Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁଣି ଆଉ ଆଠଟି ୟୁଟ୍ୟୁବ ନ୍ୟୁଜ ଚାନେଲକୁ ବନ୍ଦ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଜାତୀୟ ଖବର

ପୁଣି ଆଉ ଆଠଟି ୟୁଟ୍ୟୁବ ନ୍ୟୁଜ ଚାନେଲକୁ ବନ୍ଦ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

August 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଣି ଆଉ ଆଠଟି ୟୁଟ୍ୟୁବ ନ୍ୟୁଜ ଚାନେଲକୁ ବନ୍ଦ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଠଟି ୟୁଟ୍ୟୁବ ନ୍ୟୁଜ୍ ଚାନେଲ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଦୁଇଟି ଫେସବୁକ ପୋଷ୍ଟକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆଇଟି ନିୟମ ୨୦୨୧ ଅଧୀନରେ ପ୍ରାପ୍ତ କ୍ଷମତାର ପ୍ରୟୋଗ କରି ମନ୍ତ୍ରଣାଳୟ ପକ୍ଷରୁ ୧୬ ଅଗଷ୍ଟ ୨୦୨୨ରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ଲକ୍ ହୋଇଥିବା ୟୁଟ୍ୟୁବ ଚାନେଲକୁ ୧୧୪ କୋଟି ଥର ଦେଖାଯାଇଥିବା ବେଳେ ଏହାର ୮୫ ଲକ୍ଷରୁ ଅଧିକ ଉପଭୋକ୍ତା ରହିଥିଲେ।

ଏସବୁ ୟୁଟ୍ୟୁବ ଚାନେଲ ଭାରତରେ ଧାର୍ମିକ ସମୁଦାୟ ମଧ୍ୟରେ ଘୃଣା ଏବଂ ବିଦ୍ବେଷ ସୃଷ୍ଟି କରିବା ଭଳି ବିଷୟବସ୍ତୁ ପ୍ରସାରଣ କରୁଥିଲେ। ବ୍ଲକ୍ ହୋଇଥିବା କେତେକ ୟୁଟ୍ୟୁବ ଚାନେଲରେ ମିଥ୍ୟା ଦାବିମାନ କରାଯାଇଥିଲା। ଏଥିରେ ପ୍ରସାରିତ ହୋଇଥିବା କେତେକ ମିଛ ଖବର ମଧ୍ୟରେ ରହିଛି :

1-ଧାର୍ମିକ ଢାଞ୍ଚା ଭାଙ୍ଗିବା ଲାଗି ଭାରତ ସରକାରଙ୍କ ନିର୍ଦ୍ଦେଶ ( ମିଛ ଖବର )

2- ଧାର୍ମିକ ସମାରୋହକୁ ନିଷେଧ କରିବା ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶ ( ମିଛ ଖବର)

3-ଭାରତରେ ଧର୍ମ ଯୁଦ୍ଧର ଘୋଷଣା ଆଦି।( ମିଛ ଖବର )

ଏଭଳି ବିଷୟବସ୍ତୁ ଭାରତରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ କ୍ଷତିଗ୍ରସ୍ତ କରିବା ସହିତ ସାର୍ବଜନୀନ ବ୍ୟବସ୍ଥା ଏବଂ ଆଇନଶୃଙ୍ଖଳା ବିଗାଡ଼ିବାର ଆଶଙ୍କା ରହିଥିଲା। ଭାରତୀୟ ସେନାବାହିନୀ, ଜମ୍ମୁ ଓ କଶ୍ମୀର ଆଦି ବିଷୟ ଉପରେ ଏସବୁ ୟୁଟ୍ୟୁବ ଚାନେଲରେ ମିଛ ଖବର ପ୍ରସାରଣ କରାଯାଉଥିଲା। ଏସବୁ ବିଷୟବସ୍ତୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏହା ଜାତୀୟ ସୁରକ୍ଷା ଏବଂ ଅନ୍ୟ ରାଷ୍ଟ୍ର ସହ ଭାରତର ସମ୍ପର୍କ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଥିଲା।

ମନ୍ତ୍ରଣାଳୟ ଦ୍ବାରା ବ୍ଲକ ହୋଇଥିବା ସମସ୍ତ ଚାନେଲରେ ଏପରି ବିଷୟବସ୍ତୁମାନ ପ୍ରସାରିତ ହେଉଥିଲା ଯାହା ଭାରତର ସାର୍ବଭୌମତ୍ବ ଏବଂ ଅଖଣ୍ଡତା, ଦେଶର ସୁରକ୍ଷା, ଅନ୍ୟ ରାଷ୍ଟ୍ର ସହ ଭାରତର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଏବଂ ଦେଶର ସାର୍ବଜନୀନ ବ୍ୟବସ୍ଥାକୁ ବିଗାଡ଼ିବାର ଆଶଙ୍କା ରହିଥିଲା।

