Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅର୍ପିତା ମୁଖାର୍ଜୀଙ୍କର ଥିଲା ୩ଟି ଦାମିକା ‘ନେଲ୍ ସାଲୁନ’, ଜାଣନ୍ତୁ ଇଡିକୁ କଣ ମିଳିଛି ନୂଆ ତଥ୍ୟ
ଜାତୀୟ ଖବର

ଅର୍ପିତା ମୁଖାର୍ଜୀଙ୍କର ଥିଲା ୩ଟି ଦାମିକା ‘ନେଲ୍ ସାଲୁନ’, ଜାଣନ୍ତୁ ଇଡିକୁ କଣ ମିଳିଛି ନୂଆ ତଥ୍ୟ

August 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅର୍ପିତା ମୁଖାର୍ଜୀଙ୍କର ଥିଲା ୩ଟି ଦାମିକ 'ନେଲ୍ ସାଲୁନ', ଜାଣନ୍ତୁ ଇଡିକୁ କଣ ମିଳିଛି ନୂଆ ତଥ୍ୟ

କୋଲକାତା: ଆଜି ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ରିମାଣ୍ଡ ଶେଷ ହେଉଛି। ଉଭୟଙ୍କୁ ଇଡି କୋର୍ଟରେ ହାଜର କରାଯାଇ ଜେଲ ପଠାଯିବ। ଏହି ୧୦ ଦିନିଆ ରିମାଣ୍ଡରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଛି ଅନେକ କିଛି ତଥ୍ୟ। ଫ୍ଲାଟରୁ ୫୨ କୋଟି ଟଙ୍କାର ରହସ୍ୟ ସହିଚ ଅର୍ପିତାଙ୍କ ବିଭିନ୍ନ ବ୍ୟବସାୟ ସଂପର୍କରେ ଇଡିକୁ ସବିଶେଷ ତଥ୍ୟ ମିଳିପାରିଛି। ତେବେ ଜାଣନ୍ତୁ ଏହି ଦଶଟି କଥା

୧. ଇଡି ମଙ୍ଗଳବାର ଦିନ ପଶ୍ଚିମବଙ୍ଗ କୋଲକାତାର ଫୋର୍ଟ ଓଏସିସ୍ ଆପାର୍ଟମେଣ୍ଟରେ ଏକ ଫ୍ଲାଟକୁ ସିଲ୍ କରିଛି, ଯାହା ଓମ ଝୁନଝୁନୱାଲଙ୍କ ଅଟେ।

୨. ଇଡି ଅଧିକାରୀମାନେ ଦାବି କରିଛନ୍ତି ଯେ ଏହି ଫ୍ଲାଟ ପାର୍ଥ ଚାଟାର୍ଜୀଙ୍କୁ ଜଣେ ଶିଳ୍ପପତି ପ୍ରଦାନ କରିଛନ୍ତି ଏବଂ ଅର୍ପିତା ମୁଖାର୍ଜୀ ଏହାକୁ ବ୍ୟବହାର କରୁଛନ୍ତି।

୩. ଅର୍ପିତା ମୁଖାର୍ଜୀଙ୍କ ଦ୍ୱାରା ପରିଚାଳିତ ତିନିଟି ନେଲ ସେଲୁନ୍ ଉପରେ ମଧ୍ୟ ଇଡି ଚଢାଉ କରିଛି। ଗୋଟିଏ ଉତ୍ତର କୋଲକାତାର ବାରଙ୍ଗାରେ, ଅନ୍ୟଟି ଦକ୍ଷିଣରେ ଥିବା ପୁତିଲି ଟାଉନସିପରେ ଏବଂ ତୃତୀୟଟି ଦକ୍ଷିଣ ଭାଗରେ ଲେକ ଭ୍ୟୁ ରୋଡରେ ଅବସ୍ଥିତ।

୪. ଅର୍ପିତା ମୁଖାର୍ଜୀ ଏକ ବିୟୁଟି ପାର୍ଲର ଚଳାଇବା ପାଇଁ ଗୋଟିଏ ଜିଏସଟି ନମ୍ବର ବ୍ୟବହାର କରିଛନ୍ତି ବୋଲି ଇଡି ଅଧିକାରୀମାନେ କହିଛନ୍ତି। ସେମାନେ କହିଛନ୍ତି ଯେ ଅନ୍ୟ ଏକ ଜିଏସଟି ନମ୍ବର ମଧ୍ୟ ତାଙ୍କର ଅଛି। କିନ୍ତୁ ଏହା କୈଣସି ବ୍ୟବସାୟରେ ବ୍ୟବହାର କରାଯାଇ ନାହିଁ।

୫. ଅନୁସନ୍ଧାନକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଟିକସ ଠକିବା ପାଇଁ ଅନ୍ୟ ଜିଏସଟି ନମ୍ବର ବେଆଇନ ଭାବରେ ସୃଷ୍ଟି ହୋଇଥାଇପାରେ।

