Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମିଳିଛି ମାନ୍ୟତା; ବାଣିଜ୍ୟ, ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ
ଜାତୀୟ ଖବର

୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମିଳିଛି ମାନ୍ୟତା; ବାଣିଜ୍ୟ, ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ

August 3, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମିଳିଛି ମାନ୍ୟତା; ବାଣିଜ୍ୟ, ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ

ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ଏବଂ ବୟନ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଆଜି ଭାରତ ଏକ ପ୍ରମୁଖ ମାଇଲ୍ ଖୁଂଟ ଅତିକ୍ରମ କରିଛି, ଯେଉଁଥିରେ ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମାନ୍ୟତା ମିଳିଛି ବୋଲି ଘୋଷଣା କରିଛନ୍ତି । ସେ କହିଥିଲେ ଯେ, ଏହି ସଂଖ୍ୟା ପରିକଳ୍ପିତ – ଶକ୍ତିର ପ୍ରମାଣ ଦେଇଥାଏ । ଏହା ଏମିତି ଏକ ପରିକଳ୍ପନା, ଯାହା ନବସୃଜନ ଏବଂ ଉଦ୍ୟମିତା ଆଧାରିତ ବିକାଶ ସମ୍ପର୍କିତ ଅଟେ ବୋଲି ସେ ଗୁରୁତ୍ୱ ଦେଇ କହିଥିଲେ ।

ଉଦ୍ୟୋଗ ଏବଂ ଆନ୍ତରୀଣ ବ୍ୟାପାର ସମ୍ବର୍ଦ୍ଧନ ବିଭାଗ (ଡିପିଆଇଆଇଟି) ୭୫ ହଜାରରୁ ଅଧିକ  ଷ୍ଟାର୍ଟ – ଅପ୍‌ସକୁ ମାନ୍ୟତା ପ୍ରଦାନ କରିଛି, ଯାହା ସ୍ୱାଧୀନତାର ୭୫ ବର୍ଷ ହେବା କ୍ରମରେ ଏକ ମାଇଲ୍ ଖୁଂଟ ଅଟେ । ଭାରତ ଯେତେବେଳେ ଆଜାଦୀ / ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ନବସୃଜନ, ଉତ୍ସାହ ଏବଂ ଉଦ୍ୟମୀ ଭାବନା ଭାରତୀୟ ଷ୍ଟାର୍ଟ ଅପ୍‌ସ ପାରିବେଶିବ ବ୍ୟବସ୍ଥାକୁ କ୍ରମାଗତ ଭାବେ ଗତି ପ୍ରଦାନ କରୁଛି ।

୧୫ ଅଗଷ୍ଟ, ୨୦୧୫ରେ ଲାଲ୍‌କିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମର ସ୍ୱାଧୀନତା ଦିବସ ଅବସରରେ ତାଙ୍କର ସମ୍ବୋଧନରେ ଏକ ନୂତନ ଭାରତର ପରିକଳ୍ପନା କରିଥିଲେ, ଯାହା ଦେଶବାସୀ ମାନଙ୍କର ଉଦ୍ୟମଶୀଳତା କ୍ଷମତାକୁ ଜାଗ୍ରତ କରିବ । ପରବର୍ତୀ ବର୍ଷ ଜାନୁଆରୀ ୧୬ରେ, ଯାହାକୁ ଏବେ ଜାତୀୟ ଷ୍ଟାର୍ଟ – ଅପ୍‌ସ  ଦିବସ ରୂପରେ ଘୋଷିତ କରି ଦିଆ ଯାଇଛି, ସେହି ଦିନ ଦେଶରେ ଷ୍ଟାର୍ଟ – ଅପ୍‌ସ ଏବଂ ନବସୃଜନକୁ ସହାୟତା କରିବା ପାଇଁ ଏକ ସୁଦୃଢ଼ ପାରିବେଶିକ ବ୍ୟବସ୍ଥାର ନିର୍ମାଣ କାର୍ଯ୍ୟ – ଯୋଜନା ଆରମ୍ଭ କରା ଯାଇଥିଲା ।

ଏହି ଛଅ ବର୍ଷ ସମୟରେ, ଏହି କାର୍ଯ୍ୟ ଯୋଜନା ଦ୍ୱାରା ଭାରତକୁ ତୃତୀୟ ବୃହତ୍ ପାରିବେଶିକ ବ୍ୟବସ୍ଥା ନିର୍ମାଣ କରିବାରେ ସଫଳ ମାର୍ଗ – ଦର୍ଶନ ମିଳିଛି । ଏହା ମଧ୍ୟ  ଆଶ୍ଚର୍ଯ୍ୟଜନକ କଥା ଯେ, ଯେଉଁଠାରେ ୧୦ ହଜାର ଷ୍ଟାର୍ଟ – ଅପ୍‌କୁ ୮୦୮ ଦିନରେ ମାନ୍ୟତା ପ୍ରାପ୍ତ ହୋଇ ଥିଲା, ସେଠାରେ ଏବେ ୧୦ ହଜାର ଷ୍ଟାର୍ଟ – ଅପ୍‌ସକୁ ମାତ୍ର ୧୫୬ ଦିନରେ ମାନ୍ୟତା ମିଳିଛି । ଏହି ହିସାବରେ ପ୍ରତିଦିନ ୮୦ ରୁ ଅଧିକ ଷ୍ଟାର୍ଟ ଅପ୍‌ସକୁ ମାନ୍ୟତା ଦିଆ ଯାଉଛି । ଏହି ହାର ବିଶ୍ୱରେ ସର୍ବାଧିକ ଅଟେ । ଏଥିରୁ ଜଣା ପଡୁଛି ଯେ, ଷ୍ଟାର୍ଟ ଅପ୍‌ସ ସଂସ୍କୃତିର ଭବିଷ୍ୟତ ଅନେକ ସମ୍ଭାବନାରେ ପରିପୂର୍ଣ୍ଣ ଏବଂ ଉତ୍ସାହବର୍ଦ୍ଧକ।

