Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯଦି ନରେନ୍ଦ୍ର ମୋଦୀ ଆଉ ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି, ତାହେଲେ ତାଙ୍କର ବିରୋଧୀମାନେ କରିବେ କଣ?
ବିଶେଷ ଖବର

ଯଦି ନରେନ୍ଦ୍ର ମୋଦୀ ଆଉ ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି, ତାହେଲେ ତାଙ୍କର ବିରୋଧୀମାନେ କରିବେ କଣ?

May 18, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
if narendra modi will be again pm of india, what should do critics
if narendra modi will be again pm of india, what should do critics

କେଦାର ମିଶ୍ର

ଗତ କିଛିଦିନ ତଳେ ଆମେ ଗୋଟେ ଭୋଜିରୁ ଫେରୁଥିଲୁ। ଆମ ସାଙ୍ଗରେ ଥିବା ମୋର ଜଣେ ବଡଭାଇ ମୋତେ ପଚାରିଲେ, ନରେନ୍ଦ୍ର ମୋଦୀ ଯଦି ଆଉଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି, ତାହେଲେ ତମେ କଣ କରିବ? ବଡଭାଇ ଭଲଭାବରେ ଜାଣନ୍ତି ଯେ, ମୁଁ ନରେନ୍ଦ୍ର ମୋଦୀଙ୍କର ଜଣେ କଠୋର ସମାଲୋଚକ ଓ ଗତ ପାଞ୍ଚ ବର୍ଷ ଭିତରେ ମୁଁ ନିରନ୍ତର ମୋଦୀଙ୍କର ଲୋକବିରୋଧୀ ନୀତି କୁ ସମାଲୋଚନା କରିଆସିଛି। ଗଣତନ୍ତ୍ରରେ ୩୦% ଲୋକଙ୍କ ଭୋଟ ପାଇ ପ୍ରଧାନମନ୍ତ୍ରୀ ହେବା ଯେତିକି ସାମ୍ବିଧାନିକ, ଏ ଦେଶର ଜଣେ ସାଧାରଣ ଭୋଟର ଭାବରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା ମଧ୍ୟ ସେଇ ସମ୍ବିଧାନ ପ୍ରଦତ୍ତ ଅଧିକାରର ଏକ ଅଂଶ। ମୁଁ ୨୦୧୪ ପୂର୍ବରୁ କଂଗ୍ରେସର ମଧ୍ୟ ସମାଲୋଚକ ଥିଲି। ୧୯୮୯ ରୁ ଆଜିଯାଏ ମୁଁ ଯେଉଁମାନଙ୍କୁ ଭୋଟ ଦେଇଛି, ସେମାନେ ସରକାର ବିରୋଧୀ ବା କ୍ଷମତା ବାହାରେ ରହୁଥିବା ଲୋକ। ମୁଁ କେବେବି କଂଗ୍ରେସ ବା ବିଜେପିକୁ ମୋର ଭୋଟ ଦେଇନାହିଁ। ୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସ ସରକାରର ଭ୍ରଷ୍ଟାଚାର ବିରୋଧରେ ଏତେ କଥା ମୁଁ ଲେଖିଛି, ହେଲେ କୌଣସି କଂଗ୍ରେସ ନେତା ବା କର୍ମୀ ମୋତେ କହିନାହାନ୍ତି, ତମେ ଦେଶଦ୍ରୋହୀ ବା ଧର୍ମଦ୍ରୋହୀ। ଆଜି ମୋଦୀଙ୍କ ଜୟ ଓ ପରାଜୟ ପରେ ମୁଁ କଣ କରିବି, ଏ ପ୍ରଶ୍ନ କାହିଁକି?

