କରିବାରେ ଅଭ୍ୟସ୍ତ ଥିବା ସତ୍ତ୍ବେ ଅସହ୍ୟ ଯନ୍ତ୍ରଣା ହେଉଥାଏ।

ଶ୍ରୀମତୀ କହିଲେ କାଲି ସକାଳୁ ଡାକ୍ତର ଙ୍କ ପାଖକୁ ଯାଇ ଏକ୍ସରେ କରିବାକୁ ପଡ଼ିବ , ଆବଶ୍ୟକ ପଡିଲେ ଛୁଟି ନେଇଯିବି। ଏହା ପରେ ଶୋଇବାକୁ ଗଲୁ, ଅଥଚ ଆମେ ଭୟଙ୍କର ଯନ୍ତ୍ରଣା ରେ ଶୋଇପାରୁନଥିଲୁ ,ଗୋଡ଼ ଫୁଲି ଫୁଲି ଯାଉଥାଏ। ସକାଳୁ କର୍ମ କ୍ଷେତ୍ରକୁ ଯାଇ ସନ୍ଧ୍ୟା ରେ ଫେରି ଗୃହକାର‌୍ୟ୍ୟ ରେ ହାଲିଆ ହୋଇ ଶୋଇଥିବା ଶ୍ରୀମତୀ ଙ୍କୁ ନ ଉଠାଇ କାନ୍ଥକୁ ଧରି ଧିରେ ଧିରେ ବାହାର କୁ ଆସି ଛଟପଟ ହେଉଥିଲୁ। ଗୋଡ଼ ଟାଣି ହୋଇ ଭାରି କଷ୍ଟ ହେଉଥାଏ। ପାହାନ୍ତା ହେବାର ଵୋଧେ କିଛି ମୁହୂର୍ତ୍ତ ପୂର୍ବରୁ ଷୋଫା ଉପରେ ନିଦ ହୋଇଯାଇଛି।

ଆମେ ସ୍ବପ୍ନ ଦେଖିଲୁ ଜଣେ ଦିବଙ୍ଗତ ଜନନେତା ଙ୍କୁ ପଚାରୁଛୁ ଯେ ଆମେ ସେ ଝିଅକୁ ବଞ୍ଚେଇଵାକୁ ଯିବା କ’ଣ ଭୁଲ୍? ସେ ଆମକୁ ବ୍ୟାସକୃତ ମହାଭାରତ ର ସାରାଂଶ ଶେଷ ଦୁଇ ପଦ ଶୁଣେଇ ଦେଇ କହିଲେ ପରୋପକାରାୟ ସ୍ଵର୍ଗାୟ। ତୋର କିଛି ହୋଇନି , ସକାଳ କୁ ଠିକ୍ ହେଇଯିବ। ଆମ କୁ ଶ୍ରୀମତୀ ଉଠେଇ କହିଲେ ଧିରେ ପାଦ ତଳକୁ ପକାଅ। ଆମେ ଦେଖୁ ଯେ ଆମ ଗୋଡ଼ ରେ ଫୁଲା ନାହିଁ କି ବିନ୍ଧା ବିନ୍ଧି ନାହିଁ। କେବଳ ବୁଢା ଅଙ୍ଗୁଳି ଉପରେ ସାମାନ୍ୟ ଫୁଲା ଲାଲ୍ ଦେଖାଯାଉଛି। ଆମେ ସ୍ବାଭାବିକ ଭାବେ ଚାଲିପାରିଲୁ।

