Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତ ଓ ଜାପାନ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ
ବିଶେଷ ଖବର

ଭାରତ ଓ ଜାପାନ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

June 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Union cabinet meeting
ଆଞ୍ଚଳିକ ସଂଯୋଗୀକରଣ ଯୋଜନା-ସଂଶୋଧିତ ଉଡ଼ାନ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାରତ ଓ ଜାପାନ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ରକୁ ଅନୁମୋଦନ ଦିଆଯାଇଛି। ଏହି ବୁଝାମଣାପତ୍ରରେ ଜାପାନର ଜାତୀୟ ପରିବେଶ ଅଧ୍ୟୟନ ସଂସ୍ଥା (ଏନଆଇଇ) ଏବଂ ନୈନତାଲସ୍ଥିତ ଭାରତର ଆର୍ଯ୍ୟଭଟ୍ଟ ପର୍ଯ୍ୟବେକ୍ଷଣ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଏଆରଆଇଇଏସ) ସ୍ୱାକ୍ଷର କରିଛନ୍ତି। ଏଆର୍‌ଆଇଏଏa ଏକ ପେସାଦାର ସଂଗଠନ। ଏହି ଦୁଇ ସଂସ୍ଥା ମିଶି ବାୟୁର ମାନ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଗବେଷଣା କରିବେ। ପ୍ରଧାନମନ୍ତ୍ରୀ ଏହି ବୁଝାମଣାପତ୍ରର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ ହେବା ପରେ କ୍ୟାବିନେଟ ଏହାକୁ ଅନୁମୋଦନ କରିଛି। ବିଦେଶୀ ସଂସ୍ଥା ସହିତ ମିଳିତ ଗବେଷଣା କରିବାରେ ନୈନିତାଲ ଏଆରଆଇଇଏସର ଏହା ପ୍ରଥମ ପଦକ୍ଷେପ।

ବୁଝାମଣାପତ୍ର ଅନୁସାରେ ଦୁଇପକ୍ଷ ଯେଉଁ ସବୁ କାମ କରିବେ ତାହାର ସମ୍ଭାବ୍ୟ ରୂପରେଖ ତଳେ ଦିଆଯାଇଛି।

କ) ବୈଜ୍ଞାନିକ ଉପକରଣର ମିଳିତ ବ୍ୟବହାର ଓ ପରିଚାଳନା।

ଖ) ପର୍ଯ୍ୟବେକ୍ଷଣ ପ୍ରଣାଳୀ ସମ୍ପର୍କରେ ବୈଜ୍ଞାନିକ ଓ ବୈଷୟିକ ତଥ୍ୟର ଆଦାନପ୍ରଦାନ।

ଗ) ପର୍ଯ୍ୟବେକ୍ଷଣ ଗତ ତଥ୍ୟର ମିଳିତ ଅନୁଶୀଳନ କରି ବିଜ୍ଞାନଭତ୍ତିକ ରିପୋର୍ଟ ପ୍ରସ୍ତୁତି।

ଘ) ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ କାର୍ଯ୍ୟକ୍ରମ।

ଙ) ଭିଜିଟିଂ ସ୍କଲାରଙ୍କ ଆଦାନପ୍ରଦାନ। ଗବେଷଣାକାରୀ (ପିଏଚ୍‌ଡି) ଛାତ୍ରଛାତ୍ରୀଙ୍କୁ ଅଧିକ ଗବେଷଣାର ସୁଯୋଗ ଦେବା ପାଇଁ ଉଭୟ ପକ୍ଷ ଆବଶ୍ୟକ ସୁବିଧା ଯୋଗାଇବେ।

