Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୌସୁମୀ ଜନିତ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସମୀକ୍ଷା କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା
ବିଶେଷ ଖବର

ମୌସୁମୀ ଜନିତ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସମୀକ୍ଷା କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

June 2, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସ୍ବରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ଦିଲ୍ଲୀରେ ଆୟୋଜିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଆସନ୍ତା ମୌସୁମୀ ଜନିତ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସାମଗ୍ରିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନଡିଏମଏ) ଦ୍ବାରା ବନ୍ୟାପ୍ରବଣ କ୍ଷେତ୍ରରେ ହୋଇଥିବା ପ୍ରସ୍ତୁତି ମଧ୍ୟ ସମୀକ୍ଷା କରାଯାଇଥିଲା। ସେ ମଧ୍ୟ ଦେଶରେ ବନ୍ୟା ସମ୍ବନ୍ଧୀୟ ସମସ୍ୟା ହ୍ରାସ କରିବା ଲାଗି ଏକ ବିସ୍ତୃତ ଓ ବ୍ୟାପକ ନୀତି ପ୍ରସ୍ତୁତ କରିବା ଲାଗି ଦୀର୍ଘକାଳୀନ ଉପାୟର ସମୀକ୍ଷା କରିଥିଲେ। ବୈଠକରେ ବନ୍ୟା ସମୟରେ ଧନଜୀବନ ହାନିକୁ ସର୍ବନିମ୍ନ ସ୍ତରରେ ରଖିବା ପାଇଁ ଅନେକଗୁଡ଼ିଏ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।

ପ୍ରମୁଖ କ୍ୟାଚମେଣ୍ଟ କ୍ଷେତ୍ରରେ ବନ୍ୟା ଜଳସ୍ତର ବୃଦ୍ଧି ସମ୍ପର୍କରେ ସବୁଠୁ ତଳ ସ୍ତର ପର୍ଯ୍ୟନ୍ତ ଆଗୁଆ ସତର୍କ ସୂଚନା ଦେବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ପ୍ରତିଷ୍ଠା କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟସ୍ତରୀ ଏଜେନ୍ସିଗୁଡ଼ିକ ମଧ୍ୟରେ ଲଗାତାର ସମନ୍ବୟ ସ୍ଥାପନ ଲାଗି ସେ ଅଧିକାରୀମାନଙ୍କୁ କହିଥିଲେ। ସେ ତାଙ୍କ ନିର୍ଦ୍ଦେଶରେ କହିଥିଲେ ଯେ, ଚଳିତ ବନ୍ୟା ଋତୁରେ ନଦୀ ଜଳସ୍ତରର ବର୍ତ୍ତମାନର ସ୍ଥିତି ଏବଂ ସମ୍ଭାବ୍ୟ ସ୍ଥିତିକୁ ପ୍ରତି ଘଣ୍ଟାରେ ଅନୁଧ୍ୟାନ କରାଯିବା ଉଚିତ୍‌। ବନ୍ୟା ମୁକାବିଲା ପାଇଁ ସମସ୍ତ ସମ୍ପୃକ୍ତ ଅଂଶୀଦାରମାନେ ବନ୍ଧ ବାନ୍ଧିବା, ଉଦ୍ଧାର କାର୍ଯ୍ୟ କରିବା ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀ ବ୍ୟବସ୍ଥା କରିବା ଭଳି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।  ଅଧିକ ବର୍ଷା ପ୍ରବଣ କ୍ଷେତ୍ରରେ ସ୍ଥାନୀୟ, ନଗରପାଳିକା ଏବଂ ରାଜ୍ୟ ସ୍ତରରେ ବର୍ଷା ପୂର୍ବରୁ ଆଗୁଆ ଚେତାବନୀ ଜାରି କରିବା ଲାଗି ରାଜ୍ୟମାନଙ୍କ ସହ ମିଶି ଏସଓପି ପ୍ରସ୍ତୁତ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ଏନଡିଆରଏଫକୁ ନିର୍ଦ୍ଦେଶ ଦେଇଥିଲେ।

