Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପିଏମ୍ ଗତିଶକ୍ତି ଯୋଜନାରେ ୧୩ଟି ରେଳ ପ୍ରକଳ୍ପ ହାତକୁ ନେଲା କୋଇଲା ମନ୍ତ୍ରଣାଳୟ 
ବିଶେଷ ଖବର

ପିଏମ୍ ଗତିଶକ୍ତି ଯୋଜନାରେ ୧୩ଟି ରେଳ ପ୍ରକଳ୍ପ ହାତକୁ ନେଲା କୋଇଲା ମନ୍ତ୍ରଣାଳୟ 

June 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କୋଇଲା ପରିବହନ କ୍ଷେତ୍ରରେ ପରିବେଶ ପ୍ରଦୂଷଣକୁ ରୋକିବା ଏବଂ ଖଣି ଅଞ୍ଚଳରୁ ବିଭିନ୍ନ ଲକ୍ଷ୍ୟ ସ୍ଥଳକୁ ତ୍ୱରିତ କୋଇଲା ପହଂଚାଇବା ଉପରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି। ଏହି ପ୍ରୟାସରେ ସଡକ ପଥରେ କୋଇଲା ପରିବହନକୁ ଯଥେଷ୍ଟ ହ୍ରାସ କରି ରେଳ ପରିବହନକୁ ବଢାଇବାକୁ ମନ୍ତ୍ରଣାଳୟ ଉଦ୍ୟମ କରୁଛି। ସେଥିପାଇଁ କୋଇଲା ମନ୍ତ୍ରଣାଳୟ ନୂଆ କୋଇଲାଖଣି ଇଲାକାରେ ନୂତନ ବ୍ରଡଗେଜ ରେଳପଥ ନିର୍ମାଣ କରିବାକୁ ଯୋଜନା କରୁଛି। ଏଥିରେ କୋଇଲା ବୋଝେଇ ସ୍ଥଳ ପର୍ଯ୍ୟନ୍ତ ରେଳପଥର ସଂପ୍ରସାରଣ କରଯିବ। ଆବଶ୍ୟକସ୍ଥଳେ କେତେକ ସ୍ଥାନରେ ରେଳଲାଇନକୁ ଦୋହରା ଓ ତିନିଟିକିଆ କରିବାକୁ ମନ୍ତ୍ରଣାଳୟ ଚିନ୍ତା କରୁଛି। ଯଥା ସମ୍ଭବ ଅଧିକରୁ ଅଧିକ କୋଇଲା ପରିବହନ ରେଳଯୋଗେ କରିବାକୁ ବିଚାର କରାଯାଉଛି।

୨୦୨୧ ଅକ୍ଟୋବରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପିଏମ୍ ଗତିଶକ୍ତି ଯୋଜନାର ଶୁଭାରମ୍ଭ ହୋଇଥିଲା। ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ମିଳିତ ପ୍ରୟାସରେ ଦେଶର ଭିତ୍ତିଭୂମି କ୍ଷେତ୍ରର ବିକାଶକୁ ଗୁରୁତ୍ୱ ଦିଆଯାଇଥିଲା। ସଂଯୋଗ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ମନ୍ତ୍ରଣାଳୟ ନିଜ  ନିଜ ମଧ୍ୟରେ ସମନ୍ୱୟ ଓ ସହଯୋଗ ରକ୍ଷା କରି ଏହାକୁ କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ଏହି ପ୍ରକ୍ରିୟାରେ ରାଜ୍ୟ ସରକାରମାନଙ୍କୁ ମଧ୍ୟ ସମ୍ପୃକ୍ତ କରାଯାଇଛି ଓ ଏଥିପାଇଁ ବୈଷୟିକ ତଥା ଅନ୍ୟାନ୍ୟ ସହାୟତା ବିଭିନ୍ନ ପ୍ରକଳ୍ପ ନିମନ୍ତେ ଯୋଗାଇ ଦିଆଯାଉଛି।

ପିଏମ୍ ଗତିଶଣକ୍ତି ଯୋଜନାର ଲକ୍ଷ୍ୟ ଭିତ୍ତିରେ କୋଇଲା ମନ୍ତ୍ରଣାଳୟ ୧୩ଟି ବହୁମୁଖୀ (ମଲ୍ଟି ମୋଡାଲ) ରେଳ ସଂଯୋଗ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ପ୍ରତ୍ୟେକ ପ୍ରକଳ୍ପରେ ଥିବା ଭିତ୍ତିଭୂମିର ଅଭାବକୁ ପ୍ରଥମେ ଚିହ୍ନଟ କରାଯାଇ ତା’ ପରେ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଉଛି। ହାଇ ଇମ୍ପ୍ୟାକ୍ଟ ପ୍ରୋଜେକ୍ଟ (ଅତି ପ୍ରଭାବଶାଳୀ ପ୍ରକଳ୍ପ) ଭାବେ ୪ଟି ଚିହ୍ନଟ କରାଯାଇ ଇତିମଧ୍ୟରେ ତାହାର ମାନଚିତ୍ରକୁ ଏନ୍‌ଏମ୍‌ପି ପୋର୍ଟାଲରେ ସ୍ଥାନିତ କରାଯାଇଛି।  ଏହି ଚାରିଟି ପ୍ରକଳ୍ପ ଓଡିଶା ଓ ଝାଡଖଣ୍ଡରେ କାର୍ଯ୍ୟକାରୀ ହେବ।

ସମ୍ପୃକ୍ତ ରେଳପ୍ରକଳ୍ପ ନିର୍ମିତ ହେଲେ କୋଇଲା ଖଣି ଅଞ୍ଚଳରୁ ଦେଶର ବିଭିନ୍ନ ସ୍ଥାନକୁ କୋଇଲ ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ଏହା ଦ୍ୱାରା ବ୍ୟାବସାୟିକ ତ୍ତଭିତ୍ତିରେ  କୋଇଲ ଉତ୍ତୋଳନ କରୁଥିବା କମ୍ପାନୀ ଓ କୋଇଲା ପରିବହନ ପାଇଁ ଉତ୍ତମ ସୁବିଧା ପାଇବେ। ରେଳଯୋଗେ କୋଇଲା ପରିବହନ ଅଧିକ ହେଲେ ବାୟୁ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇବ ଏବଂ ପରିବେଶ ସୁରକ୍ଷିତ ହେବ। (ପିଆଇବି)

 

କୋଇଲା ପରିବହନ କୋଇଲା ମନ୍ତ୍ରଣାଳୟ ରେଳ ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.