Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାତ୍ୟା ପରେ ପରେ, କ୍ରମଶଃ ସହଜ ହେଉଛି ଭୁବନେଶ୍ୱର ଓ କଟକର ଜନଜୀବନ, ଆଉ ସପ୍ତାହେ ଭିତରେ ସୁଧୁରିଯିବ ପୁରୀର ଅବସ୍ଥା
ବିଶେଷ ଖବର

ବାତ୍ୟା ପରେ ପରେ, କ୍ରମଶଃ ସହଜ ହେଉଛି ଭୁବନେଶ୍ୱର ଓ କଟକର ଜନଜୀବନ, ଆଉ ସପ୍ତାହେ ଭିତରେ ସୁଧୁରିଯିବ ପୁରୀର ଅବସ୍ଥା

May 11, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Everything going to normal after 7 days of Fani
Everything going to normal after 7 days of Fani

କେଦାର ମିଶ୍ର

ପ୍ରକୃତି ସହିତ ମଣିଷର ଚିରନ୍ତନ ସଂଘର୍ଷରେ ପ୍ରକୃତି ସବୁବେଳେ ବଳୀୟାନ। ମଣିଷର ଶକ୍ତି ତଥା ସାଧନ ସୀମିତ ହୋଇଥିବାବେଳେ ପ୍ରକୃତି ଅସୀମ ଓ ଅଦମନୀୟ। ପ୍ରତ୍ୟେକ ପ୍ରାକୃତିକ ବିପର୍ୟୟରୁ ଆମେ ଏଇ ବାର୍ତ୍ତା ଇ ପାଇଛୁ। ତା ସହିତ ଆଉ ଏକ ବଡ ବାର୍ତ୍ତା ହେଉଛି, ଏଇ ଭୀଷଣ ସଂଘର୍ଷରେ ମଣିଷ କେବେହେଲେ ହାର ମାନିନାହିଁ। ବାରମ୍ବାର ପ୍ରକୃତି ସହିତ ଲଢେଇକରି ମଣିଷ ନିଜର ଅସ୍ତିତ୍ଵକୁ ବଜାୟ ରଖିଛି। ଏମିତି ଦେଖିଲେ, ଗତ ମଇ ୩ ତାରିଖରେ ପୁରୀ ଉପକୂଳ ସମେତ ଭୁବନେଶ୍ବର, କଟକ, ଖୁର୍ଦ୍ଧା ଓ ଜଗତସିଂପୁର ର ଅନେକ ଅଞ୍ଚଳକୁ ଧ୍ଵସ୍ତ ବିଧ୍ଵସ୍ତ କରି ଦେଇଥିବା “ଫାନୀ” ବାତ୍ୟା ଖୁବ ବେଶୀ ସମୟ ରହିନଥିଲା। ମାତ୍ର ଦେଢ ଘଣ୍ଟା ଭିତରେ ଓଡିଶାର ମୁଖ୍ୟ ସହର ଜୀବନ ପୂରାପୂରି ଅଚଳ ହୋଇଗଲା। ବୁବନେଶ୍ବର ସହରର ୪୫ଟି ଯାକ ବିଦ୍ୟୁତ ଯୋଗାଣକାରୀ ଫିଡର ନଷ୍ଟ ହୋଇଗଲା। ପୁଣିଥରେ ଫିଡର ସଜାଡି, ରିଚାର୍ଜ କରି ଓ ଛିଣ୍ଡି ଯାଇଥିବା ସମୁଦାୟ ତାର ବ୍ୟବସ୍ଥାକୁ ଯୋଡିବାରେ ବହୁ ସମୟର ଆବଶ୍ୟକତା ରହିଛି। ତେବେ ଏହାର ପରିଣତି ହେଉଛି, କଟକ ଓ ଭୁବନେଶ୍ଵର ସହରର ଜନ ଜୀବନ ପୁରା ଠପ ହୋଇଯାଇଛି। ବାତ୍ୟାରେ କେବଳ ଭିତ୍ତିଭୂମି କେବଳ ନଷ୍ଟ ହୋଇନାହିଁ, ଏହା ଓଡିଶାର ଅର୍ଥନୈତିକ ମେରୁଦଣ୍ଡ ଉପରେ ଆଉ ଏକ ଶକ୍ତ ପାହାର ଦେଇଛି।