ଚ) ମିଳିତ ବୈଜ୍ଞାନିକ କର୍ମଶାଳା ଓ ଆଲୋଚନାଚକ୍ରମାନ ଆୟୋଜିତ ହେବ।

ଏଆରଆଇଇଏସ ସମ୍ପର୍କରେ

ପର୍ଯ୍ୟବେକ୍ଷଣ ବିଜ୍ଞାନ ଆର୍ଯ୍ୟଭଟ୍ଟ ଗବେଷଣା ପ୍ରତିଷ୍ଠାନ (ଆର୍ଯ୍ୟଭଟ୍ଟ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଅଫ ଅବଜରଭେସନାଲ ସାଇନସେସ୍ (ଏଆରଆଇଇଏସ) ଏକ ସ୍ୱୟଂ ଶାସିତ ପ୍ରତିଷ୍ଠାନ। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ଏହା ପ୍ରତିଷ୍ଠା ହୋଇଛି। ଏହି ସଂସ୍ଥା  ଆଷ୍ଟ୍ରୋନୋମି, ଆଷ୍ଟ୍ରୋଫିଜିକ୍ସ, ଓ ଆଟମସ୍‌ଫିଅରିକ ସାଇନ୍ସର ଏକ ଉତ୍କର୍ଷ ଗବେଷଣା କେନ୍ଦ୍ରଭାବେ କାର୍ଯ୍ୟ କରୁଛି। ଏହା ବାୟୁ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ସୂର୍ଯ୍ୟ, ନକ୍ଷତ୍ର, ତାରାମଣ୍ଡଳ ଆଦିର ଗଠନ ଓ ବିବର୍ତ୍ତନ ଆଦି କ୍ଷେତ୍ରରେ ଗବେଷଣାର ସୁଯୋଗ ଯୋଗାଉଛି। ଏଥିରେ ବହୁ ଗବେଷକ, ବୈଜ୍ଞାନିକ, ବିଦ୍ୱାନ କାର୍ଯ୍ୟରତ। ଏଠାକାର ଗବେଷକ ମଧ୍ୟ ବିଭିନ୍ନ ପ୍ରକାର ଉନ୍ନତ ବୈଜ୍ଞାନିକ ଉପକରଣ ବିକଶିତ କରୁଛନ୍ତି। ସେମାନଙ୍କୁ ସାହାଯ୍ୟ କରିବାକୁ ଇଞ୍ଜିନିୟର ଓ ଟେକନିକାଲ ବିଶେଷଜ୍ଞ ଦଳ ରହିଛି। ଏହି ପ୍ରତିଷ୍ଠାନର ଦୁଇଟି କ୍ୟାମ୍ପସ ଉତ୍ତରାଖଣ୍ଡର ନୈନିତାଲରେ ରହିଛି। ଗୋଟିଏ କ୍ୟାମ୍ପସ ମନେରା ପିକ୍‌ରେ ଥିବାବେଳେ ଅନ୍ୟଟି ଦେବସ୍ଥଳରେ କାର୍ଯ୍ୟ କରୁଛି।

ଏନଆଇଇଏଏସ ସମ୍ପର୍କରେ

ଜାପାନରେ ଜାତୀୟ ପରିବେଶ ଅଧ୍ୟୟନ ପ୍ରତିଷ୍ଠାନ (ଏନ୍‌ଆଇଇଏସ) ସେ ଦେଶର ଏକମାତ୍ର ସଂସ୍ଥା ଯାହା ପରିବେଶର ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ଅଧ୍ୟୟନ ର ସୁଯୋଗ ଯୋଗାଉଛି। ସବୁ ଗବେଷଣା ଓ ଅଧ୍ୟୟନ କାର୍ଯ୍ୟ ଆନ୍ତଃବିଷୟକ ଏବଂ ପୂର୍ଣ୍ଣାଙ୍ଗ। ପରିବେଶରେ ସୁରକ୍ଷା ପାଇଁ ପ୍ରତିକାର ଅବସ୍ଥା ବାହାର କରିବାକୁ ଏହି ସଂସ୍ଥା ସ୍ୱତନ୍ତ୍ର ଭାବେ କାମ କରୁଛି। ଏହା ମଧ୍ୟ ତାହାର ବିଭିନ୍ନ ଅଧ୍ୟୟନ ରିପୋର୍ଟ ଓ ଗବେଷଣାଲବ୍ଧ ତଥ୍ୟ ବିଭିନ୍ନ ଦେଶର ବୈଜ୍ଞାନିକ ସମୁଦାୟଙ୍କୁ ଯୋଗାଉଛି। ବୈଜ୍ଞାନିକ ସମୁଦାୟ ଓ ସମାଜ ମଧ୍ୟରେ ଏକ ସେତୁଭାବେ ଏହା କାର୍ଯ୍ୟ କରୁଛି। ଜାପାନ ସମେତ ଅନ୍ୟ କେତେକ ଦେଶରେ ପରିବେଶଗତ ନୀତିର ବିକାଶ ଏବଂ ଏହାର କାର୍ଯ୍ୟ କାରିତାରେ ଏହି ସଂସ୍ଥା ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଆସୁଛି। ଏହା ପରିବେଶ ଗବେଷଣା କ୍ଷେତ୍ରରେ ବିଶ୍ୱର ଏକ ପ୍ରମୁଖ ତଥା ଅନ୍ୟତମ ପ୍ରତିଷ୍ଠିତ ଅନୁଷ୍ଠାନ।

କ୍ୟାବିନେଟର ଅନୁମୋଦନ ଜାପାନ ନରେନ୍ଦ୍ର ମୋଦୀ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026

ପଶ୍ଚିମ ଏସିଆର ପରିସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଅପଡେଟ୍

April 5, 2026
Latest News

ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣଙ୍କ ଦର୍ଶନ

April 6, 2026

ଏପ୍ରିଲ ୬ ତାରିଖ ସୋମବାର ଦିନ ଛଅଟି ରାଶି ପାଇଁ ରହିଛି ଆଶ୍ଚର୍ଯ୍ୟ ଜନକ ଖବର

April 6, 2026

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.