Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାହୁଲ ଗାନ୍ଧୀଙ୍କୁ ଅଟକ ରଖିଲା ପୋଲିସ: ଇଡି ବିରୋଧରେ କରୁଥିଲେ ଧାରଣା
ବିଶେଷ ଖବର

ରାହୁଲ ଗାନ୍ଧୀଙ୍କୁ ଅଟକ ରଖିଲା ପୋଲିସ: ଇଡି ବିରୋଧରେ କରୁଥିଲେ ଧାରଣା

July 26, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ଇଡି ଆଜି ଦ୍ୱିତୀୟ ଥର ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଜେରା କରୁଛି। ସୋନିଆ ଗାନ୍ଧୀଙ୍କ ଏହି ଜେରା ଯୋଗୁଁ କଂଗ୍ରେସରେ କ୍ରୋଧ ଦେଖାଯାଉଛି। ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ କର୍ମୀମାନେ ରାସ୍ତାକୁ ଓହ୍ଲାଇ ଏହାକୁ ବିରୋଧ କରୁଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ରାହୁଲ ଗାନ୍ଧୀ ମଧ୍ୟ ଦିଲ୍ଲୀର ବିଜୟ ଚୌକରେ ବିରୋଧ କରୁଥିବା କଂଗ୍ରେସ କର୍ମୀମାନଙ୍କ ସହ ଯୋଗ ଦେଇଛନ୍ତି। ଯାହାଫଳରେ ପୋଲିସ ତାଙ୍କୁ ବର୍ତ୍ତମାନ ଅଟକ ରଖିଛି। ରାହୁଲ ଗାନ୍ଧୀଙ୍କୁ କିଙ୍ଗସୱେ କ୍ୟାମ୍ପକୁ ନିଆଯାଇଛି।

ପ୍ରକୃତରେ ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କୁ ଏକ ସ୍ମାରକପତ୍ର ଦେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ବିଜୟ ଚୌକ ଯିବାକୁ ଦିଆଯାଇନଥିଲା। ଏହା ପରେ ରାହୁଲ ନିଜେ ବିଜୟ ଚୌକ ଠାରେ ଧାରଣାରେ ବସିଥିଲେ। ଏସବୁ ପରେ ରାହୁଲ ଗାନ୍ଧୀଙ୍କୁ ଗିରଫ କରାଯାଇଥିଲା। ଏଥି ସହ ଦଳର ବଡ ନେତାମାନେ ସଂସଦ କମ୍ପ୍ଲେକ୍ସରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏହି ସମୟରେ ଅନେକ କଂଗ୍ରେସ ସାଂସଦଙ୍କୁ ଅଟକ ରଖାଯାଇଥିଲା।

ଗିରଫ ହେବା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି କଂଗ୍ରେସ ସାଂସଦମାନେ ବିଜୟ ଚୌକକୁ ଆସିଛନ୍ତି। ବେରୋଜଗାରୀ, ମୁଦ୍ରାସ୍ଫୀତି ସହ ଅନ୍ୟାନ୍ୟ ପ୍ରସଙ୍ଗରେ ସେ ଆଲୋଚନା କରିବାକୁ ଚାହୁଁଥିଲେ, କିନ୍ତୁ ପୋଲିସ ତାଙ୍କୁ ଏଠାରେ ବସିବାକୁ ଅନୁମତି ଦେଉନାହିଁ। ଅନ୍ୟପକ୍ଷରେ ସଂସଦ ଭିତରେ ଆଲୋଚନା ପାଇଁ ଅନୁମତି ନାହିଁ ଏବଂ ଏଠାରେ ପୋଲିସ ଆମକୁ ଗିରଫ କରୁଛି।

କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଆମେ ପୋଲିସର ନିର୍ଦ୍ଦେଶ ବିରୋଧରେ ଧାରଣା କରୁଛୁ। ବିରୋଧୀଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ଏବଂ ଆମ ସ୍ୱରକୁ ଦମନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କ ଷଡଯନ୍ତ୍ର। ଆମେ ଭୟ କରିବୁ ନାହିଁ, ଆମର ସଂଗ୍ରାମ ଜାରି ରହିବ।

ଅର୍ଥ ହେରଫେର ମାମଲା କଂଗ୍ରେସ ରାହୁଲ ଗାନ୍ଧୀ ସୋନିଆ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 9, 2026

ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ: ୫,୮୦୦ ନିଯୁକ୍ତି ସୃଷ୍ଟି

April 9, 2026

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ୧୧ ବର୍ଷ: ଦେଶର ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗୀ ହୋଇଛନ୍ତି ସଶକ୍ତ

April 8, 2026

ଫସଫେଟ୍‌ ଓ ପଟାସ ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡିକୁ କ୍ୟାବିନେଟ୍‌ ମଞ୍ଜୁରି

April 8, 2026
Latest News

ସିଜିମାଳିରେ ପୋଲିସ୍ ଦମନ ଓ ନିଷେଧାଦେଶ ଜାରିକୁ ଚାରି ବାମ ଦଳର ତୀବ୍ର ନିନ୍ଦା

April 9, 2026

କମଳା ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ୨୬୦୭୦ କୋଟି ନିବେଶ

April 9, 2026

ରାଜସ୍ଥାନରେ ଏଚ୍ଆରଆରଏଲ ପାଇଁ ମୂଲ୍ୟ ଓ ଇକ୍ୱିଟି ନିବେଶ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ

April 9, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 9, 2026

ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ: ୫,୮୦୦ ନିଯୁକ୍ତି ସୃଷ୍ଟି

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.