Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରେ ଅତ୍ୟାଧୁନିକ କ୍ୟାନସର ହସପିଟାଲ ପାଇଁ ଟାଟା ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ
ଜାତୀୟ ଖବର

ଭୁବନେଶ୍ବରେ ଅତ୍ୟାଧୁନିକ କ୍ୟାନସର ହସପିଟାଲ ପାଇଁ ଟାଟା ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ

September 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରେ ଅତ୍ୟାଧୁନିକ କ୍ୟାନସର ହସପିଟାଲ ପାଇଁ ଟାଟା ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: ଓଡିଶାରେ ଖୁବ ଶିଘ୍ର ହେବ ଏକ କ୍ୟାନସଲ ହସପିଟାଲ। ଏ ନେଇ ଆଜି ଟାଟା ମେମୋରିୟାଲ ସେଣ୍ଟର ସହିତ ରାଜ୍ୟ ସରକାର ବୁଝାମଣା ପତ୍ର ସ୍ବାକ୍ଷରିତ କରିଛନ୍ତି। ଏହି ହସପିଟାଲ ଭୁବନେଶ୍ବର ନିକଟସ୍ଥ ଜଟଣୀରେ ଥିବା ନାଇଜର କ୍ୟାମ୍ପସକୁ ଲାଗି ନିର୍ମାଣ ଚାଲିଛି। ପୂର୍ବରୁ ଏହା ଘୋଷଣା ହୋଇଥିଲେ ମଧ୍ୟ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇ ନ ଥିଲା।

ଆଜି ଲୋକସେବା ଭବନରେ ଥିବା କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ପାଇଁ ମୋଟ ୬୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ଟାଟା ମେମୋରିୟାଲର ଟ୍ରଷ୍ଟ ୨୫୦ କୋଟି ଟଙ୍କା ଦେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଆଣବିକ ଶକ୍ତି ବିଭାଗ ୪୦୦ କୋଟି ଟଙ୍କା ଖର୍ଚ୍ଚ କରିବେ।

ଏମଓୟୁରେ ସ୍ୱାକ୍ଷର କରିଥିଲେ ମୁମ୍ବାଇ ଟାଟା ମେମୋରିଆଲ ସେଣ୍ଟରର ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ବଦାୱି ଓ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ କୁମାର ମହାନ୍ତି। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୪୦ଏକର ଜାଗା ଯୋଗାଇ ଦେବେ। ଏଥିସହିତ ଭିତ୍ତିଭୂମିର ବିକାଶ ଲାଗି ମଧ୍ୟ ସମସ୍ତ ସହଯୋଗ କରିବେ। ହସ୍ପିଟାଲରେ ବିଏସକେୱାଇ କାର୍ଡ଼ଧାରୀଙ୍କୁ ମାଗଣା ସୁବିଧା ବ୍ୟବସ୍ଥା ରହିବ। ରେଡିଓ ଆଇସୋଟୋପ ଲାଗି ସରକାର ବି ଯୋଗାଇବେ ଏକ ସାଇକ୍ଲୋଟ୍ରନ ମେସିନ।

ହସ୍ପିଟାଲ ପରିସରରେ ନିର୍ମାଣ ହେବ ସାଇକ୍ଲୋଟ୍ରନ, ଷ୍ଟାଫ କ୍ୱାର୍ଟର୍ସ, ଟାଉନସିପ, ଆକାଡେମିକ ବ୍ଲକ, ରେଷ୍ଟ ସେଡ, ଧର୍ମଶାଳା ଇତ୍ୟାଦି । ସେବା, ଶିକ୍ଷା ଓ ଗବେଷା ଦିଗରେ ଅଭିପ୍ରେତ ହେବ ହସ୍ପିଟାଲ । ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଯୋଗୁ ରାଜ୍ୟବାସୀ କ୍ୟାନସରର ଚିକିତ୍ସା ଲାଗି ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ ।

ଏହି ବିଭାଗରେ ସର୍ଜିକାଲ ଅଙ୍କୋଲୋଜି, ମେଡିକାଲ ଅଙ୍କୋଲୋଜି, ରେଡିଓଲୋଜି, ମାଇକ୍ରୋବାୟୋଲୋଜି, ବାୟୋକେମିଷ୍ଟ୍ରି ଆଦି ବିଭାଗ ରହିବ। ହସ୍ପିଟାଲ କ୍ୟାମ୍ପସରେ ମଧ୍ୟ ଆହାର କେନ୍ଦ୍ର ପ୍ରତିଷ୍ଠା କରାଯିବ।

ଏହି ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- ରାଜ୍ୟରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ୱାରା କେବଳ ଓଡିଶାବାସୀ ନୁହନ୍ତି ସମଗ୍ର ପୂର୍ବ ଭାରତବାସୀ ଉପକୃତ ହେବେ। ଏନେଇ ପ୍ରଧାନମନ୍ତ୍ରୀ, ଆଣବିକ ଶକ୍ତି ବିଭାଗ ଓ ଟାଟା ମେମୋରିଆଲ ସେଣ୍ଟରକୁ ଧନ୍ୟବାଦ ଦେଇଛନ୍ତି। ରାଜ୍ୟବାସୀ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ପାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ପ୍ରତିବର୍ଷ ରାଜ୍ୟରେ ୪୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଥିବାବେଳେ ୧୮ ହଜାର ରୋଗୀ ମୃତ୍ୟୁବରଣ କରୁଛନ୍ତି।

କର୍କଟ ରୋଗ କ୍ୟାନସର ହସପିଟାଲ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଭିଡ଼ିଓ ବାର୍ତ୍ତା ଜରିଆରେ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

April 1, 2026

ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

April 1, 2026

ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

April 1, 2026

ପୁଣି ବଢିଲା ଏଲପିଜି ମୂଲ୍ୟ: ଜାଣନ୍ତୁ କେତେ?

April 1, 2026
Latest News

ଭିଡ଼ିଓ ବାର୍ତ୍ତା ଜରିଆରେ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

April 1, 2026

ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

April 1, 2026

ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

April 1, 2026

ପୁଣି ବଢିଲା ଏଲପିଜି ମୂଲ୍ୟ: ଜାଣନ୍ତୁ କେତେ?

April 1, 2026

ରାସାୟନିକ ପଦାର୍ଥରେ ତିଆରି ଆଇସକ୍ରିମ ଏବଂ ଲସି କାରଖାନା ଠାବ: ମାଲିକ ଗିରଫ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.