Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶବାସୀଙ୍କୁ ଭାବବିହ୍ବଳରେ ଶେଷ ଭାଷଣ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଜାତୀୟ ଖବର

ଦେଶବାସୀଙ୍କୁ ଭାବବିହ୍ବଳରେ ଶେଷ ଭାଷଣ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

July 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦେଶବାସୀଙ୍କୁ ଭାବବିହ୍ବଳରେ ଶେଷ ଭାଷଣ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଦେଶବାସୀଙ୍କୁ ତାଙ୍କର ବିଦାୟ କାଳୀନ ଭାଷଣ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ହିସାବରେ ତାଙ୍କର ଏହି ଭାଷଣ ହେଉଛି ଶେଷ ଭାଷଣ। ସେ ଏହି ଭାଷଣରେ କହିଛନ୍ତି ଯେ ଆଜକୁ ପାଞ୍ଚ ବର୍ଷ ପୂର୍ବେ ଆପଣମାନେ ସମସ୍ତେ ମୋ ଉପରେ ଅପାର ଭରସା ବ୍ୟକ୍ତ କରିଥିଲେ ଏବଂ ନିଜ ନିର୍ବାଚିତ ଜନ-ପ୍ରତିନିଧିମାନଙ୍କ ମାଧ୍ୟମରେ ମୋତେ ଭାରତର ରାଷ୍ଟ୍ରପତି ଭାବେ ବାଛିଥିଲେ। ଆଜି ମୋ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେଉଛି। ଏହି ଅବସରରେ ମୁଁ ଆପଣମାନଙ୍କ ସହିତ କିଛି କଥା କହିବାକୁ ଚାହୁଁଛି।

ସେ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନକୁ ଗସ୍ତ କରିବା ସମୟରେ, ନାଗରିକମାନଙ୍କ ସହ ହୋଇଥିବା ବାର୍ତ୍ତାଳାପ ଏବଂ ଜନସମ୍ପର୍କ ମୋତେ ନିରନ୍ତର ପ୍ରେରଣା ଦେଇ ଆସଛି। ସମସ୍ତେ ମୋତେ ନିଜ କର୍ତ୍ତବ୍ୟ ନିର୍ବାହ କରିବା ଲାଗି ଭରପୂର ସହଯୋଗ ଦେଇଛନ୍ତି।  ଅନେକ ଦେଶବାସୀଙ୍କୁ ଭେଟିବା ପରେ ମୋ ମନରେ ବିଶ୍ବାସ ଆହୁରି ସୁଦୃଢ଼ ହୋଇଥିଲା ଯେ ଆମ ନିଷ୍ଠାବାନ ନାଗରିକମାନେ ହିଁ ବାସ୍ତବରେ ରାଷ୍ଟ୍ର-ନିର୍ମାତା ଅଟନ୍ତି। ସେମାନେ ସମସ୍ତେ ଭାରତକୁ ଉନ୍ନତ କରିବା ଲାଗି ପ୍ରୟାସରତ ଅଛନ୍ତି। ଏପରି ସବୁ ନିଷ୍ଠାବାନ ଦେଶବାସୀଙ୍କ ହାତରେ ଆମ ମହାନ ଦେଶର ଭବିଷ୍ୟତ ସୁରକ୍ଷିତ ରହିଛି।

ଏବେ ସବୁ ଦେଶବାସୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛନ୍ତି। ଆସନ୍ତା ମାସ ଆମେ ସମସ୍ତେ ଭାରତ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛୁ। ଆମେ ୨୫ ବର୍ଷର ଅବଧିର ସେହି ‘ଅମୃତ କାଳ’ରେ ପ୍ରବେଶ କରିବା, ଯାହାକି ସ୍ବାଧୀନତାର ଶତାବ୍ଦୀ ବର୍ଷ ଅର୍ଥାତ୍ ୨୦୪୭ରେ ସମ୍ପୂର୍ଣ୍ଣ ହେବ। ଏହି ବିଶେଷ ଐତିହାସିକ ବର୍ଷ ଆମ ଗଣତନ୍ତ୍ରର ପ୍ରଗତି-ପଥରେ ମାଇଲ ଖୁଣ୍ଟ ଭଳି। ଆମ ଗଣତନ୍ତ୍ରର ଏହି ବିକାଶ ଯାତ୍ରା, ଦେଶର ସ୍ବର୍ଣ୍ଣିମ ସମ୍ଭାବନାକୁ କାର୍ଯ୍ୟରୂପ ଦେଇ ବିଶ୍ବ ସମୁଦାୟ ଆଗରେ ଏକ ଶ୍ରେଷ୍ଠ ଭାରତକୁ ଉପସ୍ଥାପନ କରିବାର ଏକ ଯାତ୍ରା।

