Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଣିକି ବାଧ୍ୟତାମୂଳକ ହେବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌: ଜାଣନ୍ତୁ କିଭଳି ଆବେଦନ କରିବେ ଗାଡି ମାଲିକ
ବିଶେଷ ଖବର

ଏଣିକି ବାଧ୍ୟତାମୂଳକ ହେବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌: ଜାଣନ୍ତୁ କିଭଳି ଆବେଦନ କରିବେ ଗାଡି ମାଲିକ

May 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Trafic Police
ଗାଡ଼ିରେ ବିକଟାଳ ଶବ୍ଦ କରୁଥିଲେ ହୋଇଯା'ନ୍ତୁ ସାବଧାନ: ଗଣିବେ ମୋଟା ଅଙ୍କର ଜରିମାନା

ଭୁବନେଶ୍ୱର: ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପୁରୁଣା ଗାଡିରେ ଏଣିକି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଏହି ପ୍ରକ୍ରିୟା ଅଗଷ୍ଟ ୩୧ ତାରିଖ ୨୦୨୨ରୁ ଆରମ୍ଭ ହେବ। ନମ୍ବର ପ୍ଳେଟ ପରିବର୍ତ୍ତନ ନକଲେ ଗାଡି ମାଲିକଙ୍କୁ ଜରିମାନା ଦେବାକୁ ପଡିବ।

ତେବେ ସେଥିପାଇଁ ସମୟ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗାଡିଗୁଡ଼ିକର ପଞ୍ଜୀକରଣ ନମ୍ବରର ଶେଷ ନମ୍ବର ଆଧାରରେ ନମ୍ବର ପ୍ଳେଟ ପରିବର୍ତ୍ତନ ଲାଗି ଗାଡି ମାଲିକଙ୍କୁ ସମୟ ଦିଆଯିବ।

ଶେଷ ତାରିଖ ପୂର୍ବରୁ ଗାଡ଼ିରେ ଏଚ୍‌ଏସ୍‌ଆରପି ଲଗାଇବାକୁ ପରାମର୍ଶ ଦିଆଯାଇଛି। ନଚେତ ଗାଡି ମାଲିକଙ୍କୁ ୫ ହଜାରରୁ ୧୦ ହଜାର ଟଙ୍କାର ଇ-ଚାଲାଣ କଟାଯିବ ବୋଲି ଚେତାବନୀ ଦିଆଯାଇଛି।

ଜାଣନ୍ତୁ କେଉଁ ନମ୍ବର ଗାଡି ପାଇଁ କେବେ ପ୍ଳେଟ ବଦଳାଇବାକୁ ନିର୍ଦ୍ଦେଶ ହୋଇଛି?:

୧- ପଞ୍ଜୀକରଣ ନମ୍ବର ଶେଷ ଅକ୍ଷର ୧ ଓ ୨ ରହିଥିଲେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

୨- ଶେଷ ଅକ୍ଷର ୩ ଓ ୪ ଥିଲେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି।

୩- ଶେଷ ଅକ୍ଷର ୫ ଓ ୬ ନମ୍ବର ଥିଲେ, ସେଗୁଡିକୁ ଅକ୍ଟୋବର ୩୧ ତାରିଖ

୪- ଶେଷ ଅକ୍ଷର ୭ ଓ ୮ ନମ୍ବର ଥିବା ଗାଡିକୁଡିକୁ ନଭେମ୍ବର ୩୦ ତାରିଖ ଯାଏଁ

୫- ଶେଷ ଅକ୍ଷର ୯ ଓ ୦ ରହିଥିଲେ, ସେହି ଗାଡିଗୁଡିକୁ ଡିସେମ୍ବର ୩୧ ତାରିଖ  ଡେଡ୍‌ଲାଇନ ଧାର୍ଯ୍ୟ କରାଯାଇଛି।

କିଭଳି ନମ୍ବର ପ୍ଳେଟ ପରିବର୍ତ୍ତନ କରିବେ?:

ନମ୍ବର ଆବେଦନ ପାଇଁ ଏକ ସ୍ଵତନ୍ତ୍ର ପୋର୍ଟାଲ୍‌ ଆପ୍‌ ର ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଏସ୍‌ଆଇଏଏମ୍‌ ପୋର୍ଟାଲ୍‌ରେ ଆବେଦନ କରିବାକୁ ହେବ। ଆବେଦନ ସମୟରେ ଗାଡ଼ି ଓ ଉକ୍ତ କମ୍ପାନି ବାବଦରେ ଉଲ୍ଲେଖ କରିବା ପରେ ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍‌ କେଉଁ ଭେଣ୍ଡରଙ୍କ ପାଖରେ ହୋଇପାରିବ, ଏହାର କେଉଁଠି ଶାଖା ରହିଛି, ତାହା ପ୍ରଦର୍ଶିତ ହେବ। ଗାଡ଼ିମାଲିକ ସେମାନଙ୍କ ସୁବିଧା ମୁତାବକ ଏଜେନ୍‌ସି ବାଛିବେ।

କିନ୍ତୁ ଅନ୍ୟ କୌଣସି ରାଜ୍ୟର ଗାଡ଼ିର ଏଚ୍‌ଏସ୍‌ଆର୍‌ପି ପ୍ଲେଟ୍‌ ଓଡ଼ିଶାରେ ମିଳିବ ନାହିଁ। ଯେଉଁମାନେ ଏନ୍‌ଓସି ଆଣିଥିବ‌େ, ସେମାନେ ଅନ୍ୟମାନଙ୍କ ଭଳି ଏଠାରେ ଆବେଦନ କରିପାରିବେ। ଆବେଦନର ସପ୍ତାହକ ମଧ୍ୟରେ ଏହି ନମ୍ବର ପ୍ଲେଟ ମିଳିପାରିବ।

ବାଧ୍ୟତାମୂଳକ
Share. Facebook Twitter LinkedIn Email WhatsApp Copy Link

Related Posts

ଜମାଖୋରୀ ରୋକିବାକୁ ଚିନି ମହଜୁଦ ନିୟମରେ ସଂଶୋଧନ କଲେ ସରକାର

October 2, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026

ମହାନଦୀ ଜଳବଣ୍ଟନ ପାଇଁ ବୈଠକ: ଓଡ଼ିଶାର ଅଧିକାର ପାଇଁ ଦାବି ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

October 2, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମାମଲା ପ୍ରତ୍ୟାହାର ପାଇଁ ପିତାଙ୍କ ଆବେଦନ

October 1, 2026
Latest News

ଦୁର୍ଗା ମୂର୍ତ୍ତି ନେଉଥିବା ପିକ୍ଅପ୍‌କୁ ଧକ୍କା ଦେଲା ଟ୍ରକ୍‌: ୭ ମୃତ, ୧୯ ଆହତ

October 2, 2026

ତାମିଲନାଡୁ ବାଇପୋଲ୍: ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ରାଜନୈତିକ ଚର୍ଚ୍ଚା

October 2, 2026

ଓମଫେଡ୍ ଗ୍ରାହକଙ୍କୁ ଝଟକା, ୪ ଟଙ୍କା ଯାଏ ବଢ଼ିବ କ୍ଷୀର ଦର

October 2, 2026

ଷ୍ଟକ୍ ବଜାରରେ ହାହାକାର! ୮ ସପ୍ତାହ ଧରି ଲଗାତାର କ୍ଷତି, ଜାଣନ୍ତୁ କାହିଁକି ଖସୁଛି ସେନସେକ୍ସ-ନିଫ୍ଟି

October 2, 2026

ଆଜିଠୁ ବିଜେଡିର ପଦଯାତ୍ରା : ଶକ୍ତି ଦେଖାଇବ ବିଜେଡି

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.