Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସତ କହିବାକୁ କିଆଁ ଡରିବି…
ବିଶେଷ ଖବର

ସତ କହିବାକୁ କିଆଁ ଡରିବି…

June 14, 2022No Comments5 Mins Read
Share Facebook Twitter LinkedIn Email WhatsApp Copy Link

ସୁବାଷ କୁମାର ତାରଣିଆଁ

ସ୍କୁଲ୍‌ରେ ପାଠ ପଢିବା ବେଳେ ରାମକୃଷ୍ଣ ନନ୍ଦଙ୍କ ଲିଖିତ ‘ସତ କହିବାକୁ କିଆଁ ଡ଼ରିବି, ସତ କହି ପଛେ ମଲେ ମରିବି, ମୋତେ ଏତିକି ଶିଖାଅ ସାଇଁ ହେ, ମୋର ଧନଜନ ଲୋଡ଼ା ନାହିଁ ହେ’ ପ୍ରାର୍ଥନାଟିକୁ ଛାତ୍ରଛାତ୍ରୀମାନେ ବୋଲି ସାରିବା ପରେ ପାଠପଢା ଆରମ୍ଭ ହୁଏ। ପ୍ରାର୍ଥନାଟିକୁ ବୋଲିବାର ଉଦ୍ଦେଶ୍ୟ, ଛାତ୍ରଛାତ୍ରୀମାନେ ଯେପରି ସତ୍‌ମାର୍ଗକୁ ଅନୁସରଣ କରି, ମିଥ୍ୟାକୁ ପରିତ୍ୟାଗ କରି ଲୋଭର ବଶବର୍ତ୍ତୀ ନହୋଇ ପାଠପଢା ପ୍ରତି ମନୋନିବେଶ କରି ଜଣେ ଜଣେ ମେଧାବୀ ଛାତ୍ରଛାତ୍ରୀଭାବେ ସ୍କୁଲ୍‌, ଶିକ୍ଷକ ତଥା ପିତାମାତାଙ୍କ ନାମ ଟେକ ରଖିବେ। ଅବଶ୍ୟ ଏବେ ଆଉ ସ୍କୁଲ୍‌ମାନଙ୍କରେ ସେ ପ୍ରାର୍ଥନା ବୋଲଯାଉଛି କି ନାହିଁ ତାହା ତ ଦୂରର କଥା ଏବେ ସତ ବଦଳରେ ମିଛ ଉପରେ ବେଶି ଗୁରୁତ୍ୱ ଦିଆଯାଉଛି। ଲୋକେ ସତ କହିବାକୁ ଯେତିକି ଘୃଣା କରନ୍ତି, ମିଛ କହି ସେତିକି ଆନନ୍ଦ ପାଆନ୍ତି। ହେଲେ ଏହି ମିଛ ପାଇଁ ବେଳେ ବେଳେ ବହୁ ମୂଲ୍ୟ ଦେବାକୁ ପଡ଼ିଥାଏ।

ଜଣେ ଶିକ୍ଷକ ତାଙ୍କର ଅନ୍ୟତ୍ର ବଦଳିକୁ ବାତିଲ୍ କରିବା ପାଇଁ ସ୍ଥାନୀୟ ବଧାୟକଙ୍କ ନିକଟକୁ ଏକ ଦରଖାସ୍ତ ଦେବା ପାଇଁ ମୋ ପାଖକୁ ଟାଇପ୍ କରିବାକୁ ଆସିଥିଲେ। ସେ ତାଙ୍କ ଦରଖାସ୍ତରେ ଉଲ୍ଲେଖ କରିଥିଲେ ଯେ, ମୋର ଘରଠାରୁ ୫ କିଲୋମିଟର ଦୂର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୁଁ ଦୀର୍ଘଦିନ ଧରି ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲି। ପିଲାମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ସହିତ ବିଦ୍ୟାଳୟରେ କିପରି ଉନ୍ନତମାନର ଶିକ୍ଷା ପ୍ରଦାନ କରାଯାଇ ଏକ ଆଦର୍ଶ ସ୍କୁଲ୍‌ରେ ପରିଣତ ହେବ, ସେଥିପ୍ରତି ବିଶେଷ ଯତ୍ନବାନ ଥିଲି।

