Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଯୁବ ସମ୍ବାଦ “ଭାରତ @୨୦୪୭” କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ
ଜାତୀୟ ଖବର

ଯୁବ ସମ୍ବାଦ “ଭାରତ @୨୦୪୭” କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ

August 12, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଆଜି ନୂଆଦିଲ୍ଲୀ ଠାରେ ଯୁବ ସମ୍ବାଦ “ଭାରତ@୨୦୪୭” କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଯୁବ ବ୍ୟାପାର ଏବଂ କ୍ରୀଡା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରାମାଣିକ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବକ୍ସର ନିଖତ ଜରିନ୍, ରେସ ୱାକର ପ୍ରିୟଙ୍କା ଗୋସ୍ୱାମୀ, ଭାରତୀୟ ହକି ଦଳର କ୍ରୀଡାବିତ୍ ପି. ଆର୍. ଶ୍ରୀଜେଶ, ପର୍ବତାରୋହୀ ଅରୁଣିମା ସିହ୍ନା ଏବଂ ପ୍ରେରଣାଦାୟୀ ବକ୍ତା ଆଭା ମର୍ଯ୍ୟାଦା ବାନାର୍ଜୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ବ୍ୟାପାର ସଚିବ ସଞ୍ଜୟ କୁମାର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେଇ ଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ଆମର ହଜାର ହଜାର ବର୍ଷର ଇତିହାସରେ, ଆମର ଯୁବ ଶକ୍ତି ଆମ ଦେଶର ଭାଗ୍ୟକୁ ରୂପ ଦେବା ନିମନ୍ତେ ନେତୃତ୍ୱ ନେଇଛନ୍ତି । ସେ କହିଥିଲେ ଯେ, ସହିଦ ଭଗତ ସିଂହ, ସହିଦ ବାଜି ରାଉତ, ରାଣୀ ଗାଇଦିନଲ୍ୟୁ ଏବଂ ତାଙ୍କ ଭଳି ଅଗଣିତ ଅନ୍ୟ ବ୍ୟକ୍ତି ମାନେ ଆମକୁ ପ୍ରେରଣା ଦେଇଛନ୍ତି ଏବଂ ନିଜର ଯୁବାବସ୍ଥାରେ ଆଗକୁ ଆସି ନେତୃତ୍ୱ ନେଇଛନ୍ତି। ମନ୍ତ୍ରୀ କହିଥିଲେ ଯେ, ଭାରତର ସମୃଦ୍ଧ ସଭ୍ୟତା ମୂଳରୁ ଆଶୀର୍ବାଦ ପ୍ରାପ୍ତ ଅଟେ। ଏହି ଐତିହ୍ୟକୁ ଆଗକୁ ନେଇ ଯିବା ନିମନ୍ତେ ଦାୟିତ୍ୱ ଆମର ଉତ୍ସାହୀ ଯୁବ ସମାଜ ଉପରେ ରହିଛି।

ସେ କହିଥିଲେ ଯେ, ଏକବିଂଶ ଶତାବ୍ଦୀରେ ଭାରତୀୟ ମୂଲ୍ୟବୋଧ, ସଂସ୍କାର, ଜ୍ଞାନ ଏବଂ ମଡେଲ୍ ଗୁଡିକୁ ସାରା ବିଶ୍ୱ ସାମନାକୁ ଆଣିବାର ଦାୟିତ୍ୱ ଆମ ଯୁବକ ମାନଙ୍କ ଉପରେ ରହିଛି। ଯେଉଁ ଉତ୍ସାହ ଏବଂ ସତ୍ୟନିଷ୍ଠା ସହିତ ଆମର ସ୍ୱାଧୀନତା ସଂଗ୍ରାମୀ ମାନେ ଆମ ଦେଶର ସ୍ୱାଧୀନତା ନିମନ୍ତେ ସଂଗ୍ରାମ କରିଥିଲେ, ଆଜି ଆମର ଯୁବଗୋଷ୍ଠୀ ଭାରତକୁ ଆହୁରି ଅଧିକ ଶିଖରକୁ ନେଇଯିବା ପାଇଁ, ବିଶେଷ କରି ଅମୃତ କାଳର ଏହି ୨୫ ବର୍ଷ ମଧ୍ୟରେ ସେହି ସମାନ ଭାବନା ଏବଂ ସତ୍ୟନିଷ୍ଠାକୁ ବିକଶିତ କରିବା ଉଚିତ୍। ସେ ଆହୁରି ମଧ୍ୟ କହିଥିଲେ ଯେ, ବିଶ୍ୱ ଭାରତକୁ ବହୁତ ଆଶାର ସହିତ ଦେଖୁଛି।