ସଠିକ୍‌ ପାଣିପାଗ ଓ ବନ୍ୟା ପୂର୍ବାନୁମାନ ଲାଗି ପ୍ରଯୁକ୍ତି ବିକାଶ କରିବା ନିମନ୍ତେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ କେନ୍ଦ୍ର ଜଳ ଆୟୋଗ (ସିଡବ୍ଲୁସି)  ଭଳି ବିଶେଷ ସଂସ୍ଥାମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏସଏମଏସ, ଟିଭି, ଏଫଏମ ରେଡିଓ ଏବଂ ଅନ୍ୟ ମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ବଜ୍ରପାତ ସମ୍ପର୍କରେ ଠିକ୍‌ ସମୟରେ ଚେତାବନୀ ଜାରି କରିବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଶାହା କହିଥିଲେ ଯେ, ବଜ୍ରପାତ ସମ୍ପର୍କରେ ଜିଲ୍ଲାପାଳ ଏବଂ ପଞ୍ଚାୟତକୁ ଆଗୁଆ ସତର୍କ ସୂଚନା ଦେବା ଲାଗି  ବ୍ୟବସ୍ଥା କରିବା ନିମନ୍ତେ ଏନଡିଆରଏଫ ଏବଂ ଏସଡିଆରଏଫକୁ କୁହାଯାଇଛି, ଯାହାଫଳରେ ଧନଜୀବନ ହାନିକୁ ହ୍ରାସ କରାଯାଇପାରିବ। ‘ଉମଙ୍ଗ’, ‘ରେନ୍‌ ଆଲାର୍ମ’ ଓ ‘ଦାମିନୀ’ ଭଳି ପାଣିପାଗ ପୂର୍ବାନୁମାନ କରୁଥିବା ବିଭିନ୍ନ ମୋବାଇଲ ଆପ୍‌ ସମ୍ପର୍କରେ ସର୍ବାଧିକ ପ୍ରଚାରପ୍ରସାର ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ ଯାହାଦ୍ବାରା ନିର୍ଦ୍ଦିଷ୍ଟ ଲୋକଙ୍କ ନିକଟରେ ଏହାର ଲାଭ ପହଞ୍ଚି ପାରିବ। ‘ଦାମିନୀ ଆପ୍‌କୁ ଦେଶର ସବୁ ସ୍ଥାନୀୟ ଭାଷାରେ ଉପଲବ୍ଧ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।  ‘ଦାମିନୀ’ ଆପ୍‌ ତିନି ଘଣ୍ଟା ପୂର୍ବରୁ ବଜ୍ରପାତର ସତର୍କ ସୂଚନା ଦେଇଥାଏ ଯାହାକି ଧନଜୀବନ ହାନିକୁ ହ୍ରାସ କରିବାରେ ସହାୟକ ହୋଇଥାଏ।

ଅମିତ ଶାହା ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ସିଡବ୍ଲୁସିକୁ କେତେକ ନିର୍ଦ୍ଦେଶ ଦେଇଥିଲେ। ନଦୀବନ୍ଧ ସୁରକ୍ଷା ଆଇନ, ୨୦୨୧ ଅନୁଯାୟୀ ରାଜ୍ୟ ସ୍ତରରେ ଏବଂ ନଦୀବନ୍ଧ ସ୍ତରରେ ସଂସ୍ଥାଗତ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ଆଗୁଆ ସମୟୋଚିତ ପଦକ୍ଷେପ ନେବାକୁ ଶ୍ରୀ ଶାହା କହିଥିଲେ। ଯାହା ଫଳରେ ଜଳସ୍ତର ଓ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ ଏବଂ ଧନଜୀବନ ହାନି ହ୍ରାସ କରିବା ସମ୍ଭବ ହୋଇପାରିବ। ପୂର୍ବରୁ ଗତବର୍ଷ ଜୁନ ୧୫, ୨୦୨୧ରେ ଅମିତ ଶାହା ଦେଇଥିବା ନିର୍ଦ୍ଦେଶକୁ ଅନୁସରଣ କରି ସିଡବ୍ଲୁସି, ଆଇଏମଡି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ପକ୍ଷରୁ ନଦୀର ଜଳସ୍ତର ଓ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରାଯାଉଛି ଏବଂ ଏ ସମ୍ପର୍କରେ ନିୟମିତ ରିପୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଉଛି।

ଗତ ବର୍ଷ ଅନୁଷ୍ଠିତ ବନ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଆଜିର ବୈଠକରେ ଆଇଏମଡି ମହାନିର୍ଦ୍ଦେଶକ ଏବଂ ସିଡବ୍ଲୁସି ଅଧ୍ୟକ୍ଷ ସୂଚନା ଦେଇଥିଲେ।  ପାଣିପାଗ ଓ ବନ୍ୟା ପୂର୍ବାନୁମାନ ପଦ୍ଧତି ଏବଂ ବନ୍ୟା ନିୟନ୍ତ୍ରଣ ପଦକ୍ଷେପରେ ସୁଧାର ଆଣିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଏନଡିଆରଏଫ ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ ଯେ, ଆସନ୍ତା ମୌସୁମୀ ଋତୁରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସେ କହିଥିଲେ ଯେ ୬୭ଟି ଏନଡିଆରଏଫ ଦଳ ମୁତୟନ ପାଇଁ ରାଜ୍ୟମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଏବେ ସୁଦ୍ଧା ୧୪ଟି ଦଳ ମୁତୟନ କରାଯାଇଛି।

ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀ ଶଯ୍ୟା କାରଣରୁ ଭାରତର ଅଧିକାଂଶ କ୍ଷେତ୍ର ବନ୍ୟା ପ୍ରବଣ ହୋଇ ରହିଛି। ଆସାମ, ବିହାର, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଦେଶର ସବୁଠୁ ଅଧିକ ବନ୍ୟାପ୍ରବଣ ରାଜ୍ୟ ଭାବେ ପରିଚିତ। ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଦେଶର ସେହି ଲକ୍ଷାଧିକ ଲୋକଙ୍କ କଷ୍ଟ ଦୂର କରିବାରେ ବେଶ ସହାୟକ ହେବ, ଯେଉଁମାନଙ୍କର ଫସଲ, ସମ୍ପତ୍ତି, ଜୀବିକା ଏବଂ ଅମୂଲ୍ୟ ଜୀବନ ବନ୍ୟା ପ୍ରକୋପରେ ପ୍ରଭାବିତ ହୋଇଥାଏ।

ବୈଠକରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ସ୍ବରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସମେତ ସ୍ବରାଷ୍ଟ୍ର, ଜଳ ସମ୍ପଦ, ନଦୀ ବିକାଶ ଓ ନଦୀ କାୟାକଳ୍ପ, ଭୂବିଜ୍ଞାନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ସଚିବ, ସଦସ୍ୟ ସଚିବ, ଏନଡିଏମଏ, ଆଇଏମଡି ଏବଂ ଏନଡିଆରଏଫର ମହାନିର୍ଦ୍ଦେଶକ, ଇସ୍ରୋ, ରେଳ ବୋର୍ଡ, ଏନଏଚଏଆଇ, ସିଡବ୍ଲୁସି ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟର ଅଧ୍ୟକ୍ଷ ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ଅମିତ ଶାହା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ନ୍ୟୁଜିଲ୍ୟାଣ୍ଡରେ ବ୍ୟବସାୟିକ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

July 11, 2026

ପାଠ୍ୟ ପୁସ୍ତକରେ ତ୍ରୁଟି: ସମଗ୍ର ପ୍ରକ୍ରିୟାର ହେବ ଅପରାଧିକ ତଦନ୍ତ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

July 11, 2026

ରୁଷରୁ ତୈଳ କ୍ରୟ ଭାରତର ବଢ଼ାଇବ ସମସ୍ୟା!: ୫୦୦% ଶୁଳ୍କ ପାଇଁ ନୂତନ ବିଲ୍ ଆଣିବ ଆମେରିକା

July 11, 2026

“ମୋଦି ଆମର ଫୋନ୍ ମଧ୍ୟ ଉଠାଉନାହାଁନ୍ତି”:ଦୁଃଖ ମନରେ କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା

July 11, 2026
Latest News

ନ୍ୟୁଜିଲ୍ୟାଣ୍ଡରେ ବ୍ୟବସାୟିକ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

July 11, 2026

ପାଠ୍ୟ ପୁସ୍ତକରେ ତ୍ରୁଟି: ସମଗ୍ର ପ୍ରକ୍ରିୟାର ହେବ ଅପରାଧିକ ତଦନ୍ତ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

July 11, 2026

ବାଙ୍କିପୁର ଉପ-ନିର୍ବାଚନ: ନୂଆ ପ୍ରାର୍ଥୀଙ୍କୁ ନେଇ ପୁଣି ଏକ ବଡ ଭୁଲ କଲା କି ବିଜେପି?

July 11, 2026

ନାବାଳିକାଙ୍କୁ ଅସଦାଚରଣ ମାମଲା: ଅଭିନେତା ରୋହିତ ଚାନ୍ଦେଲ ଗିରଫ

July 11, 2026

ନମ୍ବର ୧ ସ୍ଥାନ ରକ୍ଷା କରିବାକୁ ଓହ୍ଲାଇବ ଟିମ୍ ଇଣ୍ଡିଆ: ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାବନୀ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.