Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାର ସହରୀ କ୍ଷେତ୍ରରେ ବିଜୁ ଜନତା ଦଳର ଲୋକପ୍ରିୟତା କମି କମି ଆସୁଛି କି?
ବିଶେଷ ଖବର

ଓଡିଶାର ସହରୀ କ୍ଷେତ୍ରରେ ବିଜୁ ଜନତା ଦଳର ଲୋକପ୍ରିୟତା କମି କମି ଆସୁଛି କି?

May 14, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସାଧାରଣ ନିର୍ବାଚନ ପରେ ପରେ ବାତ୍ୟା ଆସି ଓଡିଶାର ଜନଜୀବନକୁ ବିପର୍ଯସ୍ତ କରିଦେଇଗଲା, ଯାହାର ପରିଣତି ସ୍ଵରୂପ ନିର୍ବାଚନୀ ପରବର୍ତ୍ତୀ ଗଣିତ ଉପରେ ଧ୍ୟାନ ଦେବାକୁ କାହା ପାଖରେ ଆଉ ସମୟ ରହିଲା ନାହିଁ। ନିର୍ବାଚନ ପରେ ହାର ଜିତର ଗଣିତ କଷିବାକୁ ଗୋଟେ ଲମ୍ବା ସମୟଥିଲା। ତେବେ ମଇ ୩ ତାରିଖରେ ଫନୀର ତାଣ୍ଡବ ସବୁକିଛିକୁ ଏପଟ ସେପଟ କରିଦେଲା। ବାତ୍ୟା ମାଡ଼ରୁ ଉଦ୍ଧାର ପାଇ ଅଣ୍ଟା ସଳଖିଲା ବେଳକୁ ଏବେ ଫଳାଫଳ ତାରିଖ ପାଖେଇ ଆସିଲାଣି। ମଇ ୨୩ ଏବେ ଆଉ ବେଶୀ ଦୂର ନାଇଁ। ଇତି ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ସବୁ ଗଣମାଧ୍ୟମକୁ ଭିତିରି ସୂତ୍ରରେ ବାଣ୍ଟିଛନ୍ତି। ଦଳୀୟ ସୂତ୍ରରୁ ଆସୁଥିବା ଖବର ଅନୁସାରେ ସମସ୍ତେ ଗୋଟିଏ କଥାରେ ଏକମତ ଯେ ଆଗାମୀ ଦିନରେ ବିଜେଡି ଓଡିଶାରେ ପୁଣିଥରେ ସରକାର ଗଠନ କରିବ। ଏପରିକି ବିଜେପିର ନିଜସ୍ଵ ଦାବି ହେଉଛି ଦଳ ୬୦ ପାଖାପାଖି ବିଧାନସଭା ଆସନ ପାଇପାରେ। ତେବେ ବିଜେପି ଯେଉଁସବୁ ଆସନରେ ନିଜର ଦାବି ରଖୁଛି ତାହା ଅନେକାଂଶରେ ଅବାସ୍ତବ ମନେହେଉଛି।