ଶ୍ରୀ ପ୍ରଧାନ ଦେଶର ଯୁବକ ମାନଙ୍କୁ ଅନୁରୋଧ କରିଥିଲେ ଯେ, ସେମାନଙ୍କୁ ନିଜର ଅଧିକାର ଗୁଡିକ ପ୍ରତି ସଚେତନ ହେବା ସହିତ ଦେଶ ପ୍ରତି ନିଜର କର୍ତବ୍ୟ ଏବଂ ଦାୟିତ୍ୱ ଗୁଡିକ ପ୍ରତି ସଚେତନ ହେବା ଉଚିତ୍। ସେ କହିଥିଲେ ଯେ, ବିଶ୍ୱ ସ୍ତରର ସମସ୍ୟା ଗୁଡିକର ସମାଧାନ ନିମନ୍ତେ ସେମାନଙ୍କୁ ବଡ ଦାୟିତ୍ୱ ନେବା ଉଚିତ୍।

ଶ୍ରୀ ପ୍ରଧାନ କହିଥିଲେ ଯେ, ଆମର ଯୁବକ ମାନଙ୍କର ପ୍ରତିଭା, ଚେଷ୍ଟା ଏବଂ ଉତ୍ସାହ ପ୍ରେରଣାତ୍ମକ ଏବଂ ଉତ୍ସାହପୂର୍ଣ୍ଣ ଅଟେ। ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ସମୟରେ, ଯେତେବେଳେ ଆମେ ‘ଆଜାଦୀର ଅମୃତ ମହୋତ୍ସବ’ ଏବଂ ସ୍ୱାଧୀନତାର ୭୫ ତମ ବର୍ଷର ଉତ୍ସବ ପାଳନ କରୁଛେ ସେହି ସମୟରେ, ଯୁବ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ କରିଥିବା ଯୋଗୁଁ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟର ପ୍ରଶଂସା କରିଥିଲେ। ସେ ଆଶା ପ୍ରକାଶ କରିଥିଲେ ଯେ ଏହି ସମ୍ବାଦ ଗୁଡିକ ଦ୍ୱାରା ଦେଶରେ ସକାରାତ୍ମକ ଶକ୍ତିର ସଂଚରଣ ହେବ।

ଏହି ଅବସରରେ ଅନୁରାଗ ଠାକୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥାକୁ ମନେ ପକାଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ସର୍ବଦା କହିଥାନ୍ତି ଯୁବକ ମାନେ ସେହି ଇଞ୍ଜିନ୍ ହୁଅନ୍ତୁ, ଯାହା ଦେଶକୁ ସଫଳତା ଆଡକୁ ନେଇଯିବ। ଏବେ ଆମ ଯୁବକ ମାନଙ୍କର କର୍ତବ୍ୟ ହେଉଛି ଅମୃତ କାଳ ସମୟରେ ଦେଶକୁ ସଫଳତାର ଶିଖର ଆଡକୁ ନେଇ ଯିବା। ଅମୃତ କାଳରେ, ଯୁବକ ମାନଙ୍କୁ ଅମୃତ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଉଚିତ୍ ଏବଂ ଏହି ଲକ୍ଷ୍ୟ ଗୁଡିକୁ ପ୍ରାପ୍ତ କରିବା ନିମନ୍ତେ ଦାୟିତ୍ୱର ସହିତ ନିଜର କର୍ତବ୍ୟ ଗୁଡିକୁ ନିର୍ବାହ କରିବା ଉଚିତ୍। ସେ ଆହୁରି ମଧ୍ୟ କହିଥିଲେ ଯେ, ଯୁବକ ମାନଙ୍କୁ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସବୁଠାରୁ ବଡ ଯୋଗଦାନ ଦେବାର ଅଛି ଏବଂ ଦେଶକୁ ବିଶ୍ୱ ଗୁରୁ କରିବାର ଅଛି।

