Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯୁବ ସେବା କ୍ଷେତ୍ରରେ ସହଯୋଗ ପାଇଁ ଉଦ୍ଦିଷ୍ଟ ଚୁକ୍ତିକୁ କ୍ୟାବିନେଟର ଅନୁମୋଦନ
ବିଶେଷ ଖବର

ଯୁବ ସେବା କ୍ଷେତ୍ରରେ ସହଯୋଗ ପାଇଁ ଉଦ୍ଦିଷ୍ଟ ଚୁକ୍ତିକୁ କ୍ୟାବିନେଟର ଅନୁମୋଦନ

June 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
Union cabinet meeting
ଆଞ୍ଚଳିକ ସଂଯୋଗୀକରଣ ଯୋଜନା-ସଂଶୋଧିତ ଉଡ଼ାନ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ପ୍ରତିଷ୍ଠାନ (ଏସ୍‌ସିଓ)ର ସଦସ୍ୟ ରାଷ୍ଟ୍ରମାନଙ୍କ ଅଧିକୃତ ସଂସ୍ଥାରେ ଯୁବ ବ୍ୟପାର କ୍ଷେତ୍ରରେ ସହଯୋଗ ପାଇଁ ଉଦ୍ଦିଷ୍ଟ ଚୁକ୍ତିକୁ କେନ୍ଦ୍ର କ୍ୟାବିନେଟ ଆଜି ଅନୁମୋଦନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଜି ଏହି ଚୁକ୍ତିକୁ ଅନୁମୋଦନ ଲାଭ କରିଛି। ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଏହି ଚୁକ୍ତି ବିଷୟରେ ଅବଗତ କରାଯାଇଥିଲା। ସେ ସବୁକଥା ବୁଝିବା ପରେ ଚୁକ୍ତିକୁ ମଞ୍ଜୁରୀ ମିଳିଛି।

ସୂଚନାଯୋଗ୍ୟ ସେ ସାଂଘାଇ ସହଯୋଗ ପ୍ରତିଷ୍ଠାନର ସଦସ୍ୟମାନେ ନିଜ ନିଜର ଅଧିକୃତ ସଂସ୍ଥାରେ ଯୁବସେବା କ୍ଷେତ୍ରରେ ପାରସ୍ପରିକ ସହଯୋଗ ପ୍ରତିଷ୍ଠା କରିବାକୁ ୨୦୨୧ ସେପ୍ଟେମ୍ବର ୯ତାରିଖରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହିତ କରିଥିଲେ। ତଦନୁସାରେ ଭାରତର କ୍ରୀଡା ଓ ଯୁବ ବ୍ୟାପାରମନ୍ତ୍ରୀ ଏ ସଂକ୍ରାନ୍ତ ଏକ ରାଜିନାମାରେ ଭାରତପକ୍ଷରୁ ସ୍ୱାକ୍ଷର କରିଥିଲେ। ଏସ୍‌ସିଓ ସଚିବାଳୟରେ ସରକାରୀ ଭାଷା ରସିଆନ ଓ ଚାଇନିଜ୍।

