Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଂଗ୍ରେସରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ସାଧାରଣ ସଭାକୁ ସମ୍ବୋଧିତ କରିବେ ଗୁଲାମ, ହୋଇପାରେ ବଡ଼ ଘୋଷଣା
ଜାତୀୟ ଖବର

କଂଗ୍ରେସରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ସାଧାରଣ ସଭାକୁ ସମ୍ବୋଧିତ କରିବେ ଗୁଲାମ, ହୋଇପାରେ ବଡ଼ ଘୋଷଣା

September 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପାଞ୍ଚ ଦଶନ୍ଧି ଧରି କଂଗ୍ରେସ ଦଳ ସହ ଜଡିତ ହେବା ପରେ ଗୁଲାମ ନବୀ ଆଜାଦ ଇସ୍ତଫା ଦେଇଛନ୍ତି। ଗୁଲାମ ନବୀ ଆଜାଦ ତାଙ୍କ ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ରରେ କଂଗ୍ରେସ ନେତୃତ୍ୱ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଥି ସହିତ ଆଜିଠାରୁ ଗୁଲାମ ନବୀ ଆଜାଦ ରାଜନୀତିରେ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଆଜିଠାରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରରେ ରହିବେ ଏବଂ ଏହି ସମୟ ମଧ୍ୟରେ ସେ ତାଙ୍କ ସମର୍ଥନରେ ଲୋକଙ୍କୁ ନେବାକୁ ଚେଷ୍ଟା କରିବେ।

ଗୁଲାମ ନବୀ ଆଜାଦ ଇସ୍ତଫା ଦେବା ପରେ ଆଜି ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି। ଏଠାରେ ସେ ଏକ ସୈନିକ କଲୋନୀରେ ଏକ ସାଧାରଣ ସଭା କରିବେ। ଏହି ସାଧାରଣ ସଭାରେ ପ୍ରାୟ ୨୦ ହଜାର ଲୋକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ସୂଚନାନୁସାରେ, ଗୁଲାମ ନବୀ ଆଜାଦ ଆଜି ଏହି ସାଧାରଣ ସଭାରେ ନିଜର ନୂତନ ଦଳ ଘୋଷଣା କରିପାରନ୍ତି।

ପୂର୍ବତନ ମନ୍ତ୍ରୀ ଜିଏମ ସରୁରୀ କହିଛନ୍ତି ଯେ, ଆଜି ଜାମ୍ମୁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀଙ୍କୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ଏବଂ ସୈନିକ କଲୋନୀରେ ସାଧାରଣ ସଭା ସ୍ଥଳ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯିବ। ପ୍ରକାଶ ଥାଉ କି, ଗୁଲାମ ନବୀଙ୍କ ସମର୍ଥନରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଜିଏମ ସରୁରୀ ଅନ୍ୟତମ।

ଉଲ୍ଲେଖ ଯୋଗ୍ୟ ଯେ, ଗୁଲାମ ନବୀ ତାଙ୍କ ଇସ୍ତଫା ସମୟରେ ଦଳକୁ ନେଇ ଅନେକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ରାହୁଲ ଗାନ୍ଧୀଙ୍କ ଉପରେ ମଧ୍ୟ ଆକ୍ରମଣ କରି କହିଥିଲେ ଯେ, ସେ କାହାର ପରାମର୍ଶ ବିନା ଦଳର ପ୍ରତ୍ୟେକ ନିଷ୍ପତ୍ତି ନିଅନ୍ତି। ଆଜାଦ ଅଭିଯୋଗ କରିଥିଲେ ଯେ, ଦଳର ବରିଷ୍ଠ ନେତାମାନେ ଅପମାନିତ ହେଉଛନ୍ତି। ଗୁଲାମ ନବୀଙ୍କ ଇସ୍ତଫା ପରେ ୮ ଜଣ ପୂର୍ବତନ ମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ କର୍ମୀ ଦଳରୁ ଇସ୍ତଫା ଦେଇଛନ୍ତି।

କଂଗ୍ରେସ ଗୁଲାମ ନବୀ ଆଜାଦ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ: ସାମିଲ ହେଲେ ଏହି ଘାତକ ବୋଲର

February 7, 2026

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026

ପାକିସ୍ତାନ ସୀମାରେ ଅବସ୍ଥିତ ‘ଗୁରନାମ ’ ଏବଂ’ ବୋବିଆ ’ ବିଓପି ପରିଦର୍ଶନ କଲେ ଅମିତ ଶାହ

February 7, 2026

ଆଜି ସାତୋଟି ରାଶି ପାଇଁ ରହିଛି ଧନ ଯୋଗ, ଜାଣନ୍ତୁ ୭ ଫେବୃୟାରୀର ରାଶିଫଳ

February 7, 2026
Latest News

ବ୍ରାଉନ ସୁଗାର କାରବାର ଅଭିଯୋଗ: ୩ ଯୁବକ କୋର୍ଟ ଚାଲାଣ

February 7, 2026

ବନ୍ଧୁକ କାରବାର କରୁଥିବା ବେଳେ ଦୁଇ ଯୁବକ ଗିରଫ: ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

February 7, 2026

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ: ସାମିଲ ହେଲେ ଏହି ଘାତକ ବୋଲର

February 7, 2026

ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳ

February 7, 2026

ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.