ମୋ ବଡଭାଇ ମୋତେ ଚିଡେଇବାକୁ ଏ ପ୍ରଶ୍ନ କରିଥିବା ମୁଁ ଜାଣେ, କିନ୍ତୁ ପ୍ରତିଦିନ ସୋସିଆଲ ମିଡିଆରେ ଆମେ ତ ଏମିତି ବହୁ କଥା ଶୁଣୁଛୁ। ଯଦି ନିର୍ବାଚନ ସମୟରେ କିଛି ବି ଆକଳନ ବା ରିପୋର୍ଟ ଲେଖାଯାଇଛି, ତାକୁ ନେଇ ବହୁ ବୋଲି ବାଣୀ ଆମେ ଶୁଣୁଛୁ। ଗୋଟେ ସମୟରେ ଯେଉଁ ମହାନ ସାମ୍ବାଦିକମାନଙ୍କ ଲେଖା ପଢି ଆମେ ଉଦବୁଦ୍ଧ ହେଉଥିଲୁ ସେମାନେ ସମସ୍ତେ ଥିଲେ ତାଙ୍କ ସମୟର ସରକାର ବିରୋଧୀ। କୁଲଦୀପ ନାୟାର, ରାଜମୋହନ ଗାନ୍ଧୀ, ଏମ.ଜେ. ଆକବର (ଅବଶ୍ୟ ଏବେ ବିଜେପିର ସାଂସଦ ଥିବା ଲୋକଟିକୁ ଆମେ ଜାଣିନୁ), ଅରୁଣ ଶୌରୀ (ଶୌରୀଙ୍କ ବିଚାର ସହିତ ଅନେକ ସମୟରେ ମୁଁ ଏକମତ ନୁହଁ) ପ୍ରମୁଖଙ୍କୁ ଆମେ ପଢୁଥିଲୁ ଓ ଭଲ ପାଉଥିଲୁ କାରଣ ଏମାନେ ସରକାର ବିରୋଧରେ ଖୋଲାଖୋଲି ଲେଖିବାର ସାହସ କରୁଥିଲେ। ଆଜି କିନ୍ତୁ ସରକାର ବା ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିବା ଦେଶର ବିରୋଧ ପାଲଟି ଯାଇଛି। ନାଗରିକଙ୍କ ଜାଗାରେ ଗୋଟେ ବିରାଟ ଭକ୍ତ ବାହିନୀ ଏବେ ଆମ ଗଣତନ୍ତ୍ରର ଗଳାରେ ଗୋଇଠା ମାଡ କରିଚାଲିଛନ୍ତି।

ସେହି ପୃଷ୍ଠଭୂମିରେ ଆଜି ପୁଣି ନିର୍ବାଚନ ହେଉଛି। ସାତୋଟି ପର୍ୟାୟରେ ହୋଇଥିବା ଅନ୍ତିମ ଦିନର ଶେଷ ଭୋଟ ଆସନ୍ତା କାଲି ସନ୍ଧ୍ୟାରେ ପଡିବା ପୂର୍ବରୁ ମୁଁ ନିଜେ ନିଜକୁ ଏ ପ୍ରଶ୍ନ ପଚାରୁଛି- ପୁଣିଥରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲେ ଆମେ ବିରୋଧୀମାନେ କରିବୁ କଣ? ଏହାର ଅତି ସରଳ ଆଉ ସହଜ ପ୍ରଶ୍ନ ହେଉଛି, ଆଜି ଆମର ଯେଉଁ ବିରୋଧ ଅଛି, ଆସନ୍ତା କାଲି ବି ସେ ବିରୋଧ ଜାରି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ ବା ଆଉ କେହି, ଆମର ଭୂମିକା ସବୁବେଳେ ସରକାର ବିରୋଧରେ ରହି ଆସିଛି ଓ ରହିବ। ଗଣତନ୍ତ୍ରରେ ଗୋଟିଏ ଧ୍ରୁବ ସତ୍ୟ ହେଉଛି, କ୍ଷମତା ପାଉଥିବା ଲୋକ ଯେତିକି ଭୋଟ ପାଏ, ତା ବିରୋଧରେ ତାହାଠୁ ଅଧିକ ଭୋଟ ପଡିଥାଏ। କ୍ଷମତାର ଅହଂକାର ବିରୋଧରେ ବେସାଲିସ ଲେଖିବା ଆମର କାମ ଓ ସେ କାମ ଆମେ କରିଚାଲିବୁ।

