
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରେ ଐତିହାସିକ ଗାନ୍ଧୀ ମୈଦାନରୁ ସ୍ୱାଧୀନତାର ୭୫ ତମ ବାର୍ଷିକୀ ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ରାଜ୍ୟରେ ୧୦ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ୨୦ ଲକ୍ଷ ଲୋକଙ୍କୁ ରୋଜଗାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଘୋଷଣା ସହିତ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ ଏକ ଜବାବ ଦେବାକୁ ଚେଷ୍ଟା କରିଛନ୍ତି, ଯିଏକି ଗତ ଏକ ସପ୍ତାହ ଧରି ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କଠାରୁ ୧୦ ଲକ୍ଷ ଲୋକଙ୍କୁ ଚାକିରି ଦେବା ଘୋଷଣା ଉପରେ ଉତ୍ତର ମାଗିଥିଲେ।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ବର୍ତ୍ତମାନ ଆମେ ଏକାଠି ହୋଇଛୁ ଏବଂ ଚାହୁଁଛୁ ଯେ ରାଜ୍ୟର ଯୁବକମାନଙ୍କୁ ସର୍ବାଧିକ ସରକାରୀ ଚାକିରୀ ଦିଆଯାଉ। ସେ କହିଛନ୍ତି ଯେ, ଆମର ଚିନ୍ତାଧାରା ମଧ୍ୟ ବର୍ତ୍ତମାନ ଗୋଟିଏ।
ଉଲ୍ଲେଖ ଯୋଗ୍ୟ ଯେ, ୨୦୨୦ର ବିହାର ବିଧାନସଭା ନିର୍ବାଚନରେ ତେଜସ୍ୱୀ ଯାଦବ ସରକାର ଗଠନ ହେବା ମାତ୍ରେ ପ୍ରଥମ କ୍ୟାବିନେଟରେ ୧୦ ଲକ୍ଷ ଲୋକଙ୍କୁ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।