Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶର ଆଠଟି ରାଜନୈତିକ ଦଳର ଆୟ ହେଲା ୧,୩୭୩ କୋଟି ଟଙ୍କା, ଶାସକ ବିଜେପିର ସର୍ବାଧିକ
ଜାତୀୟ ଖବର

ଦେଶର ଆଠଟି ରାଜନୈତିକ ଦଳର ଆୟ ହେଲା ୧,୩୭୩ କୋଟି ଟଙ୍କା, ଶାସକ ବିଜେପିର ସର୍ବାଧିକ

June 20, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦେଶର ଆଠଟି ରାଜନୈତିକ ଦଳର ଆୟ ହେଲା ୧,୩୭୩ କୋଟି ଟଙ୍କା, ଶାସକ ବିଜେପିର ସର୍ବାଧିକ

ନୂଆଦିଲ୍ଲୀ: କୋଟି କୋଟି ଟଙ୍କା ଯଦି କିଏ ରୋଜଗାର କରେ ବୋଲି କହେ ତେବେ ସେ ନିଶ୍ଚିତ ଶିଳ୍ପପତି କିମ୍ବା କଂପାନୀ ହୋଇଥିବ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତର ରାଜନୈତିକ ଦଳଗୁଡିକର ରୋଜଗାର ମଧ୍ୟ କୌଣସି ଶିଳ୍ପପତି ବା କଂପାନୀଠାରୁ କମ ନୁହେଁ। ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଆଠଟି ଜାତୀୟ ଦଳର ମୋଟ ଆୟ ହେଉଛି ୧,୩୭୩. ୭୮ କୋଟି ଟଙ୍କା। ନିର୍ବାଚନ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ସଂଗଠନ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ତରଫରୁ ଏହି ସୂଚନା ଦିଆଯାଇଛି।

ସେହି ଆଠଟି ଦଳ ହେଉଛି ଭାରତୀୟ ଜନତା ପାର୍ଟି (ବିଜେପି) , କଂଗ୍ରେସ, ବହୁଜନ ସମାଜ ପାର୍ଟି (ବିଏସପି), ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ), ତୃଣମୂଳ କଂଗ୍ରେସ ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି ( ଏନପିପି)। ଏହିସବୁ ଦଳଗୁଡିକୁ ନିର୍ବାଚନ ଆୟୋଗ ଦ୍ୱାରା  ଜାତୀୟ ଦଳ ଭାବେ ମାନ୍ୟତା ମିଳିଛି। ତେବେ ଆଉ ଏକ ଆଶ୍ଚର୍ଯ୍ୟ ଜନକ କଥା ହେଲା ଏହି ଆଠଟି ଦଳ ମଧ୍ୟରୁ  କେବଳ ବିଜେପିର ଅଂଶ ହେଉଛି ପ୍ରାୟ ୫୫ ପ୍ରତିଶତ। ଅର୍ଥାତ ଅର୍ଦ୍ଧାଧିକ ଟଙ୍କା କେବଳ ଶାସକ ବିଜେପି ଦଳକୁ ମିଳିଛି।

ନିୟମ ଅନୁସାରେ ଯେଉଁଦଳ ଭାରତ ନିର୍ବାଚନ କମିଶନରଙ୍କ ନିକଟରେ ସ୍ବୀକୃତି ପ୍ରାପ୍ତ ଅଟନ୍ତି ସେହି ଦଳଗୁଡିକ ପ୍ରତିବର୍ଷ କମିସନରଙ୍କୁ ଆୟବ୍ୟୟର ହିସାବ ଦେଇଥାନ୍ତି। ସେହି ହିସାବକୁ ଆଧାର କରି ଏଡିଆର ସଂସ୍ଥା ଏହି ରିପୋର୍ଟ ପ୍ରଦାନ କରିଛି। ଏଥିରୁ ଜଣାପଡିଛି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଜାତୀୟ ଦଳ ମଧ୍ୟରେ ବିଜେପି ସର୍ବାଧିକ ଆୟ ୭୫୨.୩୩ କୋଟି ଟଙ୍କା କରିଛି। ବିଜେପିର ଆୟ ଏହି ଆଠଟି ଜାତୀୟ ଦଳର ମୋଟ ଆୟର ୫୪.୭୬ ପ୍ରତିଶତ ବୋଲି ସଂସ୍ଥା କହିଛି।

ରିପୋର୍ଟରୁ ଜଣାପଡିଛି ଯେ ଏହି ଆର୍ଥିକ ବର୍ଷରେ କଂଗ୍ରେସ ୨୮୫.୭୬ କୋଟି ଟଙ୍କା ଆୟ ଘୋଷଣା କରି ଦ୍ୱିତୀୟ ସ୍ଥାନରେ ରହିଛି। ଏହା ଜାତୀୟ ଦଳର ମୋଟ ଆୟର ୨୦.୮୦ ପ୍ରତିଶତ ଅଟେ। ଏହାପରେ ସିପିଆଇ (ଏମ୍) ୧୭୧.୦୪ କୋଟି ଟଙ୍କା ଏବଂ ତୃଣମୂଳ କଂଗ୍ରେସ ୭୪.୪୧ କୋଟି ଟଙ୍କା ଆୟ ଘୋଷଣା କରିଛି। ସେହିପରି ବିଏସପି ୫୨.୪୬ କୋଟି ଟଙ୍କା, ଏନସିପି ୩୪.୯୨ କୋଟି ଟଙ୍କା , ସିପିଆଇ ୨.୧୨ କୋଟି ଟଙ୍କା ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି ୬୯ ଲକ୍ଷ ଟଙ୍କା ଆୟ କରିଛି।