ମାତ୍ର ହଠାତ କୌଣସି କାରଣ ନଥାଇ ମୋ ସ୍ଥାନରେ ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ମୋତେ ମୋ ଘର ଠାରୁ ୭୦ କିଲୋମିଟର ଦୂର ଅନ୍ୟ ଏକ ବିଦ୍ୟାଳୟକୁ ବଦଳି କରାଯାଇଅଛି, ଯାହାକି ମୋର ନିଜସ୍ୱ ବ୍ଲକ ନୁହେଁ। ଘରଠାରୁ ବହୁ ଦୂରକୁ ବଦଳି ହୋଇଥିବାରୁ ମୁଁ ପ୍ରତିଦିନ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହେବି।

ଦ୍ୱିତୀୟତଃ ମୋର ପିତାମାତାଙ୍କୁ ୯୦ ବର୍ଷରୁ ଉର୍ଦ୍ଧ୍ୱ ବୟସ ହୋଇଥିବାରୁ ସେମାନେ ବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି। ମୋର ବାପାମାଆଙ୍କର ଏକମାତ୍ର ପୁତ୍ର ହୋଇଥିବାରୁ, ତାଙ୍କର ଦେଖାଶୁଣା କରିବାକୁ କେହି ନାହାଁନ୍ତି, ମୋର ବଦଳି ହେଲେ ବାପା ମାଆଙ୍କ ସେବା କରିବାରୁ ବଞ୍ଚିତ ହେବି।

ତୃତୀୟତଃ ମୋର ଦୁଇଝିଅ ସ୍ଥାନୀୟ ବିଦ୍ୟାଳୟରେ ପାଠ ପଢୁଚନ୍ତି। ଏଭଳି ମଧ୍ୟବର୍ତ୍ତୀକାଳୀନ ବଦଳି ସେମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରିବ। ଚତୁର୍ଥରେ ମୁଁ ଜଣେ ଉଚ୍ଚ ରକ୍ତଚାପ, ମଧୁମେହ ଓ ଆଜ୍‌ମା ଭଳି ଦୂରାରୋଗ୍ୟରେ ପିଡ଼ିତ ଥିବାରୁ ପ୍ରତିମାସରେ ସ୍ଥାନୀୟ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇଥାଏ। ମୋର ସ୍ତ୍ରୀ ମଧ୍ୟ ମୋତେ ସେବା ଶୁଶ୍ରୁଷା ଯୋଗାଇ ଥାଆନ୍ତି।

ଏଭଳି ସ୍ଥିତିରେ ଯଦି ମୋର ଘରଠାରୁ ଏତେ ଦୂରକୁ ମୋତେ ବଦଳି କରାଯାଏ, ତେବେ ମୁଁ ବହୁ ଅସୁବିଧାର ସମ୍ମୁଖୀନ ହେବି। ନା ନିଜେ ଚିକିତ୍ସା ପାଇପାରିବି ନା ପିତାମାତାଙ୍କ ଯତ୍ନ ନେଇପାରିବି। ସର୍ବୋପରି ମୋର ପିଲାମାନେ ପାଠ ପଢିବାରେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ନିଜର ବଦଳିକୁ ବାତିଲ କରିବା ପାଇଁ ବିଧାୟକଙ୍କୁ ଅନୁରୋଧ କରିଥିଲେ।

ଶିକ୍ଷକ ଜଣକ ତାଙ୍କ ଦରଖାସ୍ତଟିରେ ବହୁ ମିଛ କଥା ଉଲ୍ଲେଖ କରିଥିବାର ମୋର ହୃଦ୍‌ବୋଧ ହେଲା। କାରଣ ସେହି ଶିକ୍ଷକଙ୍କୁ ମୁଁ ବହୁ ଆଗରୁ ଜାଣିଥିଲି ସେ ଶିକ୍ଷକ ଜଣଙ୍କ ତାଙ୍କ ବାପାମାଆଙ୍କର ଏକମାତ୍ର ପୁତ୍ର ନଥିଲେ, ସେମାନେ ତିନିଭାଇ ଥିଲେ ଏବଂ ପିତାମାତାଙ୍କ ଭରଣପୋଷଣ ପାଇଁ ତିନିଭାଇଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା। ଯଦିଓ ଶିକ୍ଷକଙ୍କ ପିତାମାତା ବୃଦ୍ଧାବସ୍ଥାରେ ଉପନୀତ ହୋଇଥିଲେ, କିନ୍ତୁ ସେମାନଙ୍କୁ କୌଣସି ଗୁରୁତର ରୋଗ ହୋଇନଥିଲା କି ସେ ଶିକ୍ଷକଙ୍କୁ ମଧ୍ୟ କୌଣସି ରୋଗ ହୋଇନଥିଲା, ଯାହା ସେ ଦରଖାସ୍ତରେ ଭୁଲ୍ ତଥ୍ୟ ଦେଇଥିଲେ।

