Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଦ୍ୱିତୀୟ ବ୍ରିକ୍ସ ଯୁବ ଶିବିର ଉଦଘାଟିତ, ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର
ଅନ୍ତରାଷ୍ଟ୍ରୀୟ

ଦ୍ୱିତୀୟ ବ୍ରିକ୍ସ ଯୁବ ଶିବିର ଉଦଘାଟିତ, ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

August 4, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦ୍ୱିତୀୟ ବ୍ରିକ୍ସ ଯୁବ ଶିବିର ଉଦଘାଟିତ, ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଭିଡିଓ କନଫରେନ୍ସିଂ ଜରିଆରେ ୨ ଅଗଷ୍ଟ ୨୦୨୨ରେ ଆରମ୍ଭ ହୋଇଥିବା ଦ୍ୱିତୀୟ ବ୍ରିକ୍ସ ଯୁବ ଶିବିରରେ ଅଂଶଗ୍ରହଣ କରିଥିବା ବ୍ରିକ୍ସ ରାଷ୍ଟ୍ର ସମୂହର ଯୁବ ପ୍ରତିଯୋଗୀ ଏବଂ ସରକାରୀ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଛନ୍ତି।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସାରା ବିଶ୍ୱର ଯୁବକମାନଙ୍କ ମଧ୍ୟରେ ଏକ ଚିରସ୍ଥାୟୀ ସମ୍ପର୍କ ସ୍ଥାପନ ଉପରେ ପ୍ରାଥମିକତା ଦେଇ ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଲାଇଫଷ୍ଟାଇଲ୍‌ ଫର ଏନଭାଇରନ୍‌ମେଣ୍ଟ (ପରିବେଶ ପାଇଁ ଜୀବନଶୈଳୀ) ବା ଲାଇଫ ଅଭିଯାନ ବିଷୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ଉଲ୍ଲେଖ କରିବା ସହିତ ଏହି ଅଭିଯାନକୁ ମିଳିତ ଭାବେ ଆଗେଇ ନେବା ନିମନ୍ତେ ଯୋଗଦାନ ଦେବା ଲାଗି ଯୁବପିଢ଼ିଙ୍କୁ ଆହ୍ବାନ କରିଥିଲେ।

ଏହାଦ୍ୱାରା ପରିବେଶ ସଚେତନ ଜୀବନଶୈଳୀ ପାଇଁ ଏହି ଅଭିଯାନ ଏକ ଗଣଆନ୍ଦୋଳନର ରୂପ ନେବ। ସମ୍ବଳପୂର୍ଣ୍ଣ ଏକୀକରଣ ମାଧ୍ୟମରେ ଆନ୍ତଃପିଢ଼ି ସମ୍ପର୍କକୁ ବଜାୟ ରଖିବା ଏବଂ ସ୍ୱଦେଶୀ ଜ୍ଞାନକୁ ଜୀବନ୍ତ ରଖିବା ପରେ ସେ ଜୋର ଦେଇଥିଲେ। ଦ୍ୱିତୀୟ ବ୍ରିକ୍ସ ଅନ୍ତର୍ଜାତୀୟ ଯୁବ ଶିବିର ଅଧିକ ଫଳପ୍ରଦ ହୋଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ଅନୁରାଗ ଠାକୁର
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ଷା ସାଜିବ ଖଳନାୟକ!: ଭାରତର WTC ଫାଇନାଲ୍ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ?

August 27, 2026

ନୂତନ ଏଲପିଜି ସଂଯୋଗ ଉପରେ ଆଉ କେତେ ଦିନ ପ୍ରତିବନ୍ଧକ?: ଜାଣନ୍ତୁ

August 27, 2026

ବରଫ ତଳେ ବିପଦର ବିସ୍ଫୋରଣ: GLOF ନେଇ ବଢୁଛି ଚିନ୍ତା

August 27, 2026

ଆଜି ‘ଖେଲୋ ଇଣ୍ଡିଆ ଡାଏଲଗ୍’ରେ ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 27, 2026
Latest News

ରାଖୀ ବାନ୍ଧିବାକୁ ଅପେକ୍ଷା କରିଥିଲା ଭଉଣୀ, ବାଟରେ ଭାଇଙ୍କୁ ଚଢ଼ିଗଲା ଟ୍ରାକ୍ଟର

August 27, 2026

ବର୍ଷା ସାଜିବ ଖଳନାୟକ!: ଭାରତର WTC ଫାଇନାଲ୍ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ?

August 27, 2026

ନୂତନ ଏଲପିଜି ସଂଯୋଗ ଉପରେ ଆଉ କେତେ ଦିନ ପ୍ରତିବନ୍ଧକ?: ଜାଣନ୍ତୁ

August 27, 2026

ବରଫ ତଳେ ବିପଦର ବିସ୍ଫୋରଣ: GLOF ନେଇ ବଢୁଛି ଚିନ୍ତା

August 27, 2026

ଆଜି ‘ଖେଲୋ ଇଣ୍ଡିଆ ଡାଏଲଗ୍’ରେ ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.