ଅନ୍ୟ ଏକ ଘଟଣାକ୍ରମରେ ବିଜେଡି ତରଫରୁ ଯେଉଁ ଆକଳନ ପ୍ରସାରିତ କରାଯାଉଛି, ସେଥିରୁ ଯେଉଁ ଚିତ୍ର ଆସୁଛି ତାହା ବିଜେଡି ପାଇଁ ଚିନ୍ତାର ବିଷୟ। ବିଧାନସଭାରେ ବିଜେଡି ବେଶ ଭଲ ପରିସ୍ଥିତିରେ ରହିଥିବାବେଳେ ଚାରୋଟି ପ୍ରମୁଖ ସହରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଯଥା- କଟକ, ଭୁବନେଶ୍ୱର, ପୁରୀ ଓ ସମ୍ବଲପୁରରେ ବିଜେଡି ପ୍ରାର୍ଥୀମାନଙ୍କ ବିଜୟକୁ ନେଇ ଦଳ ଭିତରେ ସନ୍ଦେହ ରହିଛି। ସମ୍ବଲପୁର ଆସନରେ ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନ ଓ ସୁନ୍ଦରଗଡରେ ସୁନିତା ବିଶ୍ଵାଳଙ୍କ ଜିତିବାର ସମ୍ଭାବନା କ୍ଷୀଣ ରହିଛି। ପୁରୀ, କଟକ ଓ ଭୁବନେଶ୍ୱର ଆସନ ହୁଏତ ବିଜେଡି ହାତରୁ ଚାଲି ଯାଇପାରେ କିମ୍ବା ଏଠାରୁ ବିଜେଡି ପ୍ରାର୍ଥୀ ବହୁତ କମ ଭୋଟ ପାଇ ନିର୍ବାଚିତ ହୋଇପାରନ୍ତି। ଅର୍ଥାତ ଓଡିଶାର ଚାରୋଟି ପ୍ରମୁଖ ସହରୀ କ୍ଷେତ୍ରରେ ବିଜେଡ଼ିକୁ କଡା ମୁକାବିଲାର ସମ୍ମୁଖୀନ ହେବାକୁ ପଡୁଛି।

କଟକ, ପୁରୀ ଓ ଭୁବନେଶ୍ୱର ଏକଦା ବିଜେଡ଼ିର ଅଭେଦ୍ୟ ଦୁର୍ଗ ରହିଥିବା ବେଳେ ହଠାତ ଆଜି ଏହି ତିନୋଟି ଆସନରେ ବିଜେପି ଅଗ୍ରଗତି କରିବାର କାରଣ କଣ? ଏଠି କହି ରଖିବା ଉଚିତ ହେବ ଯେ ସହରୀ କ୍ଷେତ୍ରରେ ବିଜେପିର ସ୍ଵାଭାବିକ ସମର୍ଥନ ସବୁବେଳେ ରହି ଆସିଥିଲା। କିନ୍ତୁ ବସ୍ତିରେ ରହୁଥିବା ଗରିବ ଓ ସାଧାରଣ ନିମ୍ନ ମଧ୍ୟବିତ୍ତଙ୍କ ସମର୍ଥନ ବିଜେଡି ପ୍ରତି ରହି ଆସିଥିଲା। ଚଳିତ ନିର୍ବାଚନରେ ଏହି ଶ୍ରେଣୀର ସମର୍ଥନ ବିଜେଡି ପ୍ରତି କମିଛି। ଅନ୍ୟ ଏକ କାରଣ  ଭାବରେ ବିଜେପି ଏହି ତିନୋଟି ଯାକ ଆସନରେ ଯେଉଁ ପ୍ରାର୍ଥୀ ଦେଇଥିଲା, ସେମାନେ ବ୍ୟକ୍ତିଗତ ଭାବରେ ବେଶ ପରିଚିତ ଓ ଜିତିବା ଲାଗି ସେମାନେ କେବଳ ମୋଦୀ ହାୱାକୁ ଆଶ୍ରୟ କରିନାହାନ୍ତି। ଭୁବନେଶ୍ବରର ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ରାଜନୀତିରେ ଯୋଗଦାନ କରିବା ପରଠୁ ବ୍ୟକ୍ତିଗତ ସ୍ତରରେ ସବୁ ଭୋଟରଙ୍କ ସହିତ ଯୋଡି ହେବାର ଉଦ୍ୟମ କରିଛନ୍ତି। ବିଜେପିର ଆକ୍ରାମକ ପ୍ରଚାର ଶୈଳୀ ଠୁ ନିଜକୁ ଅଲଗା ରଖି ଅତ୍ୟନ୍ତ ସକାରାତ୍ମକ ଢଙ୍ଗରେ ସେ ନିଜର ପ୍ରଚାର କରିଥିଲେ। ଏହା ସହିତ ପୂର୍ବତନ ଖୁର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ୱର ମହାନଗର ନିଗମର ମୁଖ୍ୟ କାର୍ୟ ନିର୍ବାହୀ ଭାବରେ ତାଙ୍କର ଜନ ସମ୍ପର୍କ ରହିଥିଲା। ଏହାର ଲାଭ ଅପରାଜିତାଙ୍କୁ ମିଳୁଛି। ଅପରାଜିତାଙ୍କ ସହ ଲଢିବାକୁ ମୁମ୍ବାଇ ର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ବାଛିବା ପଛରେ ବିଜେଡ଼ିର ଦୁର୍ବଳ ରଣନୀତି ଆରମ୍ଭରୁ ସ୍ପଷ୍ଟ ହୋଇ ଯାଇଥିଲା। ଖୁର୍ଦ୍ଧା ଓ ଭୁବନେଶ୍ବରର ସାଧାରଣ ଜୀବନ ସହିତ ଅରୂପଙ୍କର ସେମିତି କୌଣସି ସଂପୃକ୍ତି ନାହିଁ। ବିଜେଡି ର ସାଧାରଣ କର୍ମୀ ତାଙ୍କ ସହ ମାନସିକ ସ୍ତରରେ ଯୋଡି ହୋଇ ପାରିଲେ ନାହିଁ। ତେଣୁ ବିଜେଡ଼ିକୁ ଏଠି ଜିତିବା ଲାଗି ଲୁହା ଚଣା ଚୋବେଇବାକୁ ପଡୁଛି।

