Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ୭୫ଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାମଗ୍ରୀ/ପ୍ରଯୁକ୍ତି ଉଦ୍‌ଘାଟିତ
ବିଶେଷ ଖବର

ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ୭୫ଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାମଗ୍ରୀ/ପ୍ରଯୁକ୍ତି ଉଦ୍‌ଘାଟିତ

July 12, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅନୁଷ୍ଠିତ ପ୍ରଥମ “ଏ ଆଇ ଇନ୍‌’ ଡିଫେନ୍ସ” ସମ୍ମିଳନୀ ଓ ପ୍ରଦର୍ଶନୀରେ ୭୫ଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାମଗ୍ରୀ/ପ୍ରଯୁକ୍ତି (ଟେକ୍‌ନୋଲୋଜି)କୁ ଉଦ୍‌ଘାଟନ କରିଛନ୍ତି। ଏହି ସମ୍ମିଳନୀ ଓ ପ୍ରଦର୍ଶନୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଛି। ଆଜାଦିର ଅମୃତ ମହୋତ୍ସବ ପାଳନର ଅଂଶସ୍ୱରୂପ ଏସବୁ ସାମଗ୍ରୀର ପ୍ରଚଳନ/ପ୍ରବର୍ତ୍ତନ ଆରମ୍ଭ କରାଯାଇଛି । ଏଥିରେ ରହିଛି ଏଆଇ ପ୍ଳାର୍ଟଫର୍ମ ଅଟୋମେସନ/ଅନ୍‌ମ୍ୟାନ୍‌ଡ/ ରୋବୋଟିକ୍ସ ସିଷ୍ଟମ୍ସ; ବ୍ଲକଚେନ ବେସ୍‌ଡ୍ ଅଟୋମେସନ; ସାଇବର ସିକ୍ୟୁରିଟି, କମ୍ୟୁନିକେସନ, କମ୍ପ୍ୟୁଟର ଆଣ୍ଡ ଇଣ୍ଟେଲିଜେନ୍ସ, ସର୍ଭେଲାନ୍ସ ଆଣ୍ଡ ରେକଇସାନ୍ସ;  ହ୍ୟୁମାନ ବିହେଭିହରାଲ ଆନାଲିସିସ୍‌, ଇଣ୍ଟେଲିଜେନ୍ସଣ୍ଟ ମନିଟରିଂ ସିଷ୍ଟମ; ଲିଥାଲ ଅଟୋନମସ୍ ଉଇପନ ସିଷ୍ଟମ, ଲଜିଷ୍ଟିକ୍ ଆଣ୍ଡ ସପ୍ଲାଏ ଚେନ ମ୍ୟାନେଜମେ, ଅପରେସନାଲ ଡାଟା ଆନାଲିଟିକସ୍‌, ମାନୁଫ୍ୟାକରିଙ୍ଗ ଆଣ୍ଡ ମେଣ୍ଟିନାନ୍ସ; ସିମୁଲେଟର୍ସ /ଟେଷ୍ଟ ଇକ୍ୟୁପମେଣ୍ଟ ଏବଂ ନାଚୁରାଲ ଲାଙ୍ଗୁଏଜ୍ ପ୍ରସେସିଂ ବ୍ୟବହାର କରି ଭଏସ୍‌/ସ୍ପିଚ୍ ଆନାଲିସିସ୍  ଆଦି।

ଡିପିଏସ୍‌୍‌ଗୁଡିକ ଦ୍ୱାରା ବିକଶିତ ତିନିଟି ଏଆଇ ପ୍ରଡକ୍ଟର ଡୁଆଲ ୟୁଜ୍ ଆପ୍ଲିକେସନ ସୁବିଧା ଓ ଉତ୍ତମ ବଜାର ଚାହିଦା ରହିଛି। ଏଗୁଡିକ  ହେଲା-ଏଆଇ ପରିଚାଳିତ ଭଏସ୍ ଟ୍ରାନ୍ସକ୍ରିପସନ୍‌/ଆନାଲିସିସ୍ ସପ୍ଟଓୟାର, ଡ୍ରାଇଭର ଫଟିଗ୍ ମନିଟରିଂ ସିଷ୍ଟମ ଏବଂ ଏଆଇ ପରିଚାଳିତ ଅଣବିଧ୍ୱଂସକାରୀ ସାମଗ୍ରୀ ଏକ୍ସ-ରେ ଥିବା ୱେଲ୍‌ଡିଂ ତ୍ରୁଟିର ମୂଲ୍ୟାୟନ ସିଷ୍ଟମ। ଏଥିମଧ୍ୟରୁ ପ୍ରଥମଟି ଭାରତ ଇଳେକ୍‌ଟ୍ରୋନିକ୍ସ ଲିମିଟେଡ, ଦ୍ୱିତୀୟଟି ଭାରତ ଆର୍ଥ ମୁଭର୍ସ ଲିମିଟେଡ ଓ ତୃତୀୟଟି ଗାର୍ଡେନରିଚ ସ୍ଥିତ ସିପ୍ ବିଲ୍‌ଡରସ୍ ଆଣ୍ଡ ଇଞ୍ଜିନିୟରିଂ ସଂସ୍ଥା ଦ୍ୱାରା ବିକଶିତ ହୋଇଛି। ଆଜିର କାର୍ଯ୍ୟକ୍ରମରେ ଏହି ତିନିଟି ଟେକ୍‌ନୋଲୋଜି ପ୍ରଦର୍ଶିତ ହୋଇଥିଲା। ଏସବୁ ସାମଗ୍ରୀ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ରାଷ୍ଟ୍ରାୟତ୍ତଉଦ୍ୟୋଗଗୁଡିକର ବ୍ୟାବସାୟିକ କାରବାର ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି।

