Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»RajyasabhaElection»ଭୋଟ ନ ଥାଇ ମଧ୍ୟ ହଠାତ ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥି ହେଲେ ଜୀ ମିଡିଆ ଅଧ୍ୟକ୍ଷ ସୁବାଷ ଚନ୍ଦ୍ରା
RajyasabhaElection

ଭୋଟ ନ ଥାଇ ମଧ୍ୟ ହଠାତ ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥି ହେଲେ ଜୀ ମିଡିଆ ଅଧ୍ୟକ୍ଷ ସୁବାଷ ଚନ୍ଦ୍ରା

June 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୋଟ ନ ଥାଇ ମଧ୍ୟ ହଠାତ ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥି ହେଲେ ଜୀ ମିଡିଆ ଅଧ୍ୟକ୍ଷ ସୁବାଷ ଚନ୍ଦ୍ରା

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଜାତୀୟ ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିତ୍ବ ତଥା ଜୀ ମିଡିଆ କଂପାନୀ ଏବଂ ଏସଲ ଗ୍ରୁପ ଅଧ୍ୟକ୍ଷ ସୁବାଷ ଚନ୍ଦ୍ରା ରାଜସ୍ଥାନ ରାଜନୀତିର ହଲଚଲ କରିଛନ୍ତି। କାରଣ ସେ ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କାନ ଦାଖଲ କରିଛନ୍ତି। ସୁବାଷ ଚନ୍ଦ୍ରାଙ୍କ ପାଖରେ ଜିତିବା ପାଇଁ ଭୋଟ ନାହିଁ, ହେଲେ ହଠାତ ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସୁବାଷ ଚନ୍ଦ୍ରା ବର୍ତ୍ତମାନ ହରିୟାନାରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ତାଙ୍କର କାର୍ଯ୍ୟକାଳ ଆସନ୍ତା ଅଗଷ୍ଟରେ ଶେଷ ହେବ। ହେଲେ ତା ପୂର୍ବରୁ ସେ କଣ ପାଇଁ ରାଜ୍ୟସଭା ନାମାଙ୍କନ କଲେ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ତାହା ପୁଣି ନିଜ ରାଜ୍ୟରୁ ନ କରି ରାଜସ୍ଥାନରୁ କରିଥିବାରୁ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି। ତେବେ ଅନ୍ୟ ଏକ ଆଶ୍ଚର୍ଯ୍ୟ ହେଲା ଯେ, ସେ ବିଜେପି ସମର୍ଥନରେ ସ୍ବାଧୀନ ଭାବେ ଏହି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସୁବାଷ ଚନ୍ଦ୍ରାଙ୍କ ଏପରି ପଦକ୍ଷେପ କେବଳ ରାଜସ୍ଥାନ ନୁହେଁ ସାରା ଦେଶର ରାଜନୀତିରେ ବର୍ତ୍ତମାନ ଆଲୋଚ୍ୟ ବିଷୟ ହୋଇଛି।  ସେ ବିଜେପି ସମର୍ଥନରେ ପ୍ରାର୍ଥୀ ହେଲେ ମଧ୍ୟ ତାଙ୍କର ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ହେଉ ନାହିଁ। ସେ ନିଶ୍ଚିତ ଭାବେ କଂଗ୍ରେସ ଭୋଟ ଉପରେ ନଜର ପକାଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଶ୍ନ ଉଠିଛି ଅଶୋକ ଗେହେଲଟ ଏବଂ ସଚିନ ପାଇଲଟଙ୍କ ବିବାଦ ଭିତରୁ ସୁବାଷ କିଛି ଫାଇଦା ନେବେ କି?

ତେବେ ରାଜସ୍ଥାନର ବର୍ତ୍ତମାନ ଚାରୋଟି ରାଜ୍ୟସଭା ଆସନ ପାଇଁ ଜୁନ ୧୦ ତାରିଖରେ ନିର୍ବାଚନ ହେବ। ରାଜସ୍ଥାନର ମୋଟ ବିଧାନସଭା ଆସନ ସଂଖ୍ୟା ୨୦୦ ହୋଇଥିବା ବେଳେ ସେଥିରେ କଂଗ୍ରେସ ହାତରେ ରହିଛି ୧୦୮ଟି ଏବଂ ବିଜେପି ହାତରେ ଅଛି ୭୧ଟି ଆସନ। ସ୍ବାଧୀନ ବିଧାୟକ ୧୩ ଜଣ ଥିବା ବେଳେ ଅନ୍ୟାନ୍ୟ ଅଛନ୍ତି ୮ ଜଣ। ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ୪୧ ଖଣ୍ଡ ଭୋଟର ଆବଶ୍ୟକତା ରହିଛି।