କଟକ ଓ ପୁରୀରେ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ପ୍ରବଳ ଜନମତ ରହିଥିଲା। ଭର୍ତ୍ତୃହରି ମହତାବ ଓ ପିନାକୀ ମିଶ୍ରଙ୍କ ସପକ୍ଷରେ ବିଜେଡି କର୍ମୀମାନେ ମଧ୍ୟ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରୁଥିଲେ। ଯାହାର ପ୍ରତିଫଳନ ନିର୍ବାଚନରେ ଦେଖିବାକୁ ମିଳିଥିଲା। ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ଓ ସଂବିତ ପାତ୍ର ନୂଆ ମୁହଁ ଭାବରେ ବିଜେଡ଼ିର ପୁରୁଣା ମୁହଁ ପାଇଁ ବଡ ଆହ୍ଵାନ ସାଜିଥିଲେ। ପ୍ରକାଶ ମିଶ୍ର ଜଣ କମ କଥା କହୁଥିବା ଓ ସଚ୍ଚୋଟ ପୋଲିସ ଅଧିକାରୀର ଭାବମୂର୍ତ୍ତି ନେଇ ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି କରିଥିଲେ। ସେହିପରି ସଂବିତ ପାତ୍ରଙ୍କ ନାଟକୀୟ ପ୍ରଭାବକୁ ପ୍ରତିହତ କରିବା ପିନାକୀ ମିଶ୍ରଙ୍କ ଲାଗି ସହଜ ନଥିଲା।

ବିଜେଡ଼ିର ନିଜସ୍ଵ ଆକଳନ ଅନୁଯାୟୀ କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର, ସୁନ୍ଦରଗଡ ଓ କୋରାପୁଟ ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀମାନେ କଡା ମୁକାବିଲାର ସମ୍ମୁଖୀନ ହୋଇଛନ୍ତି। ସୁନ୍ଦରଗଡ ଓ ସମ୍ବଲପୁରରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ପ୍ରାୟ ନାହିଁ ବୋଲି କୁହା ଯାଉଛି। ଅନ୍ୟ ଚାରୋଟି ଆସନରେ କଡା ମୁକାବିଲାର ସମ୍ଭାବନା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ସୁପ୍ରିମକୋର୍ଟରେ SIR ଶୁଣାଣି: ଇସି ବିରୋଧରେ ଅନେକ ଅଭିଯୋଗ ଆଣିଲେ ମମତା ବାନାର୍ଜୀ

February 4, 2026

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.