୬. ଅର୍ପିତା ମୁଖାର୍ଜୀ ମଙ୍ଗଳବାର ଦିନ ତାଙ୍କ ଫ୍ଲାଟରୁ ଉଦ୍ଧାର ହୋଇଥିବା ଟଙ୍କା ତାଙ୍କ ଅଜ୍ଞାତରେ ରଖାଯାଇଥିବା ଦାବି କରିଛନ୍ତି। ଏହାପୂର୍ବରୁ ସେ ଇଡି ଅଧିକାରୀମାନଙ୍କୁ କହିଥିଲେ ଯେ ସେ ଏତେ ପରିମାଣର ଟଙ୍କା ଅଛି ବୋଲି ମଧ୍ୟ ଜାଣି ନାହାଁନ୍ତି। କିନ୍ତୁ ପାର୍ଥ ଚାଟାର୍ଜୀଙ୍କ ଲୋକମାନେ ଟଙ୍କା ରଖିଥିବା ସେ ଜାଣିଥିଲେ ବୋଲି କହିଛନ୍ତି।

୭. ପାର୍ଥ ଚାଟାର୍ଜୀ ଇଡିକୁ ସଂପର୍ଣ୍ଣ ସହଯୋଗ କରୁ ନାହାଁନ୍ତି। ସେ ଅନେକ ସମୟରେ ହାଲିଆ ଅନୁଭବ କରୁଛନ୍ତି ବୋଲି ଇଡି ଅଭିଯୋଗ କରିଛି।

୮. ମଙ୍ଗଳବାର ଦିନ ପାର୍ଥ ଚାଟାର୍ଜୀଙ୍କୁ ଡାକ୍ତରଖାନାରୁ ଇଡି କାର୍ଯ୍ୟାଳୟକୁ ନିଆଯାଉଥିବା ବେଳେ ଜଣେ ମହିଳା ତାଙ୍କ ଉପରେ ଜୋତା ଫିଙ୍ଗିଥିଲେ। ସେ ମହିଳାଙ୍କୁ ପୋଲିସ ଧରି ପଚରାଉଚୁରା କରିବାରୁ ସେ କହିଲେ ଯେ, ତାଙ୍କ ଉପରେ କେବଳ ଜୋତା ଫିଙ୍ଗିବେ ବୋଲି ବାହାରୁ ଆସିଛନ୍ତି।

୯. ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀ ଆଜି କୋର୍ଟରେ ହାଜର କରାଯିବ, କାରଣ ସେମାନଙ୍କର ୧୦ ଦିନିଆ ଇଡି ହେପାଜତ ବୁଧବାର ଦିନ ଶେଷ ହେଲା।

୧୦. ବର୍ତ୍ତମାନ ସୁଦ୍ଧା ପାର୍ଥ ଚାଟାର୍ଜୀ ଏହି ଦୁର୍ନିତି ସହିତ କୌଣସି ସଂପର୍କ ନାହିଁ ବୋଲି କହୁଛନ୍ତି। ସେ ଏକ ଷଡଯନ୍ତ୍ରର ଶିକାର ହୋଇ ଫସି ଯାଇଛନ୍ତି ବୋଲି ଆଜି ପର୍ଯ୍ୟନ୍ତ କହିଆସୁଛନ୍ତି।

ଅର୍ପିତା ମୁଖାର୍ଜୀ ଇଡି ପାର୍ଥ ଚାଟାର୍ଜୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

October 3, 2026

ପଞ୍ଚମ କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ଉଦବୋଧନ ଦେଲେ ଡକ୍ଟର ପି.କେ. ମିଶ୍ର

October 3, 2026

କଂଗ୍ରେସରେ ଯୋଗଦେଲେ ଆପ ମୁଖପାତ୍ର ପ୍ରିୟଙ୍କା କକ୍କର: ଦଳ ଛାଡିବାର କହିଲେ କାରଣ

October 3, 2026

ସିଏନଜି ଭର୍ତ୍ତି ବେଳେ ବିସ୍ଫୋରଣ: ସମ୍ପୂର୍ଣ୍ଣ ଚୂରମାର୍ ହେଲା କାର୍

October 3, 2026
Latest News

ନୟାପଲ୍ଲୀ ଦୁଷ୍କର୍ମ ଘଟଣା: ଚନ୍ଦକାରେ ଅଭିଯୁକ୍ତକୁ ଏନକାଉଣ୍ଟର

October 3, 2026

ସୁବର୍ଣ୍ଣରେଖା ନଦୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ, ଅନ୍ୟ ଜଣେ ନିଖୋଜ

October 3, 2026

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

October 3, 2026

ପଞ୍ଚମ କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ଉଦବୋଧନ ଦେଲେ ଡକ୍ଟର ପି.କେ. ମିଶ୍ର

October 3, 2026

ଜଳ ସଙ୍କଟ ଦୂର ପାଇଁ ପଦକ୍ଷେପ: କାର୍ଯ୍ୟ ଶୀଘ୍ର ସାରିବାକୁ ପରାମର୍ଶ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.