ନବୀନ ନିବାସରେ ଭୋଜନ କଲେ ଦ୍ରୌପଦୀ ମୁର୍ମୁ, ସାଥିରେ ନବୀନଙ୍କ ସହ ଥିଲେ ଆଉ ଦୁଇଜଣ

Published: Jul 8, 2022, 2:41 pm IST

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶା ଛାଡିବା ପୂର୍ବରୁ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଛନ୍ତି। ଏଥିପାଇଁ ନବୀନ ନିବାସ ତରଫରୁ ପୁରା ପ୍ରସ୍ତୁତି କରାଯାଇଥିଲା। କଂସା ଥାଳି ଓ ତାଟିଆରେ ସମସ୍ତଙ୍କୁ ପରଶା ଯାଇଥିଲା ଓଡିଆ ଖାଦ୍ୟ। ଏଥିରେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦ୍ରୌପଦୀ ମୁର୍ମୁ ବସିଥିବା ବେଳେ ସାମନା ପଟେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତ ଏବଂ ସାଂସଦ ପିନାକୀ ମିଶ୍ର ବସିଥିଲେ।

ନିଜ ପ୍ରଚାର ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି। ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଉଭୟ ବିଜେଡି ଓ ବିଜେପି ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ଅତିଥି ଭଭନରେ କିଛି ସମୟ ବିଶ୍ରାମ କରିବା ପରେ ବିଧାନସଭା ସମ୍ମିଳନୀ କକ୍ଷରେ ସେ ବିଜେଡି ବିଧାୟକ ସାଂସଦଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ସେ ରାଜ୍ୟ ଅତିଥି ଭବନରେ ବିଜେପି ବିଧାୟକ ସାଂସଦଙ୍କୁ ସାକ୍ଷାତ କରିଛନ୍ତି। ସେଠାରୁ ବାହାରି ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଛନ୍ତି। ଏହାପରେ ଅପରାହ୍ନରେ  ସେ ଲକ୍ଷ୍ମୌ ପ୍ରଚାରରେ ଯିବେ।

Related posts