ଷ୍ଟାର୍ଟ – ଅପ୍‌ସ ଇଣ୍ଡିଆ କାର୍ଯ୍ୟକ୍ରମ, ଯାହାକୁ ପ୍ରାଥମିକ ଭାବରେ ଷ୍ଟାର୍ଟ – ଅପ୍‌ସ ଗୁଡିକ ନିମନ୍ତେ ସକାରାତ୍ମକ ପରିବେଶ ଉପଲବ୍ଧ କରିବା ପାଇଁ ଆରମ୍ଭ କରା ଯାଇଥିଲା, ତାହା ଆଜି ଷ୍ଟାର୍ଟ – ଅପ୍‌ସ ନିମନ୍ତେ ଲଂଚ – ପ୍ୟାଡ୍ ରୂପରେ ପ୍ରସ୍ତୁତ ହୋଇ ଯାଇଛି । ଆର୍ôଥକ ସହାୟତାରୁ ଆରମ୍ଭ କରି ଆକର୍ଷକ କର ସୁବିଧା ପର୍ଯ୍ୟନ୍ତ, ବୌଦ୍ଧିକ ସମ୍ପତି ଅଧିକାରର ସମର୍ଥନ ଠାରୁ ନେଇ ସରଳ ସାର୍ବଜନିନ କ୍ରୟ ପର୍ଯ୍ୟନ୍ତ, ସୁଗମତା ନିମନ୍ତେ ନିୟମ ଗୁଡିକରେ ସୁଧାର କରିବା ଠାରୁ ଆରମ୍ଭ କରି ଅର୍ନ୍ତରାଷ୍ଟ୍ରୀୟ ଉତ୍ସବ ଏବଂ କାର୍ଯ୍ୟକ୍ରମରେ ଭାଗ ନେବା ପର୍ଯ୍ୟନ୍ତ , ଷ୍ଟାର୍ଟ – ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ସମସ୍ତ ପ୍ରକାରର ସ୍ଥାୟୀ ଆର୍ôଥକ ବିକାଶର ଅଂଶ ହୋଇ ଯାଇଛି ।

ମୋଟ୍ ମାନ୍ୟତାପ୍ରାପ୍ତ ଷ୍ଟାର୍ଟ ଅପ୍‌ସ ମଧ୍ୟରୁ ପାଖାପାଖି ୧୨ ପ୍ରତିଶତ ଆଇଟି ସେବା କ୍ଷେତ୍ରର ହୋଇଥିବା ବେଳେ, ୯% ସ୍ୱାସ୍ଥ୍ୟ ସୁବିଧା ଏବଂ ଜୀବ ବିଜ୍ଞାନ କ୍ଷେତ୍ରର, ୭% ଶିକ୍ଷା କ୍ଷେତ୍ରର, ୫% ପ୍ରତିଶତ ବୃତିଗତ ଏବଂ ବାଣିଜ୍ୟିକ ସେବା କ୍ଷେତ୍ରର ଏବଂ ୫% କୃଷି ଆବଶ୍ୟକତା ଗୁଡିକ ସହିତ ସମ୍ବନ୍ଧିତ ଅଟେ । ଭାରତୀୟ ଷ୍ଟାର୍ଟ – ଅପ୍ ପାରିବେଶିକ ବ୍ୟବସ୍ଥା ୭.୪୬ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି, ଏବଂ ଏଥିରେ ବିଗତ ୬ ବର୍ଷ ମଧ୍ୟରେ ବାର୍ଷିକ ୧୧୦ ପ୍ରତିଶତର ବୃଦ୍ଧି ଘଟିଛି । ବାସ୍ତବରେ , ଆମର ମୋଟ ଷ୍ଟାର୍ଟ – ଅପ୍‌ସ ମଧ୍ୟରୁ ୪୯ ପ୍ରତିଶତ ଟାୟାର – ୨ ସହରରୁ ଏବଂ ଟାୟାର – ୩ ସହରରୁ ଅଟେ, ଯାହା ଆମ ଦେଶର ଯୁବକ ମାନଙ୍କର ଦୃଢ଼ କ୍ଷମତାର ପରିଚାୟକ ଅଟେ ।

ଷ୍ଟାର୍ଟଅପ୍
Share. Facebook Twitter LinkedIn Email WhatsApp Copy Link

Related Posts

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026
Latest News

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.