ସେହିପରି ଆଉ ଏକ ଘଟଣା ହେଲା, ଜାନୁୟାରୀ ମାସରେ ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଏକ ଉତ୍ସବ ଚାଲିଥିଲା। ରାହୁଲ ନାମକ ଜଣେ ଯୁବକ ସେହି ଉତ୍ସବକୁ ଯାଉଥିବା ବେଳେ ପ୍ରବଳ ଜନସମାଗମ ଯୋଗୁଁ ତାଙ୍କ ପର୍ସଟି ହଜି ଯାଇଥିଲା ଏବଂ ତାଙ୍କ ପଛେ ପଛେ ପଡ଼ିଆ ଭିତରକୁ ଯାଉଥିବା ଜଣେ ସହୃଦୟ ବ୍ୟକ୍ତି ପର୍ସଟିକୁ ପାଇ ରାହୁଲଙ୍କୁ ଫେରାଇବା ପାଇଁ ପଛରୁ ଡ଼ାକୁଥିବା ବେଳେ, ଡ଼ାକବାଜି ଯନ୍ତ୍ର ବାଜୁଥିବାରୁ, ରାହୁଲ ତାଙ୍କ ଡ଼ାକ ଶୁଣିନପାରି ପଡ଼ିଆ ଭିତରକୁ ଚାଲିଯାଇଥିଲେ।

ଏହାପରେ ପର୍ସରେ ୬୦୦ ଟଙ୍କା ଥିବା ଦେଖି ପର୍ସଟିକୁ ରାହୁଲଙ୍କୁ ଫେରାଇବା ପାଇଁ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ। ଏହାର କିଛି ସମୟ ପରେ ରାହୁଲ ନିଜର ପର୍ସ ହଜିଥିବା ଜାଣି ଚିନ୍ତିତ ହୋଇପଡ଼ିଥିଲେ ଏବଂ ୬୦୦ ଟଙ୍କା ବଦଳରେ ୧୩,୯୦୦ଟଙ୍କା ପର୍ସରେ ଥିଲା ବୋଲି କହି ପଡ଼ିଆ ଭିତରେ ଲୋକଙ୍କୁ ପଚାରୁଥିବା ସମୟରେ ଉକ୍ତ ସହୃଦୟ ବ୍ୟକ୍ତିଙ୍କ ସହିତ ରାହୁଲଙ୍କର ଭେଟ ହୋଇଥିଲା, ହେଲେ ରାହୁଲ ଜାଣିନଥିଲେ ଯେ ଉକ୍ତ ବ୍ୟକ୍ତି ତାଙ୍କ ପର୍ସ ପାଇଛନ୍ତି ବୋଲି।