ନରେନ୍ଦ୍ର ମୋଦୀ ଆଉଥରେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେଲେ, ଆମପରି ବିରୋଧୀଙ୍କ ଭୂମିକା ଆହୁରି ବଢିଯିବ। କାରଣ ଗତ ପାଞ୍ଚବର୍ଷ ଭିତରେ ନରେନ୍ଦ୍ର ମୋଦୀଙ୍କ କାମ କରିବାର ଢଙ୍ଗରେ ଏକଛତ୍ରବାଦର ସ୍ପଷ୍ଟ ଝଲକ ଦେଖିବାକୁ ମିଳିଛି। ଜଣେ ଏକଛତ୍ରବାଦୀ ଶାସକ ବିରୋଧରେ ଗଣତନ୍ତ୍ରକୁ ବଞ୍ଚାଇବା ଲାଗି ସଂଘର୍ଷ କରିବା ଆଗାମୀ ସମୟରେ ସବୁଠୁ ବଡ ଆହ୍ଵାନ ହେବ। ଗାନ୍ଧୀଙ୍କ ଦେଶରେ ଗଡସେ ଭକ୍ତମାନଙ୍କର ଶାସନକୁ ପ୍ରତି ମୂହୁର୍ତ୍ତରେ ସାମ୍ନା କରିବା କମ ବଡ ସଂଘର୍ଷ ନୁହେଁ। ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଗାନ୍ଧୀ ପୂଜକ ବୋଲି ଯେତେ କହିଲେ ମଧ୍ୟ ଆମେ ଜାଣୁ ଏମାନେ ସମସ୍ତେ ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡସେର ପ୍ରଚଣ୍ଡ ଅନୁଗାମୀ। ଏମାନଙ୍କ ଘର କାନ୍ଥରେ ବିନାୟକ ଦାମୋଦର ସାଭରକର ନାମକ ଯେଉଁ ବ୍ୟକ୍ତିର ଚିତ୍ର ଟଙ୍ଗା ହୋଇଥାଏ, ସେ ଗାନ୍ଧୀ ହତ୍ୟାର ଅନ୍ୟତମ ଷଡଯନ୍ତ୍ରକାରୀ ଥିଲେ। ତେଣୁ ଏମାନେ ଗଡସେ ଭକ୍ତ ସାକ୍ଷୀ ମହାରାଜ, ପ୍ରଜ୍ଞା ଠାକୁର, ଅନନ୍ତ ହେଗେଡେମାନଙ୍କୁ ଟିକଟ ଦିଅନ୍ତି ଓ ସେମାନଙ୍କୁ କ୍ଷମା କରିପାରିବେ ନାହିଁ ବୋଲି କୁମ୍ଭୀର କାନ୍ଦଣା କାନ୍ଦନ୍ତି। ଗାନ୍ଧୀଙ୍କ ଦେଶରେ ଜଣେ ଗାନ୍ଧୀ ବିରୋଧୀ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିବା ଆମର ସବୁଠୁ ବଡ ଦେଶପ୍ରେମ ବୋଲି ମୁଁ ଭାବେ।

ନିର୍ବାଚନ ଫଳ ବାହାରିବା ଆଗରୁ “ଜିତେଗା ତୋ ମୋଦୀ ହି” ବୋଲି କହୁଥିବା ଭକ୍ତମାନଙ୍କୁ ଆମର ସିଧା ସିଧା ଉତ୍ତର ହେଉଛି- ନିର୍ବାଚନରେ ଯିଏ ବି ଜିତୁ ବା ହାରୁ, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଲାଗି ଆମର ସଂଘର୍ଷ ଓ ଲେଖାଲେଖିରେ ପୂର୍ଣ୍ଣଚ୍ଛେଦ ପଡିବାର ନାହିଁ।

monopoly naredra modi
Share. Facebook Twitter LinkedIn Email WhatsApp Copy Link

Related Posts

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

ପି.ଏମ୍ କିଷାନରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡକୁ ପୂରଣ କରି ସହାୟତା ଲାଭ କରନ୍ତୁ: ମୁଖ୍ୟମନ୍ତ୍ରୀ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.