Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦୁଇ ଦିବସୀୟ ‘ଭିଜିଟର୍ସ ସମ୍ମିଳନୀ’କୁ ଉଦଘାଟନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଜାତୀୟ ଖବର

ଦୁଇ ଦିବସୀୟ ‘ଭିଜିଟର୍ସ ସମ୍ମିଳନୀ’କୁ ଉଦଘାଟନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

June 8, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦୁଇ ଦିବସୀୟ ‘ଭିଜିଟର୍ସ ସମ୍ମିଳନୀ’କୁ ଉଦଘାଟନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ଯୁବଗୋଷ୍ଠୀଙ୍କୁ ପରିବର୍ତନ କରିବାରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକର ଗୁରୁ ଦାୟିତ୍ୱ ରହିଛି ବୋଲି ମଙ୍ଗଳବାର ରାଷ୍ଟ୍ରପତି ଭବନ ଠାରେ ଦୁଇ ଦିବସୀୟ ‘ଭିଜିଟର୍ସ ସମ୍ମିଳନୀ-୨୦୨୨’କୁ ଉଦଘାଟନ କରିବା ଅବସରରେ କହିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୂଳପତି ଏବଂ ଜାତୀୟ ସ୍ତରରେ ଗୁରୁତ୍ୱ ବହନ କରୁଥିବା ଶିକ୍ଷାନୁଷ୍ଠାନ ମାନଙ୍କର ନିର୍ଦ୍ଦେଶକଙ୍କୁ ରାଷ୍ଟ୍ରପତି ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଭାରତର ସ୍ୱାଧୀନତା ଆନ୍ଦୋଳନର ଗୌରବମୟ ଇତିହାସକୁ ସ୍ମରଣ କରୁଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ ସମୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବା ଖୁସିର ବିଷୟ।

ଦେଶର ଉଚ୍ଚ ଶିକ୍ଷା ପାଇଁ ଥିବା ଅନୁଷ୍ଠାନ ଗୁଡ଼ିକ ଅମୃତ ମହୋତ୍ସବର କେନ୍ଦ୍ର ଅଟେ। ଏହାର କାରଣ ହେଉଛି ଦେଶର ଯୁବ ନାଗରିକ ମାନେ କେବଳ ଅତୀତର ଉତରାଧିକାରୀ ନୁହଁନ୍ତି ବରଂ ଭାରତକୁ ପରବର୍ତୀ ସୁବର୍ଣ୍ଣ ଯୁଗରେ ଆଗେଇ ନେବାରେ ତାଙ୍କର ଭୂମିକା ରହିବ। ତେଣୁ ଯୁବକମାନଙ୍କୁ ପରିବର୍ତନ କରିବାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକର ଗୁରୁ ଦାୟିତ୍ୱ ରହିଛି। ଏଥିପାଇଁ ଯୁବପିଢ଼ିଙ୍କର ଆକାଂକ୍ଷାକୁ ପୂରଣ କରିବାକୁ ହେବ, କାରଣ ସେମାନେ ଜୀବନର ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତର ନେତୃତ୍ୱ ନେବେ ବୋଲି ରାଷ୍ଟ୍ରପତି କହିଛନ୍ତି।

ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଆଜି ଦେଶରେ ପ୍ରଥମ ଥର ପାଇଁ ଉଚ୍ଚ ଶିକ୍ଷାରେ ମୋଟ ନାମଲେଖା ଅନୁପାତ(ଜିଇଆର୍‌) ବୃଦ୍ଧି ପାଇଛି। ବିଶେଷ ଭାବରେ ସମାଜର ବଂଚିତ ବର୍ଗ ଯଥା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ଯୁବପିଢ଼ିଙ୍କ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅଂଶଗ୍ରହଣ ବୃଦ୍ଧି ପାଉଛି।

ସେ କହିଛନ୍ତି ଯେ କୌଣସି ସଭ୍ୟତା, କୌଣସି ଦେଶର ଶିକ୍ଷା ସେହି ସମାଜର ପ୍ରାଣ ଅଟେ। ଆଜି ଭିଜିଟର୍ସ କନଫରେନ୍ସରେ ଶିକ୍ଷା ବିଭାଗର ନେତୃତ୍ୱମାନେ ଏକତ୍ରିତ ହୋଇଛନ୍ତି। ଆଗାମୀ ଦିନରେ ଶିକ୍ଷାର ଭୂମିକା ଓ ରୋଜଗାର କିପରି ରହିବ ଏବଂ ଏକବିଂଶ ଶତାବ୍ଦୀରେ ରୋଜଗାର ରୋଡ଼ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ସମସ୍ତେ ଏକାଠୀ ହୋଇଛନ୍ତି।