ତଥ୍ୟ ଅନୁଯାୟୀ, ବିଜେପି ତାହାର ଆୟର ୮୨ ପ୍ରତିଶତ ଟଙ୍କା ଖର୍ଚ୍ଚ କରିଥିବା ବେଳେ କଂଗ୍ରେସ ତାହାର ଆୟର ୭୩.୧୪ ପ୍ରତିଶତ ଟଙ୍କା ଖର୍ଚ୍ଚ କରିଛି। ଏଥିସହିତ, ତୃଣମୂଳ କଂଗ୍ରେସର ଖର୍ଚ୍ଚ ୭୮.୧୦ ପ୍ରତିଶତ ଅଧିକ ଥିଲା। ଏହି ରିପୋର୍ଟରେ କୁହାଯାଇଛି ଯେ ବିଜେପି ଆୟର ମୂଳ ଉତ୍ସ ସ୍ବେଚ୍ଛାକୃତ ଦାନ ଥିବାବେଳେ କଂଗ୍ରେସ କୁପନ ପ୍ରଚଳନ କରି ଆୟ କରିଛି। ସେହିପରି ବିଏସପି ବ୍ୟାଙ୍କ ସୁଧରୁ ଏହାର ଆୟର ଅଧିକାଂଶ ଅଂଶ ପାଇଛି।

ନିର୍ବାଚନ ପ୍ରଚାର ପାଇଁ ବିଜେପିର ସର୍ବାଧିକ ଖର୍ଚ୍ଚ ୪୨୧.୦୧ କୋଟି ଥିଲା, ତା’ପରେ ପ୍ରଶାସନିକ ଖର୍ଚ୍ଚ ୧୪୫.୬୮ କୋଟି ଟଙ୍କା ଥିଲା। ସେହିପରି କଂଗ୍ରେସ ନିର୍ବାଚନ ପାଇଁ ୯୧.୩୫ କୋଟି ଟଙ୍କା ଏବଂ ଏହା ପରେ ସଂଗଠନର କାର୍ଯ୍ୟରେ ୮୮.୪୩ କୋଟି ଟଙ୍କା ଖର୍ଚ୍ଚ କରିଛି।

ନିର୍ବାଚନ ପ୍ରଚାରରେ ୯୦.୪୧ କୋଟି ଟଙ୍କା ବ୍ୟୟ କରି ତୃଣମୂଳ କଂଗ୍ରେସ ସର୍ବାଧିକ ପରିମାଣ ଖର୍ଚ୍ଚ କରିଛି। ଦଳ ପ୍ରଶାସନିକ ତଥା ଅନ୍ୟାନ୍ୟ କାର୍ଯ୍ୟରେ ୩.୯୬ କୋଟି ଟଙ୍କା ଖର୍ଚ୍ଚ କରିଛି। ଏନସିପି ଏହାର ମୋଟ ଖର୍ଚ୍ଚର ୮୪ ପ୍ରତିଶତ ପ୍ରଶାସନ ଏବଂ ସାଧାରଣ ବ୍ୟୟ ପାଇଁ ଖର୍ଚ୍ଚ କରିଛି। ନିର୍ବାଚନ ବଣ୍ଡରୁ ବିଜେପି ୨୨.୩୮ କୋଟି ଟଙ୍କା,  ତୃଣମୂଳ କଂଗ୍ରେସ ୪୨ କୋଟି ଟଙ୍କା ଏବଂ କଂଗ୍ରେସ ୧୦.୦୭ କୋଟି ଟଙ୍କା ଆୟ ଘୋଷଣା କରିଛନ୍ତି।

ନିର୍ବାଚନ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ସଂଗଠନ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ଦ୍ବାରା ଜାରି ହୋଇଥିବା ଏହି ରିପୋର୍ଟକୁ ନେଇ ବିଭିନ୍ନ ମହଲରେ ବେଶ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। ସେମାନଙ୍କ ମତରେ ଏହା ହେଉଛି ହିସାବ ଥିବା ଆୟର ପରିମାଣ। ହେଲେ ଏହାର ବହୁଗୁଣ ହିସାବ ନ ଥିବା ଆୟ ରହିଥିବ ବୋଲି ଅନେକ ସନ୍ଦେହ ପ୍ରକାଶ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

କମଲୁର ଏବଂ ଭାଂସି ଷ୍ଟେସନ ମଧ୍ୟରେ ରେଳ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିଶନର

July 4, 2026

ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

July 4, 2026

ଲଘୁଚାପ ସକ୍ରିୟ : ପାଞ୍ଚଦିନ ବର୍ଷିବ

July 4, 2026

ଓମ୍ସା ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ରୋଗୀ ସେବାରେ ଆୟୁଷ, ଏମଏଚୟୁ ଓ ଆରବିଏସକେ ଡାକ୍ତର

July 4, 2026
Latest News

କମଲୁର ଏବଂ ଭାଂସି ଷ୍ଟେସନ ମଧ୍ୟରେ ରେଳ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିଶନର

July 4, 2026

ଗମ୍ଭାରୀମୁଣ୍ଡା ବଜାର କମିଟିର ପୂର୍ବତନ ଉପ-ସଭାପତିଙ୍କ ବିୟୋଗ

July 4, 2026

ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

July 4, 2026

ଲଘୁଚାପ ସକ୍ରିୟ : ପାଞ୍ଚଦିନ ବର୍ଷିବ

July 4, 2026

ଓମ୍ସା ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ରୋଗୀ ସେବାରେ ଆୟୁଷ, ଏମଏଚୟୁ ଓ ଆରବିଏସକେ ଡାକ୍ତର

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.