ଶ୍ରୀ ଠାକୁର ଆହୁରି ମଧ୍ୟ କହିଥିଲେ ଯେ, ଯୁବ ବ୍ୟାପାର ବିଭାଗ ଜାତୀୟ ଏବଂ ଅନ୍ତର୍ଜାତୀୟ ମହତ୍ୱର ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ବିଚାର ବ୍ୟକ୍ତ କରିବା ନିମନ୍ତେ ସାରା ଦେଶରେ ୭୫୦ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ କରିବ। ମନ୍ତ୍ରୀ କହିଥିଲେ ଇଂରାଜୀ ଅକ୍ଷର ‘ଇ’ ରୁ ଆରମ୍ଭ ହୋଇଥିବା ଚାରିଟି ଶବ୍ଦ ଅର୍ଥାତ୍ ଶିକ୍ଷା (ଏଜୁକେସନ୍), ନିଯୁକ୍ତି (ଏମ୍ପ୍ଲୟମେଂଟ), ଉଦ୍ୟମିତା (ଏଂଟ୍ରୋପ୍ରେନ୍ୟୁଅରସିପ୍) ଏବଂ ସଶକ୍ତିକରଣ (ଏମ୍ପାୱାରମେଂଟ) ଦେଶରେ ଯୁବକ ମାନଙ୍କର ବିକାଶ ନିମନ୍ତେ ପ୍ରମୁଖ ଅଟେ। ସ୍ୱୟଂସେବାର ମହତ୍ୱ ଉପରେ ଆଲୋକପାତ କରି ମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ଯୁବକ ସ୍ୱୟଂସେବା ମାଧ୍ୟମରେ ଦେଶକୁ ୟେମ୍ୟାନ୍ର ସେବା ପ୍ରଦାନ କରି ପାରିବେ। ଶକ୍ତି ଏବଂ ପରିବେଶ ସୁରକ୍ଷା, ଫିଟ୍ ଇଣ୍ଡିଆ, ସ୍ୱଚ୍ଛ ଭାରତ, ନିଶା ମୁକ୍ତି ଅଭିଯାନ, ପୁଷ୍ଟି ଅଭିଯାନ ଭଳି କ୍ଷେତ୍ର ଏମିତି କିଛି ପ୍ରମୁଖ କ୍ଷେତ୍ର ଅଟେ, ଯେଉଁଥିରେ ଯୁବକ ମାନେ ନିଜର ବହୁମୂଲ୍ୟ ଯୋଗଦାନ ଦେଇ ପାରିବେ।

ଅନୁରାଗ ଠାକୁର ଯୁବକ ମାନଙ୍କ ଠାରୁ ହର ଘର ତିରଙ୍ଗା ଅଭିଯାନରେ ସାମିଲ୍ ହେବା ନିମନ୍ତେ ଅନୁରୋଧ କରିଥିଲେ। ତିରଙ୍ଗା ୧୩୦ କୋଟି ଭାରତୀୟ ମାନଙ୍କର ଏକତାର ପ୍ରତୀକ ଅଟେ। ସେ କହିଥିଲେ ଯେ, ସ୍ୱାଧୀନତା ସଂଗ୍ରାମୀ ମାନେ ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ନିଜର ପ୍ରାଣବଳି ଦେଇ ଥିଲେ, କିନ୍ତୁ ଦେଶକୁ ବିଶ୍ୱ ଗୁରୁ କରିବା କ୍ଷେତ୍ରରେ ଏବେର ଯୁବ ଗୋଷ୍ଠୀ ଠାରୁ “ଯୋଗଦାନ ନୁହେଁ ବଳିଦାନ”ର ଆବଶ୍ୟକତା ରହିଛି।

ସଭାକୁ ସମ୍ବୋଧିତ କରି, ଯୁବ ବ୍ୟାପାର ଏବଂ କ୍ରୀଡା (ୱାଇଏଏସ୍) ରାଷ୍ଟ୍ର ମନ୍ତ୍ରୀ ନିଶୀଥ ପ୍ରାମାଣିକ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଯୁବକ ମାନଙ୍କର ଭାଗୀଦାରୀତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ପ୍ରାମାଣିକ ମହାମାରୀ ସମୟରେ ଏନୱାଇକେଏସ୍ ଏବଂ ଏନ୍ଏସ୍ଏସ୍ ସ୍ୱୟଂସେବକ ମାନଙ୍କର ଅଗ୍ରୀମ ଶ୍ରେଣୀର ଯୋଦ୍ଧା ଭୂମିକାକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କର ସଙ୍କଳ୍ପ ଦ୍ୱାରା ସିଦ୍ଧି ମନ୍ତ୍ରରୁ ପ୍ରେରଣା ନେଇ ଭାରତର ଯୁବକ ମାନେ ଏବେ ନିଯୁକ୍ତି ସନ୍ଧାନକାରୀ ହେବା ବଦଳରେ ନିଯୁକ୍ତି ସୃଷ୍ଟିକାରୀ ହୋଇ ଯାଇଛନ୍ତି।
ଯୁବ ବ୍ୟାପାର ସଚିବ ସଞ୍ଜୟ କୁମାର ଏହି କଥା ଉପରେ ଆଲୋକପାତ କରିଥିଲେ ଯେ, ଭାରତର ଜନସଂଖ୍ୟାର ଏକ ପ୍ରମୁଖ ଅଂଶ ହୋଇଥିବା ଯୁବକ ମାନଙ୍କ ଉପରେ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଯୋଗଦାନ ଦେବାର ଦାୟିତ୍ୱ ରହିଛି।