ଭୁବନେଶ୍ଵର ଆଜି ବିଳାସର ମାନଚିତ୍ରରୁ ଏକ ରକମ ଓହ୍ଲାଇ ଆସି ନିଜର ମୌଳିକ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଛି। ତେବେ ପରିସ୍ଥିତିର ମୁକାବିଲା କରିବାରେ ରାଜ୍ୟ ସରକାର ଅବହେଳା କରିଛନ୍ତି କି ଅଥବା ଏମିତି ଏକ ଭୟଙ୍କର ସଙ୍କଟ ସମୟରେ ସରକାର ଶୋଇ ପଡିଛନ୍ତି କି? ଏ ପ୍ରକାର ଅଭିଯୋଗ ର କୌଣସି ଆଧାର ନାଇଁ। ଚାରୋଟି ପର୍ଯାୟ ନିର୍ବାଚନ ସାରିବାର ମାତ୍ର କେଇ ଘଣ୍ଟା ଭିତରେ ପ୍ରଶାସନ ବାତ୍ୟା ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଛି। ବାତ୍ୟାରେ ଯେମିତି କୌଣସି ଜୀବନ ନ ଯାଏ ସେଥିପ୍ରତି ସରକାର ସଜାଗ ହୋଇଛନ୍ତି। ପାଖାପାଖି ୧୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ସ୍ଥାନାନ୍ତର କରାଯାଇଛି। ଯାହା ଫଳରେ ବ୍ୟାପକ ଭିତ୍ତିଭୂମି ଓ ଧନର କ୍ଷତି ହୋଇଥିଲେ ହେଁ ଜୀବନବଞ୍ଚାଇବାରେ ସରକାର ସଫଳ ହୋଇଛନ୍ତି। ଫନୀ ଜନିତ ମୃତ୍ୟୁ ସଂଖ୍ୟା ୪୦ ଭିତରେ ସୀମିତ ରହିଛି। ଏହା କିଛି କମ ବଡ ଉପଲବ୍ଧି ନୁହେଁ।

ବାତ୍ୟା ପରବର୍ତ୍ତୀ ସ୍ଥିତି ସମ୍ଭାଳିବାକୁ ଏକ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା ଗଢିବା ଏବେ ରାଜ୍ୟ ସରକାରଙ୍କ ପ୍ରଥମ ଦାୟିତ୍ଵ ହେବା ଉଚିତ। ବିଦ୍ୟୁତ, ଜଳ ଯୋଗାଣ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ବାତ୍ୟା ପ୍ରଭାବରୁ ମୁକ୍ତ ରଖିବାକୁ ସ୍ଵତନ୍ତ୍ର ଯୋଜନାର ଆବଶ୍ୟକତା ରହିଛି।ଗତ ୩ ରୁ ୧୦ ତାରିଖ ଭିତରେ ଅଧା ବୁବନେଶ୍ବର ଓ ପୂରା ହେଉ। ଗୋଟେ ଇଂରାଜୀ ପତ୍ରିକାର ସମ୍ପାଦକ ଲେଖିଲେ, ବାତ୍ୟା ମୁକାବିଲା କରିବାରେ ଓଡିଶା ସରକାର ଯଥେଷ୍ଟ ଅଗ୍ରଗତି କରିଛନ୍ତି, ହେଲେ ଏବେବି ଏହା ପୂର୍ଣ୍ଣାଙ୍ଗ ନୁହେଁ। ପ୍ରଶାସନରେ ପରଫେକସନ ଏକ ଅସଧାରଣ ଶବ୍ଦ। ସରକାର ହୁଏତ ପୂର୍ଣ୍ଣାଙ୍ଗ ନୁହନ୍ତି, ତେବେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମ୍ଭାଳିବାରେ ସରକାରଙ୍କ ତତ୍ପରତା ସବୁଠି ଅନୁଭବ କରିହେଉଛି।

