Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କ୍ୟାବିନେଟ ମଞ୍ଜୁରି: ବଢିଲା ପିଏମଏୱାଇ-ୟୁ- ‘‘ସମସ୍ତଙ୍କ ପାଇଁ ଅବାସ’’ ଅଭିଯାନର ଅବଧି
ବିଶେଷ ଖବର

କ୍ୟାବିନେଟ ମଞ୍ଜୁରି: ବଢିଲା ପିଏମଏୱାଇ-ୟୁ- ‘‘ସମସ୍ତଙ୍କ ପାଇଁ ଅବାସ’’ ଅଭିଯାନର ଅବଧି

August 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ୍‌ ଅନୁମୋଦନ
ଭାରତର ଜନଗଣନା 2027 ପରିଚାଳନା ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ସହରାଞ୍ଚଳ (ପିଏମଏୱାଇ-ୟୁ) – ‘‘ସମସ୍ତଙ୍କ ପାଇଁ ଆବାସ’’ ଅଭିଯାନ। ଏ ସଂକ୍ରାନ୍ତରେ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ)ର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏହି ଯୋଜନା ଅଧୀନରେ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ମଞ୍ଜୁର ହୋଇଥିବା ୧୨୨.୬୯ ଲକ୍ଷ ଆବାସ ସମ୍ପୂର୍ଣ୍ଣ କରିବା ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

‘ପିଏମଏୱାଇ-ୟୁ : ସମସ୍ତଙ୍କ ପାଇଁ ଆବାସ’ ଭାରତ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଏକ ପ୍ରମୁଖ ଫ୍ଲାଗସିପ କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ଦେଶର ସହରାଞ୍ଚଳରେ ଥିବା ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ସବୁ ଋତୁ ପାଇଁ ଅନୁକୂଳ ପକ୍କା ଘର ଯୋଗାଇ ଦିଆଯାଉଛି। ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶ, କେନ୍ଦ୍ରୀୟ ନୋଡାଲ ଏଜେନ୍ସି ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଦେଶର ସବୁ ସହରାଞ୍ଚଳକୁ ଏହି ଯୋଜନାରେ ସାମିଲ କରାଯାଇଛି । ବିଜ୍ଞପିତ ଯୋଜନା/ବିକାଶ କ୍ଷେତ୍ର ସମେତ ୨୦୧୧ ଜନଗଣନା ଅନୁଯାୟୀ ସବୁ ବୈଧାନିକ ସହର ଏବଂ ଏହାପରେ ବିଜ୍ଞପିତ ହୋଇଥିବା ସବୁ ସହରରେ ଯୋଜନା କାର୍ଯ୍ୟକାରୀ ହେଉଛି। ଚାରିଟି ବର୍ଗରେ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି, ଯଥା : ହିତାଧିକାରୀ ପରିଚାଳିତ ନିର୍ମାଣ/ସମ୍ପ୍ରସାରଣ (ବିଏଲସି), ସହଭାଗିତା ଭିତ୍ତିରେ ଶସ୍ତା ଆବାସ (ଏଏଚପି), ସ୍ଥାନୀୟ ବସ୍ତି ପୁନଃବିକାଶ (ଆଇଏସଏସଆର) ଏବଂ ଋଣ ଭିତ୍ତିକ ସବସିଡି ଯୋଜନା (ସିଏଲଏସଏସ)। ଏହି ଯୋଜନା ପାଇଁ ଭାରତ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର/କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ହିତାଧିକାରୀଙ୍କୁ ଚୟନ କରିବା ସହିତ ଯୋଜନାକୁ କାର୍ଯ୍ୟକାରୀ କରିଥାନ୍ତି।

୨୦୦୪-୨୦୧୪ ଅବଧିରେ, ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ମାତ୍ର ୮.୦୪ ଲକ୍ଷ ଆବାସ ସମ୍ପୂର୍ଣ୍ଣ ହୋଇଥିଲା। ମୋଦୀ ସରକାରଙ୍କ ଅମଳରେ, ସବୁ ଯୋଗ୍ୟ ସହରାଞ୍ଚଳ ବାସହୀନମାନଙ୍କୁ ଘର ଯୋଗାଣ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହାକୁ ଆଧାର କରି ପିଏମଏୱାଇ-ସହରାଞ୍ଚଳ ଯୋଜନାର ପରିକଳ୍ପନା କରାଯାଇଥିଲା। ୨୦୧୭ରେ, ମୂଳ ଆନୁମାନିକ ପ୍ରକଳ୍ପ ଚାହିଦା ଥିଲା ୧୦୦ ଲକ୍ଷ ଆବାସ ନିର୍ମାଣ। ଏବେ ସୁଦ୍ଧା ମୂଳ ଆନୁମାନିକ ପ୍ରକଳ୍ପ ଚାହିଦା ତୁଳନାରେ, ୧୦୨ ଲକ୍ଷ ଆବାସ ନିର୍ମାଣ ହୋଇସାରିଛି କିମ୍ବା ନିର୍ମାଣ ପର୍ଯ୍ୟାୟରେ ରହିଛି। ଏଥିମଧ୍ୟରୁ ୬୨ ଲକ୍ଷ ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଛି। ମଞ୍ଜୁର ହୋଇଥିବା ମୋଟ୍‌ ପ୍ରାୟ ୧୨୩ ଲକ୍ଷ ଆବାସ ମଧ୍ୟରୁ ୪୦ ଲକ୍ଷ ଆବାସ ନିର୍ମାଣ ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଠାରୁ ବିଳମ୍ବରେ ପ୍ରସ୍ତାବ ମିଳିଥିଲା (ଯୋଜନାର ଶେଷ ଦୁଇ ବର୍ଷ ମଧ୍ୟରେ)। ଏସବୁ ଆବାସ ସମ୍ପୂର୍ଣ୍ଣ କରିବା ଲାଗି ଆଉ ଦୁଇ ବର୍ଷ ସମୟର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଅନୁରୋଧକୁ ଆଧାର କରି, ୩୧-୧୨-୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି।

ଏହି ଯୋଜନାରେ ୨୦୦୪-୨୦୧୪ ପର୍ଯ୍ୟନ୍ତ ମାତ୍ର ୨୦,୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ୨୦୧୫ ଠାରୁ ଏବେ ସୁଦ୍ଧା ୨.୦୩ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଛି। ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା, ୧,୧୮,୦୨୦.୪୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା/ସବସିଡି ଜାରି କରାଯାଇ ସାରିଛି। ଅବଶିଷ୍ଟ ୮୫,୪୦୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା/ସବସିଡି ୩୧ ଡିସେମ୍ବର ୨୦୨୪ ସୁଦ୍ଧା ଯୋଗାଇ ଦିଆଯିବ।

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଅନୁରୋଧ କ୍ରମେ ଯୋଜନାକୁ ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଜାରି ରଖାଯିବା ଫଳରେ ବିଏଲସି, ଏଏଚପି ଏବଂ ଆଇଏସଏସଆର ଶ୍ରେଣୀରେ ପୂର୍ବରୁ ମଞ୍ଜୁର ହୋଇଥିବା ଆବାସ ନିର୍ମାଣ ସମ୍ପୂର୍ଣ୍ଣ କରିବାରେ ସହାୟତା ମିଳିପାରିବ।

କ୍ୟାବିନେଟ ମଞ୍ଜୁରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.