ଯେତେବେଳେ ରାହୁଲ ଉକ୍ତ ବ୍ୟକ୍ତିଙ୍କୁ ପର୍ସ ହଜିଥିବା ବିଷୟରେ ପଚାରିଥିଲେ ଏବଂ ପର୍ସରେ ୧୩,୯୦୦ ଟଙ୍କା ଥିଲା ବୋଲି କହିଥିଲେ, ଉକ୍ତ ବ୍ୟକ୍ତିଜଣଙ୍କ ପର୍ସଟି ପାଇଛନ୍ତି ବୋଲି ସ୍ୱୀକାର କରିଥିଲେ ଏବଂ ପର୍ସରେ ୬୦୦ ଟଙ୍କା ଥିବା ରାହୁଲଙ୍କୁ କହିଥିଲେ। ହେଲେ ରାହୁଲ ପୁନର୍ବାର କହିଥିଲେ ଯେ ତାଙ୍କ ପର୍ସରେ ୧୩,୯୦୦ ଟଙ୍କା ଥିଲା। ସଠିକ୍ କଥା ନ କହିବାରୁ ଉକ୍ତ ବ୍ୟକ୍ତି ରାହୁଲଙ୍କୁ ପର୍ସଟି ନଫେରାଇ, ପଡ଼ିଆରେ ଚାଲିଥିବା ଉତ୍ସବ କମିଟିର ସଦସ୍ୟଙ୍କ ଜିମା ଦେଇଥିଲେ। ହୁଏତ ସତ କହିଥିଲେ ଉକ୍ତ ବ୍ୟକ୍ତି ରାହୁଲଙ୍କୁ ପର୍ସଟି ଫେରାଇ ଦେଇଥାନ୍ତେ। ବିଚରା ରାହୁଲ ମିଛ କହିଥିବାରୁ ୬୦୦ ଟଙ୍କା ହରାଇଥିଲେ।

ସେହିିପରି କନ୍ଧମାଳ ଜିଲ୍ଲାର ୧୮ ମାସର ଜନୈକ ଶିଶୁପୁତ୍ର ସ୍ପାଇନାଲ୍ ମସ୍‌କୁଲାର ଆଷ୍ଟ୍ରେଫି ଟାଇପ୍‌-୨ ଭଳି ଏକ ବିରଳ ରୋଗରେ ପୀଡ଼ିତ ଥିଲେ ଓ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା। ଏହି ବିରଳ ରୋଗର ଚିକିତ୍ସା ପାଇଁ ୧୬ କୋଟି ଟଙ୍କାର ଆବଶ୍ୟକତା ପଡ଼ିବାରୁ ତା’ର ବାପା ମା’ ସମୂହ ଦାନ ଓ ପାଣ୍ଠି ସଂଗ୍ରହ ପାଇଁ ‘ଗୁଗୁଲ୍ ପେ’ ଓ ‘ଫୋନ୍ ପେ’ରେ ଅର୍ଥ ପଇଠ କରିବାକୁ ସୋସିଆଲ ମିଡ଼ିଆରେ ନିବେଦନ କରିଥିଲେ। ତାଙ୍କର ଏପରି ଦୁଃଖଦ ସମୟରେ ବହୁ ବଦାନ୍ୟ ଓ ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢାଇଥିଲେ। ପରେ ଜଣାପଡ଼ିଥିଲା ଶିଶୁଟିର ବାପା ମା’ ୬ କୋଟି ୪ ଲକ୍ଷ ଟଙ୍କା ଆଦାୟ କରିସାରିଥିଲେ।

ହେଲେ ହଠାତ୍ ଏହି ଘଟଣାର ମୋଡ଼ ବଦଳି ଯାଇଥିଲା ଯେତେବେଳେ କୋମଳମତି ଶିଶୁ ପାଇଁ ସମବେଦନା ସାଙ୍ଗକୁ ଅପପ୍ରଚାର ବଢି ବଢି ଚାଲିଥିଲା। ଟଙ୍କା ଆଦାୟର ଉପଯୋଗ, ପାଣ୍ଠି ସଂଗ୍ରହରେ ଅନ୍ୟମାନଙ୍କ ଭୂମିକାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ପ୍ରଶ୍ନ ଘୂରିବୁଲିଥିଲା। ଏହା ଟଙ୍କା ଆଦାୟ କରିବାର ଏକ ଚକ୍ରାନ୍ତ ଓ ଏଥିପାଇଁ ଏକ ର‌୍ୟାକେଟ କାମ କରୁଛନ୍ତି ବୋଲି ଶୁଣିବାକୁ ମିଳିଥିଲା।

ଓଡ଼ିଶାରେ ଏସ୍‌.ସି.ବି., ଶିଶୁଭବନ ଓ ଭୁବନେଶ୍ୱର ବୃହତ୍ ସରକାରୀ ଡ଼ାକ୍ତରଖାନା ଥିଲେ ମଧ୍ୟ ଶିଶୁଟିକୁ ଫୁଲବାଣୀ ଡ଼ାକ୍ତରଖାନାରୁ ଆସାମ ଓ ପରେ ବାଙ୍ଗାଲୁରକୁ ନିଆଯିବା ଘଟଣାକୁ ଆହୁରି ରହସ୍ୟମୟ କରିଥିଲା।