ଆଜି ର ଲୋକ ଚରିତ୍ର କୁ କିଛି ମାତ୍ରାରେ ପଡ଼ିଥିବାରୁ ଆମେ ଜାଣୁ ଯେ ନିଜର ଲୁହକୁ ସବୁବେଳେ ନିଜେ ପୋଛିବାକୁ ଚେଷ୍ଟା କରିବା କଥା, କାହିଁକିନା ଦୁନିଆ ଆଜି ଏମିତି ପରିବର୍ତ୍ତନ ହେଇଯାଇଛି ଯେ ଅନ୍ୟମାନେ ଦୁଃଖ କମ ଆଉ ତୁମର ଦୁର୍ବଳତା ଜାଣିବାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଏହା ସତ୍ତ୍ବେ ଆମେ ଆମର ସ୍ବଳ୍ପ ସଂଖ୍ୟକ ସହୃଦୟ ବନ୍ଧୁ ବର୍ଗ ଙ୍କୁ ଜଣାଇ ମାନସିକ ଶାନ୍ତି ପାଇବାକୁ ଚେଷ୍ଟା କରୁଛୁ।

ଅତଏବ ସକାଳୁ ନିଜେ ଲାଲ୍ ଚା ପ୍ରସ୍ତୁତ କରି ସେବନ କରୁଥିବା ସମୟରେ ଗତ ରାତିରେ ଦେଖିଥିବା ସ୍ବପ୍ନ କଥା ଭାବିଲୁ। ଯଦି ଆମର ପୁରା ସ୍ବପ୍ନ ଟି ଦୁଇ କିମ୍ବା ତିନି ଘଣ୍ଟାର ବ୍ୟବଧାନରେ ପୂରଣ ହୋଇଗଲା ତେବେ ଅଧୁରା ସ୍ବପ୍ନ ଟି ରାଷ୍ଟ୍ରାଧିନାୟକ ସକଳ ସମ ବିଶେଷଣ ଯୋଜନା ଆଧାର ରେ ଦୀର୍ଘ ୨୨ ବର୍ଷରେ ପୂରଣ କାହିଁକି କରିପାରୁ ନାହାଁନ୍ତି, ଏହି ଅବଧିରେ କେତେ ପୂରଣ କରିଛନ୍ତି, କେତେ ବାକି ରହିଛି, ସମ୍ପୂର୍ଣ୍ଣ ହେବାକୁ ଆଉ କେତେ ବର୍ଷ ଲାଗିବ,ଏହି ଅଛିଣ୍ଡା ଗଣିତର ସମାଧାନ,ଘୂଷୁରୀ ଛୁଆ ଜନ୍ମ କଲା ପରି ପ୍ରଶ୍ନ ଜନ୍ମ କରି ଚାଲିଛି, ଆମ ମୁଣ୍ତ କୁ ଟିଣ କରିଚାଲିଛି।

ପ୍ରଦ୍ୟୁମ୍ନ ଶତପଥୀ
Share. Facebook Twitter LinkedIn Email WhatsApp Copy Link

Related Posts

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

August 23, 2026

ଭାରତରେ ବଢ଼ୁଛି ମଧୁମେହ-ମୋଟପାର ବୋଝ: ଜୀବନଶୈଳୀ ରୋଗ ନେଇ ବଢ଼ିଲା ଚିନ୍ତା

August 23, 2026

ସମ୍ପତ୍ତି ନିୟମ: ସ୍ୱାମୀଙ୍କ ମୃତ୍ୟୁ ପରେ ଝିଅର NOC ବିନା ପୁଅକୁ ଫ୍ଲାଟ୍ ଦେଇପାରିବେ କି ମା’? ଜାଣନ୍ତୁ କଣ ରହିଛି ନିୟମ

August 23, 2026
Latest News

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହାତାହାତି

August 23, 2026

ନକଲି ଇ-ଚାଲାଣ ନାଁରେ ବଡ଼ ସାଇବର ଠକେଇ: ଖାଲି ହୋଇପାରେ ବ୍ୟାଙ୍କ ଖାତା

August 23, 2026

ଆସନ୍ତାକାଲି ନବରଙ୍ଗପୁରରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

August 23, 2026

ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ବାମୀ

August 23, 2026

ତୁଳସୀକ୍ଷେତ୍ରରେ ରାଧାଗୋବିନ୍ଦଙ୍କ ଦିବ୍ୟ ଝୁଲଣ ଲୀଳା ଦର୍ଶନ ପାଇଁ ଭକ୍ତଙ୍କ ସମାଗମ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.