Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁଣି ନବୀନ ସାଜିଲେ ସାମ୍ବାଦିକ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଲେଖାକୁ ନେଇ ଚର୍ଚ୍ଚା
ଜାତୀୟ ଖବର

ପୁଣି ନବୀନ ସାଜିଲେ ସାମ୍ବାଦିକ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଲେଖାକୁ ନେଇ ଚର୍ଚ୍ଚା

July 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସାମ୍ବାଦିକ ସାଜିଛନ୍ତି। ସେ ଆଜି ଓଡିଶାର ବିଭିନ୍ନ ପ୍ରତିଷ୍ଠିତ ଖବର କାଗଜରେ ଆଲେଖ୍ୟ ଲେଖିଛନ୍ତି। ଯାହାର ଶିରୋନାମା ହେଲା ‘ଏ ମାଟିର କନ୍ୟା ‘। ଓଡିଆ ଭାଷାରେ ଲେଖାଯାଇଥିବା ଏହି ଲେଖାଟି ଆଜି ରାଜ୍ୟର ଏକ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ନବୀନ ପଟ୍ଟନାୟକ ବିଶ୍ବକପ ହକିର ସଫଳ ଆୟୋଜନକୁ ନେଇ ଏକ ଲେଖା ଲେଖି ଚର୍ଚ୍ଚାକୁ ଆସିଥିଲେ।

ବର୍ତ୍ତମାନ ନବୀନଙ୍କ ଏହି ଲେଖାଟି ପ୍ରମାଣିତ କରିଛି ଯେ, ସେ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ହେବା ନେଇ କେତେ ଖୁସି ପ୍ରକଟ କରିଛନ୍ତି। ଏହି ଲେଖାରେ ନବୀନ କହିଛନ୍ତି, ସଂସଦ ଭବନର ସେଣ୍ଟ୍ରାଲ ହଲରେ ଯେତେବେଳେ ଦ୍ରୌପଦୀ ମୁର୍ମୁ ଶପଥ ନେଉଥିଲେ, ସେ କହିଥିଲେ ମୁଁ ଦ୍ରୌପଦୀ ମୁର୍ମୁ…., ସେତେବେଳେ ତାହା ଥିଲା ପ୍ରତ୍ୟେକ ଓଡ଼ିଆଙ୍କ ପରି ମୋ ପାଇଁ ଗୌରବର ମୁହୂର୍ତ୍ତ।

ଓଡ଼ିଶା ମାଟିର କନ୍ୟା, ଜଣେ ଜନଜାତି ଝିଅ, ଜଣେ ମା’, ଜଣେ ଭଉଣୀ, ଭାରତବର୍ଷର ସର୍ବୋଚ୍ଚ ସମ୍ବିଧାନିକ ପଦରେ ଅଧିଷ୍ଠିତ ହେଉଥିଲେ। ଓଡ଼ିଆ ସ୍ୱାଭିମାନର ଆଉ ଏକ ମହାର୍ଘ୍ୟ ଅବସରରେ ଉପନୀତ ହୋଇଥିଲା। ଇତିହାସର ସେହି ସ୍ୱର୍ଣ୍ଣିମ ଅଧ୍ୟାୟରେ ସାମିଲ ହେବା ମୋର ସୌଭାଗ୍ୟ ଥିଲା ବୋଲି ନବୀନ କହିଛନ୍ତି।

ସେହିପରି ରାଷ୍ଟ୍ରପତିଙ୍କ ଭାଷଣକୁ ନେଇ ମଧ୍ୟ ନବୀନ ବେଶ୍ ଗର୍ବିତ। ସେ ଲେଖିଛନ୍ତି ଯେ, ଦ୍ରୌପଦୀ ମୁର୍ମୁ କହିଲେ ଯେ, ‘ଗରିବ ସ୍ୱପ୍ନ ଦେଖିପାରେ ଓ ତାକୁ ମଧ୍ୟ ସାକାର କରିପାରେ’  ଏହି ପଦ ତାଙ୍କୁ ଅଧିକ ପ୍ରଭାବିତ କରିଥିଲା ବୋଲି ନବୀନ କହିଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ସମସ୍ତଙ୍କର ଆରାଧ୍ୟ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ଆମ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ। ଓଡ଼ିଆ ଜାତି ସେହି ପରିଚୟରେ ଗର୍ବିତ ଓ ଗୌରବାନ୍ୱିତ। ଦେଶର ରାଷ୍ଟ୍ରପତି ପଦବୀ ଗ୍ରହଣ କରି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ିଦେଇଛନ୍ତି ବୋଲି ନବୀନ କହିଛନ୍ତି।