ଆଲୋଚନା ଅଧିବେଶନରେ ବକ୍ସର ନିଖତ ଜରିନ୍, ରେସ ୱାକର ପ୍ରିୟଙ୍କା ଗୋସ୍ୱାମୀ, ଭାରତୀୟ ହକି ଦଳର ଖେଳାଳି ପି. ଆର୍. ଶ୍ରୀଜେଶ, ପର୍ବତାରୋହୀ ଅରୁଣିମା ସିହ୍ନା ଏବଂ ପ୍ରେରଣାଦାୟୀ ବକ୍ତା ଆଭା ମର୍ଯ୍ୟାଦା ବାନାର୍ଜୀ ନିଜର ଅଭିଜ୍ଞତାକୁ ବାଂଟିଥିଲେ। ଅନୁରାଗ ଠାକୁର ଯୁବ ପ୍ରତିଭା ମାନଙ୍କ ସହିତ ମଧ୍ୟ କଥବାର୍ତା କରିଥିଲେ ଏବଂ ସେମାନଙ୍କ ପ୍ରଶ୍ନର ଉତର ଦେଇଥିଲେ।

ସାରା ଦେଶରେ ଆୟୋଜିତ ହେବାକୁ ଥିବା ୭୫୦ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଗୁଡିକରେ ଯେଉଁ ଯୁବକ ମାନେ ଅଂଶ ଗ୍ରହଣ କରିବେ ସେମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଜର ବିଚାର ବ୍ୟକ୍ତ କରିବା ନିମନ୍ତେ ସୁଯୋଗ ମିଳିବ। ଏହା ବ୍ୟତୀତ, ଏହି ଆୟୋଜନ ସେମାନଙ୍କୁ ପରସ୍ୱର ସହିତ ଯୋଡି ହେବା ଏବଂ ନିଜର ବିଚାର ତଥା ଚିନ୍ତାଧାରାକୁ ପରସ୍ପର ମଧ୍ୟରେ ବାଂଟିବା ନିମନ୍ତେ ଏକ ମଂଚ ପ୍ରଦାନ କରିବ।

ଅନୁରାଗ ଠାକୁର ଧର୍ମେନ୍ଦ୍ର ପ୍ରଧାନ ଯୁବ ସମ୍ବାଦ : ଭାରତ @ ୨୦୪୭
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ହାଇକୋର୍ଟ ପରେ ବମ୍ବେ ହାଇକୋର୍ଟକୁ ମଧ୍ୟ ବୋମା ଧମକ, ଖାଲି କରାଗଲା କ୍ୟାମ୍ପସ

September 12, 2025

ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

September 12, 2025

ନେପାଳରୁ ୨୩ ଓଡିଆ ଯାତ୍ରୀ ଉଦ୍ଧାର

September 12, 2025

‘ଆଜି ଅପରାହ୍ନ ୪ଟାରେ ବିହାରରେ ହେବ ବିସ୍ଫୋରଣ’: ପାକିସ୍ତାନୀରୁ ଆସିଲା ଧମକ

September 12, 2025
Latest News

ଦିଲ୍ଲୀ ହାଇକୋର୍ଟ ପରେ ବମ୍ବେ ହାଇକୋର୍ଟକୁ ମଧ୍ୟ ବୋମା ଧମକ, ଖାଲି କରାଗଲା କ୍ୟାମ୍ପସ

September 12, 2025

ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

September 12, 2025

ନେପାଳରୁ ୨୩ ଓଡିଆ ଯାତ୍ରୀ ଉଦ୍ଧାର

September 12, 2025

‘ଆଜି ଅପରାହ୍ନ ୪ଟାରେ ବିହାରରେ ହେବ ବିସ୍ଫୋରଣ’: ପାକିସ୍ତାନୀରୁ ଆସିଲା ଧମକ

September 12, 2025

କୋରାପୁଟ ଓ ମାଲକାନଗିରିରେ ବିଭିନ୍ନ ଯୋଜନାର ସମୀକ୍ଷା କଲେ ରାଜ୍ୟପାଳ

September 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.