କେବଳ ଭୁବନେଶ୍ବରରେ ଦେଢ ଲକ୍ଷ ଗଛ ଉପୁଡି ପଡିଛି ବା ଭାଙ୍ଗି ଯାଇଛି। ଏତେ ପରିମାଣରେ ଗଛ କାଟି ସଫା କରିବାକୁ ଏକ ବିଶାଳ ବାହିନୀ ଦରକାର, ତଥାପି ପାଞ୍ଚ ଦିନ ଭିତରେ ଭୁବନେଶ୍ବରର ପ୍ରମୁଖ ସଡକ ଗୁଡିକ ଏବେ ପରିଷ୍କାର ହେବା ସହିତ ବିଦ୍ୟୁତ ଓ ଜଳ ଯୋଗାଣ ବ୍ୟବସ୍ଥା ସଚଳ ହୋଇଛି। ଆସନ୍ତା ୧୨ ତାରିଖ ଭିତରେ ଭୁବନେଶ୍ବରର ସବୁ ଉପଭୋକ୍ତା ବିଜୁଳି ସଂଯୋଗ ପାଇଯିବେ ବୋଲି ରାଜ୍ୟ ସରକାର କହିଛନ୍ତି। ସେହିପରି ୧୨ ରୁ ୧୫ ତାରିଖ ଭିତରେ ପୁରୀ ସହରକୁ ମଧ୍ୟ ବିଦ୍ୟୁତ ଯୋଗାଣ ଆରମ୍ଭ ହୋଇ ଯିବ।

ରଥଯାତ୍ରା ଆଉ ମାତ୍ର ଦେଢ ମାସ ବାକିଥିବାରୁ ପୁରୀରେ ସବୁ କିଛି ସୁବ୍ୟବସ୍ଥିତ କରିବା ଏବେ ସରକାରଙ୍କର ସବୁଠୁ ବଡ ମୁଣ୍ଡ ବିନ୍ଧା। ପୁରୀର ହୋଟେଲ ଶିଳ୍ପ ଧ୍ଵଂସ ହୋଇ ଯାଇଛି। ଏହାର ପୁନରୁଦ୍ଧାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିବାର ଆବଶ୍ୟକତା ରହିଛି। ଓଡିଶା ସରକାର କେନ୍ଦ୍ରକୁ ୧୭ ହଜାର କୋଟି ଟଙ୍କାର ସ୍ଵତନ୍ତ୍ର ପ୍ରସ୍ତାବ ଦେଇଛନ୍ତି। ୧୦ ହଜାର କୋଟିରେ ବାତ୍ୟାରୁ ସୁରକ୍ଷିତ ରହିବା ଭଳି ବିଦ୍ୟୁତ ବ୍ୟବସ୍ଥା ଓ ୭ ହଜାର କୋଟି ଟଙ୍କାର ପକ୍କା ଗୃହ ନିର୍ମାଣ କଥା ସରକାର ନିଜ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି। ବାତ୍ୟାରୁ ଉପକୂଳ ଓଡିଶାକୁ ସୁରକ୍ଷିତ ରଖିବାକୁ ହେଲେ ଏକ ଦୀର୍ଘସ୍ଥାୟୀ ଯୋଜନା ଆରମ୍ଭ ହେବା ଉଚିତ।

ଯେ କୌଣସି ପ୍ରାକୃତିକ ବିପର୍ୟୟରୁ ରାଜ୍ୟ ସରକାର ଓ ରାଜ୍ୟବାସୀ ଅନେକ କଥା ଶିଖିବାର ଅଛି। କଳା ବଜାରୀ ଓ ଚଢା ଦାମରେ ଜେନେରେଟର ବ୍ୟବସାୟ କରୁଥିବା ଲାଭଖୋର ବେପାରୀଙ୍କୁ ନିୟନ୍ତ୍ରଣ କରିବ କିଏ? ଦୁର୍ଦ୍ଦଶା ସମୟରେ ଲାଭ ଖୋଜୁଥିବା ଶାଗୁଣାମାନେ କଣ ମଣିଷ ହେବେନାହିଁ?

Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ମୋଦୀଙ୍କ ପ୍ରଶଂସା, ମମତାଙ୍କ ପ୍ରତି ନିଷ୍ଠା: ଶତ୍ରୁଘ୍ନ ସିହ୍ନାଙ୍କ ରାଜନୈତିକ ସନ୍ଦେଶ କ’ଣ?

June 11, 2026

ଶ୍ରୀନଗରର ଲାଲ ଚୌକରେ ପାକିସ୍ତାନ ବିରୋଧରେ ପ୍ରତିବାଦ: ପିଓକେ ପୁନଃ ଦଖଲ ପାଇଁ ଦାବି

June 11, 2026

ବର୍ଷା ବିଗାଡ଼ିଲା ଟିମ୍ ଇଣ୍ଡିଆର ଖେଳ: ୪ ରନରେ ଜିତିଲା ଆଫଗାନିସ୍ତାନ

June 11, 2026
Latest News

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.