Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗଠନ ହେଲା ବିଜେପିର ନୂତନ ସଂସଦୀୟ ବୋର୍ଡ, କଟିଲେ ନୀତିନ ଗଡକରୀ, ପଶିଲେ ୟେଦ୍ଦୁରପ୍ପା
ଜାତୀୟ ଖବର

ଗଠନ ହେଲା ବିଜେପିର ନୂତନ ସଂସଦୀୟ ବୋର୍ଡ, କଟିଲେ ନୀତିନ ଗଡକରୀ, ପଶିଲେ ୟେଦ୍ଦୁରପ୍ପା

August 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗଠନ ହେଲା ବିଜେପି ସଂସଦୀୟ ବୋର୍ଡ, କଟିଲେ ନୀତିନ ଗଡକରୀ, ପଶିଲେ ୟେଦ୍ଦୁରପ୍ପା

ନୂଆଦିଲ୍ଲୀ: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ସଂସଦୀୟ ବୋର୍ଡର ପୁନଃଗଠନ କରିଛନ୍ତି। ତେବେ ଏହି ବୋର୍ଡରେ ଥିବା ବିଜେପିର ବରିଷ୍ଠ ନେତା ତଥା ମନ୍ତ୍ରୀ ନୀତିନ ଗଡକରୀଙ୍କୁ ବାଦ ଦିଆଯାଇଛି। ସେହିପରି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନଙ୍କୁ ମଧ୍ୟ ଏହି ବୋର୍ଡରୁ ହଟାଇ ଦିଆଯାଇଛି।

ତେବେ ଏହି ବୋର୍ଡ଼ରେ ନୂଆ ସଦସ୍ୟ ଭାବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରପ୍ପା ଏବଂ ସୁଦ୍ଧା ଯାଦବ, ଇକବାଲ ସିଂହ ଲାଲପୁରା, ସର୍ବାନନ୍ଦ ସୁନୁୱାଲ, କେ ଲକ୍ଷ୍ମଣ ଏବଂ ସତ୍ୟ ନାରାୟଣ ଜାତିଆଙ୍କୁ ସାମିଲ କରାଯାଇଛି।

ଦଳର ସଭାପତି ଜେପି ନାଡା ବର୍ତ୍ତମାନ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ଦୁରପ୍ପା, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଏବଂ କେ ଲକ୍ଷ୍ମଣଙ୍କୁ ନୂତନ ଚେହେରା ଭାବେ ଅନ୍ତର୍ଭୁକ୍ତ କରିଛନ୍ତି। ଅର୍ଥାତ୍ ବିଜିପି ସଂସଦୀୟ ବୋର୍ଡରୁ ବର୍ତ୍ତମାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ ଏବଂ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ବାଦ ଦିଆଯାଇ ତାଙ୍କ ସ୍ଥାନରେ ବିଏସ ୟେଡିୟୁରପ୍ପା ଏବଂ ସରବାନନ୍ଦ ସୋନୋୱାଲଙ୍କ ସ୍ଥାନିତ କରାଯାଇଛି।

ବିଜେପିର ସଂସଦୀୟ ବୋର୍ଡ ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ କରିଥାଏ। ଏହି ବୋର୍ଡ ରାଜ୍ୟର କିଏ ହେବ ମୁଖ୍ୟମନ୍ତ୍ରୀ, କିଏ ସେ ହେବ ରାଜ୍ୟ ମୁଖ୍ୟ ଏବଂ ଅନ୍ୟାନ୍ୟ ପ୍ରମୁଖ ଦାୟିତ୍ୱ ସ୍ଥିର କରିଥାଏ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ କମିଟିରୁ ନୀତିନ ଗଡକରୀଙ୍କୁ ବାଦ ଦିଆଯିବା ତାଙ୍କ ପ୍ରତି ଏକ ବଡ଼ ଝଟକା ବୋଲି କୁହାଯାଊଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ଗଡ଼କରୀ ହେଉଛନ୍ତି ଜଣେ ବରିଷ୍ଠ ମନ୍ତ୍ରୀ। ସେ ମଧ୍ୟ ପୂର୍ବରୁ ବିଜେପି ଅଧ୍ୟକ୍ଷ ଥିଲେ। ତେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦୀୟ ବୋର୍ଡରେ ପ୍ରବେଶ କରିଛନ୍ତି। ସବଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଏସ ୟେଦୁରପ୍ପାଙ୍କୁ ମଧ୍ୟ ଏହି ବୋର୍ଡରେ ନିଆଯାଇଛି। ସେହିପରି ମହାରାଷ୍ଟ୍ରର ଉପମୁଖ୍ୟନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଏହି ବୋର୍ଡ଼ରେ ସୁଯୋଗ ମିଳିଛି।

ଏହି ବୋର୍ଡରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଅଧ୍ୟକ୍ଷ ଥିବା ବେଳେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅଣିତ ସାହା ପ୍ରମୁଖ ଏଗାର ଜଣ ସଦସ୍ୟ ରହିଛନ୍ତି।

ଜେ ପି ନଡ୍ଡା ବିଜେପି ରାଜନାଥ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ଇନ୍ଧନ ଉପରେ ଭାଟ୍ ୧୮% ରୁ ୭% କୁ ହ୍ରାସ, ଜାଣନ୍ତୁ କେଉଁଠି

May 15, 2026

ହାଇଦ୍ରାବାଦ-ଜୟପୁର ସ୍ୱତନ୍ତ୍ର ଟ୍ରେନରେ ନିଆଁ

May 15, 2026
Latest News

ଆଜି ୧୬ ତାରିଖ ଶନିବାରରେ ଏହି ତିନୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

May 16, 2026

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.