Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୁରୁ ଦିବସରେ ଶିକ୍ଷକ ମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି  
ବିଶେଷ ଖବର

ଗୁରୁ ଦିବସରେ ଶିକ୍ଷକ ମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି  

September 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜ୍ଞାନ, ସାହିତ୍ୟ କିମ୍ବା ସାମାଜିକ ବିଜ୍ଞାନ ଆଦି ବିଷୟ ଗୁଡିକରେ ମୂଳ ପ୍ରତିଭାର ବିକାଶ ମାତୃଭାଷା ମାଧ୍ୟମରେ ଅଧିକ ପ୍ରଭାବଶାଳୀ ହୋଇପାରିବ ବୋଲି ସୋମବାର ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

ଶ୍ରୀମତୀ ମୁର୍ମୁ ଦେଶର ୪୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଜାତୀୟ ପୁରସ୍କାର-୨୦୨୨ ପ୍ରଦାନ କରିଛନ୍ତି। ଓଡ଼ିଶା ପୁରୀର ଇଶ୍ୱର ଚନ୍ଦ୍ର ନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।  ଶ୍ରୀ ନାୟକ ଶିକ୍ଷାର୍ଥୀ ମାନଙ୍କ ପାଇଁ ସ୍ୱତନ୍ତ୍ର ପାଠପଢା ସାମଗ୍ରୀ ପ୍ରସ୍ତୁତ କରିବା ସହ ଶିକ୍ଷାଦାନ କ୍ଷେତ୍ରରେ ନୂତନ ଶୈଳୀର ପ୍ରୟୋଗ କରିଛନ୍ତି। ଏହି ପୁରସ୍କାର ଦେବା ଅବସରରେ ରାଷ୍ଟ୍ରପତି ନିଜ ଗୁରୁମାନଙ୍କୁ ସ୍ମରଣ କରିବା ସହ କହିଛନ୍ତି ଯେ ଗୁରୁମାନେ କେବଳ ମୋତେ ଶିକ୍ଷା ଦେଇ ନାହାଁନ୍ତି ବରଂ ଜୀବନରେ ଲଢେଇ କରିବା ପାଇଁ ପ୍ରେରଣା ମଧ୍ୟ ଦେଇଛନ୍ତି। ମାଆ ମାନେ ହିଁ ଆମକୁ ପ୍ରାରମ୍ଭିକ ଜୀବନରେ ଆମକୁ ବଞ୍ଚିବାର କଳା ଶିଖାଇଛନ୍ତି। ସେଥିପାଇଁ ମାତୃଭାଷା ହିଁ ବାସ୍ତବ ପ୍ରତିଭାର ବିକାଶରେ ସହାୟକ ହୋଇଥାଏ। ମା’ଙ୍କ ପରେ ଶିକ୍ଷକମାନେ ଆମର ଜୀବନରେ ଶିକ୍ଷାକୁ ଆଗକୁ ନିଅନ୍ତି । ଯଦି ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ନିଜ ମାତୃଭାଷାରେ ପଢ଼ାଇବେ ତେବେ ଛାତ୍ରଛାତ୍ରୀମାନେ ସହଜରେ ନିଜର ପ୍ରତିଭା ବିକାଶ କରିପାରିବେ। ଏଥିପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ରେ ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷା ପାଇଁ ଭାରତୀୟ ଭାଷା ଗୁଡ଼ିକର ବ୍ୟବହାରକୁ ଯୋର୍ ଦିଆଯାଇଛି।

ସେହିପରି କେନ୍ଦ୍ର, ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁ ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷା ଜଗତର ବ୍ୟକ୍ତିବିଶେଷଙ୍କୁ ଆଶୀର୍ବାଦ ଓ ମାଗଦର୍ଶନ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ପୁରସ୍କାର ଗ୍ରହଣ ଥିବା ପ୍ରତିଭାବାନ ଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି, କଠିନ ପରିଶ୍ରମ କରୁଥିବା ଶିକ୍ଷକ ମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ଜାତୀୟ ପୁରସ୍କାରରେ ସମ୍ମାନିତ ହେବା ସମଗ୍ର ଶିକ୍ଷା ସମୁଦାୟ ପାଇଁ ଗୌରବର ବିଷୟ। ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନେକ ଶିକ୍ଷକ ମାନଙ୍କୁ ଶିକ୍ଷାଦାନରେ ଉତ୍କୃଷ୍ଟତା ହାସଲ କରିବା, ଛାତ୍ରଛାତ୍ରୀଙ୍କ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରିବା ଓ ଶିକ୍ଷିତ ଭାରତ, ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଆହୁରି ପ୍ରେରଣା ଯୋଗାଇବ। ପାଠପଢ଼ାକୁ ସରଳ କରିବା, ଛାତ୍ରଛାତ୍ରୀଙ୍କ ଅଭିଜ୍ଞତାକୁ ମଜଭୂତ୍ କରିବା ପାଇଁ ସମ୍ମାନିତ ଶିକ୍ଷକ ମାନଙ୍କ ଉତ୍ସାହ, ପ୍ରତିବଦ୍ଧତା, ପ୍ରୟାସ ଏବଂ ସୃଜନଶୀଳତା ସମସ୍ତଙ୍କ ପାଇଁ ପ୍ରେରଣା। ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ଶିକ୍ଷକ ଭାରତକୁ ଜ୍ଞାନ ଆଧାରିତ ସମାଜ ଭାବରେ ପରିଣତ କରିବାରେ ଏକ ସ୍ତମ୍ଭ ଅଟନ୍ତି। ଶ୍ରୀ ପ୍ରଧାନ ଗୁରୁ ଦିବସ ଅବସରରେ ଶିକ୍ଷକ ଏବଂ ଶିକ୍ଷା ସହ ଜଡ଼ିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ରାଷ୍ଟ୍ର ନିର୍ମାଣ ଓ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି।

ଗୁରୁ ଦିବସ ଜାତୀୟ ପୁରସ୍କାର ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା

September 10, 2026

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଶେଷ ହେବ ଇରାନ ଯୁଦ୍ଧ, କମିବ ତେଲ ଦର: ଟ୍ରମ୍ପ

September 10, 2026

ଇଣ୍ଡୋନେସିଆ ପୁସ୍ତକ ମେଳାରେ ଏକମାତ୍ର ଭାରତୀୟ ପ୍ରକାଶକ ଭାବେ ଯୋଗ ଦେବ ଓଡିଶାର ‘ପେନ୍ ଇନ୍ ବୁକ୍ସ’ 

September 10, 2026

ବିହାରରେ ବନ୍ୟା ତାଣ୍ଡବ: ୧୪ ଜିଲ୍ଲାରେ ୩୫.୮୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

September 10, 2026
Latest News

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ 

September 10, 2026

ମହିଳା ଜୁନିୟର ଏସିଆ କପ୍: ପାକିସ୍ତାନକୁ ୧୯-୦ ଗୋଲରେ ହରାଇ ସେମିଫାଇନାଲରେ ଭାରତ

September 10, 2026

IDBI Bank Privatization: ଘରୋଇକରଣ ଦୌଡ଼ରେ Fairfax ଆଗରେ!, କ’ଣ ପଡ଼ିବ ପ୍ରଭାବ?

September 10, 2026

ବ୍ରିକ୍ସ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା

September 10, 2026

ନୂଆଖାଇ ପାଇଁ ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.