ଏହି ରାଜିନାମା ଅନୁସାରେ ଯେଉଁସବୁ କ୍ଷେତ୍ରରେ ସହଯୋଗ ପ୍ରତିଷ୍ଠା ହେବ ସେଗୁଡିକ ମଧ୍ୟରୁ ଯୁବ ଓ ସର୍ବସାଧାରଣ ଯୁବ ପ୍ରତିଷ୍ଠାନ ତଥା ସଂଗଠନ , ଦେଶର ଯୁବ ନୀତିର କାର୍ଯ୍ୟକାରିତା, ଆନ୍ତର୍ଜାତିକ ଯୁବ ସହଯୋଗ ବୃଦ୍ଧି ଆଦି ଅନ୍ୟତମ। ଚୁକ୍ତି ଅନୁସାରେ ସଦସ୍ୟ ରାଷ୍ଟ୍ରମାନେ ଯୁବ ଆଦାନପ୍ରଦାନ, ତାଲିମ, ପରିଦର୍ଶନ, ବୈଜ୍ଞାନିକ ବିନିମୟ, ମିଳିତ ଗବେଷଣା, ବିଜ୍ଞାନଭିତିକ ପ୍ରକାଶନ ଆଦି କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କରିବେ। ଏସ୍‌ସିଓର ଯୁବ ପରିଷଦର କାର୍ଯ୍ୟକ୍ରମକୁ ସବୁ ସଦସ୍ୟ ରାଷ୍ଟ୍ର କାର୍ଯ୍ୟକାରୀ କରିବାକୁ ସହାୟତା ଓ ସହଯୋଗ ଯୋଗାଇବେ।

ଏହି ଚୁକ୍ତିର ଲକ୍ଷ୍ୟ ହେଲା ଏସସିଓର ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସକୁ ସୁଦୃଢ କରି ନିଜର ଯୁବବର୍ଗଙ୍କ ମଧ୍ୟର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ବଢାଇବ।

କ୍ୟାବିନେଟର ଅନୁମୋଦନ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପ୍ରପୀଡ଼ିତ ନେପାଳକୁ ବିଜୁଳି ଯୋଗାଇଲା ଭାରତ

September 15, 2026

ଜମିକୁ ପାଣି ମଡ଼ାଇବାକୁ କେନ୍ଦ୍ର କରି ଦିଅର-ଭାଉଜ ମାଡ଼ପିଟ୍‌: ଭାଉଜଙ୍କ ଭାଙ୍ଗିଲା ହାତ, ଦିଅର ଗିରଫ

September 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ଜଳିବ ‘ଆଶୀର୍ବାଦର ଦୀପ’: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 15, 2026

 ହିନ୍ଦୀ ଦିବସ ୨୦୨୬ ଓ ଷଷ୍ଠ ସର୍ବଭାରତୀୟ ସରକାରୀ ଭାଷା ସମ୍ମିଳନୀକୁ ସମ୍ୱୋଧିତ କଲେ ଗୃହମନ୍ତ୍ରୀ

September 14, 2026
Latest News

ମୋବାଇଲ୍ କିସ୍ତି ପାଇଁ ଯୁବକଙ୍କୁ ଅପହରଣ! ୫ ଦିନ ବନ୍ଧକ ରଖିଥିବା ଅଭିଯୋଗ

September 15, 2026

‘ଗ୍ୟାସ୍’ ଭାବି ଏହି ଲକ୍ଷଣକୁ ଅଣଦେଖା କରୁଛନ୍ତି କି? ହୋଇପାରେ ବଡ଼ ସ୍ୱାସ୍ଥ୍ୟ ସଙ୍କେତ

September 15, 2026

ବ୍ୟାଙ୍କ ଲୁଟ୍‌ ପୂର୍ବରୁ ପୁଲିସର ମାଷ୍ଟରଷ୍ଟ୍ରୋକ୍‌; ମଧ୍ୟରାତ୍ରିରେ ଧରାପଡ଼ିଲା ଡକାୟତ ଗ୍ୟାଙ୍ଗ

September 15, 2026

ସାଇଡ୍ ଷ୍ଟ୍ରେନ୍ ଆଘାତ ଯୋଗୁଁ ଆଫଗାନିସ୍ତାନ ସିରିଜ୍‌ରୁ ବାଦ୍ ପଡ଼ିଲେ ବରୁଣ ଚକ୍ରବର୍ତ୍ତୀ

September 15, 2026

ଗାଧୋଇବାକୁ ଯାଇ ଆଉ ଫେରିଲେନି ସଞ୍ଜୟ, ସକାଳେ ପୋଖରୀରୁ ମିଳିଲା ମୃତଦେହ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.