ନିଜ ପାଞ୍ଚ ବର୍ଷ ସମୟରେ ନିଜର ସମ୍ପୂର୍ଣ୍ଣ ଯୋଗ୍ୟତା ବଳରେ ନିଜ ଦାୟିତ୍ବ ନିର୍ବାହ କରିଛି। ମୁଁ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ଏସ. ରାଧାକୃଷ୍ଣନ ଏବଂ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଭଳି ମହାପୁରୁଷଙ୍କ ଉତ୍ତରାଧିକାରୀ ହୋଇଥିବା ଦୃଷ୍ଟିରୁ ଅତ୍ୟନ୍ତ ସଚେତନ ରହିଥିଲି। ଯେତେବେଳେ ମୁଁ ରାଷ୍ଟ୍ରପତି ଭବନରେ ପ୍ରବେଶ କଲି, ସେତେବେଳେ ମୋର ତତ୍କାଳୀନ ପୂର୍ବସୂରୀ, ଶ୍ରୀ ପ୍ରଣବ ମୁଖାର୍ଜୀ ମଧ୍ୟ ମୋ କର୍ତ୍ତବ୍ୟ ବିଷୟରେ ମୋତେ ବୁଦ୍ଧିମତ୍ତାପୂର୍ଣ୍ଣ ପରାମର୍ଶ ଦେଇଥିଲେ। ତଥାପି, ଯେତେବେଳେ ମୋ ମନରେ କୌଣସି ପ୍ରକାର ସଂଶୟ ଉତ୍ପନ୍ନ ହେଲା, ସେତେବେଳେ ମୁଁ ଗାନ୍ଧୀଜୀଙ୍କର ଏବଂ ତାଙ୍କ ଦ୍ବାରା ପରାମର୍ଶ ଦିଆଯାଇଥିବା ମୂଳ-ମନ୍ତ୍ରର ସାହାରା ନେଇଥିଲି।

ଆମ ସମସ୍ତଙ୍କ ପାଇଁ ମା’ ଭଳି ପୂଜନୀୟା ପ୍ରକୃତି ବର୍ତ୍ତମାନ ଗଭୀର ଯନ୍ତ୍ରଣା ମଧ୍ୟ ଦେଇ ଗତି କରୁଛି। ଜଳବାୟୁ ପରିବର୍ତ୍ତନର ସଙ୍କଟ ଆମ ପୃଥିବୀର ଭବିଷ୍ୟତ ପାଇଁ ଗମ୍ଭୀର ବିପଦ ସାଜିଛି। ଆମେ ଆମ ପିଲାମାନଙ୍କ ପାଇଁ ନିଜର ପରିବେଶ, ଆମ ଭୂମି, ବାୟୁ ଏବଂ ପାଣିକୁ ସଂରକ୍ଷିତ କରି ରଖିବା ଆବଶ୍ୟକ। ନିଜର ଦିନଚର୍ଯ୍ୟାରେ ତଥା ଦୈନନ୍ଦିନ ଜୀବନରେ ବିଭିନ୍ନ ଜିନିଷ ବ୍ୟବହାର କରିବା ସମୟରେ ଆମକୁ ଆମ ବୃକ୍ଷ, ନଦୀ, ସମୁଦ୍ର ଏବଂ ପାହାଡ଼ ସହିତ ଅନ୍ୟ ସବୁ ଜୀବଜନ୍ତୁଙ୍କ ରକ୍ଷା ପାଇଁ ଅତ୍ୟନ୍ତ ସତର୍କ ରହିବାର ଆବଶ୍ୟକତା ରହିଛି।

ପ୍ରଥମ ନାଗରିକ ଭାବେ, ଯଦି ନିଜ ଦେଶବାସୀଙ୍କୁ ମୋର ଗୋଟିଏ ପରାମର୍ଶ ଦେବାର ଥାଏ, ତା’ହେଲେ ମୁଁ ଏହି ପରାମର୍ଶ ହିଁ ଦେବି। ପୁଣି ଥରେ ଦେଶବାସୀଙ୍କୁ ଧନ୍ୟବାଦ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାବ ବିହ୍ବଳରେ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.