Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟସଭା ପ୍ରାର୍ଥୀ ଭାବେ କଣ ପାଇଁ ନବୀନ ଏହି ଚାରିଜଣଙ୍କୁ ବାଛିଲେ, ଜାଣନ୍ତୁ ଭିତିରି କାରଣ
ବିଶେଷ ଖବର

ରାଜ୍ୟସଭା ପ୍ରାର୍ଥୀ ଭାବେ କଣ ପାଇଁ ନବୀନ ଏହି ଚାରିଜଣଙ୍କୁ ବାଛିଲେ, ଜାଣନ୍ତୁ ଭିତିରି କାରଣ

May 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସଭା ପ୍ରାର୍ଥୀ ଭାବେ କଣ ପାଇଁ ନବୀନ ଏହି ଚାରିଜଣଙ୍କୁ ବାଛିଲେ, ଜାଣନ୍ତୁ ଭିତିରି କାରଣ

ଭୁବନେଶ୍ବର: ବହୁ ଚର୍ଚ୍ଚା ପରେ ଶେଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ଚାରିଜଣଙ୍କ ନାମ ମନୋନିତ କରିଛନ୍ତି। ଏହି ଚାରିଜଣ ହେଲେ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ନିରଞ୍ଜନ ବିଶି। ଏମାନଙ୍କ ମଧ୍ୟରୁ ସୁଲତା, ମାନସ ଏବଂ ସସ୍ମିତ ପୂର୍ଣ୍ଣକାଳୀନ ଅର୍ଥାତ ଛଅ ବର୍ଷ ପାଇଁ ରାଜ୍ୟସଭାକୁ ମନୋନିତ ହୋଇ ଯିବେ।

ହେଲେ ଶେଷ ପ୍ରାର୍ଥୀ ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି ସେ ହେଉଛନ୍ତି ନିରଞ୍ଜନ ବିଶି, ସ୍ବଳ୍ପ କାଳୀନ ଅବଧୀ ପାଇଁ ରାଜ୍ୟସଭା ଯିବେ। ରାଜ୍ୟ ରାଜନୀତିରେ ସୁଲତା, ମାନସ ଏବଂ ସସ୍ମିତଙ୍କ ନାମ ବେଶ ଚର୍ଚ୍ଚାରେ ଥିଲା। ଏହିତିନି ଜଣ ରାଜ୍ୟସଭାକୁ ନିଶ୍ଚିତ ଯିବେ ବୋଲି ଆନୁମାନ କରାଯାଉଥିଲା। ଯାହା ପରବର୍ତ୍ତି ସମୟରେ ସତ ହୋଇଛି।

ତେବେ ନବୀନ ଏହି ଚାରିଜଣଙ୍କୁ ବାଛିବାରେ ଏକ ମୁଖ୍ୟ କାରଣ ରହିଛି। ତାହା ହେଲା ସେ ସବୁ ବର୍ଗକୁ ପ୍ରାଧାନ୍ୟ ଦେଇ ଏହି ନିଷ୍ପତି ଗ୍ରହଣ କରିଛନ୍ତି। ପ୍ରଥମ ପ୍ରାର୍ଥୀ ସୁଲତା ଦେଓ ହେଉଛନ୍ତି ମହିଳା, ମାନସ ହେଉଛନ୍ତି ଓବିସି, ସସ୍ମତି ହେଉଛନ୍ତି ସଂଖ୍ୟାଲଘୁ ଆଉ ନିରଞ୍ଜନ ହେଉଛନ୍ତି ଆଦିବାସୀ।

ଏହି ଚାରି ବର୍ଗକୁ ଧ୍ୟାନରେ ରଖି ନବୀନ ଏହି ନିଷ୍ପତି ଗ୍ରହଣ କରିଥିବାର ସ୍ପଷ୍ଟ ହୋଇଛି। ଫଳରେ ବିରୋଧୀଙ୍କର ମୁହଁ ଚୁପ ହୋଇଯାଇଛି। ସେମାନେ ଯେଉଁ ଅଭିଯୋଗ କରିଥାଆନ୍ତେ ନବୀନ ମହିଳା, ଓବିସି, ସଂଖ୍ୟାଲଘୁ କିମ୍ବା ଆଦିବାସୀଙ୍କୁ ଗୁରୁତ୍ବ ଦେଉ ନାହାଁନ୍ତି, ତାହା ଆଉ କହିପାରିବେ ନାହିଁ।

ସୁଲତା ଦେଓ ବିଜେଡିର ଜଣେ ଆଗଧାଡି ନେତ୍ରୀ। ଦୀର୍ଘ ବର୍ଷ ଧରି ସେ ଏହି ଦଳରେ ଅଛନ୍ତି। ହେଲେ ତାଙ୍କୁ କୌଣସି ପଦପଦବୀ ଦିଆଯାଇ ନ ଥିଲା। ସମାଜ କଲ୍ୟାଣ ବୋର୍ଡ, ବିଜେଡି ପ୍ରବକ୍ତା ଏବଂ ପରବର୍ତ୍ତି ସମୟରେ ତାଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଠା କରାଯାଇଛି। ହେଲେ ତାହାର କୌଣସି ମାନେ ନ ଥିଲେ ମଧ୍ୟ ସୁଲତା ସୁଚାରୁ ରୂପେ ଏହି କାର୍ଯ୍ୟ କରିଛନ୍ତି। ଫଳରେ ନବୀନ ଶେଷରେ ତାଙ୍କୁ ରାଜ୍ୟସଭା ପଠାଇବାକୁ ଉଚିତ ମନେ କଲେ।

