Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»“ବନ୍ଧୁଙ୍କ ରୋଜଗାରରେ ବ୍ୟସ୍ତ ରାଜା, ଦରଦାମ ବୃଦ୍ଧିରେ ତ୍ରସ୍ତ ପ୍ରଜା”; ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ
ବିଶେଷ ଖବର

“ବନ୍ଧୁଙ୍କ ରୋଜଗାରରେ ବ୍ୟସ୍ତ ରାଜା, ଦରଦାମ ବୃଦ୍ଧିରେ ତ୍ରସ୍ତ ପ୍ରଜା”; ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

September 4, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ରାମଲିଲା ମଇଦାନରେ କଂଗ୍ରେସ ମୁଦ୍ରାସ୍ଫୀତି ବିରୋଧରେ ଏକ ହଲ୍ଲାବୋଲ କରୁଛି। ରାମଲିଲା ମଇଦାନରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ରାଲିର ଆୟୋଜନ କରାଯାଇଛି। ଏହି ରାଲିରେ ବେକାରୀ ସମସ୍ୟା ତଥା ସାମଗ୍ରୀ ଉପରେ ଦ୍ରବ୍ୟ ଏବଂ ସେବା କର ବୃଦ୍ଧି ଉପରେ ମଧ୍ୟ ସରକାରକୁ ଆକ୍ରମଣ କରାଯାଉଛି।

ସେପଟେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଏକ ଟୁଇଟ୍ କରିଛନ୍ତି। ଏହି ଟୁଇଟ୍‌ରେ ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, “ଆଜି ବନ୍ଧୁଙ୍କ ରୋଜଗାରରେ ରାଜା ବ୍ୟସ୍ତ ଥିବାବେଳେ ଲୋକମାନେ ଦରଦାମ ବୃଦ୍ଧିର ଶିକାର ହେଉଛନ୍ତି, ଆବଶ୍ୟକୀୟ ଜିନିଷ କିଣିବା ପୂର୍ବରୁ ଲୋକଙ୍କୁ ଦଶଥର ଚିନ୍ତା କରିବାକୁ ପଡୁଛି। ଏହି ସମସ୍ୟା ପାଇଁ କେବଳ ପ୍ରଧାନମନ୍ତ୍ରୀ ଦାୟୀ। ଆମେ ମୁଦ୍ରାସ୍ଫୀତି ବିରୋଧରେ ସ୍ୱର ଉଠାଇବୁ, ରାଜାଙ୍କୁ ଏକଥା ଶୁଣିବାକୁ ପଡ଼ିବ।

ଏହା ସହ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଛି। ଯେଉଁଥିରେ କଂଗ୍ରେସ କର୍ମୀ ଓ ନେତାମାନେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରିବାବେଳେ କଂଗ୍ରେସ ଲେଖିଛି ଯେ, ମୁଦ୍ରାସ୍ଫୀତି ବିରୋଧରେ କୋଟି କୋଟି ସ୍ୱର ବର୍ତ୍ତମାନ ‘ଝଡ’ ସୃଷ୍ଟି କରିଛି। ଏହା ଏପରି ଏକ ଝଡ, ଯାହା ଏହି ଅନ୍ୟାୟ ଏବଂ ନିର୍ଦ୍ଦୟ ସରକାରର ଶକ୍ତିକୁ ଧ୍ୱଂସ କରିବ।

ମୁଦ୍ରାସ୍ଫୀତି, ବେକାରୀ ଏବଂ ଜିଏସଟି ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କୁ ଆକ୍ରମଣ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ କଂଗ୍ରେସ କର୍ମୀମାନେ ରାମଲିଲା ମଇଦାନରେ ଆୟୋଜିତ ଏହି ରାଲିରେ ଭାଗ ନେଉଛନ୍ତି। ଏହି କଂଗ୍ରେସ ସମାବେଶକୁ ଦୃଷ୍ଟିରେ ରଖି ରାମଲିଲା ମଇଦାନ ଚାରିପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଦରଦାମ ବୃଦ୍ଧି ମୁଦ୍ରାସ୍ଫୀତି ରାହୁଲ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ସ୍କୁଲ ବହିରେ ତ୍ରୁଟି: ନିଲମ୍ବିତ ହେଲେ ପୂର୍ବତନ ନିର୍ଦ୍ଦେଶକଙ୍କ ସହ ତିନି ଅଫିସର, ୬ ଜଣଙ୍କ ବିରୋଧରେ..

June 26, 2026

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

ରାମ ମନ୍ଦିର ଦାନ ଚୋରି ମାମଲା: ୬ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ

June 25, 2026
Latest News

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.