ସେହିପରି ନବୀନ ରାଜନୀତିରେ ମହିଳାମାନେ ଆଗକୁ ଆସନ୍ତୁ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ। ଏହା ଥିଲା ନବେ ଦଶକରେ ବିଜୁ ବାବୁଙ୍କ ଲକ୍ଷ୍ୟ। ବିଜୁ ବାବୁଙ୍କ ମହିଳା ସଶକ୍ତିକରଣ ସୀମାକୁ ଆମେ ୫୦ ଭାଗକୁ ବୃଦ୍ଧି କରିଛୁ ବୋଲି ନବୀନ କହିଛନ୍ତି। ଆମର ମା’ ମାନଙ୍କୁ ବହୁ ସଂଖ୍ୟାରେ ନେତୃତ୍ୱ ନେବା ପାଇଁ ଏହା ସୁଯୋଗ ସୃଷ୍ଟି କରିଛି।

ନବୀନ ଲେଖିଛନ୍ତି, ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ସଫଳତା ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ। ଗତ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକସେଭା ଆସନରୁ ୭ଟି ଆସନରେ ମା’ମାନେ ହିଁ ଭାରତର ସଂସଦକୁ ପ୍ରତିନିଧିତ୍ୱ କରୁଛନ୍ତି। ଆମର ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ୨୧ଟିରେ ମହିଳାମାନେ ଅଧ୍ୟକ୍ଷା ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରୁଛନ୍ତି।

୫୦ ପ୍ରତିଶତରୁ ଅଧିକ ସ୍ଥାନରେ ମା’ମାନେ ହିଁ ମେୟର, ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସଭ୍ୟା ତଥା ସରପଞ୍ଚ, ଓ୍ୱାର୍ଡମେମ୍ବର, କାଉନସିଲର ଓ କର୍ପୋରେଟର ଭାବରେ ନିର୍ବାଚିତ ହୋଇ ଜନସେବାରେ ନିଜକୁ ନିୟୋଜିତ ରଖିଛନ୍ତି। ମିଶନଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷରୁ ଅଧିକ ମା’ ସାମିଲ ହୋଇ ନିଜକୁ ସାମାଜିକ ତଥା ଆର୍ଥିକ କ୍ଷେତ୍ରରେ ସଶକ୍ତ କରିପାରିଛନ୍ତି। ସଂସଦ ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ଲାଗି ମୋର ପ୍ରୟାସ ଜାରି ରହିଛି।

ସେହିପରି ନବୀନ କହିଛନ୍ତି ଯେ, ୨୦୦୦ ମସିହାରୁ ମୁଁ ଓଡ଼ିଶା ମା’ର ସେବାରେ ନିଜକୁ ସମର୍ପିତ କରିଦେଇଛି। ସମାଜର ଗରବି, ଅବହେଳିତ, ମହିଳା ଓ ପଛୁଆ ବର୍ଗଙ୍କୁ ଆଗକୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛି। ଶିକ୍ଷା ରୂପାନ୍ତରଣର ଶକ୍ତିଶାଳୀ ମାଧ୍ୟମ। ଶିକ୍ଷା ଜରିଆରେ ଜନଜାତି ପିଲାମାନଙ୍କୁ ସଶକ୍ତ କରି ସେମାନଙ୍କୁ ବିକାଶର ମୁଖ୍ୟଧାରାକୁ ଆଣିବା ନିମନ୍ତେ ଅନେକ କାର୍ଯ୍ୟକ୍ରମ ଜାରି ରହିଛି।

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

‘ପାକିସ୍ତାନ ବିପକ୍ଷରେ ମଧ୍ୟ ବୁମରାହଙ୍କୁ ବିଶ୍ରାମ ଦିଆଯାଉ’: ଏମିତି କାହିଁକି କହିଲେ ସୁନୀଲ ଗାଭାସ୍କର?

September 19, 2025

କର୍ପୋରେଟରଙ୍କ ଘର ଉପରେ ବୋମାମାଡ଼

September 19, 2025

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ​​ABVP ବଡ଼ ବିଜୟ; ଉପାଧ୍ୟକ୍ଷ ଆସନ ଜିତିଲା NSUI

September 19, 2025

“ଘର ପରି ପାକିସ୍ତାନ”: ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ସାମ ପିତ୍ରୋଦାଙ୍କ ବିବାଦୀୟ ବୟାନ

September 19, 2025
Latest News

‘ପାକିସ୍ତାନ ବିପକ୍ଷରେ ମଧ୍ୟ ବୁମରାହଙ୍କୁ ବିଶ୍ରାମ ଦିଆଯାଉ’: ଏମିତି କାହିଁକି କହିଲେ ସୁନୀଲ ଗାଭାସ୍କର?

September 19, 2025

କର୍ପୋରେଟରଙ୍କ ଘର ଉପରେ ବୋମାମାଡ଼

September 19, 2025

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ​​ABVP ବଡ଼ ବିଜୟ; ଉପାଧ୍ୟକ୍ଷ ଆସନ ଜିତିଲା NSUI

September 19, 2025

“ଘର ପରି ପାକିସ୍ତାନ”: ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ସାମ ପିତ୍ରୋଦାଙ୍କ ବିବାଦୀୟ ବୟାନ

September 19, 2025

ସୋଆ କ୍ରିଆଟିଭୋର ବାର୍ଷିକ ଶାରଦୀୟ ଉତ୍ସବ ‘ମା-୨୦୨୫’ ଅନୁଷ୍ଠିତ

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.