ସେହିପରି ମାନସ ମଙ୍ଗରାଜ ମଧ୍ୟ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସୁପରିଚାଳନା କରିବା କାର୍ଯ୍ୟ ସେ ଦକ୍ଷତାର ସହ କରିଛନ୍ତି। ତାଙ୍କୁ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଛନ୍ତି। ଏହା ଦ୍ବାରା ସେ ବିଜେଡିର ଭାବମୂର୍ତ୍ତିକୁ ଗଣମାଧ୍ୟମରେ ଠିକ ଭାବେ ରଖିବା କାର୍ଯ୍ୟ ମଧ୍ୟ କରି ଦେଖାଇଛନ୍ତି।

ଅନ୍ୟତମ ପ୍ରାର୍ଥୀ ସସ୍ମିତ ପାତ୍ର ରାଜ୍ୟସଭାରେ ଯେତିକି ଦିନ ଥିଲେ ସେଥିରେ ସେ କେବଳ ବିଜେଡି କାହିଁକି ରାଜ୍ୟର ଟେକ ରଖିବାରେ ସକ୍ଷମ ହୋଇପାରିଥିଲେ। ତାଙ୍କର ବିଚକ୍ଷଣ ବୁଦ୍ଧି ସହିତ ଜାତୀୟ ତଥା ଆନ୍ତର୍ଜାତୀୟ ରାଜନୀତିରେ ସେ ବେଶ ପାରଂଗମ। ପ୍ରଥମ ଥର ନିର୍ବାଚନ ହୋଇ ମଧ୍ୟ ସେ ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲ ପାଇଁ ମନୋନିତ ହେବା ନିଶ୍ଚିତ ଗର୍ବ ଓ ଗୌରବର କଥା। ସେ ପୁଣିଥରେ ରାଜ୍ୟସଭାକୁ ଯିବାର ଆବଶ୍ୟକତା ଥିଲା ଯାହା ନବୀନ କରି ଦେଖାଇଛନ୍ତି।

ତେବେ ସବୁ ପ୍ରାର୍ଥୀଙ୍କ ମଧ୍ୟରେ ନିରଞ୍ଜନ ବିଶି ହେଇଛନ୍ତି ଜଣେ ସପ୍ରାଇଜ ପ୍ରାର୍ଥୀ। କାରଣ ତାଙ୍କ ନାମ କେବେ ବି ଚର୍ଚ୍ଚାରେ ନ ଥିଲା। ନିରଂଜନ ବିଶି ହେଉଛନ୍ତି ବଲାଙ୍ଗୀରର ଜଣେ ତୁଙ୍ଗ ଆଦିବାସୀ ନେତା। ଯାହାଙ୍କର ସେଠାରେ ଏକ ବଡ ସଂଗଠନ ରହିଛି। ସେ ମଧ୍ୟ ଓଡିଶା ଆଦିବାସୀ ସଂଗଠନର ମହାସଚିବ ଅଛନ୍ତି। ଦଳକୁ ପଶ୍ଚିମ ଓଡିଶାରେ ସୁଦୃଢ କରିବା ପାଇଁ ତାଙ୍କୁ ନବୀନ ମନୋନିତ କରିଛନ୍ତି।

ଓଡିଶାରେ ରାଜ୍ୟସଭା ନିର୍ବାଚନ ନିରଞ୍ଜନ ବିଶି ମାନସ ମଙ୍ଗରାଜ ରାଜ୍ୟସଭା ନିର୍ବାଚନ ସୁଲତା ଦେଓ
Share. Facebook Twitter LinkedIn Email WhatsApp Copy Link

Related Posts

ପାଟ୍ରୋଲିଂ ବେଳେ ଧରାପଡ଼ିଲା ମଦ କାରବାର, ବିପୁଳ ବିଦେଶୀ ମଦ ସହ ଜଣେ ଗିରଫ

September 27, 2026

ଭିଜିଲାନ୍ସର ବଡ଼ ଚଢ଼ାଉ: ମାଥିଲି AEEଙ୍କ ଘର ଓ ଅଫିସ୍‌ରେ ଖୋଳତାଡ଼

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026
Latest News

UNSCରେ ଭାରତର ସ୍ଥାୟୀ ସଦସ୍ୟତାକୁ ରୁଷର ସମର୍ଥନ

September 27, 2026

ପାଟ୍ରୋଲିଂ ବେଳେ ଧରାପଡ଼ିଲା ମଦ କାରବାର, ବିପୁଳ ବିଦେଶୀ ମଦ ସହ ଜଣେ ଗିରଫ

September 27, 2026

ଭିଜିଲାନ୍ସର ବଡ଼ ଚଢ଼ାଉ: ମାଥିଲି AEEଙ୍କ ଘର ଓ ଅଫିସ୍‌ରେ ଖୋଳତାଡ଼

September 27, 2026

୩୦ ବର୍ଷ ବୟସ ପରେ କେଉଁ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ? ଜାଣନ୍ତୁ କେଉଁ ଟେଷ୍ଟ କେବେ କରିବେ

September 27, 2026

PUC ନଥିଲେ ୧୦ ହଜାର ଜରିମାନା! ଅକ୍ଟୋବର ୧ରୁ ଦିଲ୍ଲୀରେ ଗାଡ଼ି ଯାଞ୍ଚ, ଜାଣନ୍ତୁ ନୂଆ ନିୟମ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.