ତଦନୁଯାୟୀ, ଏହି ବିଷୟବସ୍ତୁ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ଧାରା ୬୯ ଏ ଅଧୀନରେ ଆସୁଥିଲା। ବ୍ଲକ ହୋଇଥିବା ୟୁଟ୍ୟୁବ ଚାନେଲଗୁଡ଼ିକ ମିଛ ଏବଂ ସମ୍ବେଦନଶୀଳ ଥମ୍ବନେଲ, ସମ୍ବାଦ ପାଠକମାନଙ୍କ ଫଟୋ ଏବଂ କେତେକ ଲୋକପ୍ରିୟ ନ୍ୟୁଜ ଚାନେଲଙ୍କ ଲୋଗୋ ବ୍ୟବହାର କରି ଦର୍ଶକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଥିଲେ ଯାହାଫଳରେ ସେମାନେ ଏହି ମିଛ ଖବରକୁ ସତ ବୋଲି ଭାବିବେ।

ବନ୍ଦ ହୋଇଥିବା ଏସବୁ ୟୁଟ୍ୟୁବ ଚାନେଲରେ ପ୍ରସାରିତ ଭିଡିଓ ମଝିରେ କେତେ ବିଜ୍ଞାପନ ପ୍ରସାରିତ ମଧ୍ୟ ହେଉଥିଲା। ଏସବୁ ବିଜ୍ଞାପନରେ ପ୍ରସାରିତ ବିଷୟବସ୍ତୁ ଭାରତରେ ସାମ୍ପ୍ରଦାୟିକ ସଦ୍ଭାବ, ସାର୍ବଜନୀନ ବ୍ୟବସ୍ଥା ଏବଂ ଭାରତର ବୈଦେଶିକ ସମ୍ପର୍କକୁ କ୍ଷତିଗ୍ରସ୍ତ କରିବାର ଆଶଙ୍କା ରହିଥିଲା। ଏହି କାର୍ଯ୍ୟାନୁଷ୍ଠାନ ସହିତ ଡିସେମ୍ବର ୨୦୨୧ ଠାରୁ ବର୍ତ୍ତମାନ ସୁଦ୍ଧା ମନ୍ତ୍ରଣାଳୟ ପକ୍ଷରୁ ୧୦୨ଟି ୟୁଟ୍ୟୁବ ସମାଚାର ଚାନେଲ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ବନ୍ଦ କରି ଦିଆଯାଇଛି।

ବିଶ୍ବସନୀୟ, ଭରସାଯୋଗ୍ୟ ଏବଂ ନିରାପଦକ ଅନଲାଇନ ସମାଚାର ଗଣମାଧ୍ୟମ ପରିବେଶ ସୁନିଶ୍ଚିତ କରିବା ଦିଗରେ ଭାରତ ସରକାର ସଂକଳ୍ପବଦ୍ଧ। ଭାରତର ସାର୍ବଭୌମତ୍ବ, ଏକତା ଓ ଅଖଣ୍ଡତା, ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ବ୍ୟବସ୍ଥାକୁ ବିଗାଡ଼ିବାକୁ ହେଉଥିବା ସବୁ ପ୍ରଚେଷ୍ଟାକୁ ପଣ୍ଡ କରିବା ଲାଗି ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଜୟପୁରରେ ଆଶୁତୋଷ ରାଙ୍କାଙ୍କୁ ଆକ୍ରମଣ?: CJP କର୍ମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ

August 21, 2026

ଛତିଶଗଡରେ ମଧ୍ୟ ପେପର ଲିକ୍: ରଦ୍ଦ ହେଲା ପରୀକ୍ଷା

August 21, 2026

ଓଡ଼ିଶାର ଏସଆଇଆର ମଡେଲକୁ ଗ୍ରହଣ କରିବ ମହାରାଷ୍ଟ୍ର: ମୁଖ୍ୟ ନିର୍ବାଚନ ଅଧିକାରୀ

August 21, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

August 21, 2026
Latest News

ଭିଜିଲାନ୍ସ ଜାଲରେ ତହସିଲଦାର, ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ

August 21, 2026

ଭୟଙ୍କର ସଡ଼କ ଦୁର୍ଘଟଣା, ମହିଳାଙ୍କ ସମେତ ୨ ଶିଶୁ ମୃତ

August 21, 2026

ବଲାଙ୍ଗୀରରେ ଲୋମଟାଙ୍ଗୁରା ହତ୍ୟାକାଣ୍ଡ

August 21, 2026

ଜୟପୁରରେ ଆଶୁତୋଷ ରାଙ୍କାଙ୍କୁ ଆକ୍ରମଣ?: CJP କର୍ମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ

August 21, 2026

ଛତିଶଗଡରେ ମଧ୍ୟ ପେପର ଲିକ୍: ରଦ୍ଦ ହେଲା ପରୀକ୍ଷା

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.