ଏହିଭଳି ଅଭିନବ ଉପାୟରେ ସୋସିଆଲ ମିଡ଼ିଆରେ କିଛି ର‌୍ୟାକେଟ ସକ୍ରିୟ ରହି କୋଟି କୋଟି ଟଙ୍କା ଅର୍ଥ ଆଦାୟ କରୁଛନ୍ତି ଓ ସାଧାରଣ ଜନତା ଏମାନଙ୍କ କଥାରେ ତରଳି ଯାଇ ସେମାନଙ୍କୁ ମୁକ୍ତ ହସ୍ତରେ ଅର୍ଥ ପ୍ରଦାନ କରି ଚାଲିଛନ୍ତି।

ଦିନେ ସମୟ ଆସିବ ଜଣେ ଗରିବ ଓ ଅସହାୟ ବ୍ୟକ୍ତିଙ୍କ କୋମଳମତି ଶିଶୁର ଚିକିତ୍ସା ପାଇଁ ଯଦି ଅର୍ଥ ବାଧକ ସାଜେ ଏବଂ ସେମାନଙ୍କ ପିତାମାତାମାନେ ଯେତେ ଆକୁଳନ ନିବେଦନ କଲେ ବି, କୌଣସି ବ୍ୟକ୍ତି ସହଯୋଗର ହାତ ବଢାଇବା ପାଇଁ ଆଗେଇ ଆସିବେ ନାହିଁ। ଶେଷରେ ନିରୀହ କୋଳମତି ଶିଶୁଟିର ମୃତ୍ୟୁ ହିଁ ସୁନିଶ୍ଚିତ, ଏଥିରେ କୌଣସି ସନ୍ଦେହ ନାହିଁ। ଗୋଟିଏ ଶିଶୁ ପାଇଁ ଶହ ଶହ ଶିଶୁଙ୍କର ଜୀବନ ବଳି ପଡ଼ିବ।

ଏହିସବୁ ବିଷୟକୁ ଅନଧ୍ୟାନ କଲେ, ଗୋଟିଏ ସତକୁ ଲୁଚାଇବାକୁ ଯାଇ ହଜାର ମିଛର ଆଶ୍ରୟ ନିଆଯାଉଛି। ମିଛ ପାଇଁ ସତ ବଳି ପଡୁୁଛି ଓ ସତ’ର ମାନ କମି କମି ଯାଉଛି। ‘ସତ କହିବାକୁ କିଆଁ ଡ଼ରିବି, ସତ କହି ପଛେ ମଲେ ମରିବି’ ଆଜି ଅଲୋଡ଼ା ହୋଇ ଯାଇଛି।

ସୁବାଷ କୁମାର ତାରଣିଆଁ, ମୋ : ୮୩୨୮୮୪୦୨୧୪ 
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ପ୍ରାର୍ଥନା ରାମକୃଷ୍ଣ ନନ୍ଦ ସତ ସତ କହିବାକୁ କିଆଁ ଡ଼ରିବି
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

୬୨ ବର୍ଷ ପରେ ଅବସର ନେବ ମିଗ୍-୨୧ ଲଢ଼ୁଆ ବିମାନ: ଅପରେସନ୍ ସିନ୍ଦୂରରେ ପାକିସ୍ତାନର କରିଥିଲା ବିପର୍ଯ୍ୟୟ

July 22, 2025

ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ନେଇ ବଢିଲା ଚର୍ଚ୍ଚା, ଆଜି ଦିଲ୍ଲୀପ ରାୟ, ଗତକାଲି ରାଜ୍ୟପାଳ କାହିଁକି କଲେ ସାକ୍ଷାତ

July 22, 2025

ଦ୍ବିତୀୟ ଦିନରେ ମଧ୍ୟ ସଂସଦର ଉଭୟ ଗୃହରେ ହାଙ୍ଗାମା, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦିନକ ପାଇଁ ଗୃହ ମୁଲତବି

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.