ସେହି ହିସାବରେ ବର୍ତ୍ତମାନ ଚାରୋଟି ଆସନ ମଧ୍ୟରୁ କଂଗ୍ରେସ ଦୁଇଟି ଆସନ ଜିତିବା ନିଶ୍ଚିତ ଅଛି। ହେଲେ ଦୁଇଟି ଆସନ ପରେ ଏହି ଦଳ ପାଖରେ ଆଉ ବଳକା ୨୬ ଖଣ୍ଡ ଭୋଟ ରହୁଛି। ରାଜସ୍ଥାନରେ ଯେଉଁ ୧୩ ଜଣ ସ୍ବାଧୀନ ବିଧାୟକ ଅଛନ୍ତି ସେମାନେ ସମସ୍ତେ ପ୍ରାୟତଃ କଂଗ୍ରେସ ସହିତ ଅଛନ୍ତି। ସେମାନେ ଯଦିବା କଂଗ୍ରେସକୁ ସମର୍ଥନ କରିନ୍ତି ତେବେ ତୃତୀୟ ପ୍ରାର୍ଥୀ ପାଇଁ ଆହୁରି ଦୁଇଟି ଭୋଟର ଆବଶ୍ୟକତା ରହିଛି।

ବିଜେପିର ୭୧ଟି ଆସନ ମଧ୍ୟରୁ ସେମାନେ ଜଣଙ୍କୁ ରାଜ୍ୟସଭା ପଠାଇଲେ ଆଉ ୩୦ ଖଣ୍ଡ ଭୋଟ ରହୁଛି। ହେଲେ ସେମାନେ ଆଉ ଜଣଙ୍କୁ ପଠାଇବାକୁ ହେଲେ ତାଙ୍କୁ ଆହୁରି ୧୧ ଖଣ୍ଡ ଭୋଟ ଆବଶ୍ୟତା ରହିଛି। ସେଥିପାଇଁ ବିଜେପି ଜଣେ ପ୍ରାର୍ଥୀ ଘନଶ୍ୟାମ ତିୱାରୀଙ୍କୁ ଛିଡା କରିଛି। ସେହିପରି କଂଗ୍ରେସ ଦୁଇଜଣଙ୍କୁ ପଠାଇବା ନିଶ୍ଚିତ ଥିଲେ ମଧ୍ୟ ଦଳ ତିନିଜଣ ପ୍ରାର୍ଥୀଙ୍କୁ ଛିଡା କରିଛି। ସେମାନେ ହେଲେ ମୁକୁଲ ୱାସନିକ, ପ୍ରମୋଦ ତିୱାରୀ ଏବଂ ରଣଦୀପ ସିଂ ସୁରଜେୱାଲା।

ବର୍ତ୍ତମାନ ସୁବାଷ ଚନ୍ଦ୍ରା ନାମାଙ୍କନ ଦାଖଲ କରିବା ପରେ ତାଙ୍କର ପ୍ରମୋଦ ତିୱାରୀଙ୍କ ସହିତ ଲଢେଇ ହେବ। ପ୍ରମୋଦ ହେଉଛନ୍ତି ଉତ୍ତର ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା। କଂଗ୍ରେସ ରଣଦୀପ ସିଂ ସୁରଜୱାଲା କହିଛନ୍ତି ଯେ, ଆମ ପାଖରେ ମୋଟ ୧୨୬ ଖଣ୍ଡ ଭୋଟ ରହିଛି। ଆମେ ତିନୋଟି ଆସନ ନିଶ୍ଚିତ ଜିତିବୁ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି ଯେ, ବିଜେପି ଘୋଡା ବେପାର କରିବା ପାଇଁ ଦ୍ବିତୀୟ ପ୍ରାର୍ଥୀ ଦେଇଛି। ସେହିପରି ସୁବାଷ ଚନ୍ଦ୍ରା କହିଛନ୍ତି ଯେ ମୁଁ ଏଥିରେ ନିଶ୍ଚିତ ବିଜୟୀ ହେବି। ତେବେ ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ଅଶୋକ ଗେହେଲଟ ଏବଂ ସଚିନ ପାଇଲେଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଫାଇଦା ପାଇଁ ବିଜେପି ଏହି ଖେଳ ଖେଳିଛି।

ଜୀ ମିଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026
Latest News

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.