Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବନ୍ୟାରେ ୩ ଲକ୍ଷ ୬୫ ହଜାର ଲୋକ ପ୍ରଭାବିତ, ୪୫ ହଜାର ଲୋକଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ
ଜାତୀୟ ଖବର

ବନ୍ୟାରେ ୩ ଲକ୍ଷ ୬୫ ହଜାର ଲୋକ ପ୍ରଭାବିତ, ୪୫ ହଜାର ଲୋକଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ

August 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବନ୍ୟାରେ ୩ ଲକ୍ଷ ୬୫ ହଜାର ଲୋକ ପ୍ରଭାବିତ, ୪୫ ହଜାର ଲୋକଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ

ଭୁବନେଶ୍ବର: ବର୍ତ୍ତମାନର ବନ୍ୟା ପରିସ୍ଥିତି ସମ୍ପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ସମୀକ୍ଷା କରିଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ବିଜୟ ମିଶ୍ର ଓ ଅନ୍ୟ ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

ବୈଠକରେ ବିଭିନ୍ନ ନଦୀର ଜଳସ୍ତର, ଆଗାମୀ ଲଘୁଚାପ ଓ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା ହେବା ସହ, ଘାଇ ଓ ଘଳିଆଗୁଡିକର ତୁରନ୍ତ ମରାମତି, ବନ୍ୟାପ୍ଲାବିତ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନାନ୍ତରିକରଣ ଓ ରହିବାଖାଇବା, ପାନୀୟ ଜଳ ଓ ପରିମଳ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।

ସମୀକ୍ଷା ବୈଠକ ପରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଲେ ଯେ, ବର୍ତ୍ତମାନ ସମୟରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳିକୁ ପଠାଯାଇ ଅଛି। ସେଠାରେ ରନ୍ଧାଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଅଛି। ବନ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳମାନେ ଆବଶ୍ୟକ ସ୍ଥଳରେ ସ୍କୁଲ, କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆମର ମୁଖ୍ୟମନ୍ତ୍ରୀଙ୍କ ମୂଲ୍ୟବାନ ଉକ୍ତି ପ୍ରତିଟି ଜୀବନ ମୂଲ୍ୟବାନ। ଏହାକୁ ଆଧାର କରି ଆମେ କାର୍ଯ୍ୟ କରୁଛୁ। ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଘାଇ ଓ ଘଳିଆଗୁଡିକୁ ଆମେ ତୁରନ୍ତି ମରାମତି କରୁଛୁ। ବନ୍ୟା ପ୍ରବାବିତ ଅଞ୍ଚଳରେ ଆବଶ୍ୟକ ଔଷଧ ମହଜୁଦ ରଖିବା ସହ ଗୋଖାଦ୍ୟ ବଣ୍ଟନର ମଧ୍ୟ ବ୍ୟବସ୍ଥା କରାଯାଇଅଛି।

ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ଜେନା କହିଲେ ଯେ ଆଜି ଦୁଇଟି ଘାଇ ସୃଷ୍ଟି ହୋଇଛି। କୁଶଭଦ୍ରାରେ ଖଣ୍ଡିଆକୂଦ ଏବଂ ମହାନଦୀ ତେରମାଣପୁରଠାରେ ଘେରି ବନ୍ଧରେ ଘାଇ ହୋଇଛି। ଏଠାରେ ଜଳସମ୍ପଦ ବିଭାଗର ଯନ୍ତ୍ରୀ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ସହଯୋଗରେ ଘାଇ ମରାମତି ଦେଇଛି। ମୁଣ୍ଡଳିଠାରେ ସକାଳ ୬ ଟା ପରଠାରୁ ଜଳସ୍ତର ହ୍ରାସ ପାଇଛି । ହୀରାକୁଦରେ ଏବେ ୪୦ ଟି ଗେଟ୍‌ ଖୋଲା ରହିଛି।

ଆଗାମୀ ୧୮ ତାରିଖ ଓ ୨୦ ତାରିଖ ହେବାକୁ ଥିବା ଲଘୁଚାପରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ଅନୁମାନ କରୁଛି। ଏହି ବର୍ଷାକୁ ଆଖିରେ ରଖି ହୀରାକୁଦର ଗେଟ୍‌ ପରିଚାଳନା କରାଯିବ।

ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣ୍ଟିସ୍ନେକ ଭେନମ ରଖିବାର ବ୍ୟବସ୍ଥା କରିଛି। ଏହା ସହ ଅନ୍ୟାନ୍ୟ ଆବଶ୍ୟକୀୟ ଔଷଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୪ ଟି ଭ୍ରାମ୍ୟମାଣ ଆରଓ ୱାଟର ପ୍ଲାଣ୍ଟକୁ ବନ୍ୟା ପ୍ଲାବିତ ଅଞ୍ଚଳକୁ ପଠାଯାଇଛି। ସେହିପରି ଆବଶ୍ୟକ ସ୍ଥାନରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଫାୟାର ସର୍ଭିସର ଟିମ୍‌ଗୁଡିକୁ ମୁତୟନ କରାଯାଇଛି।

ବନ୍ୟାରେ ୬୦ ଟି ବ୍ଲକ ଓ ପ୍ରବଳ ବର୍ଷାରେ ୪୩ ଟି ବ୍ଲକ ମୋଟ ୧୦୩ ବ୍ଲକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୬୦୬ ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। ବନ୍ୟା ଓ ବର୍ଷାରେ ୩୮୨ ଟି ଗ୍ରାମ ଜଳ ଘେରରେ ରହିଥିବା ବେଳେ ୨ ଲକ୍ଷ ୧୫ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଓ ୩ ଲକ୍ଷ ୬୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି।

ଏହି ସବୁ ଅଞ୍ଚଳରେ ୧୩୪ ଟି କେନ୍ଦ୍ରରେ ୪୫ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ୪୬ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ପାଖାପାଖି ୨,୦୦୦ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ୩୦,୦୦୦ ହେକଫର ଚାଷ ଜମି ଜଳମଗ୍ନ ହୋଇଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

୧୯ ବିଦ୍ରୋହୀ ଟିଏମସି ସାଂସଦଙ୍କ ତାଲିକା ପ୍ରକାଶ: ରଚନା ବାନାର୍ଜୀ ଏବଂ ଶତ୍ରୁଘ୍ନ ସିହ୍ନା ମଧ୍ୟ ସାମିଲ

June 10, 2026

ଓଡ଼ିଶାରେ କୃଷି ରପ୍ତାନି ପାଇଁ ଅପାର ସମ୍ଭାବନା ରହିଛି: କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ

June 10, 2026

କେବେ ମମତାଙ୍କୁ ସୟାନୀ ଘୋଷ କହୁଥିଲେ ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ, ଏବେ ନେଲେ ୟୁ-ଟର୍ଣ୍ଣ

June 10, 2026

୭୮ ଦିନ ପାଇଁ ଅପରିବର୍ତ୍ତିତ ରହିବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଜାଣନ୍ତୁ ସରକାରଙ୍କ ଯୋଜନା

June 10, 2026
Latest News

୧୯ ବିଦ୍ରୋହୀ ଟିଏମସି ସାଂସଦଙ୍କ ତାଲିକା ପ୍ରକାଶ: ରଚନା ବାନାର୍ଜୀ ଏବଂ ଶତ୍ରୁଘ୍ନ ସିହ୍ନା ମଧ୍ୟ ସାମିଲ

June 10, 2026

ଓଡ଼ିଶାରେ କୃଷି ରପ୍ତାନି ପାଇଁ ଅପାର ସମ୍ଭାବନା ରହିଛି: କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ

June 10, 2026

କେବେ ମମତାଙ୍କୁ ସୟାନୀ ଘୋଷ କହୁଥିଲେ ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ, ଏବେ ନେଲେ ୟୁ-ଟର୍ଣ୍ଣ

June 10, 2026

୭୮ ଦିନ ପାଇଁ ଅପରିବର୍ତ୍ତିତ ରହିବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଜାଣନ୍ତୁ ସରକାରଙ୍କ ଯୋଜନା

June 10, 2026

କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ପାରିତ ହେଲା ଏକ ସଂକଳ୍ପ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.