Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»President in Odisha Assambly: ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା
ଜାତୀୟ ଖବର

President in Odisha Assambly: ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା

November 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
President in Odisha Assambly
President in Odisha Assambly: ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା

President in Odisha Assambly: ଆଜି ଓଡିଶା ବିଧାନାସଭା ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଥିଲା। କାରଣ ଆଜି ଓଡିଶା ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତି ଅଭିଭାଷଣ ରଖିଛନ୍ତି। ଯାହା ପୂର୍ବରୁ କେବେ ହୋଇ ନ ଥିଲା। ଗୋଟିଏ ପଟେ ଜଣେ ରାଷ୍ଟ୍ରପତି ବିଧାନସଭାରେ ଅଭିଭାଷଣ ରଖିବା ଏବଂ ଅନ୍ୟପଟେ ସେହି ରାଷ୍ଟ୍ରପତି ପୁଣି ଓଡିଶାର ତାହା ନିଶ୍ଚିତ ଭାବେ ଏକ ବିରଳ ଘଟଣା କହିଲେ ଅତୁକ୍ତି ହେବ ନାହିଁ।

ଆଜି ଅପରାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହ ମଧ୍ୟରେ ପ୍ରବେଶ କରିଥିଲେ। ତେବେ ସେ ବାଚସ୍ପତି ଯେଉଁ ରାସ୍ତାରେ ଆସନ୍ତି ସେ ପଟେ ନ ଆସି ବିଧାୟକମାନେ ଆସୁଥିବା ରାସ୍ତାରେ ଆସିଥିଲେ। ଅର୍ଥାତ ସେ ସିଧା ବାଚସ୍ପତିଙ୍କ ସାମନା ପଟେ ଥିବା ଦ୍ବାରରେ ପ୍ରବେଶ କରି ଗୃହ ଭିତରେ ଚାଲିଚାଲି ରିପୋର୍ଟରସ ଟେବୁଲ ଦେଇ ଆସିଥିଲେ। ଏହାପରେ ସେ ପାହଚରେ ଚଢି ବାଚସ୍ପତିଙ୍କ ଟେବୁଲ ପାଖକୁ ଯାଇଥିଲେ। ତାଙ୍କ ସହିତ ଖୋଦ ବାଚସ୍ପତି ଏବଂ ରାଜ୍ୟପାଳ ମଧ୍ୟ ସାମିଲ ଥିଲେ।

ଆଜି ରାଷ୍ଟ୍ରପତି ଆସୁଥିବାରୁ ବାଚସ୍ପତିଙ୍କ ପୋଡିୟମ ପାଖରେ ତିନୋଟି ବଡ ଆସନ ପଡିଥିଲା। ପ୍ରଥମେ ଥିଲା ରାଜ୍ୟପାଳ, ଏହାପରେ ରାଷ୍ଟ୍ରପତି ଏବଂ ଶେଷରେ ବାଚସ୍ପତିଙ୍କ ଆସନ ଥିଲା। ଅର୍ଥାତ ରାଷ୍ଟ୍ରପତି ରାଜ୍ୟପାଳ ଓ ବାଚସ୍ପତିଙ୍କ ମଝିରେ ବସିଥିଲେ। ସେହିପରି ବାଚସ୍ପତିଙ୍କ ଅତିଥୀମାନେ ବସିବା ପାଇଁ ଥିବା ଚ୍ୟାମ୍ବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ବିଜେପି ସଭାପତି ମନମୋହନ ସାମଲ ବସିଥିଲେ। ସେହିପରି ଆଜି ଦର୍ଶକ ଗ୍ୟାଲେରୀରେ ବସିଥିଲେ ପୂର୍ବତନ ବିଧାୟକ ଏବଂ ସାଂସଦଗଣ। ଏଥିପାଇଁ ଆଜି ସେଥିରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ତେବେ ରାଷ୍ଟ୍ରପତି ବିଧାନସଭା ଭିତରେ ପ୍ରବେଶ କରିବା ପରେ ତାଙ୍କୁ ଗେଟରେ ବାଚସ୍ପତି ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ସେ ସେଠାରେ ଥିବା ସମସ୍ତ ବିଧାୟକଗଣଙ୍କୁ ସାକ୍ଷାତ କଲେ। ସେଠାରେ ରାଷ୍ଟ୍ରପତିଙ୍କ ସହିତ ଏକ ଫଟୋସେସନ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ବିଧାୟକଗଣ ଧାଡି ବାନ୍ଧି ଛିଡା ହୋଇଥିଲେ। ସେଠାରେ ରାଷ୍ଟ୍ରପତି ବସି ବିଧାୟକଙ୍କ ସହିତ ଫଟୋ ଉଠାଇଥିଲେ।

DroupadiMurmu President in Odisha Assambly ଦ୍ରୌପଦୀ ମୁର୍ମୁ ବିଧାନସଭାରେ ରାଷ୍ଟ୍ରପତି ରାଷ୍ଟ୍ରପଚି ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ଓଏଫଡିସିର ସୁବର୍ଣ୍ଣ ଜୟନ୍ତୀରେ ମହାଶ୍ୱେତା ରାୟଙ୍କୁ ସମ୍ବର୍ଦ୍ଧନା

October 25, 2026

୪୭ତମ ଶାରଳା ପୁରସ୍କାର ପାଇଲେ ଆଶୁତୋଷ ପରିଡ଼ା

October 25, 2026

୨୦୨୯ ଡିସେମ୍ବର ୩୧ ସୁଦ୍ଧା ନିଶା ନେଟୱର୍କ ମୂଳପୋଛ ପାଇଁ ଭାରତର ଦୃଢ଼ ସଂକଳ୍ପ

October 25, 2026

କର୍ଣାଟକରେ ପୁଣି ଭାଷା ବିବାଦ: ଘରୋଇ କମ୍ପାନୀଗୁଡ଼ିକୁ କଡ଼ା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

October 25, 2026
Latest News

ଓଏଫଡିସିର ସୁବର୍ଣ୍ଣ ଜୟନ୍ତୀରେ ମହାଶ୍ୱେତା ରାୟଙ୍କୁ ସମ୍ବର୍ଦ୍ଧନା

October 25, 2026

୪୭ତମ ଶାରଳା ପୁରସ୍କାର ପାଇଲେ ଆଶୁତୋଷ ପରିଡ଼ା

October 25, 2026

୨୦୨୯ ଡିସେମ୍ବର ୩୧ ସୁଦ୍ଧା ନିଶା ନେଟୱର୍କ ମୂଳପୋଛ ପାଇଁ ଭାରତର ଦୃଢ଼ ସଂକଳ୍ପ

October 25, 2026

କର୍ଣାଟକରେ ପୁଣି ଭାଷା ବିବାଦ: ଘରୋଇ କମ୍ପାନୀଗୁଡ଼ିକୁ କଡ଼ା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

October 25, 2026

କୋଟିଆ ପାଇଁ ବିଜେପି ସରକାରଙ୍କ ନାହିଁ ଆନ୍ତରିକତା : ବିଜେଡି

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.