Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଖାଇବା ତେଲର ଅପମିଶ୍ରଣ ରୋକିବା ପାଇଁ ହେବ ଚଢାଉ, କଠୋର ଦଣ୍ଡବିଧାନ ନିଷ୍ପତି
ଜାତୀୟ ଖବର

ଖାଇବା ତେଲର ଅପମିଶ୍ରଣ ରୋକିବା ପାଇଁ ହେବ ଚଢାଉ, କଠୋର ଦଣ୍ଡବିଧାନ ନିଷ୍ପତି

August 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଖାଇବା ତେଲର ଅପମିଶ୍ରଣ ସଂପର୍କିତ ସତର୍କତା ଅଭିଯାନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ଡ. ଡି. ବୃନ୍ଦା ଯୋଗଦେଇ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଲେ ଯେ ଖାଦ୍ୟ ସୁରକ୍ଷା ଏବଂ ଭାରତର ମାନକ ପ୍ରାଧିକରଣ ଦ୍ୱାରା ଦେଶରେ ନିରାପଦ ତଥା ଉତ୍ତମ ଖାଦ୍ୟ ସୁନିଶ୍ଚିତ କରିବାର ନିୟମ ରହିଛି।

ଖାଇବା ତେଲରେ ଅପମିଶ୍ରଣ ଓ ଅନଧିକୃତ ମିଶ୍ରିତ ତେଲ ବିକ୍ରୟକୁ ନେଇ ବିଭିନ୍ନ ସମୟରେ ଅଭିଯୋଗମାନ ଆସିଛି । ରାଜ୍ୟ ଖାଦ୍ୟ ସୁରକ୍ଷା ପ୍ରାଧିକରଣ ଓ ଖାଦ୍ୟ ନିରାପତ୍ତା ଆୟୁକ୍ତ, ଓଡ଼ିଶାଙ୍କ ଅଧିନରେ ଅଗଷ୍ଟ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୁଇ ସପ୍ତାହ ପାଇଁ ରାଜ୍ୟବ୍ୟାପି ଅପମିଶ୍ରିତ ଖାଇବା ତେଲ ବିରୁଦ୍ଧରେ ଅଭିଯାନ ଆରମ୍ଭ କରାଯିବ ।

ଓଡ଼ିଶାରେ ଏହି ଅଭିଯାନ ଅଧିନରେ ସମସ୍ତ ଜିଲ୍ଲା, ମୁନିସିପାଲିଟି ଓ ବ୍ଲକ୍‌ସ୍ତରରେ ଖାଇବା ତେଲର ନିରୀକ୍ଷଣ ପ୍ରକ୍ରିୟା ଜାରି ରହିବ। ଅପମିଶ୍ରିତ ଖାଇବା ତେଲ ଉପରେ ଏହି ଅଭିଯାନ ଅଧିନରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଦ୍ୱାରା ତେଲର ନମୂନା ପରୀକ୍ଷଣ ପାଇଁ ପଠାଯିବ। ଏହା ନିଶ୍ଚିତ କରିବ ଯେ ବହୁସଂଖ୍ୟକ ଖାଇବା ତେଲ ଉତ୍ପାଦନକାରୀ ଓ ଖାଇବା ତେଲ ବ୍ରାଣ୍ଡ ଉପରେ ନଜର ରଖାଯିବ। ପ୍ରତ୍ୟେକ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଦ୍ୱାରା ଦୁଇଟି ନମୂନା ସଂଗ୍ରହ କରାଯିବ। ନମୂନାଗୁଡ଼ିକ ଖୁଚୁରା ବଜାରରୁ ଉଭୟ ଖାଲି ଏବଂ ପ୍ୟାକେଜ୍‌ ତେଲ ରୂପରେ ସଂଗ୍ରହ କରାଯିବ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରୁ ସର୍ବମୋଟ ୧୨୬ଟି ଖାଇବା ତେଲ ନମୂନା ଯାଞ୍ଚ ପାଇଁ ପରୀକ୍ଷାଗାରକୁ ପଠାଯିବ। ଖାଇବା ତେଲରେ ମିନେରାଲ ତେଲ, ଆର୍ଗେମୋନ୍‌ ତେଲ, କାଷ୍ଟର ତେଲ ଏବଂ ଟ୍ରାନ୍ସଫ୍ୟାଟି ଏସିଡ୍‌ର ଉପସ୍ଥିତି ଯାଞ୍ଚ କରାଯିବ। ପ୍ରଥମ ପର୍ଯ୍ୟାୟରେ ନିୟାମକ ତେଲ ନମୂନାରେ ତେଲର ଅପମିଶ୍ରଣ ଅନୁପାତ ଚିହ୍ନଟ ହେଲେ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ। ଏହି ଅବସରରେ ରାଜ୍ୟ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ ଡା. ପି.କେ. ମହାପାତ୍ର, ରାଜ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Latest News

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.