Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଂରକ୍ଷଣର ସାମ୍ବିଧାନିକ ବୈଧତା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ପ୍ରସ୍ତୁତ
ବିଶେଷ ଖବର

ସଂରକ୍ଷଣର ସାମ୍ବିଧାନିକ ବୈଧତା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ପ୍ରସ୍ତୁତ

September 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସରକାରୀ ଚାକିରୀ ତଥା ଶିକ୍ଷାନୁଷ୍ଠାନଗୁଡିକରେ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବିଭାଗଗୁଡିକ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଏକ ଆବେଦନକାରୀଙ୍କ ଦ୍ଵାରା ପ୍ରସ୍ତୁତ ଡ୍ରାଫ୍ଟ ପ୍ରସଙ୍ଗଗୁଡିକ ସମସ୍ତ ପକ୍ଷଙ୍କୁ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଗୁରୁବାର ସୁଦ୍ଧା ସମସ୍ତ ପକ୍ଷ ସେମାନଙ୍କ ପ୍ରସଙ୍ଗ ପ୍ରସ୍ତୁତ କରିବା ଉଚିତ୍। ବର୍ତ୍ତମାନ ସୁପ୍ରିମକୋର୍ଟ ସେପ୍ଟେମ୍ବର ୮ ତାରିଖରେ ନିଷ୍ପତ୍ତି ନେବେ ଯେ କେଉଁ ଢଙ୍ଗରେ ଏବଂ କେତେ ସମୟ ମଧ୍ୟରେ ଏହି ମାମଲାର ଶୁଣାଣି ହେବ। ୧୦୩ ତମ ସାମ୍ବିଧାନିକ ସଂଶୋଧନ ଅଧିନିୟମ ୨୦୧୯ ମାଧ୍ୟମରେ କେନ୍ଦ୍ର ସରକାର ଆର୍ଥିକ ଦୁର୍ବଳ ବିଭାଗ (EWS) ପାଇଁ ଶିକ୍ଷାନୁଷ୍ଠାନରେ ଆଡମିଶନ ତଥା ଜନସେବାରେ ସଂରକ୍ଷଣ ବ୍ୟବସ୍ଥା ଯୋଡିଛନ୍ତି। ଏହାର ସାମ୍ବିଧାନିକ ବୈଧତାକୁ ଆବେଦନରେ ଚ୍ୟାଲେଞ୍ଜ କରାଯାଇଛି।

ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ସମ୍ବିଧାନର ଏକ ପାଞ୍ଚ ଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି। ଏହାପୂର୍ବରୁ ଅଗଷ୍ଟ ୩୦ ତାରିଖରେ ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ, ଜଷ୍ଟିସ ଦୀନେଶ ମହେଶ୍ୱରୀ, ଜଷ୍ଟିସ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କୁ ନେଇ ଗଠିତ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ସେପ୍ଟେମ୍ବରରେ ପ୍ରକ୍ରିୟାଗତ ଦିଗ ତଥା ଅନ୍ୟାନ୍ୟ ବିବରଣୀ ଉପରେ ୬ ତାରିଖରେ ନିଷ୍ପତ୍ତି ନେବେ ଏବଂ ସେପ୍ଟେମ୍ବର ୧୩ରୁ ଆବେଦନ ଶୁଣିବେ।

ଏହି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି ଯେ, ଆମେ ଉଭୟ ପକ୍ଷଙ୍କୁ କିଛି ଅତିରିକ୍ତ ସମୟ ଦେଇପାରିବା। ଏହା ୫ କାର୍ଯ୍ୟ ଦିବସ ହୋଇପାରେ। ତାହା ହେଉଛି, ପ୍ରଥମ ସପ୍ତାହରେ ତିନିଟି କାର୍ଯ୍ୟ ଦିବସ ଏବଂ ଦ୍ୱିତୀୟ ସପ୍ତାହରେ ଦୁଇଟି କାର୍ଯ୍ୟଦିବସ। ଆସନ୍ତା ମଙ୍ଗଳବାର ଠାରୁ ଆମେ ଏହି ମାମଲାର ଶୁଣାଣି ଆରମ୍ଭ କରିବା ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏହା ଉପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ପ୍ରତ୍ୟେକ ପକ୍ଷ ପାଇଁ ଦୁଇ ଦିନର ସମୟ ବହୁତ କମ୍। ଏହା ଉପରେ ପ୍ରଧାନ ବିଚାରପତି ମୌଖିକ ଭାବରେ କହିଛନ୍ତି ଯେ, ସାଧାରଣ ଉତ୍ତରଦାୟିତ୍ୱର ନୀତିକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ଶେଷ ହେବ ଏବଂ ଏହା ପରେ କୋର୍ଟ ସେହି ମାମଲାର ଶୁଣାଣି କରିବେ।

ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନ

August 27, 2026

ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ବିୟୋଗରେ ବାଚସ୍ପତିଙ୍କ ଗଭୀର ଶୋକବ୍ୟକ୍ତ

August 27, 2026

ଆଜି ଅଗଷ୍ଟ ୨୭ରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ, ଜାଣନ୍ତୁ ରାଶିଫଳ

August 27, 2026

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026

ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.