Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶର ବରିଷ୍ଠ ନେତାଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କଲେ ଦ୍ରୌପଦୀ, ଜାଣନ୍ତୁ କେଉଁମାନେ ଥିଲେ
ଜାତୀୟ ଖବର

ଦେଶର ବରିଷ୍ଠ ନେତାଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କଲେ ଦ୍ରୌପଦୀ, ଜାଣନ୍ତୁ କେଉଁମାନେ ଥିଲେ

June 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦେଶର ତମାମ ବରିଷ୍ଠ ନେତା, ମନ୍ତ୍ରୀଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଦେଶର ବହୁ ବରିଷ୍ଠ ନେତା ତଥା ମନ୍ତ୍ରୀଙ୍କ ଗହଣରେ ଆଜି ରାଷ୍ଟ୍ରପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ। ଆଜି ରାଜ୍ୟସଭା ମହାସଚିବଙ୍କ ପ୍ରକୋଷ୍ଠରେ ଏହି ନାମାଙ୍କନ ଦାଖଲ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ସାହା, ସଡକ ପରିବହନ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ପ୍ରମୁଖ ଯୋଗ ଦେଇଥିଲେ।

ଆଜି ଦ୍ରୌପଦୀ ଓଡିଶା ଭବନ ଛାଡି ସଂସଦ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ କେନ୍ଦ୍ର ସରକାରଙ୍କ ବରିଷ୍ଠମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଦ୍ରୌପଦୀ ସେଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାର କିଛି ସମୟରେ ପରେ ରାଜନାଥ ସିଂ, ଅମିତ ସାହା ସଂସଦ ଭବନକୁ ପ୍ରବେଶ କରିଥିଲେ। ସେହିପରି ମନ୍ତ୍ରୀ ପୀୟୁଶ ଗୋଏଲ ମଧ୍ୟ ସଂସଦ ଭବନକୁ ଆସିଥିଲେ।

ଏପରିକି କେତେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିଲେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ, ହରିୟାନର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାରେ, ଉତ୍ତରାଖଣ୍ଡର ପୁଷ୍କର ସିଂ ଧାମୀ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଓଡିଶାରୁ ବିଜେଡିର ନବନିର୍ବାଚିତ ସାଂସଦ ସସ୍ମିତ ପାତ୍ର, ମନ୍ତ୍ରୀ ଟୁକୁନୀ ସାହୁ ଏବଂ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଉପସ୍ଥିତ ଥିଲେ।

କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନରେ ପହଞ୍ଚିବା ପରେ ରାଜ୍ୟସଭାର ମହାସଚିବଙ୍କ ପ୍ରକୋଷ୍ଠକୁ ଯାଇଥିଲେ। ତାଙ୍କ ପ୍ରକୋଷ୍ଠରେ ଦ୍ରୌପଦୀ ମୁର୍ମୁ ତାଙ୍କର ବାମ ପଟକୁ ପ୍ରଧାନମନ୍ତ୍ରୀ, ତାଙ୍କ ପାଖକୁ ଜେ. ପି ନଡ୍ଡା ବସି ଥିଲେ। ସେହିପରି ଡାହାଣ ପଟକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ସାହା, ଅନ୍ୟ ଏକ ଧାଡିରେ ମନ୍ତ୍ରୀ ନୀତିନ ଗଡକରୀ ବସିଥିଲେ। ପଛପଟେ ବିଭିନ୍ନ ରାଜ୍ୟରୁ ଆସିଥିବା ମୁଖ୍ୟମନ୍ତ୍ରୀମାନେ ବସିଥିଲେ।

ପ୍ରାର୍ଥୀପତ୍ର ଦାଖଲ କରିବା ପରେ ମହାସଚିବ ଏହାକୁ ଦେଖିବା ପରେ ପ୍ରସ୍ତାବକଙ୍କ ଦସ୍ତଖତ ପାଇଁ କହିଥିଲେ। ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାସଚିବଙ୍କ ସମ୍ମୁଖରେ ନାମାଙ୍କନ ପତ୍ରରେ ଦସ୍ତଖତ କରିଥିଲେ। ଏହାପରେ ସେ ଦ୍ରୌପଦୀଙ୍କ ନାମାଙ୍କନ ପତ୍ରକୁ ଗ୍ରହଣ କରିଥିଲେ।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

30 Years of Nifty50: ଏନଏସଇ ପକ୍ଷରୁ ନିଫ୍ଟି ୫୦ର ୩୦ ବର୍ଷ ପୂର୍ତି ପାଳନ

March 11, 2026

ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆ ପାଇଁ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ନେଲେ ଏହି ପଦକ୍ଷେପ

March 11, 2026

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026
Latest News

30 Years of Nifty50: ଏନଏସଇ ପକ୍ଷରୁ ନିଫ୍ଟି ୫୦ର ୩୦ ବର୍ଷ ପୂର୍ତି ପାଳନ

March 11, 2026

ପ୍ରଥମ ଦିନିକିଆରେ ପାକିସ୍ତାନର ଲଜ୍ଜାଜନକ ପ୍ରଦର୍ଶନ: ମାତ୍ର ୧୬ ଓଭରରେ ଜିତିଲା ବାଂଲାଦେଶ

March 11, 2026

ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆ ପାଇଁ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ନେଲେ ଏହି ପଦକ୍ଷେପ

March 11, 2026

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

March 11, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.