ବିଶ୍ୱ ଆଜି ନୂଆ ନୂଆ ଚ୍ୟାଲେଞ୍ଜ୍ ଦେଇ ଗତି କରୁଛି । ଏହି ସମୟରେ ବିଶ୍ୱ କେଉଁଆଡ଼େ ଯିବ ଓ ରୋଜଗାରର ପନ୍ଥା କ’ଣ ହେବ ଏବଂ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସଂଘୀୟ ବ୍ୟବସ୍ଥାର ନେତୃତ୍ୱରେ ସାମୂହିକ ରୂପରେ ଯେଉଁ ସ୍ୱପ୍ନ ଦେଖାଯାଇଛି ସେ ଦିଗରେ ଚର୍ଚ୍ଚା କରିବା ଉପରେ ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ଦୁଇ ଦିବସୀୟ ଅଧିବେଶନରେ ଆମର ବର୍ତମାନ ସ୍ଥିତି ଅନୁସାରେ ଦୁନିଆର ଇନୋଭେସନ ନୂଆ ବ୍ୟବସାୟିକ ସ୍ଥଳି ଓ ନୂଆ ଉଦ୍ୟୋଗିକ କ୍ରାନ୍ତି କିପରି ହେବ ତଥା ଏ ସବୁ ପୃଷ୍ଠଭୂମିରେ ଦୁନିଆ କଣ ହେବ ଏବଂ ସେଥିରେ ମନୁଷ୍ୟ କେଉଁଠି ରହିବ ଓ ମନୁଷ୍ୟର ଭାବନା କେଉଁଠି ରହିବ ଓ ସକରାତ୍ମକ ବିଷୟ କ’ଣ ରହିବ, ତାହା ଉପରେ ଚର୍ଚ୍ଚା ହେବା ଦରକାର। ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଛି।

ଆଜି ଆମେ ସମସ୍ତେ ବିଶେଷ ପରିସ୍ଥିତିରେ ଏକତ୍ରିତ ହୋଇଛେ। ବିଗତ ୨ ବର୍ଷ କରୋନା କାରଣରୁ ପ୍ରତ୍ୟକ୍ଷ ଭାବେ ସମ୍ମିଳନୀ ଅନୁଷ୍ଠିତ ହୋଇପାରିନଥିଲା। ଆଜି ଆମେ ସମସ୍ତେ ଅମୃତ କାଳରେ ଏକାଠୀ ହୋଇଛ । ବିଶ୍ୱ କୋରନା ପ୍ରଭାବରୁ ମୁକ୍ତ ହେଉଥିବା ବେଳେ ରାଜନୀତିରେ କିନ୍ତୁ ହଟଚମଟ ପରିଲକ୍ଷିତ ହୋଇଛି।

ଏହି କାରଣରୁ ବିଶ୍ୱ ଅର୍ଥନୀତି ଏକ ଚ୍ୟାଲେଞ୍ଜପୂର୍ଣ୍ଣ ସମୟ ଦେଇ ଗତି କରୁଛି। ଭାରତ ଭଳି ପ୍ରଗତିଶୀଳ ରାଷ୍ଟ୍ର ଉପରେ ବିଶ୍ୱ ଏମର୍ଜିଂ ଇକୋନୋମିର ନଜର ରଖିଛି। ଭାରତ ସରକାରଙ୍କ ଦ୍ୱାରା ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନର ଦୁଇ ବର୍ଷ ପୂର୍ତି ହେବାକୁ ଯାଉଛି। ଆସନ୍ତା ଜୁଲାଇ ୨୯ ତାରିଖରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ପ୍ରଣୟନର ଦୁଇ ବର୍ଷ ପୂରଣ ହେବ। ଏହି ନୀତି ଆଧାରରେ ଶିକ୍ଷା ଓ ଦକ୍ଷତାର ଏକ ଇକୋସିଷ୍ଟମ ତିଆରି ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଉଦଘାଟନୀ ସମ୍ମିଳନୀରେ ରାଷ୍ଟ୍ରପତି ପ୍ରଫେସର ମହମ୍ମଦ ଜାହିଦ୍ ଆଶ୍ରଫ, ପ୍ରିତମ ଦେବ ଏବଂ ଅନ୍ୟୁନେ ସାମନ୍ତଙ୍କୁ ଗବେଷଣା ପାଇଁ ଭିଜିଟର୍ସ ଆୱାର୍ଡ-୨୦୨୨ ପ୍ରଦାନ କରିଥିଲେ। ଦେଶରେ ଥିବା ୧୬୧ଟି କେନ୍ଦ୍ରୀୟ ଉଚ୍ଚ ଶିକ୍ଷାନୁଷ୍ଠାନରୁ ୫୩ ଅନୁଷ୍ଠାନ ପ୍ରତ୍ୟକ୍ଷ ଭାବେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ବେଳେ ଅନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଭର୍ଚ୍ଚୁଆଲ ଯୋଗେ ଯୋଡ଼ି ହୋଇଥିଲେ।

ଉଚ୍ଚ ଶିକ୍ଷାନୁଷ୍ଠାନ ରାମନାଥ କୋବିନ୍ଦ ରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026
Latest News

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.