Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଂଗ୍ରେସରୁ ଇସ୍ତଫା ଦେବା ପରେ ଗୁଲାମ ନବୀ ଆଜାଦଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ? ଜାଣନ୍ତୁ
ଜାତୀୟ ଖବର

କଂଗ୍ରେସରୁ ଇସ୍ତଫା ଦେବା ପରେ ଗୁଲାମ ନବୀ ଆଜାଦଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ? ଜାଣନ୍ତୁ

August 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାବେଳେ ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ। ଏହି ସମୟରେ ଗୁଲାମ ନବୀ ଆଜାଦ ଏକ ନୂଆ ଦଳ ଗଠନ କରିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ସେ ନିଜ ନିର୍ବାଚନମଣ୍ଡଳୀରୁ ନିଜ ଦଳ ଆରମ୍ଭ କରିବାକୁ ଚାହୁଁଛନ୍ତି।

କିଛି ଦିନ ପୂର୍ବରୁ ଗୁଲାମ ନବୀ ଆଜାଦ ମଧ୍ୟ ଜମ୍ମୁ କାଶ୍ମୀର କଂଗ୍ରେସ ଅଭିଯାନ କମିଟିର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ସେ ଖୁବ ଶୀଘ୍ର କଂଗ୍ରେସକୁ ବିଦାୟ ଦେବାକୁ ଯାଉଛନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା। ଚଳିତ ବର୍ଷ ଶେଷ ସୁଦ୍ଧା ଜମ୍ମୁ କାଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ।

ଆଜାଦଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ, ଜମ୍ମୁ କାଶ୍ମୀରରେ ନିର୍ବାଚନ ପୂର୍ବରୁ ସେ ଏହି ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିବାକୁ ଆଗ୍ରହୀ। ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ଉପତ୍ୟକାର ଅନ୍ୟାନ୍ୟ କଂଗ୍ରେସ ନେତା ଦଳ ଛାଡିଥିଲେ। ପୂର୍ବତନ ବିଧାୟକ ଜିଏମ ସରୁରି, ହାଜି ଅବଦୁଲ ରସିଦ, ମୋହମ୍ମଦ ଅମିନ ଭଟ, ଗୁଲଜାର ଅହମ୍ମଦ ୱାନି ଏବଂ ଚଚୌଧୁରୀ ଅହମ୍ମଦ ଆକ୍ରାମ ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏମାନଙ୍କ ବ୍ୟତୀତ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଆରଏସ ଚିବ ମଧ୍ୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

୭୩ ବର୍ଷିୟ ଆଜାଦ ଆଜି ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଏହି ଅଧ୍ୟାଦେଶକୁ ଚିରିଦେବା ଏକ ଅପରିପକ୍ୱତାର ପରିଚୟ। ଏଥି ସହିତ ଆଜାଦ କହିଛନ୍ତି ଯେ, ସେ ଦଳ ଚଳାଇବାକୁ ଅନଭିଜ୍ଞ ଚାଟୁକାରିତମାନଙ୍କୁ ଦାୟିତ୍ଵ ଦେଇଛନ୍ତି। ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ PA ଏବଂ ସୁରକ୍ଷା କର୍ମୀ ନିଷ୍ପତ୍ତି ନିଅନ୍ତି। ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ରରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ଏବଂ ବିଶେଷ କରି ଜାନୁୟାରୀ ୨୦୧୩ ପରେ ଯେତେବେଳେ ଆପଣ ତାଙ୍କୁ ଭିପି ଭାବରେ ନିଯୁକ୍ତ କରିଥିଲେ, ତାଙ୍କ ଦ୍ଵାରା ପୂର୍ବରୁ ଥିବା ପରାମର୍ଶ ପ୍ରଣାଳୀ ଧ୍ଵସ୍ତ ହୋଇଯାଇଥିଲା।

ଦଳର ପ୍ରାଥମିକ ସଦସ୍ୟତା ସମେତ ସମସ୍ତ ପଦବୀରୁ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା କଂଗ୍ରେସ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ ବୋଲି କହିଛି। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଶୁକ୍ରବାର ଦିନ ଆଜାଦଙ୍କ ଉପରେ ଆକ୍ରମଣ କରି ଏହା ମଧ୍ୟ କହିଛନ୍ତି ଯେ, ‘ଜିଏନଏ’ (ଗୁଲାମ ନବୀ ଆଜାଦ) ର ଡିଏନଏ ‘ମୋଦୀ-ମୟ’ରେ ପରିଣତ ହୋଇଛି। ସେ କହିଛନ୍ତି ଯେ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି ଯେଉଁ ସମୟରେ କଂଗ୍ରେସ ମୁଦ୍ରାସ୍ଫୀତି, ବେକାରୀ ଏବଂ ଧୃବିକରଣ ବିରୋଧରେ ଲଢୁଛି। ତାଙ୍କର ଇସ୍ତଫା ପତ୍ରରେ କୁହାଯାଇଥିବା କଥା ସତ୍ୟ ନୁହେଁ, ଏହାର ସମୟ ମଧ୍ୟ ଠିକ୍ ନୁହେଁ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଆଜାଦ କଂଗ୍ରେସର ବରିଷ୍ଠ ନେତା ତଥା ଜମ୍ମୁ କାଶ୍ମୀରରେ ଦଳର ମୁଖିଆ ଥିଲେ। ସମଗ୍ର ବିରୋଧୀଙ୍କଠାରୁ ସମ୍ମାନ ପାଇଥିବା ଅଳ୍ପ କିଛି ନେତାଙ୍କ ମଧ୍ୟରୁ ସେ ଜଣେ। ଗତ ବର୍ଷ ଗୁଲାମ ନବୀ ଆଜାଦଙ୍କ ରାଜ୍ୟସଭା ବିଦାୟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବପ୍ରବଣ ହୋଇଥିଲେ। ପରେ ଆଜାଦ ଜମ୍ମୁରେ ଏକ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ ଏବଂ ଶୀର୍ଷ ପଦବୀରେ ରହିବା ପରେ ମଧ୍ୟ ସେ ନିଜ ମୂଳ ଭୁଲି ନାହାଁନ୍ତି ବୋଲି କହିଥିଲେ।

କଂଗ୍ରେସ ଗୁଲାମ ନବୀ ଆଜାଦ ଜମ୍ମୁ କାଶ୍ମୀର
Share. Facebook Twitter LinkedIn Email WhatsApp Copy Link

Related Posts

ଡିଏମକେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ

February 27, 2026

କେଜରିୱାଲ ଏବଂ ସିସୋଦିଆଙ୍କୁ ବଡ଼ ଆଶ୍ୱସ୍ତି: ଏହି ମାମଲାରେ ସିବିଆଇକୁ ଭର୍ତ୍ସନା କଲେ କୋର୍ଟ

February 27, 2026

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 27, 2026

ଆଜି କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

February 27, 2026
Latest News

ଡିଏମକେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ

February 27, 2026

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.