ପ୍ରତିରକ୍ଷାମନ୍ତ୍ରୀ ଏହି ଅବସରରେ ଏହି ୭୫ଟି ଯାକ ସାମଗ୍ରୀର ତଥ୍ୟ ସମ୍ବଳିତ ପୁସ୍ତକ ଓ ଏହାର ଇଲେକ୍‌ଟ୍ରୋନିକ୍ସ ପ୍ରତିଲିପିକୁ ଆଜି ମଧ୍ୟ ଉନ୍ମୋଚନ କରିଥିଲେ। ଏଥିରେ ଡିଆରଡିଓ, ବିଭିନ୍ନ ପ୍ରତିରକ୍ଷା ପିଏସ୍‌ୟୁ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ସଂସ୍ଥାଙ୍କ  ଏ କ୍ଷେତ୍ରରେ ଉଦ୍ୟମ ଓ ସହଯୋଗ ସମ୍ପର୍କରେ ମଧ୍ୟ ଉଲ୍ଲେଖ ଅଛି। ଏହି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଭାଷଣରେ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମଗ୍ର ମାନବଜାତିର କଲ୍ୟାଣ ଦିଗରେ ଏକ ବୈପ୍ଳବିକ ପଦକ୍ଷେପ। ଏହା ପ୍ରମାଣିତ କରୁଛି ଯେ ମଣିଷ ବିଶ୍ୱର ସବୁଠୁ ଅଧିକ ବୁଦ୍ଧିମାନ ଓ ବିକଶିତ ପ୍ରାଣୀ। ମଣିଷର ମସ୍ତିଷ୍କ ଜ୍ଞାନର ସୃଷ୍ଟି/ପୁନଃ ସର୍ଜନା କରିବା ସହିତ ବୌଦ୍ଧିକତାକୁ  ବିକଶିତ କରି କିପରି ଜ୍ଞାନ ସୃଷ୍ଟି କରିପାରୁଛି ତାହା ଜାଣି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଥିଲେ ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୌଦ୍ଧିକତା ଏବେ ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଭେଷଜ, କୃଷି, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସମେତ ପ୍ରାୟ ସବୁ କ୍ଷେତ୍ରରେ ପ୍ରବେଶ କରି ନୂଆ ବିପ୍ଳବ ଆଣିଛି। ଏସବୁ କ୍ଷେତ୍ରରେ ମଣିଷର ଚେତନା ଓ ଏଆଇର ଦକ୍ଷତାକୁ ମିଳିତଭାବେ ବ୍ୟବହାର କରି ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ସେ ପ୍ରତିରକ୍ଷା କ୍ଷେତ୍ର ସହିତ  ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଆହ୍ୱାନ ଜଣାଇଥିଲେ। ସେ କହିଥିଲେ ଯେ ଯୁଦ୍ଧରେ ଯେତେବେଳେ ସମ୍ପୂର୍ଣ୍ଣ ମାନବିକ ସମ୍ପୃକ୍ତି ରହୁଛି ସେତେବେଳେ ନୂଆ ଅଟୋନମସ୍ ଉଇପନ/ସିଷ୍ଟମ ସବୁ ଏଆଇ ଆପ୍ଲିକେସନ ଦ୍ୱାରା ବିକଶିତ ହେଉଛି। ତେଣୁ ମଣିଷର ନିୟନ୍ତ୍ରଣ ବିନା ଏହା ମାଧ୍ୟମରେ ଶତ୍ରୁର ଘାଟିଗୁଡିକୁ ଅନାୟସରେ ନଷ୍ଟ କରାଯାଇପାରିବ। ଏଆଇ ପରିଚାଳିତ ସାମରିକ ଉପକରଣ ବିପୁଳ ପରିମାଣରେ ଡାଟା ପରିଚାଳନା କରିବାକୁ ସକ୍ଷମ। ସୈନିକମାନଙ୍କ ତାଲିମରେ ଏହା ବିଶେଷ ସହାୟକ ହୋଇ ପାରି। ଆଗାମୀ ଦିନରେ ଅଗମେଣ୍ଟେଡ ଓ ଭର୍ଚୁଆଲ ରିୟଲିଟି ଟେକ୍‌ନୋଲୋଜିକୁ ସଫଳତାର ସହିତ ପ୍ରୟୋଗ କରାଯିବ ବୋଲି ସେ କହିଛନ୍ତି।

ପ୍ରତିରକ୍ଷାମନ୍ତ୍ରୀ ଆହୁରି କହିଛନ୍ତି ଯେ ଭବିଷ୍ୟତରେ ସାମରିକ ଆବଶ୍ୟକତା ପୂରଣ ପାଇଁ ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ କରାଯାଉଛି ଏବଂ ଏଥିରେ ନୂଆ ଟେକ୍‌ନୋଲୋଜିର ପ୍ରୟୋଗ ଅଧିକରୁ ଅଧିକ ହେଉଛି। ଭାରତ ବସୁଧୈବ କୁଟୁମ୍ବକମ୍  ନୀତିରେ ବିଶ୍ୱାସ କରେ ଏବଂ ଅନ୍ୟ ଉପରେ ପ୍ରଭୁତ୍ୱ ବିସ୍ତାର କରିବାକୁ ଚାହେଁ ନାହିଁ। ତେବେ ନିଜର ସାମରିକ ଆବଶ୍ୟକତା ପୂରଣ ସହିତ ଭବିଷ୍ୟତରେ ଯୁଦ୍ଧ ଓ ଆକ୍ରମଣ ଧମକରୁ ନିଜକୁ ସୁରକ୍ଷିତ ରଖିବାକୁ ନିଜର ସାମରିକ ବାହିନୀର ଆଧୁନିକୀକରଣ ଉପରେ ଭାରତ ଗୁରୁତ୍ୱ ଦେଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦେଶର ସାମରିକ ଶକ୍ତି ଓ ଦକ୍ଷତାକୁ ବଢାଇବାରେ ବିଶେଷ ସହାୟକ ହେଉଛି। ଆମ ପ୍ରସ୍ତୁତି ଓ ସାମର୍ଥ୍ୟ ଏମିତି ଶକ୍ତିଶଶଳୀ ଓ ପ୍ରଭାବୀ ହେବା ଉଚିତ, ଯଦ୍ୱାରା କେହି ଆମ ଉପରେ ଆକ୍ରମଣ କରିବାକୁ ସାହସ କରିବେ ନାହିଁ।

ସେ ଆହୁରି କହିଥିଲେ ଯେ ଟେକ୍‌ନୋଲୋଜିର ବିକାଶ ସହିତ ତାଳ ମିଳାଇ ଚାଲିବାକୁ ହେଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ଓ ବିଗ୍ ଡାଟା ଭଳି ଟେକ୍ନୋଲୋଜିର ଉପଯୋଗ ଠିକ୍ ସମୟରେ କରିବାକୁ ପଡିବ ଏବଂ ଏହା ସମୟର ଆହ୍ୱାନ।

ସେ କହିଥିଲେ ଯେ ମାନବ ସମାଜର ପ୍ରଗତି ଓ ଶାନ୍ତି ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେବଳ ବ୍ୟବହୃତ ହେବା ଉଚିତ। ଏହି ନୂଆ ଟେକ୍‌ନୋଲୋଜିର ବ୍ୟବହାର ଗଣତାନ୍ତ୍ରିକ ଓ କଲ୍ୟାଣକାରୀ ହେବାର ଆବଶ୍ୟକତା ରହିଛି।

ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ପ୍ରତିରକ୍ଷାରେ ଏଆଇର ପ୍ରୟୋଗ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ, ନୌବାହିନୀ ମୁଖ୍ୟ ଆଡମିରାଲ ଆର୍ ହରି କୁମାର, ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ, ବାୟୁସେନାର ଉପମୁଖ୍ୟ ଏୟାର ମାର୍ଶାଲ ସଂଦୀପ ସିଂହ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

ଏହି ଅବସରରେ ରାଷ୍ଟ୍ରାୟତ୍ତ ଭାରତ ଇଲେକ୍‌ଟ୍ରୋନିକ୍ସ ଲିମିଟେଡ ଓ ଘରୋଇ ସଂସ୍ଥା ଇଣ୍ଡୋ-ଏମ୍‌ଆଇଏମ୍‌କୁ “ରକ୍ଷା ନିର୍ଯାତ୍ ରତ୍ନ” ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୫ ସୁଦ୍ଧା ଭାରତ ବାର୍ଷିକ ୩୫ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ରପ୍ତାନୀ କରିବାକୁ ଲକ୍ଷ୍ୟ ରଖିଛି। ଏ କ୍ଷେତ୍ରରେ ଭଲ କାମ କରୁଥିବା ସଂସ୍ଥା ଓ ଉଦ୍ୟୋଗଙ୍କୁ ପ୍ରୋତ୍ସାହିତ କରିବାକୁ “ରକ୍ଷା ନିର୍ଯାତ୍ ରତ୍ନ” ପୁରସ୍କାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଉଛି।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାମଗ୍ରୀ ଉଦ୍‌ଘାଟିତ ପ୍ରତିରକ୍ଷା ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.